ETV Bharat / state

ଜଙ୍ଗଲ ସୁରକ୍ଷାରେ ମହିଳାଙ୍କ ଭାଗିଦାରୀ, ଲଣ୍ଡା ପାହାଡ଼ ହୋଇଛି ସବୁଜିମା

author img

By ETV Bharat Odisha Team

Published : Mar 12, 2024, 7:07 PM IST

Tribal Self Reliant In Anugul: ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାକୁ ବସିଥିବାବେଳେ ବର୍ତ୍ତମାନ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଗୁରଙ୍ଗ ଗ୍ରାମବାସୀ । ସବୁଜିମାରେ ପରିପୂର୍ଣ୍ଣ ଏହି ଜଙ୍ଗଲ ସାଜିଛି ଲୋକଙ୍କ ରୋଜଗାର ମାଧ୍ୟମ । ଅନୁଗୋଳର ଦେଖନ୍ତୁ ଏହି ରିପୋର୍ଟ,

ଲଣ୍ଡା ପାହାଡ଼ ହୋଇଛି ସବୁଜିମା
ଲଣ୍ଡା ପାହାଡ଼ ହୋଇଛି ସବୁଜିମା
ଲଣ୍ଡା ପାହାଡ଼ ହୋଇଛି ସବୁଜିମା

ଅନୁଗୋଳ: ଦିନକୁ ଦିନ ଜଙ୍ଗଲ କ୍ଷୟ ହେବାକୁ ବସିଥିବାବେଳେ ବର୍ତ୍ତମାନ ଅନୁଗୋଳରେ ଦେଖିବାକୁ ମିଳିଛି ଏହାର ଓଲଟା ରୂପ । ଲଣ୍ଡା ପାହାଡ଼କୁ ସବୁଜ କ୍ଷେତ୍ରରେ ପରିଣତ କରାଇଛନ୍ତି ଏଠାକାର ଗ୍ରାମବାସୀ । ଦୀର୍ଘ ୪୦ବର୍ଷ ହେଲା ଅକ୍ଲାନ୍ତ ପରିଶ୍ରମ କରି ଜଙ୍ଗଲଟି ସୃଷ୍ଟି କରି ପାରିଛନ୍ତି ଗ୍ରାମବାସୀ । କେବଳ ଏତିକି ନୁହେଁ, ଏହି ଜଙ୍ଗଲ ଏବେ ୫୦ରୁ ଅଧିକ ପରିବାରର ରୋଜଗାରର ମାଧ୍ୟମ ମଧ୍ୟ ସାଜିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ସଦର ବ୍ଲକ ଗୁରଙ୍ଗ ଗାଁରେ ।

ଗୁରଙ୍ଗ ଗାଁରେ ଅନୁସୂଚିତ ଜାତି ଓ ଜନଜାତିର ପ୍ରାୟ ଶହେରୁ ଅଧିକ ପରିବାର ବସବାସ କରନ୍ତି । ଅଧିକାଂଶ ଲୋକ ବାହାରେ ମୂଲ ମଜୁରୀ କରି ପେଟ ପୋଷନ୍ତି । ଆର୍ଥିକ ଭାବେ ବେଶ ଦୁର୍ବଳ ରହିଥିବାବେଳେ ଜଙ୍ଗଲ ଓ ପରିବେଶ ସୁରକ୍ଷା ପ୍ରତି ସେମାନଙ୍କର ବିଶେଷ ଆଗ୍ରହ ରହିଛି । ଦୀର୍ଘ ୪୦ ବର୍ଷ ପୂର୍ବେ ସେଠାରେ ଏକ ଲଣ୍ଡା ପାହାଡ଼ ଥିଲା । ଲୋକଙ୍କୁ କାଠ ଓ ବାଉଁଶ ଖଣ୍ଡେ ଘର ତିଆରି କରିବାକୁ ମିଳୁନଥିଲା । ଗାଁକୁ ଲାଗି ଲଣ୍ଡା ପାହାଡ଼ ଥିବାରୁ ଖରାଦିନେ ଅସହ୍ୟ ତାତି ହେଉଥିଲା । ତେଣୁ ସେତେବେଳେ କିଛି ବ୍ୟକ୍ତି ସେଠାରେ ଗଛ ଲଗାଇ ଏକ ଜଙ୍ଗଲ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ । ସେଦିନରୁ ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲ ସୁରକ୍ଷା କରି ଆସୁଛନ୍ତି ଗ୍ରାମବାସୀ ।

