ETV Bharat / state

ପ୍ରସ୍ତୁତି ପଥେ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ, ସ୍କନ୍ଧ ପୁରାଣ ଅନୁସାରେ ବ୍ରହ୍ମକ୍ଷେତ୍ରରୁ ବ୍ରହ୍ମ ତାଳଧ୍ଵଜ - Baladevjew Ratha Yatra 2024

Baladevjew Ratha Yatra 2024: ପାଖେଇ ଆସୁଛି ରଥଯାତ୍ରା । ଏଥିପାଇଁ କେନ୍ଦ୍ରାପଡ଼ା ଶ୍ରୀବଳଦେବଜୀଉଙ୍କର ବି ରଥ ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଏହି ରଥଯାତ୍ରା ପଛରେ କଣ ରହିଛି ପୁରାଣ ପଢ଼ନ୍ତୁ

Baladevjew Ratha Yatra 2024
Baladevjew Ratha Yatra 2024 (ETV Bharat Odisha)
author img

By ETV Bharat Odisha Team

Published : Jul 2, 2024, 7:23 PM IST

କେନ୍ଦ୍ରାପଡ଼ା: ରଥଯାତ୍ରାକୁ ଆଉ ଦିନ କେଇଟା ବାକି । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରା ରଥ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ତୁଳସୀକ୍ଷେତ୍ର ବଡ଼ ମଣିମା ମହାପ୍ରଭୁ ବଳଦେବଜୀଉଙ୍କ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ରଥାରୂଢ ମହାପ୍ରଭୁ ବଳଦେବଜୀଉଙ୍କ ଦର୍ଶନରୁ ଯେମିତି ଭକ୍ତ ବଞ୍ଚିତ ନହୁଏ ସେନେଇ ଚାଲିଛି ବ୍ୟାପକ ପ୍ରସ୍ତୁତି । ଗତବର୍ଷ ବ୍ରହ୍ମ ତାଳଧ୍ଵଜ ରଥରେ ମହାପ୍ରଭୁଙ୍କ ଦର୍ଶନ ପାଇଥିଲେ ହେଁ କିଛିଟା ବିଭ୍ରାଟ ଯୋଗୁଁ ରଥ ମାଉସୀ ମା'ଙ୍କ ଚକଡ଼ା ଲାଗିବାରେ ବିଳମ୍ବ ହୋଇଥିଲା । ତେବେ ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ମନଭରି ଉପଭୋଗ କରିବା ପାଇଁ ଚାତକ ଭଳି ଚାହିଁ ରହିଛନ୍ତି ଭକ୍ତ । ଅନ୍ୟପଟେ ରଥ ପ୍ରସ୍ତୁତ ପାଇଁ ଦିନରାତି ଲାଗି ପଡିଛନ୍ତି ଦେବଶିଳ୍ପୀ ବିଶ୍ୱକର୍ମା କାରିଗର ସେବାୟତ ଓ କମାର ସେବାୟତ ଏବଂ ରଙ୍ଗ କାରିଗର ।

Baladevjew Ratha Yatra 2024 (ETV Bharat Odisha)

ତୁଳସୀକ୍ଷେତ୍ର ରଥଯାତ୍ରା ପାଇଁ ଏବେ ଚଳଚଞ୍ଚଳ ରଥଖଳା । ନିଜ ନିଜର କାମକୁ ଜୋର ଦେଇ ଏକମନ ହୋଇ କାମରେ ଲାଗିଛନ୍ତି ବଢ଼େଇ, କମାର ଓ ରଙ୍ଗ କାରିଗର । ଗତବର୍ଷ ଓ ଚଳିତ ବର୍ଷର ନୂଆ ଓ ପୁରୁଣା କାଠକୁ ନେଇ ଆରମ୍ଭ ହୋଇଥିବା ରଥ କାମ ଜୋରଦାର ଆଗେଇ ଚାଲିଛି । ଦେବସ୍ନାନ ପୂର୍ଣ୍ଣିମାର ୧୫ଦିନ ପୂର୍ବରୁ ଅର୍ଥାତ ଅକ୍ଷୟ ତୃତୀୟାରୁ ମହାପ୍ରଭୁ ବଳଦେବଜୀଉଙ୍କ "ବ୍ରହ୍ମ ତାଳଧ୍ଵଜ" ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଦେବସ୍ନାନ ପୂର୍ଣ୍ଣିମାରେ ଚକରେ ଅଖ ସଂଯୋଗ କରାଯାଇଥିଲା । ସେହିଦିନଠାରୁ ନିୟମିତ କାମ ଚାଲୁ ରହିଛି । ବ୍ରହ୍ମ ତାଳଧ୍ଵଜ ରଥର ଅଖ ସଂଖ୍ୟା ୭ ରହିଥିବା ବେଳେ ଚକ ସଂଖ୍ୟା ୧୪ଟି । ୧୦୨୪ ଖଣ୍ଡ ନୂଆ ଓ ପୁରୁଣା କାଠରେ ବ୍ରହ୍ମ ତାଳଧ୍ଵଜ ରଥ ନିର୍ମାଣ ହେଉଥିବା ବେଳେ ପରମ୍ପରା ଅନୁଯାୟୀ, ରଥର ଉଚ୍ଚତା ଶ୍ରୀକ୍ଷେତ୍ରର ନନ୍ଦିଘୋଷ ରଥଠାରୁ ମାତ୍ର କେଇ ହାତ ଉଚ୍ଚ ବା ୬୫ଫୁଟ ୬ ଇଞ୍ଚ ବୋଲି କହିଛନ୍ତି ସେବାୟତ ଓ କାରିଗର ।

