ETV Bharat / state

ଜଗନ୍ନାଥଙ୍କ ପ୍ରେମରେ 'ଜଗନ୍ନାଥ': ମନ୍ଦିର ନିର୍ମାଣରେ ଲଗାଇଲେ ଜୀବନ ଯାକର ସଞ୍ଚିତ ଧନ

author img

By ETV Bharat Odisha Team

Published : Feb 2, 2024, 7:53 PM IST

Jagannath Devotee Sets An Example: ନିଜର ଅଗାଢ ଭକ୍ତି ପାଇଁ ଉଦାହରଣ ସାଜିଛନ୍ତି 'ଜଗନ୍ନାଥ ଚୌଧୁରୀ'। ଜୀବନସାରା ଅର୍ଜିଥିବା ଧନଙ୍କୁ ସେ ମନ୍ଦିର ନିର୍ମାଣ ପାଇଁ ସମର୍ପିତ କରିଛନ୍ତି । ଅଧିକ ପଢନ୍ତୁ

ଜଗନ୍ନାଥଙ୍କ ପ୍ରେମରେ 'ଜଗନ୍ନାଥ'
ଜଗନ୍ନାଥଙ୍କ ପ୍ରେମରେ 'ଜଗନ୍ନାଥ'
ଜଗନ୍ନାଥଙ୍କ ପ୍ରେମରେ 'ଜଗନ୍ନାଥ'

ନବରଙ୍ଗପୁର: ଜଗନ୍ନାଥ ପ୍ରେମ ଲୀନ ଜଣେ ଭକ୍ତ ଜୀବନସାରା ଅର୍ଜିଥିବା ଧନଙ୍କୁ ପ୍ରଭୁଙ୍କ ପାଖରେ କରିଛନ୍ତି ସମର୍ପିତ । ସେ ହେଉଛନ୍ତି ନବରଙ୍ଗପୁର ସହର ରାଜୁ ସାହିର ବାସିନ୍ଦା ଜଗନ୍ନାଥ ଚୌଧୁରୀ । ପ୍ରାୟ ୬୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ମାଉସୀ ମା' ମନ୍ଦିର ନିର୍ମାଣ କରିଛନ୍ତି । ଏହା ପୂର୍ବରୁ ସେ ଲକ୍ଷ୍ମୀ ମନ୍ଦିର ତୋଳିବା ସହ ଜଗନ୍ନାଥ ମନ୍ଦିର ନିର୍ମାଣରେ ଧନ ଦାନ କରିଥିଲେ । ଯାହାକୁ ନେଇ ସେ ପ୍ରଶଂସା ସାଉଣ୍ଟିଥିବାବେଳେ ପରିବାର ଲୋକେ ମଧ୍ୟ ଏହି ପୁଣ୍ୟ କାର୍ଯ୍ୟ ପାଇଁ ବେଶ ଖୁସି ।

ସ୍ତ୍ରୀ, ପୁଅ ଓ ଦୁଇ ଝିଅଙ୍କୁ ନେଇ ଜଗନ୍ନାଥଙ୍କ ପରିବାର । ସେ ଜଣେ ହାଟ ବ୍ୟବସାୟୀ ଭାବରେ ସାପ୍ତାହିକ ହାଟକୁ ହାଟ ବୁଲି ବିରି, କାନ୍ଦୁଲ,ଧାନ ଇତ୍ୟାଦି ସାମଗ୍ରୀ କ୍ରୟ ବିକ୍ରୟ କରି ରୋଜଗାର କରୁଥିଲେ । ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଅଗାଢ ଭକ୍ତି ଯୋଗୁଁ ପୂର୍ବରୁ ସେ ନବରଙ୍ଗପୁରରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରକୁ ନିଜର କଷ୍ଟ ଅର୍ଜିତ ଧନ ସମର୍ପଣ କରିଥିଲେ । ଏପରିକି ସେହି ମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ମନ୍ଦିରକୁ ମଧ୍ୟ ଏକାକୀ ଗଢି ତୋଳିଥିଲେ l ସେହିଭଳି ପୂର୍ବରୁ ଗୁଣ୍ଡିଚା ମନ୍ଦିରରେ ଥିବା ରତ୍ନ ସିଂହାସନର ନିର୍ମାଣ କରିଥିଲେ ଜଗନ୍ନାଥ । ତେବେ ପ୍ରାୟ ୯ ବର୍ଷ ତଳେ ଗୁଣ୍ଡିଚା ମନ୍ଦିରଟି ବିପଦସଙ୍କୁଳ ଅବସ୍ଥାରେ ଥିବା ତାଙ୍କୁ ବ୍ୟଥିତ କରିଥିଲା । ଏଣୁ ନୂତନ ମନ୍ଦିର ତୋଳିବାକୁ ମନ ବଳାଇଥିଲେ ଜଗନ୍ନାଥ ।

