ETV Bharat / state

ପ୍ରଭୁ ଅଲାରନାଥଙ୍କ ମାହାତ୍ମ୍ୟ; ବ୍ରହ୍ମାଙ୍କ ତପସ୍ୟାରୁ ବ୍ରହ୍ମଗିରିରେ ଆବିର୍ଭାବ, ଏହିଦିନ ଦର୍ଶନ କଲେ ମିଳେ କୋଟି ପୂଣ୍ୟ - Alarnatha Temple

author img

By ETV Bharat Odisha Team

Published : Jun 26, 2024, 9:45 PM IST

Hindu Mythology Behind Lord Alarnatha: ମହାପ୍ରଭୁ ଜଗନ୍ନାଥ ଜ୍ବରରେ ପଡି ଅଣସର ପିଣ୍ଡି ବିଜେ କରିବାରୁ ଏବେ ବ୍ରହ୍ମଗିରି ସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଜମୁଛି ଭକ୍ତ ଗହଳି । ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରୀଅଲାରନାଥଙ୍କ ଦର୍ଶନ କରୁଛନ୍ତି । ଜାଣନ୍ତୁ ଅଣସର ବେଳେ ଅଲାରନାଥଙ୍କ ଦର୍ଶନ କଲେ କ'ଣ ମିଳେ ଫଳ ? କେମିତି ବ୍ରହ୍ମଗିରିରେ ଆବିର୍ଭାବ ହୋଇଥିଲେ ଏହି ଚତୁର୍ଦ୍ଧାମୂର୍ତ୍ତି ନାରାୟଣ

ପ୍ରଭୁ ଅଲାରନାଥଙ୍କ ମହାତ୍ମ୍ୟ; ବ୍ରହ୍ମାଙ୍କ ତପସ୍ୟାରୁ ବ୍ରହ୍ମଗିରିରେ ହେଲେ ଆବିର୍ଭାବ
ପ୍ରଭୁ ଅଲାରନାଥଙ୍କ ମହାତ୍ମ୍ୟ; ବ୍ରହ୍ମାଙ୍କ ତପସ୍ୟାରୁ ବ୍ରହ୍ମଗିରିରେ ହେଲେ ଆବିର୍ଭାବ (ETV Bharat Odisha)

ପୁରୀ: ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ଲୀଳାମୟ ମହାପ୍ରଭୁ । ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଶୋଇଛନ୍ତି । ସେଠାରେ ଦଇତା ସେବାୟତମାନେ ଦାରୁ ଦିଅଁଙ୍କ ଗୁପ୍ତ ଉପଚାର କରୁଛନ୍ତି । ଏଣେ ଶ୍ରୀମନ୍ଦିର ରତ୍ନସିଂହାସନରେ କଳାସାଆନ୍ତେଙ୍କ ଦର୍ଶନ ନପାଇ ପୁରୀ ବ୍ରହ୍ମଗିରିର ଅଲାରନାଥଙ୍କ ପୀଠରେ ଭିଡ ଜମାଉଛନ୍ତି ଶ୍ରଦ୍ଧାଳୁ । ତେବେ କ'ଣ ରହିଛି ପ୍ରଭୁ ଅଲାରନାଥଙ୍କ ପୀଠର ମାହାତ୍ମ୍ୟ ? କାହିଁକି ଅଣସର ବେଳେ ଅଲାରନାଥଙ୍କ ଦର୍ଶନ କରନ୍ତି ଶ୍ରଦ୍ଧାଳୁ, ପଢନ୍ତୁ ଏ ସମ୍ପର୍କିତ ଏହି ବିଶେଷ ରିପୋର୍ଟ

ପ୍ରଭୁ ଅଲାରନାଥଙ୍କ ମହାତ୍ମ୍ୟ (ETV Bharat Odisha)

