ETV Bharat / state

ଦୁଷ୍କର୍ମକାରୀକୁ 20 ବର୍ଷ ଜେଲ - MINOR GIRL ASSAULT CASE

Minor Girl Assault Case: ମୟୂରଭଞ୍ଜରେ ନାବାଳିକା ଦୁଷ୍କର୍ମ ଘଟଣାର 4 ବର୍ଷ ପରେ ରାୟ ଶୁଣାଇଲେ କୋର୍ଟ । ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ । ଅଧିକ ପଢନ୍ତୁ

Minor Girl Assault  Case
Minor Girl Assault Case
author img

By ETV Bharat Odisha Team

Published : Mar 21, 2024, 11:58 AM IST

ରାଇରଙ୍ଗପୁର: ନାବାଳିକା ଦୁଷ୍କର୍ମ ଅଭିଯୋଗରେ ରାୟ ଶୁଣାଇଲେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ । ଅଭିଯୁକ୍ତକୁ 20 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ଅଭିଯୁକ୍ତକୁ 10 ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଅଧିକ ଛଅ ମାସ ସଶ୍ରମ କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ କରାଯାଇଛି । ଏଥିସହ 5 ଲକ୍ଷ ଟଙ୍କାର ସହାୟତା ରାଶି ପୀଡିତା ନାବାଳିକାକୁ ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟ । ଅଭିଯୁକ୍ତ ଜଣକ ସଦର ଥାନା ଅନ୍ତର୍ଗତ କୁଣ୍ଡଲବଣୀ ଗ୍ରାମର ମହାଦେବ ସିଂ । ରାୟ ପ୍ରକାଶ ପାଇବା ପରେ ଅଭିଯୁକ୍ତ ମହାଦେବ ସିଂକୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, 2019 ମସିହା ସେପ୍ଟେମ୍ବର ମାସ 26 ତାରିଖ ଦିନ ବାରିପଦା ସଦର ଥାନା ଅଧିନସ୍ଥ ଏକ ଅଞ୍ଚଳରେ ଦିବ୍ୟାଙ୍ଗ ନାବାଳିକା ଜଣକ ଅଭିଯୁକ୍ତ ମହାଦେବଙ୍କ ଘର ନିକଟରେ ବୁଲାବୁଲି କରୁଥିଲା । ଏହି ସମୟରେ ଅଭିଯୁକ୍ତ ମହାଦେବ ଜୋର ଜବରଦସ୍ତ ନାବାଳିକାକୁ ଟେକି ନେଇ ନିଜ ଘର ଭିତରେ ଦୁଷ୍କର୍ମ କରିଥିଲା । ଏହି ସମୟରେ ନାବାଳିକା ଜଣକ ପାଟି କରିବାରୁ ଜଣେ ମହିଳା ଆସି ତାଙ୍କୁ ଉଦ୍ଧାର କରିଥିଲେ । ପରେ ଘଟଣା ବିଷୟରେ ପୀଡିତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ଏ ନେଇ ପରିବାର ଲୋକେ ବାରିପଦା ସଦର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ବାରିପଦା ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଫେରାର ଥିବା ଅଭିଯୁକ୍ତ ମହାଦେବ ସିଂକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ନାବାଳିକା ଦୁଷ୍କର୍ମ ମାମଲା: 2 ଅଭିଯୁକ୍ତକୁ ୩୦ବର୍ଷ ସଶ୍ରମ କାରାଦଣ୍ଡ, ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଥିଲେ ପୀଡ଼ିତାଙ୍କ ଆଈ

ବୁଧବାର ବାରିପଦା ସହର ସ୍ଥିତ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ସ୍ବତନ୍ତ୍ର ଫାଷ୍ଟଟ୍ରାକ କୋର୍ଟରେ ନାବାଳିକା ଦୁଷ୍କର୍ମ ମାମଲାର ରାୟ ଶୁଣାଣି ହୋଇଥିଲା । ଦୁଷ୍କର୍ମକାରୀ ଯୁବକକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । କୋର୍ଟର ବିଚାରପତି ସନ୍ତୋଷ କୁମାର ନାୟକ ଉକ୍ତ ଦୁଷ୍କର୍ମ ମାମଲାର ବିଚାର ସମୟରେ ସମସ୍ତ ତଥ୍ୟ, ପାରିପାର୍ଶ୍ବିକ ସ୍ଥିତି, ୨୧ ଜଣ ସାକ୍ଷୀଙ୍କ ବୟାନ, ପୋଲିସର ତଦନ୍ତ ରିପୋର୍ଟ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ଅଭିଯୁକ୍ତ ମହାଦେବ ସିଂକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏଥି ସହିତ ଅଭିଯୁକ୍ତକୁ ୧୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.