ETV Bharat / state

ଅଳଙ୍କାର ସ୍ଥାନାନ୍ତର ପରେ ବି ଯାଞ୍ଚ ହେଉନି ଶ୍ରୀମନ୍ଦିର ରତ୍ନଭଣ୍ଡାର; ମହାପ୍ରଭୁଙ୍କ କାର୍ଯ୍ୟରେ ବିଳମ୍ବ, ସାଧାରଣରେ ତୀବ୍ର ଅସନ୍ତୋଷ - Ratna Bhandar Ornaments Counting

author img

By ETV Bharat Odisha Team

Published : Aug 17, 2024, 9:09 PM IST

Ratna Bhandar Ornaments Counting: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାକୁ ମାସେ ପୂରିଲାଣି । ହେଲେ ଏଯାଏଁ ଆରମ୍ଭ ହୋଇପାରିନି ରତ୍ନ ଅଳଙ୍କାରର ଗଣତି ମଣତି । ମହାପ୍ରଭୁଙ୍କ କାର୍ଯ୍ୟରେ ବିଳମ୍ବକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ । କାହିଁକି ଗଣିତରେ ହେଉଛି ବିଳମ୍ବ ? ଅଧିକ ପଢନ୍ତୁ

Ratna Bhandar Ornaments Counting
Ratna Bhandar Ornaments Counting (ETV Bharat Odisha)

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା ସରିଛି । ଭିତର ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରକୁ ସ୍ଥାନାନ୍ତର କରାଯାଇ ଶ୍ରୀମନ୍ଦିର ଭିତରେ ଥିବା ଖଟଶେଯ ଗୃହରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କରାଯାଇ ରତ୍ନ ଅଳଙ୍କାରକୁ ସିଲ୍ କରାଯାଇ କଡ଼ା ସୁରକ୍ଷାରେ ରଖାଯାଇଛି । ତେବେ ନୂଆ SOP ଆସିବା ପରେ ରତ୍ନ ଭଣ୍ଡାର ଯାଞ୍ଚ କରିବ ଏଏସଆଇ । ରତ୍ନ ଭଣ୍ଡାରରେ ଆଉ କିଛି ସୁଡ଼ଙ୍ଗ ରହିଛି କି ନାହିଁ ତାହାର ଯାଞ୍ଚ କରିବ ଏଏସଆଇ । ନୂଆ ଏସଓପି ଆସିବାରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଭକ୍ତ ଓ ସେବାୟତ । ମହାପ୍ରଭୁଙ୍କ କାର୍ଯ୍ୟ ଶୀଘ୍ର ଶେଷ କରାଯାଇ ରତ୍ନ ଅଳଙ୍କାର ଗଣତି ସହ ରତ୍ନ ଭଣ୍ଡାର ମରାମତି ସାରିବାକୁ ଭକ୍ତ ଓ ସେବାୟତ ମତ ଦେଇଛନ୍ତି ।

ଶ୍ରୀମନ୍ଦିର ରତ୍ନଭଣ୍ଡାର (ETV Bharat Odisha)

କଣ କହୁଛନ୍ତି ଭକ୍ତ ?

