ETV Bharat / state

ମହାଶିବରାତ୍ରୀ ପ୍ରସ୍ତୁତି: ଶ୍ରୀ ବ୍ରହ୍ମେଶ୍ୱର ମନ୍ଦିରରେ 10:30ରେ ଉଠିବ ମହାଦୀପ - ଜାଗର ଯାତ୍ରା

Maha Shivaratri 2024: ଆସନ୍ତାକାଲି ମହାଶିବରାତ୍ରୀ । ଉତ୍ସବମୁଖର ରାଜଧାନୀର ପ୍ରତ୍ୟେକ ଶୈବପୀଠ । ପ୍ରସିଦ୍ଧ ଶ୍ରୀ ବ୍ରହ୍ମେଶ୍ୱରଙ୍କ ପୀଠରେ ରାତି ୧୦ଟା ୩୦ ମିନିଟରେ ଉଠିବ ମହାଦୀପ ଏବଂ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ବାରା ଭଜନ ସନ୍ଧ୍ୟା ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

ମାହାଦେବମୟ ହେବ ରାଜଧାନୀ , ଶ୍ରୀବ୍ରହ୍ମେଶ୍ୱର ମନ୍ଦିରେ ସାଢେ ୧୦ରେ ଉଠିବ ମହାଦୀପ

author img

By ETV Bharat Odisha Team

Published : Mar 7, 2024, 5:15 PM IST

ଭୁବନେଶ୍ୱର: ଆସନ୍ତାକାଲି ହେଉଛି ମହାଶିବରାତ୍ରୀ ।ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ଗାଁଠୁ ସହର । ରାଜ୍ୟର ସମସ୍ତ ଶିବାଳୟରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏହାରି ଭତରେ ରାଜଧାନୀର ଟଙ୍କପାଣି ରୋଡ ବ୍ରହ୍ମେଶ୍ୱର ପାଟଣା ସ୍ଥିତ ପ୍ରସିଦ୍ଧ ଶ୍ରୀ ବ୍ରହ୍ମେଶ୍ୱରଙ୍କ ପୀଠରେ ମଧ୍ୟ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଠାରେ ରାତି ୧୦.୩୦ରେ ଉଠିବ ମହାଦୀପ । ଭଜନ ସନ୍ଧ୍ୟା ଓ ଗୀତ ଗୋବିନ୍ଦ ଗାନ ସହ ସୃଷ୍ଟି ହେବ ଆଧ୍ୟାତ୍ମିକ ପରିବେଶ । ବହୁ ଜନ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ଟ୍ରଷ୍ଟ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ୱରର ପ୍ରାଚୀନ ଶୈବ ମନ୍ଦିର ଶ୍ରୀ ବ୍ରହ୍ମେଶ୍ୱର ମନ୍ଦିରକୁ ଶିବରାତ୍ରୀ ଓ ଜାଗରଯାତ୍ରା ଉପଲକ୍ଷେ ରାଜଧାନୀ ତଥା ଆଖପାଖରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସନ୍ତି । ଏହି ଦିବସରେ ମନ୍ଦିରର କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ଭୋର ରାତ୍ରୀ ୩ଟାରୁ ଦ୍ୱାରଫିଟା ନୀତି ଠାରୁ ଆରମ୍ଭ କରି ବିଭିନ୍ନ ନୀତି ସମାପନ ପରେ ସକାଳ ୬ଟାରେ ସାହାଣମେଲା ଦର୍ଶନ ଓ ସୂର୍ଯ୍ୟପୂଜା ଅନୁଷ୍ଠିତ ହେବ । ପରେ ପରେ ସକାଳ ୧୦ଟା ପର୍ଯ୍ୟନ୍ତ ବେଦ ପାଠ କରାଯିବ । ଲୋକନାଥ ରୋଡ, ପୁରୀସ୍ଥିତ ଶ୍ରୀରାମଚନ୍ଦ୍ର ସ୍ୱାମୀ ବେଦ ବିଦ୍ୟାଳୟରୁ ପଣ୍ଡିତ ଦେବେନ୍ଦ୍ର କୁମାର ଦ୍ୱିବେଦୀ ଏବଂ ତାଙ୍କର ୫ ଜଣ ସହଯୋଗୀ ବେଦପାଠ କରିବେ । ସେହିପରି ମଧ୍ୟାହ୍ନରେ ରୋଶହୋମ ଆଦି ନୀତି ପରେ ଅପରାହ୍ନ ୩ଟା ଓ ସନ୍ଧ୍ୟା ୫.୩୦ ରେ ସାହାଣମେଲା ଦର୍ଶନ କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ବିଭିନ୍ନ ନୀତି ପରେ ରାତି ୧୦.୩୦ରେ ମହାଦୀପ ଉଠିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

ମହାଶିବରାତ୍ରୀ ଓ ଜାଗର ଯାତ୍ରା ଉପଲକ୍ଷେ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ଏଠାରେ ସନ୍ଧ୍ୟାରେ ଭଜନ କାର୍ଯ୍ୟକ୍ରମ ରଖାଯାଇଛି । ସେଦିନ ସନ୍ଧ୍ୟାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ବିଭିନ୍ନ ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବ । ଏଥିରେ ମୁମ୍ବାଇର ସୁନାମଧନ୍ୟ କଣ୍ଠଶିଳ୍ପୀ ଅନନ୍ତ ଭରଦ୍ୱାଜ, ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ରଙ୍କ ସମେତ ଆଦର୍ଶ, ଊର୍ମି, ତୃପ୍ତି ନାୟକ, ସତ୍ୟବ୍ରତ ମଲ୍ଲିକ ପ୍ରମୁଖ ବହୁ କଣ୍ଠଶିଳ୍ପୀ ଯୋଗଦାନ କରି ଭଜନ ପରିବେଷଣ କରିବେ ।

ଏହା ମଧ୍ୟ ପଢନ୍ତୁ .....ମହାଶିବରାତ୍ରି ପାଇଁ ପ୍ରଥମ ବୈଠକ, ରାତି ୧୦ଟାରେ ଉଠିବ ମହାଦୀପ

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜ୍ଞାନ ଓ ବୈଷୟିକ, ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ତଥା ସରକାରୀ ଉଦ୍ୟୋଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଏବଂ ଓଡ଼ିଶା କୋଠାବାଡି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ସ୍ୱେତାସ୍ନିଗ୍ଧା ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବା ପାଇଁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଏହାସହ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ମନ୍ଦିରର ପରିଚାଳନା ଟ୍ରଷ୍ଟି କାହ୍ନୁ ଚରଣ ସାମନ୍ତରାୟ, ଟ୍ରଷ୍ଟର ସାଧାରଣ ସଂପାଦିକା ପୁଷ୍ପା ଦାସଙ୍କ ସମେତ ଟ୍ରଷ୍ଟି ପ୍ରତୀଶ ଭଞ୍ଜ ପ୍ରମୁଖ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.