ଏହା ମଧ୍ୟ ପଢନ୍ତୁ...ରାମ ମନ୍ଦିର ନିର୍ମାଣ ପାଇଁ କରିଥିଲେ ପଣ, 31 ବର୍ଷ ହେଲା ପିନ୍ଧିନାହାନ୍ତି ଚପଲ

ଏଥିପାଇଁ ସେ ମନ୍ଦିର ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ । ଫଳରେ 2022 ମସିହା ଅଗଷ୍ଟ ମାସ ୧୭ ତାରିଖରେ ନବରଙ୍ଗପୁର ଜିଲ୍ଲାପାଳ ତାଙ୍କୁ ଏଷ୍ଟିମେଟ୍, ପ୍ଲାନ ସହ ୱାର୍କ ଅର୍ଡର ପ୍ରଦାନ କରିଥିଲେ l ଯାହା ଫଳରେ ସେହିଦିନଠାରୁ ହିଁ ସେ ମନ୍ଦିର ତୋଳିବା କାର୍ଯ୍ୟ ଆରମ୍ଭ କରିଥିଲେ । ଏନେଇ ଜଗନ୍ନାଥ ଚୌଧୁରୀ କହିଛନ୍ତି, "ଗୁଣ୍ଡିଚା ମନ୍ଦିର ତୋଳିବାରେ 60 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି । ଆଗକୁ ଆଉ 10 ରୁ 15 ଲକ୍ଷ ଟଙ୍କା ଖର୍ଚ୍ଚ କରିବି । ଏହି ମନ୍ଦିର ନିର୍ମାଣ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ହେଉଛି । ମନ୍ଦିର ନିର୍ମାଣ ଶେଷ ହେଲେ ମନକୁ ଶାନ୍ତି ମିଳିବ ।"

ସେ ଟଙ୍କା ଦେବା ସହ ଶ୍ରମ ଦାନ ମଧ୍ୟ କରୁଛନ୍ତି । 72 ବର୍ଷ ବୟସରେ ମଧ୍ୟ ସେ ପ୍ରତିଦିନ ସକାଳୁ ଶ୍ରମିକମାନଙ୍କ ସହ ମିଶି କାମ କରିବା ପରେ ସନ୍ଧ୍ୟାରେ ଘରକୁ ଫେରନ୍ତି । ଜଗନ୍ନାଥ ଚୌଧୁରୀଙ୍କ ଏଭଳି ମହତ କାର୍ଯ୍ୟକୁ ସହରବାସୀ ଭୁରି ଭୁରି ପ୍ରଶଂସା କରିଛନ୍ତି । ତେବେ ଆଜି (ଫେବ୍ରୁଆରୀ 2)ତାରିଖରେ ମନ୍ଦିରରେ ଆୟୋଜିତ 'ରତ୍ନମୁଦ' କାର୍ଯ୍ୟକ୍ରମର ସମସ୍ତ ଖର୍ଚ୍ଚ ମଧ୍ୟ ନିଜେ ବହନ କରିଛନ୍ତି ଜଗନ୍ନାଥ ।

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.