ETV Bharat / state

ସାମାନ୍ୟ ବଚସାକୁ ନେଇ ବୀଭତ୍ସ ହତ୍ୟା, ଅଭିଯୁକ୍ତ ରାଜେଶକୁ ଆଜୀବନ କାରାଦଣ୍ଡ - Man Gets Life Imprisonment

author img

By ETV Bharat Odisha Team

Published : Aug 17, 2024, 7:12 PM IST

MAN GETS LIFE IMPRISONMENT: ଗତ ୨୦୨୩ ମସିହା ଫେବୃଆରୀ ମାସ ୨୫ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ନେଡାଭାଡି ଗ୍ରାମରରେ ହୋଇଥିବା ଏକ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ ରାଜେଶକୁ ଆଜୀବନ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ । ଅଧିକ ପଢନ୍ତୁ

ANIL MAHANTA MURDER CASE
ANIL MAHANTA MURDER CASE (ETV Bharat Odisha)

ରାଇରଙ୍ଗପୁର: ସାମାନ୍ୟ ବଚସାକୁ କେନ୍ଦ୍ରକରି ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ଗତ ୨୦୨୩ ମସିହା ଫେବୃଆରୀ ମାସ ୨୫ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ନେଡାଭାଡି ଗ୍ରାମର ରାଜେଶ ମହାନ୍ତ ସ୍ଥାନୀୟ ଅଞ୍ଚଳର ଅନୀଲ କୁମାର ମହାନ୍ତଙ୍କୁ କୌଣସି କାରଣରୁ ନିର୍ମମ ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡ ଗତକାଲି(ଶୁକ୍ରବାର) ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ ରାଜେଶ ମହାନ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟ ।

ଅଭିଯୁକ୍ତକୁ ଆଜୀବନ ଜେଲ୍:

ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟରେ ଉକ୍ତ ହତ୍ୟାକାଣ୍ଡର ରାୟ ଶୁଣାଣି ହୋଇଛି । କଟୁରୀ ସାହାଯ୍ୟରେ ହାଣି ହତ୍ୟା କରିଥିବା ଅଭିଯୋଗରେ ହତ୍ୟାକାରୀକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ବିଚାରପତି ସତ୍ୟନାରାୟଣ ପାତ୍ର ଉକ୍ତ ହତ୍ୟା ମାମଲାର ବିଚାର ସମୟରେ ସମସ୍ତ ତଥ୍ୟ, ପାରିପାର୍ଶ୍ବିକ ସ୍ଥିତି, ୧୬ ଜଣ ସାକ୍ଷୀଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଅଭିଯୁକ୍ତ ରାଜେଶ ମହାନ୍ତ (୩୬)କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ଆସାମୀଙ୍କୁ ୫୦ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ .....ଅନଲାଇନ ଗେମ ହେଲା କାଳ, 5 ଲକ୍ଷ ହରାଇ ଜୀବନ ହାରିଲେ ଯୁବକ - Suicide Linked To Online Game

କିଭଳି ଥିଲା ସମ୍ପୂର୍ଣ୍ଣ ହତ୍ୟାକାଣ୍ଡ ?

ଉକ୍ତ ହତ୍ୟାକାଣ୍ଡଟି ଗତ ୨୦୨୩ ମସିହା ଫେବୃଆରୀ ମାସ ୨୫ ତାରିଖରେ ଘଟିଥିଲା । ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ନେଡାଭାଡି ଗ୍ରାମର ରାଜେଶ ମହାନ୍ତଙ୍କ ସହ ସ୍ଥାନୀୟ ଅଞ୍ଚଳର ଅନୀଲ କୁମାର ମହାନ୍ତଙ୍କ କୌଣସି କାରଣରୁ ଝଗଡ଼ା ହୋଇଥିଲା । ସାମାନ୍ୟ ଝଗଡ଼ା ଶେଷରେ ଉଗ୍ରରୂପ ଧାରଣ କରିଥିଲା । ରାଜେଶ ଉତକ୍ଷିପ୍ତ ହୋଇ ଏକ କଟୁରୀ ସାହାଯ୍ୟରେ ଅନୀଲକୁ ନିର୍ମମ ଭାବେ ଆକ୍ରମଣ କରିଥିଲେ । ଫଳରେ ପ୍ରଚୁର ରକ୍ତସ୍ରାବ ହେବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଶୀର୍ଷା ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ଅନୀଲକୁ ମୃତ ଘୋଷଣା କରିଥିଲେ ।

ଏନେଇ ମୃତକଙ୍କ ପୁଅ ବିକାଶ ରଞ୍ଜନ ମହାନ୍ତ ଝାରପୋଖରିଆ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ପୋଲିସ କେସ ନଂ ୭୧/୨୦୨୩ରେ ଏକ ହତ୍ୟା ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ରାୟ ପ୍ରକାଶ ପାଇବା ପରେ ଆସାମୀକୁ ବାରିପଦା ମଣ୍ଡଳ କାରାଗାର ପଠାଇ ଦିଆଯାଇଛି । ତେବେ ଏହି ମାମଲାକୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟର ଅତିରିକ୍ତ ପିପି କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.