ବିଷ୍ଣୁଙ୍କ ଚଳନ୍ତି ପ୍ରତିମା ପ୍ରଭୁ ଅଲାରନାଥ: ଶାସ୍ତ୍ରରେ ବର୍ଣ୍ଣିତ ଅଛି, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସମ ଫଳ ମିଳିଥାଏ । ଏଥିପାଇଁ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ପୀଠ ଏବେ ଚଳଚଞ୍ଚଳ । ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ପ୍ରଭୁଙ୍କ ସୁଅ ଛୁଟୁଛି ପୀଠକୁ । ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରି ଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ଅଲାରନାଥଙ୍କୁ ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ଭାବେ ବିଶ୍ବାସ କରାଯାଏ । ତାଙ୍କର ବିଗ୍ରହମୂର୍ତ୍ତି କଳାମୁଗୁନି ପଥରରେ ନିର୍ମିତ । ମୂର୍ତ୍ତି ଚାରିପାଖେ ତୋରଣ ଅଛି । ତୋରଣ ତଳେ ପାର୍ଶ୍ବଦେବୀ, ଭୂଦେବୀ, ବିଦ୍ୟମାନ କରୁଛନ୍ତି । ପଦଯୁଗ ତଳେ ଗରୁଡ ପ୍ରାର୍ଥନାରତ ଅଛନ୍ତି । ପ୍ରଭୁଙ୍କ ଊର୍ଦ୍ଧ୍ବ ବାମ ହସ୍ତରେ ଶଙ୍ଖ, ଡାହଣ ହସ୍ତରେ ଚକ୍ରଚିହ୍ନ । ନିମ୍ନ ବାମ ହସ୍ତରେ ଗଦା ଓ ଡାହାଣ ହସ୍ତରେ ପଦ୍ମ ଚିହ୍ନ ଅଛି । ଏଣୁ ଶ୍ରୀଅଲାରନାଥଙ୍କୁ ଚତୁର୍ଦ୍ଧାମୂର୍ତ୍ତି ନାରାୟଣ କୁହାଯାଏ ।

ପ୍ରଭୁ ଅଲାରନାଥଙ୍କ ମାହାତ୍ମ୍ୟ: ରଥଯାତ୍ରା ପୂର୍ବରୁ ପ୍ରଥମେ ପଡେ ସ୍ନାନଯାତ୍ରା । ମହାପ୍ରଭୁଙ୍କ ଦେବସ୍ନାନ ପରେ ଶ୍ରୀଜିଉମାନେ ଲୌକିକ ମତରେ ଭୀଷଣ ଜ୍ୱରରେ ଆକ୍ରାନ୍ତ ହୋଇ ଅଣସର ଘରେ ପଡ଼ିରହନ୍ତି । ଅଣସରର ତାଳତାଟି ଭିତରେ ମହାପ୍ରଭୁଙ୍କ ବଂଶଧର ଭାବେ ପରିଚିତ ଦଇତାପତି ସେବକମାନେ ସେମାନଙ୍କର ସେବାଶୂଶ୍ରୁଷା କରନ୍ତି । ଏହି ସମୟରେ ଭକ୍ତମାନେ ଦୀର୍ଘ ୧୫ ଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରନ୍ତି ନାହିଁ ତେଣୁ ସେମାନେ ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ଶ୍ରୀମନ୍ଦିର ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି । ଏଥିପାଇଁ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗି ରହିଥାଏ ।

