ETV Bharat / state

ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା କଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା, କାରଣ ଜାଣନ୍ତୁ

ଓଡ଼ିଶା ପୂରା ବିଦେଶରେ ଦେଶର ସମ୍ମାନ ବଢାଉଛି । ଦେଶର ସବୁଠୁ ବଡ଼ ଆର୍ଥିକ ଓ ସାମାଜିକ ପ୍ରଗତିର ପଥ ହେବ ଓଡିଶା ବୋଲି କହିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ।

Om Birla praised to Odisha
Om Birla praised to Odisha (ETV Bharat Odisha)
author img

By ETV Bharat Odisha Team

Published : 2 hours ago

ଭୁବନେଶ୍ବର: ଓଡ଼ିଶାକୁ ଭୁରି ଭୁରି ପ୍ରଶଂସା କଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ଭୁବନେଶ୍ୱରରେ ରମା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେବା ଅବସରରେ ଓଡିଶାକୁ ଆଧ୍ୟାତ୍ମିକ, ଧର୍ମ ଏବଂ କଳା-ସଂସ୍କୃତିର ଧରିତ୍ରୀ ବୋଲି କହିଲେ ଓମ ବିର୍ଲା ।

Om Birla praised to Odisha (ETV Bharat Odisha)

'ଓଡ଼ିଆ ଲୋକ ପରିଶ୍ରମୀ ଏବଂ ସଚ୍ଚୋଟ':

ବାଚସ୍ପତି ଓମ ବିର୍ଲା ତାଙ୍କ ଅଭିଭାଷଣରେ କହିଛନ୍ତି,"ଜଗନ୍ନାଥଙ୍କ କୃପା ସମସ୍ତଙ୍କ ଉପରେ ରହିଛି । ଏହି କୃପାରୁ ଓଡ଼ିଶା ପୂରା ବିଦେଶରେ ଦେଶର ସମ୍ମାନ ବଢାଉଛି । ଏଠାକାର କଳା, ସଂସ୍କୃତି ଅଦ୍ଭୁତ । କୋଣାର୍କ,ଜଗନ୍ନାଥ ମନ୍ଦିର ବିଶେଷ ପରିଚୟ । ଓଡ଼ିଶାର ସଂସ୍କୃତି ଦୁନିଆରେ ନିଜର ଭିନ୍ନ ପରିଚୟ ରଖିଛି । ଓଡ଼ିଶା ନିଜର କାର୍ଯ୍ୟଶୈଳୀ ପାଇଁ ସାରା ଦେଶରେ ଭିନ୍ନ ପରିଚୟ ସୃଷ୍ଟି କରିପାରିଛି । ସଂସଦୀୟ ସମ୍ମିଳନୀରେ ଯେତେବେଳେ ବାହାରକୁ ଯାଉ ସେଠାରେ ଓଡ଼ିଶାର ଲୋକଙ୍କ ସାମାଜିକ ଯୋଗଦାନ ରହିଛି । ଓଡ଼ିଆ ଲୋକଙ୍କ ମଧ୍ୟରେ କଠିନ ପରିଶ୍ରମ, ସଚ୍ଚୋଟତା ଦେଖିବାକୁ ମିଳେ ।"

'ଓଡ଼ିଶା ଦେଶର ସବୁଠୁ ବଡ଼ ଆର୍ଥିକ ଓ ସାମାଜିକ ପ୍ରଗତିର ପଥ ହେବ':

