ETV Bharat / state

ସୁରୁଖୁରୁରେ ସରିଲା ନିର୍ବାଚନ, ଭଦ୍ରକରେ 71.42% ମତଦାନ - 7th phase Elections concluded

author img

By ETV Bharat Odisha Team

Published : Jun 2, 2024, 4:19 PM IST

7th phase Elections concluded: ଗତକାଲି ଶେଷ ହେଲା ସପ୍ତମ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ । ତେବେ ଭଦ୍ରକରେ ମତଦାନର ସବିଶେଷ ମତ ରଖିଲେ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

7th phase Elections concluded
7th phase Elections concluded (ETV Bharat Odisha)

ଭଦ୍ରକ: ଶେଷ ହେଲା 2024 ସାଧାରଣ ନିର୍ବାଚନ । ତେବେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ସମୟରେ ରାଜନୈତିକ ହିଂସାକାଣ୍ଡ ସହ କେତେକ ବୁଥରେ ଇଭିଏମ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଯାହାକି ଖୁବ୍ ଶୀଘ୍ର ସେକ୍ଟର ଅଫିସର ମାନଙ୍କ ଦ୍ଵାରା ସମାଧାନ କରାଯାଇଥିଲା । ଯାହାର ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର । ଗତକାଲି ରାତି ଗଣତି ସୁଦ୍ଧା 71.42 ପ୍ରତିଶତ ମତଦାନ ଭଦ୍ରକ ଜିଲ୍ଲାରେ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

ମତଦାନ ପରେ ଇଭିଏମ ଏବଂ ଭିଭିପାଟ ମେସିନକୁ ରଖିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଷ୍ଟ୍ରଙ୍ଗ ରୁମ୍ ବ୍ୟବସ୍ଥା କରାଯାଇଛି । ତେବେ ମତଦାନ ପରେ ପୋଲିଂ ପାର୍ଟି ବିଭିନ୍ନ ବୁଥରୁ କାର୍ଯ୍ୟ ସାରି ଷ୍ଟ୍ରଙ୍ଗ ରୁମ୍ ଅଭିମୁଖେ ଆସିଛନ୍ତି । ଯାହାକି ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ 43- ଭଣ୍ଡାରିପୋଖରୀ, 44- ଭଦ୍ରକ, 45- ବାସୁଦେବପୁର ଏବଂ 47- ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଭଦ୍ରକ ଲୋକସଭା ଆସନ ପାଇଁ ଷ୍ଟ୍ରଙ୍ଗ ରୁମ୍ କରାଯାଇଛି । ଅନ୍ୟପଟେ 46- ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ଭଦ୍ରକ ଲୋକସଭା ଆସନ ପାଇଁ ସଂସ୍କୃତି ଭବନରେ ଷ୍ଟ୍ରଙ୍ଗ ରୁମ୍ ବ୍ୟବସ୍ଥା କରାଯାଇଛି । ଗଣତି ସମାପ୍ତ ପର୍ଯ୍ୟନ୍ତ ଏହି ଷ୍ଟ୍ରଙ୍ଗ ରୁମକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । ତେବେ କିଛି କିଛି ସ୍ଥାନରେ ରାଜନୈତିକ ହିଂସାକାଣ୍ଡକୁ ଛାଡିଦେଲେ 2024 ସାଧାରଣ ନିର୍ବାଚନ ଭଦ୍ରକ ଜିଲ୍ଲାରେ ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ଭୋଟ ଦେଉଛି ଭଣ୍ଡାରିପୋଖରୀ, ସୁରୁଖୁରୁରେ ଚାଲିଛି ମତଦାନ - Fourth Phase Voting In Bhadrak

ପ୍ରକାଶ ଥାଉକି ଭଦ୍ରକ ଜିଲ୍ଲାରେ ଚୂଡାନ୍ତ ତାଲିକା ଅନୁଯାୟୀ ମୋଟ 1286377 ଜଣ ଭୋଟର ସେମାନଙ୍କ ମତଦାନ 1312ଟି ମତଦାନ କେନ୍ଦ୍ରରେ ସାବ୍ୟସ୍ତ କରିଥିଲେ । ତେବେ ମତଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଥିଲା । ତେବେ ଜିଲ୍ଲାର ସମସ୍ତ ବୁଥରୁ ପୂର୍ଣ୍ଣାଙ୍ଗ ତଥ୍ୟ ଆସିବା ପରେ ଆସନ୍ତାକାଲି ଜିଲ୍ଲାର ମୋଟ ଭୋଟ ପ୍ରତିଶତ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଥିଲେ ଜିଲ୍ଲାପାଳ । ତେବେ ଏହି 71.42 ପ୍ରଶାସନ ମତଦାନ ମଧ୍ୟରୁ 43-ଭଣ୍ଡାରିପୋଖରୀରେ 72.63%, 44- ଭଦ୍ରକରେ 68.25%, 45- ବାସୁଦେବପୁରରେ 71.43%, 46- ଧାମନଗରରେ 71.25% ଏବଂ 47- ଚାନ୍ଦବାଲିରେ 73.84% ମତଦାନ ହୋଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.