କେମିତି ଆବିର୍ଭାବ ହେଲେ ଅଲାରନାଥ: ପ୍ରଭୁ ଅଲାରନାଥଙ୍କୁ ନେଇ ଏକ ପୌରାଣିକ ବିଷୟବସ୍ତୁ ରହିଛି । ସତ୍ୟଯୁଗ ସମୟରେ ଏକଦା ସୃଷ୍ଟିକର୍ତ୍ତା ବ୍ରହ୍ମା ଭଗବାନ ବିଷ୍ଣୁଙ୍କ ଦର୍ଶନ ଲାଭ ପାଇଁ ଘୋର ତପସ୍ୟା କଲେ । ବ୍ରହ୍ମାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ବିଷ୍ଣୁ ଚତୁର୍ଭୁଜ ରୂପ ଧାରଣ କରି ତାଙ୍କ ସମ୍ମୁଖରେ ପ୍ରକଟ ହେଲେ ଓ କହିଲେ- ମୁଁ ତୁମ ତପସ୍ୟାରେ ସନ୍ତୁଷ୍ଟ । ତୁମେ ମୋର ଏକ ଚତୁର୍ଭୁଜ ମୂର୍ତ୍ତି ନିର୍ମାଣ କରି ଏଠାରେ ପୂଜାର୍ଚ୍ଚନା କର । ଭଗବାନଙ୍କ ଆଜ୍ଞା ପାଳନ କରି ବ୍ରହ୍ମା କଳା ମୁଗୁନି ପଥରରେ ବିଷ୍ଣୁଙ୍କ ଚଳନ୍ତି ପ୍ରତିମା ନିର୍ମାଣ କରି ସେଠାରେ ପୂଜାର୍ଚ୍ଚନା କଲେ । ସେହି ପ୍ରତିମୂର୍ତ୍ତି ସମ୍ପ୍ରତି ଅଲାରନାଥ ନାମରେ ସର୍ବବିଖ୍ୟାତ ।

ବ୍ରହ୍ମାଙ୍କ ତପସ୍ୟାରୁ ବ୍ରହ୍ମଗିରି: ପୌରାଣିକ କଥା ଅନୁସାରେ, ଯେଉଁ ପର୍ବତ ଉପରେ ବ୍ରହ୍ମା ତପସ୍ୟା କଲେ ସେହି ସ୍ଥାନଟି ପରବର୍ତ୍ତୀ କାଳରେ ବ୍ରହ୍ମଗିରି ନାମରେ ବିଖ୍ୟାତ ହେଲା । ପରବର୍ତ୍ତୀ ସମୟରେ ସେହି ଅଞ୍ଚଳକୁ ବ୍ରହ୍ମଗିରି ବୋଲି କୁହାଗଲା । ଆଉ ଏକ ପୌରାଣିକ କଥା ଯେ, ରାଜା ଇନ୍ଦ୍ରଦ୍ୟୁମ୍ନ ରାଜତ୍ୱ କାଳରେ ସୃଷ୍ଟିକର୍ତ୍ତା ବ୍ରହ୍ମା ଶ୍ରୀମନ୍ଦିର ପ୍ରତିଷ୍ଠା ଲାଗି ମର୍ତ୍ତ୍ୟଭୂମିକୁ ଆସିଥିଲେ । ସେ ପ୍ରଥମେ ଯେଉଁ ସ୍ଥାନରେ ମର୍ତ୍ତ୍ୟଭୂମିକୁ ଓହ୍ଲାଇଲେ ସେହି ସ୍ଥାନକୁ ପରବର୍ତ୍ତୀ ସମୟରେ ବ୍ରହ୍ମଗିରି ବୋଲି କୁହାଗଲା । ସୃଷ୍ଟିକର୍ତ୍ତା ମର୍ତ୍ତ୍ୟଭୂମିରେ ପାଦ ଦେବା ପରେ ବିଷ୍ଣୁଙ୍କ ପୂଜା କରିଥିଲେ । ଯେଉଁଠାରେ ସେ ବିଷ୍ଣୁଙ୍କ ପୂଜା କରିଥିଲେ ପରବର୍ତ୍ତୀ ସମୟରେ ତାହା ଅଲାରନାଥ ନାମରେ ଖ୍ୟାତି ଅର୍ଜନ କଲା ।

