ETV Bharat / state

ଆଶାର ଉତ୍ସ କିନ୍ନର ଝୁନୁ-ଭୀମା: ସମାଜକୁ ଦେଖାଇଲେ ଦିଗଦର୍ଶନ, ସାଜିଲେ ଉଦାହରଣ - କୋରାପୁଟ କିନ୍ନର ଖବର

koraput Transgender Girls Jhunu and Bhima: କିନ୍ନରକୁ ନେଇ କଥାରେ ଅଛି ଯେ, କାହା ପାଇଁ ଆଦର ତ ଆଉ କାହାକୁ ହତାଦର । କିନ୍ନରଙ୍କୁ ନେଇ ସମାଜରେ ଏକ ଭିନ୍ନ ଦୃଷ୍ଟିକୋଣ ରହିଥିବା ବେଳେ କୋରାପୁଟ ଜିଲ୍ଲାର ଝୁନୁ ଏବଂ ଭୀମା ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

ନୂଆ ଦିଶା ଦିଗରେ କିନ୍ନର
ନୂଆ ଦିଶା ଦିଗରେ କିନ୍ନର
author img

By ETV Bharat Odisha Team

Published : Feb 2, 2024, 5:20 PM IST

Updated : Feb 3, 2024, 10:09 AM IST

ଆଶାର ଉତ୍ସ କିନ୍ନର ଝୁନୁ-ଭୀମା

କୋରାପୁଟ: ଆଜି ଆଉ ପଛରେ ନାହାନ୍ତି ତୃତୀୟ ଲିଙ୍ଗ । କିନ୍ନରଙ୍କୁ ନେଇ ସମାଜରେ ଏକ ଭିନ୍ନ ଦୃଷ୍ଟିକୋଣ ରହିଥିବା ବେଳେ ଏଠାରେ କଠିନ ପରିଶ୍ରମ ଓ ଦକ୍ଷତା ବଳରେ ହାର ମାନିଛି ସମାଜର ଟାହି ଟାପରା । ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଅଞ୍ଚଳର ଝୁନୁ ତାଡିଙ୍ଗି ଓ ଭୀମା ସିରିକା । ଦୁହେଁ କିନ୍ନର ହୋଇଥିବା ବେଳେ ସମ୍ମାନର ସହ ସମାଜରେ ବଞ୍ଚୁଛନ୍ତି । ସମାଜରେ ମୁଣ୍ଡଟେକି ଚାଲିବା ସହିତ ଉଚ୍ଚ ଶିକ୍ଷା ହାସଲ କରିଛନ୍ତି ।

ଅନ୍ୟ ପାଇଁ ଉଦାହରଣ ଝୁନୁ-ଭୀମା: ଝୁନୁ ତାଡିଙ୍ଗି ଓ ଭୀମା ସିରିକା ବାଲିପେଟା ଉଚ୍ଚ ବିଦ୍ୟାଳୟରେ ପାଠ ପଢି ଦଶମ ଶ୍ରେଣୀରେ ସଫଳତାର ସହ ପାସ୍ ହୋଇ ସେମିଳିଗୁଡା ମହାବିଦ୍ୟାଳୟରେ ଉଚ୍ଚ ଶିକ୍ଷା ହାସଲ କରିଛନ୍ତି । ଝୁନୁ ଏହି ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି ବର୍ତ୍ତମାନ ସେମିଳିଗୁଡା ମହାବିଦ୍ୟାଳୟରେ ସ୍ନାତକ ଡିଗ୍ରୀର ଦ୍ଵିତୀୟ ବର୍ଷର ଛାତ୍ରୀ ଭାବେ ସଫଳତାର ସହ ଅଧ୍ୟୟନ କରୁଛନ୍ତି । ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ଏପରିକି ସହପାଠୀ ସେମାନଙ୍କ ପାଠପଢ଼ା, ଖେଳକୁଦ, ନାଚଗୀତ ପ୍ରତି ଥିବା ଆଗ୍ରହ ଓ ସୁଚାରୁରୂପେ ଉପସ୍ଥାପନ କରିବାର ଦକ୍ଷତାକୁ ନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ।

