ETV Bharat / state

ବିଜେପିରେ ମିଶିଲେ ବିଜେଡି ନେତ୍ରୀ ଗୀତାଞ୍ଜଳି, ଘରକୁ ଫେରିଲେ ବିମ୍ବାଧର - GEETANJALI Joins BJP

author img

By ETV Bharat Odisha Team

Published : Apr 22, 2024, 6:12 PM IST

BJP JOINING PROGRAM: ବିଜେପିରେ ମିଶିଲେ କେନ୍ଦ୍ରାପଡାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ । କେନ୍ଦ୍ରାପଡ଼ାରେ ପରିବର୍ତ୍ତନ ହେବ କି ରାଜନୈତିକ ପାଣିପାଗ ? ଅଧିକ ପଢନ୍ତୁ

ବିଜେପିରେ ମିଶିଲେ ବିଜେଡି ନେତ୍ରୀ ଗୀତାଞ୍ଜଳି, ଘରକୁ ଫେରିଲେ ବିମ୍ବାଧର

ଭୁବନେଶ୍ବର: କେନ୍ଦ୍ରାପଡା ବିଜେଡିକୁ ଶକ୍ତ ଝଟକା । ବିଜେପିରେ ମିଶିଲେ କେନ୍ଦ୍ରାପଡାର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ସେଠୀ । ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ନିର୍ବଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାରଙ୍କ ଉପସ୍ଥିତିରେ ଦଳରେ ସାମିଲ । ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସହିତ ବିଜେଡି ଛାଡିଥିଲେ ଗୀତାଞ୍ଜଳି । ଗୀତାଞ୍ଜଳଙ୍କ ସମେତ ବହୁ ବିଜେଡ଼ି ନେତା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

୨୦୨୪ ବିଧାନସଭା ନିର୍ବାଚନ ନେଇ ବିଭିନ୍ନ ରାଜନୈତିକ ଦଳ ମାନଙ୍କର ଅଙ୍କକଷା ଚାଲିଥିବା ସମୟରେ ସରୁନି ନେତାଙ୍କର ଦଳଡିଆଁ । ଏହି ମଧରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ । କେନ୍ଦ୍ରାପଡ଼ାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ବିଜେଡି ଛାଡ଼ିଥିବା ସେ କହିଥିଲେ । ସେ ପୂର୍ବରୁ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଆଜି ବିଜେଡି ଛାଡ଼ୁ ଛାଡ଼ୁ ବିଜେପିରେ ଯୋଗ ଦେଇଛନ୍ତି ଗୀତାଞ୍ଜଳି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫାପତ୍ର ପଠାଇବା ସହ ଗୀତାଞ୍ଜଳି ବିଜେଡି ଛାଡିବା ପଛର କାରଣ ଲେଖିଛନ୍ତି । ବିଜେଡିରେ ରହି କାମ କରିବା ସମ୍ଭବପର ହେଉନାହିଁ ବୋଲି କହିଛନ୍ତି ।

ସେପଟେ ବିଜେପି ଫେରିଲେ ବିମ୍ବାଧର କଅଁର । ପୂର୍ବତନ ମନ୍ତ୍ରୀ ତଥା ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ପଶ୍ଚିମ ଓଡ଼ିଶାର ପରିଚିତ ନେତା ବିମ୍ବାଧର କଅଁର । 2014ରେ ବିଜେପି ଛାଡି ବିଜେଡିରେ ମିଶିଥିଲେ ବିମ୍ବାଧର । ହେଲେ ଆଜି ପୁଣି ପୁରୁଣା ଦଳ ବିଜେପିକୁ ଫେରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ତାଙ୍କ ଘର ବାହୁଡା ହୋଇଛି । ଦଳକୁ ଫେରିବା ବେଳେ ବିଜେଡି ଉପରେ ବର୍ଷିଛନ୍ତି ବିମ୍ବାଧର ।

ଏହା ମଧ୍ୟ ପଢନ୍ତୁ ......କଳାହାଣ୍ଡିରେ ଜମୁଛି ପ୍ରଚାର, ନର୍ଲାରେ କଂଗ୍ରେସ-ବିଜେଡିର ମିଶ୍ରଣ ପର୍ବ - Narla Assembly Constituency

ବିଜେଡି ଫଣ୍ଡ ମ୍ୟାନେଜ ମେଣ୍ଟ ଓ ଖଣି ଚାନ୍ଦାର ଗୁମର ଖୋଲିଛନ୍ତି ବିମ୍ବାଧର । ସେ କହିଛନ୍ତି ଯେ, ବିଜେଡିର ଗୋଟେ ଗୋଟେ କର୍ମଚାରୀଙ୍କ ପାଖରେ ସର୍ବନିମ୍ନ 50 ଲକ୍ଷ ଟଙ୍କା ମାସକୁ ଚାନ୍ଦା ନିଅନ୍ତି ଏବଂ ରୋଜଗାର କରନ୍ତି ଖଣି ଖାଦାନରୁ । ସେ ଦଳରେ ସ୍ୱାଭିମାନ ନାହିଁ । ସେହିପରି ତାଙ୍କ ସହିତ ସମ୍ବଲପୁରର ମହିଳା ନେତ୍ରୀ ନିବେଦିତା ନାୟକ ଏବଂ ଯୁବ ନେତା ସରୋଜ ଭୂୟାଁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.