ସେପଟେ ଅନ୍ୟ ଏକ ଜନଶୃତି ରହିଛି, ଦକ୍ଷିଣ ଭାରତରୁ ଆଲବନ୍ଦାଚାର୍ଯ୍ୟ ନାମକ ଜଣେ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସିଥିଲେ । ସେତେବେଳେ ମହାପ୍ରଭୁଙ୍କ ଅନବସର ନୀତି ଚାଲିଥିଲା । ଭକ୍ତ ଆଲବନ୍ଦାଚାର୍ଯ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇ ପାରିନଥିଲେ । ସେ ଏଥିରେ ଦୁଃଖିତ ହୋଇ ନିଜ ଜୀବନ ହାରିବାକୁ ସମୁଦ୍ରକୁ ଯାଇଥିଲେ । ହେଲେ ପ୍ରଭୁ ହନୁମାନ ତାଙ୍କ ପଥ ଓଗାଳିଥିଲେ । ଏହିଭଳି ଭାବେ ଭକ୍ତ ଆଲବନ୍ଦାଚାର୍ଯ୍ୟ ଚିଲିକା ପାଖରେ ପହଞ୍ଚିଥିଲେ । ପରେ ଦେହରେ ନିଆଁ ଲଗାଇ ଜୀବନ ହାରିବାକୁ ଚେଷ୍ଟା କରୁଥିବା ବେଳେ ମହାପ୍ରଭୁ ପ୍ରକଟ ହୋଇ ଦର୍ଶନ ଦେଇଥିଲେ । ତେବେ ତାଙ୍କ ଅନୁରୋଧ ପୂର୍ବକ ମହାପ୍ରଭୁ ସେଠାରେ ଭକ୍ତ ଆଲବନ୍ଦାଚାର୍ଯ୍ୟ ନାମରେ ପୂଜା ପାଇଥିଲେ । ପରେ ଏହି ନାଁ ବଦଳି ଜନଶୃତିରେ ଅଲାରନାଥ ହୋଇଥିବା କୁହାଯାଏ ।

ପ୍ରଭୁ ଅଲାରନାଥଙ୍କ ପ୍ରିୟ ଖିରୀ: ସେହିପରି ପ୍ରଭୁ ଅଲାରନାଥଙ୍କୁ ନେଇ ଏକ ସୁନ୍ଦର କଥାବସ୍ତୁ ରହିଛି । ପ୍ରଭୁ ଅଲାରନାଥ ଖିରୀ ଖାଇବାକୁ ବେଶ ଭଲ ପାଆନ୍ତି । ଦିନେ ତାଙ୍କର ପୂଜକ ନିଜ କାର୍ଯ୍ୟରେ ବାହାରକୁ ଯାଇଥିଲେ । ତାଙ୍କ ଛୋଟ ପୁଅଟି ପ୍ରଭୁ ଅଲାରନାଥଙ୍କୁ ଖିରୀ ଭୋଗ ଦେବା ବେଳେ ପ୍ରଭୁ ଏହା ଖାଇବାକୁ କୁନି ବାଳକଟି ଅନୁରୋଧ କରିଥିଲା । ପ୍ରଭୁ ବାଳକର ଅନୁରୋଧ ରକ୍ଷା କରି ପ୍ରକଟ ହୋଇ ଖିରୀ ଖାଇଥିଲେ । ହେଲେ ଖିରୀ ଗରମ ଥିବାରୁ ପ୍ରଭୁ ଅଲାରନାଥଙ୍କ ଶ୍ରୀଅଙ୍ଗରେ ଫୋଟକା ହୋଇଯାଇଥିଲା । ଏହି ଚିହ୍ନ ଆଜିବି ଅଲାରନାଥଙ୍କ ମୂର୍ତ୍ତିରେ ଦେଖିବାକୁ ମିଳିଥାଏ । ଏହି ସ୍ମୃତିରେ ଅନବସରରେ ଭକ୍ତମାନେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରି ଖିରୀ ଭୋଗ କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ: ଅଣସର ପିଣ୍ଡିରେ ମହାପ୍ରଭୁ, ଦର୍ଶନ ପାଇଁ ଅଲାରନାଥରେ ଭକ୍ତଙ୍କ ପ୍ରବଳ ଭିଡ଼ - DARSHAN OF LORD ALARNATH

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.