ସେ ଆହୁରି ମଧ୍ୟ କହିଛନ୍ତି,"ବିଶ୍ୱରେ ଯେତେ ଓଡ଼ିଶାର ଲୋକ ଅଛନ୍ତି, ତାଙ୍କୁ ଡାକିବା ଦରକାର । ଦେଶର ଆର୍ଥିକ ଓ ସାମାଜିକ ବିକାଶରେ ଓଡିଶାବାସୀଙ୍କ ବିଶେଷ ଅବଦାନ ରହିଛି । ସେମାନେ ଭାରତର ଗୌରବ ଓ ସମ୍ମାନ ବି ବଢାଇଛନ୍ତି । ଆଗକୁ ଓଡ଼ିଶା ଦେଶର ସବୁଠୁ ବଡ଼ ଆର୍ଥିକ ଓ ସାମାଜିକ ପ୍ରଗତିର ପଥ ହେବ । ଓଡ଼ିଶାରେ ସବୁଠୁ ବଡ଼ ସମୁଦ୍ରତଟ ରହିଛି, ଯାହା ଆଉ କେଉଁଠି ନାହିଁ । ଦୁନିଆର ଲୋକେ ଭାରତରେ ନିବେଶ କରିବାକୁ ଚାହୁଁଛନ୍ତି । ଓଡ଼ିଶାରେ ସମୁଦ୍ର, ଖଣିସମ୍ପଦ ଓ ଭଲ ଲୋକ ଅଛନ୍ତି । ଓଡିଶା ଦେଶରେ ସବୁଠୁ ଦ୍ରୁତ ଗତିରେ ବଢୁଥିବା ଆର୍ଥିକ ଅର୍ଥବ୍ୟବସ୍ଥା ହେବାକୁ ଯାଉଛି । ବିଶ୍ୱରେ ଭାରତର ଶକ୍ତି ବଢ଼ିଛି । ବିଶ୍ୱର ସବୁଠୁ ବଡ଼ ଲୋକତନ୍ତ୍ରକୁ ନେଇ ବିଦେଶରେ ଗର୍ବ ସୃଷ୍ଟି ହୁଏ । ଏହାକୁ ଦେଖି ଦୁନିଆ ଆଶ୍ଚର୍ଯ୍ୟ ହେଉଛି ।ଏତେ ବିବିଧତା ମଧ୍ୟରେ ଏକତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ।"

Om Birla praised to Odisha
Om Birla praised to Odisha (ETV Bharat Odisha)

'ମହାତ୍ମା ଗାନ୍ଧୀଙ୍କ ବିଚାରଧାରାକୁ ନେଇ ଦେଶ ଆଗକୁ ବଢୁଛି ':
"ବହୁ ରାଜନୈତିକ ବ୍ୟବସ୍ଥା ଥିଲେ ମଧ୍ୟ ଭାରତ ମଜବୁତ ଓ ସଂଗଠିତ । ୧୦ ବର୍ଷ ପରେ ବିଶ୍ୱର ସବୁ ଦେଶ ଭିତରେ ଯଦି କାହାର ଅବଦାନ ଥିବ ତାହା ଭାରତର ଥିବ । ଏବେବି ଦୁନିଆରେ ନିବେଶକୁ ଆକର୍ଷିତ କରିବାର ସବୁଠୁ ବଡ଼ ଦେଶ ଭାରତ । ଡିଫେନ୍ସ ଓ ମୋବାଇଲ ଭଳି ସାମଗ୍ରୀ ବିଦେଶରୁ ଆମଦାନୀ ହେଉଥିଲା । ଏବେ ଦୁନିଆର ପ୍ରମୁଖ ଉତ୍ପତ୍ତି ଭାରତରେ ହେଉଛି । ଶାନ୍ତି ଓ ସ୍ଥିରତାରେ ଦେଶ ଆଗକୁ ବଢ଼ିପାରିବ । ମହାତ୍ମା ଗାନ୍ଧୀଙ୍କ ବିଚାରଧାରାକୁ ନେଇ ଦେଶ ଆଗକୁ ବଢୁଛି। ଦୁନିଆରେ ଯଦି ଶାନ୍ତି ଓ ସ୍ଥିରତା ଆଣିପାରିବ ତାହେଲେ ଭାରତ । ସୀମାରେ ଭାରତ ମଜବୁତ, ଦେଶ ଭିତରେ ବିଶ୍ୱାସ ଭରସା ବଢିବାରେ ବି ସମର୍ଥ ହୋଇଛି । ଭାରତ ନୂଆ କୀର୍ତ୍ତିମାନ ନେଇ ଆଗକୁ ବଢ଼ୁଛି ।"

ଏହା ମଧ୍ୟ ପଢନ୍ତୁ...ବାତ୍ୟା ପ୍ରଭାବିତ ଅଞ୍ଚଳରେ ଆଲର୍ଟ ସ୍ୱାସ୍ଥ୍ୟ ବିଭାଗ, ଜଳବାହିତ ରୋଗ ଏବଂ ସାପ କାମୁଡା ରୋଗୀଙ୍କ ଉପରେ ନଜର