12 ବର୍ଷ ବୟସରେ ଜାଣିପାରିବେ ଲିଙ୍ଗ: ପିଲାବେଳୁ ଭୀମା କିନ୍ନର ବୋଲି ଜାଣିଥିବା ବେଳେ ଝୁନୁଙ୍କୁ 12 ବର୍ଷ ହୋଇଥିବା ବେଳେ ସେ କିନ୍ନର ବୋଲି ଜାଣିପାରିଥିଲେ । ଫଳରେ ସମାଜରେ ଅନେକ ପ୍ରକାର ଧିକାର ମିଳିଥିବା କଥା ସେ କହିଛନ୍ତି । କିନ୍ତୁ ସେମିଳିଗୁଡା ମହାବିଦ୍ୟାଳୟକୁ ଆସିବା ପରେ ସେମାନଙ୍କ ଜୀବନରେ ନୂତନ ମୋଡ ଆସିଥିଲା । ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କୁ ବାଳିକାଙ୍କ ବସ୍ତ୍ର ପିନ୍ଧି ଶ୍ରେଣୀ ଗୃହକୁ ଆସିବା ନେଇ ଅନୁମତି ଦେବା ପରେ ଉଭୟଙ୍କ ପାଇଁ ଶିକ୍ଷା ଗ୍ରହଣ କରିବା ସହଜ ହୋଇଉଠିଥିଲା ।

ଏହା ମଧ୍ୟ ପଢନ୍ତୁ: କିନ୍ନରଙ୍କ ହାତରେ ସୁନ୍ଦର କଳାକୃତି, ସ୍ବାବଲମ୍ବୀ ହେବାକୁ ତାଲିମ ଦେଉଛି ପ୍ରଶାସନ

ସରକାରଙ୍କ ଜିଲ୍ଲା ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ମାସିକ ଭତ୍ତା ମଧ୍ୟ ମିଳିବା ପରେ ସେମିଳିଗୁଡ଼ାରେ ଏକ ଘର ଭଡାରେ ନେଇ ଦୁଇ ଜଣ ରହି ପାଠପଢ଼ା ଜାରି ରଖିଥିବା ଜଣାଇଛନ୍ତି । ଝୁନୁ ଉଚ୍ଚଶିକ୍ଷା ପାଇ ସେମାନଙ୍କ ସାଥି କିନ୍ନରଙ୍କ ଜୀବନରେ ନୂତନ ଆଶା ସଂଚାର କରିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଭୀମା ଏକ ଶିକ୍ଷକ ହୋଇ ଘର ମଧ୍ୟରେ ବନ୍ଦ ହୋଇ ରହୁଥିବା କିନ୍ନରଙ୍କୁ ବିଦ୍ୟାଳୟକୁ ଆଣି ଶିକ୍ଷାର ଆଲୋକ ଦେବା ପାଇଁ ସଂକଳ୍ପକୁ ଦୋହରାଇଛି ।

ସେମିଳିଗୁଡା ମହାବିଦ୍ୟାଳୟ ଦ୍ୱାରା କିନ୍ନରଙ୍କ ଶିକ୍ଷା ପ୍ରଦାନ ଦିଗରେ କରାଯାଇଥିବା ସହଯୋଗ ଅନ୍ୟ ଅନୁଷ୍ଠାନ ପାଇଁ ପ୍ରେରଣାଦାୟୀ ହୋଇ ତୃଣମୂଳସ୍ତରରେ ହିଁ କିନ୍ନରଙ୍କ ଶିକ୍ଷା ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି ମହାବିଦ୍ୟାଳୟ ଅଧ୍ୟାପିକା ତଥା ବିଶିଷ୍ଟ ସମାଜସେବୀ ଝାନ୍ସି ସିଂ ଆଶାପୋଷଣ କରିଛନ୍ତି । ଅପରପକ୍ଷେ ଜିଲ୍ଲାରେ କିନ୍ନରଙ୍କ ବାସ୍ତବ ସଂଖ୍ୟା ଓ ସେମାନଙ୍କ ନିଜସ୍ୱ ଆବଶ୍ୟକତାକୁ ଜାଣିବା ପାଇଁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଏହି ସର୍ଭେ କାର୍ଯ୍ୟ ସରିବା ପରେ ସେମାନଙ୍କ ଇଚ୍ଛା ମୁତାବକ ଦକ୍ଷତା ବିକାଶର ତାଲିମ ଦିଆଯାଇ କିନ୍ନରଙ୍କୁ ସ୍ୱାବଲମ୍ବୀ କରାଇବାର ଯୋଜନା ଥିବା ସେ କହିଛନ୍ତି । ଆଧୁନିକତାର ସମାଜରେ ମନୁଷ୍ୟ ଅଗ୍ରଗତି କରୁଥିଲେ ମଧ୍ୟ ସମାଜିକ ବାସନ୍ଦ ଭାବେ ଜୀବନ ଅତିବାହିତ କରୁଛନ୍ତି ଏମାନେ । ଭୀମ ଏବଂ ଝୁନୁଙ୍କ ପ୍ରେରଣାଦାୟୀ କାହାଣୀ ତୃଣମୂଳସ୍ତରରେ କିନ୍ନରଙ୍କ ଶିକ୍ଷା ଦିଗରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, କୋରାପୁଟ

Last Updated : Feb 3, 2024, 10:09 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.