ଏନେଇ ଜଣେ ଭକ୍ତ ନାରାୟଣ ପାତ୍ର କହିଛନ୍ତି, "ଶ୍ରୀମନ୍ଦିର ଚାରି ଦ୍ଵାର ସହିତ ରତ୍ନ ଭଣ୍ଡାର ମଧ୍ୟ ଖୋଲିଛି । ଏଣୁ ମହାପ୍ରଭୁଙ୍କର ଯାହା ଅଳଙ୍କାର ଅଛି ତାହାକୁ ଭକ୍ତଙ୍କୁ ଜଣାଇବା ଉଚିତ । ପୂର୍ବ ସରକାର ଏନେଇ କୌଣସି ପଦକ୍ଷେପ ନେଇନଥିଲେ । ତେବେ ନୂଆ ସରକାର ଦାୟିତ୍ଵ ନେବା ପରେ ରତ୍ନ ଭଣ୍ଡାର ଖୋଲି ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଗଣତି ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାକୁ ଖୁବଶୀଘ୍ର ଶେଷ କରାଯାଇ ଭକ୍ତଙ୍କୁ ମହାପ୍ରଭୁଙ୍କ ଅଳଙ୍କାର ସୁରକ୍ଷିତ ଅଛିକି ନାହିଁ ତାହା ଜଣାଇବା ଉଚିତ । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଭିତରେ ସୁଡ଼ଙ୍ଗ ଥିବା ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଅତ୍ୟାଧୁନିକ ଯନ୍ତ୍ର ଦ୍ବାରା ଯାଞ୍ଚ ହେବା ଉଚିତ । ରତ୍ନଭଣ୍ଡାର ଶୀଘ୍ର ମରାମତି ହେବା ଉଚିତ । ମହାପ୍ରଭୁଙ୍କ ଦର୍ଶନରେ ଭକ୍ତମାନେ ଯେଭଳି ଅସୁବିଧା ନ ଭୋଗନ୍ତି ସେ ଦିଗରେ ଦୃଷ୍ଟି ଦିଆଯାଇ କାର୍ଯ୍ୟ କରିବାକୁ ଭକ୍ତ ମତ ଦେଇଛନ୍ତି । ରାଜା ମହାରାଜାମାନେ ଅନେକ ଧନ ରତ୍ନ ଭଣ୍ଡାରରେ ରଖିଥିବା ଉଲେଖ ରହିଛି । ରତ୍ନ ଭଣ୍ଡାର ତଳେ କୌଣସି ସୁଡ଼ଙ୍ଗରେ ଏହା ଥିବା ଚର୍ଚ୍ଚା ହେଉଛି । ଏଣୁ ଏହାକୁ ଯାଞ୍ଚ କରାଯାଇ ଶୀଘ୍ର ପଦକ୍ଷେପ ନିଆଯିବାକୁ ଭକ୍ତ ମତ ଦେଇଛନ୍ତି ।"

'ପ୍ରଥମେ ସିନ୍ଦୂକ-ଆଲମିରାକୁ ମ୍ୟୁଜିଅମକୁ ସ୍ଥାନାନ୍ତର ହେଉ'

ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରବି ଶଙ୍କର ପୂଜାପଣ୍ଡା କହିଛନ୍ତି, "ରତ୍ନ ଭଣ୍ଡାର ଯାଞ୍ଚ ନେଇ ସରକାର ଏସଓପି ଦେବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବ ଅନୁସାରେ ପ୍ରଥମେ ରତ୍ନ ଭଣ୍ଡାରରେ ଥିବା ସିନ୍ଦୂକ, ଆଲମିରାକୁ ନିଳାଦ୍ରୀ ବିହାର ମ୍ୟୁଜିଅମକୁ ସ୍ଥାନାନ୍ତର କରାଯିବ । ପରେ ଏଏସଆଇ ରତ୍ନ ଭଣ୍ଡାର ଯାଞ୍ଚ କରିବ । ତେବେ ରତ୍ନ ଭଣ୍ଡାର ପ୍ରସଙ୍ଗ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଏହାକୁ ନେଇ ଅଧିକ ବିଳମ୍ବ ହେବା ଅନୁଚିତ । ଶୀଘ୍ର ରତ୍ନ ଭଣ୍ଡାର ଯାଞ୍ଚ ହେବା ଉଚିତ । ରତ୍ନ ଭଣ୍ଡାର ଭିତରେ ସୁଡ଼ଙ୍ଗ ଥିବା ନେଇ ଆମ ପୂର୍ବ ପୁରୁଷ କହି ଆସିଛନ୍ତି । ଏହାକୁ କେହି ଦେଖି ନାହାନ୍ତି । ଏଣୁ ରତ୍ନ ଭଣ୍ଡାରକୁ ଏଏସଆଇ ଯାଞ୍ଚ କଲେ ସବୁ କିଛି ଜଣାପଡ଼ିବ । ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ଖଟଶେଜ ଗୃହରେ ରହିଛି । ଏଣୁ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ବାହାରେ ରହିବା ସୁରକ୍ଷିତ ନୁହେଁ । ଏହାର ଗଣତି କାର୍ଯ୍ୟ ଶୀଘ୍ର ଶେଷ କରାଯାଇ ରତ୍ନ ଭଣ୍ଡାରରେ ରଖିଦେବା ଉଚିତ ।"

