ETV Bharat / state

ବନ୍ଦ ହେବ BSKY, ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା: ମନମୋହନ - MANMOHAN SAMAL REACTION

author img

By ETV Bharat Odisha Team

Published : Jun 5, 2024, 5:17 PM IST

MANMOHAN SAMAL REACTION: ରାଜ୍ୟରେ ଚଳିତ ନିର୍ବାଚନରେ ବିଜେପି ଏକାକୀ ଜନମତ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି । କହିଲେ ,"2024ରେ ଲୋକେ ନିର୍ବାଚନ ଲଢୁଥିଲେ । ଲୋକମାନେ ଚାହୁଁ ଥିଲେ ପରିବର୍ତ୍ତନ ।" ଅଧିକ ପଢନ୍ତୁ

MANMOHAN SAMAL REACTION
MANMOHAN SAMAL REACTION (ETV Bharat Odisha)

ଭୁବନେଶ୍ବର: ସରିଛି ଦେଶ ତଥା ଗଣତନ୍ତ୍ରର ମହାପର୍ବ, ଆସିଛି ଜନାଦେଶ । ରାଜ୍ୟରେ ବିଜେପିର ବାଜିମାତ୍ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, 2024ରେ ଲୋକେ ନିର୍ବାଚନ ଲଢୁଥିଲେ । ରାଜ୍ୟରେ ଲୋକଙ୍କ ସରକାର ହେବ । ଲୋକମାନେ ଚାହୁଁ ଥିଲେ ପରିବର୍ତ୍ତନ । 24 ବର୍ଷ ବିଜେଡି ଶାସନ କଲା । ଆମେ ପାଞ୍ଚ ବର୍ଷରେ ରାଜ୍ୟକୁ ଏକ ନମ୍ବର କରିବୁ । ତେବେ ରାଜ୍ୟରେ ବିଜେପି ବହୁମତ ପାଇବା ପରେ କର୍ମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ନିର୍ବାଚନ ପୂର୍ବରୁ ଯାହା ପ୍ରତିଶ୍ରୁତି ଦେଇଥିଲୁ । ସବୁ କାର୍ଯ୍ୟକାରୀ କରାଯିବ । 6 ତାରିଖ ନେତା ଚୟନ ପାଇଁ ଯେଉଁ ଦିନ ଧାର୍ଯ୍ୟ ହୋଇଥିଲା । ତାହା ଟିକେ ବିଳମ୍ବ ହେଇପାରେ । ସଂସଦୀୟ ବୋର୍ଡ ଯାହା ନିଷ୍ପତ୍ତି ନେବେ, ତାହା ହେବ । 10 ତାରିଖରେ ଜଣେ ଓଡ଼ିଆ ପୁଅ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ସେହିପରି ଚାନ୍ଦବାଲି ଜନତା ଯାହା ଆଶୀର୍ବାଦ ଦେଲେ, ତାହା ମୁଁ ସାଦରରେ ଗ୍ରହଣ କରୁଛି । ଯେଉଁ ଦାୟିତ୍ୱ ମିଳିବ, ତାହା ତୁଲାଇବି । ମୁଁ ନୁହେଁ, ସାଧାରଣ ଜନତା ନିର୍ବାଚନ ଲଢୁଥିଲେ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆଉ କିଛିଦିନ ପରେ BSKY ବନ୍ଦ ହେବ । ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ ହେବ । BSKYରେ ଭଲ ସୁବିଧା ମିଳୁନଥିଲା, ଆୟୁଷ୍ମାନ ଯୋଜନା ଲାଗୁ ହେଲେ ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ମିଳିବ ।

ଏହା ମଧ୍ୟ ପଢନ୍ତୁ....ନବୀନ ଯୁଗର ଅବସାନ; ଓଡିଶାରେ କେମିତି ବିଜେଡିକୁ ଚେକମେଟ୍ ଦେଲା ବିଜେପି, ଶଙ୍ଖ ଦଳ ପାଇଁ କ'ଣ ହେଲା ବୁମେରାଂ ? - Odisha Assembly Results 2024

ସେପଟେ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଦୀର୍ଘ ୨୪ବର୍ଷରୁ ଅଧିକ ସମୟର ଶାସନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ଓଡ଼ିଶାରେ ବିଜେପିକୁ ସ୍ପଷ୍ଟ ବହୁମତ । ଓଡ଼ିଶାରେ ସକରକାର ଗଠନର ମ୍ୟାଜିକ ନମ୍ୱର ୭୪ ଥିବା ବେଳେ ବିଜେପି ଏହାକୁ ପାର୍‌ କରି ପାଇଛି ୭୮ ଆସନ । କେବଳ ସେତିକି ନୁହେଁ ଲୋକସଭାରେ ମଧ୍ୟ ବିଜେପି ବାଜି ମାରିଛି । ମୋଟ୍ ୨୧ ଆସନରୁ ବିଜେପି ଖାତାକୁ ଯାଇଛି ୨୦ଆସନ । ଚଳିତ ଥରର ନିର୍ବାଚନ ସମସ୍ତଙ୍କୁ ଚମକାଇ ଦେଇଛି ବିଜେପି । ପରିବର୍ତ୍ତନ ନାରାରେ ସାମିଲ୍ ହୋଇଛନ୍ତି ରାଜ୍ୟବାସୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.