ଏହି ଜଙ୍ଗଲରେ ହଜାର ହଜାର ସଂଖ୍ୟାରେ ଲିମ୍ବ, କରଞ୍ଜ, ଅଁଳା, ହରିଡା, ବାହାଡ଼ା, ଶାଳ ଓ ଅନ୍ୟ ପ୍ରଜାତିର ବଡ଼ ବଡ଼ ବୃକ୍ଷ ରହିଛି । ବହୁ ପରିବାର ଏହି ଜଙ୍ଗଲରୁ ଝୁଣା, ମହୁ, କେନ୍ଦୁପତ୍ର, ଅଁଳା, ହରିଡା, ବାହାଡା, ଶାଳପତ୍ର ଆଦି ଅନେକ ପ୍ରକାର ଜଙ୍ଗଲଜାତ ଜିନିଷ ସଂଗ୍ରହ କରି ବିକ୍ରି କରି ଅର୍ଥ ରୋଜଗାର କରିପାରୁଛନ୍ତି । ଏଥିସହ ଏହି ଜଙ୍ଗଲ ଯୋଗୁଁ ସେମାନେ ଗ୍ରୀଷ୍ମପ୍ରବାହରୁ ସାମାନ୍ୟ ରକ୍ଷା ପାଇପାରୁଛନ୍ତି । ଜଙ୍ଗଲ ଲୋକଙ୍କ ଜୀବନ ଶୈଳୀରେ ଆଣିଦେଇଛି ପରିବର୍ତ୍ତନ ।

ଜଙ୍ଗଲ ସୁରକ୍ଷା ପାଇଁ ପ୍ରତିବର୍ଷ ଗାଁରେ ବୈଠକ ହୁଏ । ବୈଠକରେ କିଭଳି ନିଜ ଜଙ୍ଗଲକୁ ସୁରକ୍ଷା ଦେବେ ସେଥିପାଇଁ ଯୋଜନା ପ୍ରସ୍ତୁତ ହୁଏ । ଯୋଜନା ଅନୁସାରେ ପାଳି କରି ଦୈନିକ ୪ଜଣ ଲେଖାଏଁ ଠେଙ୍ଗାବାଡି ଧରି ସକାଳୁ ସଞ୍ଜ ଯାଏଁ ଜଙ୍ଗଲ ଜଗିବାକୁ ଯାଉଛନ୍ତି । କେବଳ ପୁରୁଷ କାହିଁକି ଛୋଟପିଲା ଏବଂ ମହିଳାମାନେ ମଧ୍ୟ ଜଙ୍ଗଲ ଜଗିବାକୁ ଯାଆନ୍ତି । ଖରାଦିନେ ନିଆଁ ଲାଗିବା ଆଶଙ୍କା ଥିବାରୁ ଜଙ୍ଗଲକୁ ଗ୍ରାମବାସୀ ଅଧିକ ଧ୍ୟାନ ଦିଅନ୍ତି । ବର୍ଷ ବର୍ଷ ଧରି ଗ୍ରାମବାସୀ ଏଭଳି ନିଜ ଜଙ୍ଗଲକୁ ନିଜେ ସୁରକ୍ଷା ଦେଇ ଆସୁଛନ୍ତି । ଯାହା ଫଳରେ ଆଜି ସେଠାରେ ଜଙ୍ଗଲ ହସୁଛି ।

ଏହା ମଧ୍ୟ ପଢନ୍ତୁ: ବଣ୍ଡାଘାଟିରେ ଫଳୁଛି ଲାଲ ଟହଟହ ଷ୍ଟ୍ରବେରୀ: କମାଲ କଲେ ଦୁଇ ଭାଇ, ଅନ୍ୟ ପାଇଁ ସାଜିଲେ ପ୍ରେରଣା

ଏଠାରେ କେବଳ ବିଭିନ୍ନ ପ୍ରଜାତିର ବୃକ୍ଷଲତା କାହିଁକି, ସେଠାରେ ଏବେ ହରିଣ, କୁଟୁରା, ମିରିଗ, ବାରହା ଆଦି ଜଙ୍ଗଲୀ ଜନ୍ତୁ ମଧ୍ୟ ବିଚରଣ କରୁଛନ୍ତି । ତେବେ ଗୁରଙ୍ଗ ଗାଁ ଲୋକେ ଅଭାବ ଅନଟନ ଭିତରେ ରହି ମଧ୍ୟ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ଯେଉଁଭଳି ଭାବେ ଅଣ୍ଟା ଭିଡିଛନ୍ତି ତାହା ଅନ୍ୟ ମାନଙ୍କ ପାଇଁ ନିଶ୍ଚିତ ଭାବେ ଶିକ୍ଷଣୀୟ ଏବଂ ପ୍ରେରଣାଦାୟୀ ଅଟେ ।

ଅନୁଗୋଳ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.