ଏହା ବି ପଢନ୍ତୁ- ଖୋଲାଯାଇ ପୁଣି ସିଲ୍‌ ହେଲା ବାହାର ଓ ଭିତର ରତ୍ନଭଣ୍ଡାର, ନିଳାଦ୍ରୀବିଜେ ପରେ ଗଣତି-ମଣତି

ଯାଞ୍ଚ ବିଳମ୍ବକୁ ନେଇ ମତ ରଖିଲେ ଜିଲ୍ଲାପାଳ:-

ରତ୍ନ ଭଣ୍ଡାର ଯାଞ୍ଚରେ ବିଳମ୍ବ ପ୍ରସଙ୍ଗରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, "ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ଏହାର ଅନୁମୋଦନ ପାଇଁ ଦିଆଯାଇଛି । Sop ରାଜ୍ୟ ସରକାରଙ୍କ ପକ୍ଷରୁ ଆସିବା ପରେ ଶୁଭ ସମୟ ଓ ମହାପ୍ରଭୁଙ୍କ ଦୈନିକ ନୀତିକାନ୍ତିକୁ ଦୃଷ୍ଟିରେ ରଖାଯାଇ କାର୍ଯ୍ୟ ଆରମ୍ଭ ହେବ । ଏସଓପି ଆସିବା ପରେ ରତ୍ନ ଭଣ୍ଡାରରେ ଥିବା କାଠ ସିନ୍ଦୂକ, ଲୁହା ଆଲମିରାକୁ ସ୍ଥାନାନ୍ତର କରାଯିବ । ପରେ ଏସଓପି ଅନୁଯାୟୀ ଏଏସଆଇ ଯାଞ୍ଚ ଆରମ୍ଭ କରିବ ।"

କେବେ ଖୋଲିଥିଲା ରତ୍ନ ଭଣ୍ଡାର ?

ଜୁଲାଇ 14ତାରିଖରେ ଦୀର୍ଘ 46ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଖୋଲିଥିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବରେ 11ଜଣିଆ ଉଚ୍ଚସ୍ତରୀୟ କମିଟି ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଛନ୍ତି । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ପୁରୀ ଜିଲ୍ଲାପାଳ, ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ‘ASI’ ଅଧିକ୍ଷକ, ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ତଢ଼ାଉ କରଣ ଓ ଦେଉଳ କରଣଙ୍କ ବ୍ୟତୀତ ରତ୍ନଭଣ୍ଡାର ସବ-କମିଟିର ଜଣେ, ଉଚ୍ଚସ୍ତରୀୟ କମିଟିର ଅନ୍ୟ ୨ ଜଣ ସଦସ୍ୟ ରହିଥିଲେ । ଦୀର୍ଘ 7ଘଣ୍ଟା ପରେ ଶ୍ରୀମନ୍ଦିରରୁ ବାହାରିଥିଲେ । ନିଳାଦ୍ରି ବିଜେ ପରେ ଗଣତି ମଣତି ହେବା ନେଇ କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା ।

ଏହା ବି ପଢନ୍ତୁ- କେବେ ହେବ ରତ୍ନ ଗଣତି ମଣତି ? ଏମିତି କହିଲେ କମିଟି ଅଧ୍ୟକ୍ଷ

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.