ଏହା ମଧ୍ୟ ପଢନ୍ତୁ...ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ୧୪ଟି ଜିଲ୍ଲାର ପ୍ରାୟ ୩୬ ଲକ୍ଷ ଲୋକ ପ୍ରଭାବିତ

'ଆର୍ଥିକ ଓ ସାମାଜିକ ପରିବର୍ତ୍ତନ ଆଣିବା ମୁଖ୍ୟ ଲକ୍ଷ୍ୟ':

"ଓଡ଼ିଶାରେ ସରକାର ନୂଆ କାର୍ଯ୍ୟକ୍ରମ ଓ ଯୋଜନା କରୁଛନ୍ତି । ସମାଜରେ ପରିବର୍ତ୍ତନ ଆଣିବା ସରକାରଙ୍କ ଲକ୍ଷ୍ୟ ହେବା ଦରକାର । ଆର୍ଥିକ ଓ ସାମାଜିକ ପରିବର୍ତ୍ତନ ଆଣିବା ହେଉଛି ମୁଖ୍ୟ ଲକ୍ଷ୍ୟ । ଡାଏଲଗ ଓ ଡିବେଟ ମାଧ୍ୟମରେ କାର୍ଯ୍ୟଦକ୍ଷତା ବଢାଇବା ଦରକାର । ସମାଜର ଅନ୍ତିମ ବ୍ୟକ୍ତିର ଅପେକ୍ଷା ଓ ଆକାଂକ୍ଷା କିଭଳି ପୂରଣ ହେବ ସେ ନେଇ ଉଦ୍ୟମ ହେବା ଦରକାର । ନିଜ ସଂସଦୀୟ କ୍ଷେତ୍ର, ରାଜ୍ୟର ପ୍ରସଙ୍ଗ କିଭଳି ସଂସଦରେ ଉଠିବ ତାହା ସାଧାରଣ ଲୋକେ ଚାହୁଁଛନ୍ତି । ସମ୍ବିଧାନର ମୂଳ ଭାବନା ସମସ୍ତେ ମିଶିକି ସବୁ ଚାଲେଞ୍ଜକୁ ପାର କରିହେବ । ବାତ୍ୟା ବନ୍ୟାର ଚ୍ୟାଲେଞ୍ଜ ଓଡ଼ିଶାରେ ରହୁଛି । କରୋନାରେ ବି ମିଳିମିଶି ପରିସ୍ଥିତିକୁ ସାମ୍ନା କଲେ । ଦେଶକୁ ବଢ଼ିବାରେ ସମସ୍ତଙ୍କ ଯୋଗଦାନ ରହିବା ଦରକାର । "

'ଜନଜାତିର ବିକାଶ ପାଇଁ ସ୍ୱତନ୍ତ୍ର ନୀତି ଏବଂ ବ୍ୟବସ୍ଥା ହୋଇଛି ':

ଓମ ବିର୍ଲା ଆହୁରି କହିଛନ୍ତି," ସଂସଦରେ ଆଦିବାସୀଙ୍କ ବିକାଶ ପାଇଁ ଅନେକ ବିଲ୍ ପାରିତ ହୋଇଛି । ଜନଜାତିର ବିକାଶ ପାଇଁ ସ୍ୱତନ୍ତ୍ର ନୀତି ଏବଂ ବ୍ୟବସ୍ଥା କରାଯାଇଛି । ଏହି ନୀତି ପାଇଁ ଜନଜାତିଙ୍କର ସାମାଜିକ ଏବଂ ଆର୍ଥିକ ବିକାଶ ହୋଇପାରିଛି । ଓଡ଼ିଶା ଆସିଲେ ମହାପ୍ରଭୁଙ୍କ ଆଶୀର୍ବାଦରୁ ମୋତେ ଅନେକ ଉର୍ଜା ମିଳିଥାଏ । ଯାହାକି ମୋତେ ଲୋକତନ୍ତ୍ର ବିଧି ବ୍ୟବସ୍ଥା ପରିଚାଳନା କରିବାରେ ଅଧିକ ଶକ୍ତି ଯୋଗାଇଥାଏ । ଲୋକତନ୍ତ୍ର ମାଧ୍ୟମରେ ଲୋକଙ୍କ ଆକାଂକ୍ଷା ପୂରଣ କରିବାକୁ ଆମେ ସର୍ବଦା କାର୍ଯ୍ୟ କରିଥାଉ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.