ETV Bharat / state

କଣ୍ଟାମାଳରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଡାକ୍ତରଖାନାରେ ନାହାନ୍ତି ବିଶେଷଜ୍ଞ ଡାକ୍ତର - Health Care Disarray in Kantamal

author img

By ETV Bharat Odisha Team

Published : May 10, 2024, 2:19 PM IST

Health Care Disarray In Kantamal: କଣ୍ଟାମାଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ । ହସ୍ପିଟାଲରେ ନାହାନ୍ତି ଜଣେ ହେଲେ ବିଶେଷଜ୍ଞ ଡାକ୍ତର । ଅଧିକ ପଢନ୍ତୁ

Health Care Disarray in Kantamal
Health Care Disarray in Kantamal (ETV Bharat Odisha)

ବୌଦ୍ଧ: କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା । ନିର୍ବାଚନ ମଣ୍ଡଳୀରେ ଥିବା ତିନୋଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ହେଲେ ନାହାନ୍ତି ବିଶେଷଜ୍ଞ ଡାକ୍ତର । ଗମନାଗମନର ଅବ୍ୟବସ୍ଥା ହେତୁ ଉପାନ୍ତ ଅଞ୍ଚଳର ଅଧିବାସୀ ଉପଯୁକ୍ତ ସ୍ବାସ୍ଥ୍ୟସେବା ନପାଇ ବାଧ୍ୟ ହୋଇ ଝଡାଫୁଙ୍କା ତଥା ଗୁଣିଗାରେଡି ଉପରେ ନିର୍ଭର କରୁଛନ୍ତି । ଅନେକ ସମୟରେ ଏହି ଅଞ୍ଚଳରେ ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସୁଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ କି ରାଜନେତା ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି ।

ଦୀର୍ଘ ବର୍ଷ ହେଲା ସ୍ବାସ୍ଥ୍ୟସେବା କଣ୍ଟାମାଳରେ ବିପର୍ଯ୍ୟସ୍ତ ହୋଇରହିଛି । କେବଳ ପ୍ରଚାର ସର୍ବସ୍ବ ହୋଇରହିଛି ସରକାରଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ଯୋଜନା । ଏହି ଅଞ୍ଚଳରେ ତିନୋଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ପ୍ରାୟ ତିରିଶରୁ ଊର୍ଦ୍ଧ୍ବ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କୌଣସି ଡାକ୍ତରଖାନାରେ ଜଣେ ମଧ୍ୟ ବିଶେଷଜ୍ଞ ଡାକ୍ତର ଦୀର୍ଘ ବର୍ଷ ହେଲା ନାହାନ୍ତି । କଣ୍ଟାମାଳ ବ୍ଲକ ସଦର ମହକୁମା ସମେତ ମନମୁଣ୍ଡା ଓ ବାଉଁଶୁଣୀଠାରେ ତିନୋଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ଏଠାରେ ଆବଶ୍ୟକତା ମୁତାବକ ଡାକ୍ତର ଓ କର୍ମଚାରୀଙ୍କ ଅଭାବ ବର୍ଷ ବର୍ଷ ହେଲା ଲାଗି ରହିଛି ।

ଏହା ମଧ୍ୟ ପଢନ୍ତୁ-ଆଢେଣୀଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା

ସବୁଠାରୁ ଆଶ୍ଚର୍ଯ୍ୟ କଥା ଏଠାରେ ଅନେକ କ୍ଷେତ୍ରରେ ସ୍ବାସ୍ଥ୍ୟସେବା ଅପେକ୍ଷା ରାଜନୀତି ଅଧିକ ହୋଇଥାଏ । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଗୁନ୍ଦୁଳିଆ ପଞ୍ଚାୟତଠାରୁ ନେଇ ଖୁଣ୍ଟିଗୋରା ପଞ୍ଚାୟତ ପର୍ଯ୍ୟନ୍ତ ବିଭିନ୍ନ ପଞ୍ଚାୟତର ଅନେକ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗର ବିଚ୍ଛିନ୍ନତା ହେତୁ ସେସବୁ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଏକପ୍ରକାର ଅପହଞ୍ଚ ହୋଇ ରହିଛି । ବିଶେଷ ଭାବରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ନାରାୟଣ ପ୍ରସାଦ, ଉମା,ବରଗାଁ, ଲମ୍ବସରୀ, ଶଗଡା, ଗୁନ୍ଦୁଳିଆ ଭଳି କନ୍ଧମାଳ ଜିଲ୍ଲା ସଂଲଗ୍ନ ପଞ୍ଚାୟତର ଅନେକ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ଯୋଗାଯୋଗ ହୋଇ ପାରିନାହିଁ ।

ଫଳରେ ସେସବୁ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ପହଞ୍ଚି ପାରିନାହିଁ । କେବଳ ନିର୍ବାଚନ ସମୟରେ ବିଭିନ୍ନ ରାଜନୈତିକ ବ୍ୟକ୍ତି ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତିରେ ପୋତି ପକାଇ ନିର୍ବାଚନ ପରେ ସବୁ ଭୁଲି ଯାଇଥାନ୍ତି । ଉପାନ୍ତ ଅଞ୍ଚଳର ଗରିବ ନିରୀହ ଆଦିବାସୀଙ୍କ ନିକଟରେ ସ୍ବାସ୍ଥ୍ୟସେବା ଠିକରେ ପହଞ୍ଚି ପାରୁ ନଥିବାରୁ ସେସବୁ ଅଞ୍ଚଳରେ ଆଜି ମଧ୍ୟ ଲୋକେ ଝଡାଫୁଙ୍କା, ଗୁଣିଗାରେଡି, ତନ୍ତ୍ର ମନ୍ତ୍ର ଉପରେ ନିର୍ଭରଶୀଳ । ତେଣୁ ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.