ଚକରେ ଅଖ ପଶିବା ପରେ ବରାଣ, ପାରିଣୀ, ପାସ୍ତା ପରେ ପତର ବାଡ଼ିଆ କାମ ଶେଷ ହୋଇଛି । ଅନ୍ୟପଟେ ପାରାଭାଡ଼ିଆ କାମ ଆଜିଠୁ ଆରମ୍ଭ ହୋଇଛି ବୋଲି କହିଛନ୍ତି ଆଜକୁ ଦୀର୍ଘ ୧୪ ପିଢ଼ି ଧରି ବ୍ରହ୍ମ ତାଳଧ୍ଵଜ ରଥରେ କାମ କରୁଥିବା ବଢ଼େଇ ସେବାୟତ । ସେହିପରି ବଢ଼େଇ ମିସ୍ତ୍ରୀ ୩୫ ଜଣ, ୨୦ଜଣ ଶ୍ରମିକ, ୨ଜଣ କମାର, ୨ଜଣ ଧୋବା, ୨ ଜଣ ଶଗଡ଼ିଆ କାମ କରୁଥିବା ବେଳେ ରଥ ପାଇଁ ଆବଶ୍ୟକୀୟ ବରାନ୍ଦ, ନୋଥରୀ, ତାରିଣୀ, ମୁଣ୍ଡାକଣ୍ଟା ଓ ଛତିକଣ୍ଟା ପ୍ରସ୍ତୁତ କରନ୍ତି କମାର ସେବକ । ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ରବିବାର ନେତ୍ରୋତ୍ସବ ପୂର୍ବରୁ ରଥ ପ୍ରସ୍ତୁତ କରିବା ପାଇଁ ଜୋରଦାର କାମ ଚଳାଇଛନ୍ତି ସେବାୟତ ।

ଶ୍ରୀକ୍ଷେତ୍ରରେ ପ୍ରଭୁ ବଳଭଦ୍ରଙ୍କ ରଥର ନାମ ତାଳଧ୍ଵଜ ରଥ । ହେଲେ କେନ୍ଦ୍ରାପଡ଼ା ଜିଲ୍ଲାରେ କାହିଁ କେତେ କାଳରୁ ପୂଜା ପାଇ ଆସୁଥିବା ମହାପ୍ରଭୁ ବଳଦେବଜୀଉଙ୍କ ରଥର ନାମ "ବ୍ରହ୍ମ ତାଳଧ୍ଵଜ" କୁହାଯିବା ପଛରେ ରହିଛି ଅନେକ କିମ୍ବଦନ୍ତୀ ଏବଂ ସ୍ୱତନ୍ତ୍ରତା । ପ୍ରଭୁ ବଳଦେବଜୀଉଙ୍କ ବିଗ୍ରହ ମଣିଶିଳା (ବ୍ରହ୍ମ, ଯାହା ପରିବର୍ତ୍ତନ ବା ନବକଳେବର ହୁଏନାହିଁ) ହୋଇଥିବାରୁ ବଳଦେବଜୀଉଙ୍କୁ ବ୍ରହ୍ମ ବିଗ୍ରହ, କ୍ଷେତ୍ରକୁ ବ୍ରହ୍ମକ୍ଷେତ୍ର, ରଥରେ ବ୍ରହ୍ମ ବିଗ୍ରହ ବିଜେ କରୁଥିବାରୁ ରଥକୁ "ବ୍ରହ୍ମ ତାଳଧ୍ଵଜ" ରଥ ବୋଲି ସ୍କନ୍ଧ ପୁରାଣରେ ବର୍ଣ୍ଣିତ ଥିବା କୁହାଯାଏ । ଏପରି ନାମକରଣ ଅନ୍ୟ କୌଣସି ପୀଠରେ କରାଯାଇନଥିବା ମଧ୍ୟ ନଜିର ରହିଛି ।

ଗଙ୍ଗବଂଶୀୟ ଶାସକ ତୃତୀୟ ଅନଙ୍ଗଭୀମଦେଵ ୧୨୨୦ ଖ୍ରୀଷ୍ଟାବ୍ଦରେ ବଳଗଣ୍ଡି ଠାରେ ମହାପ୍ରଭୁଙ୍କ ପାଇଁ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଇଥିବାର ଲୋକଶୃତିରୁ ଜଣାଯାଏ । କେବଳ ଏତିକି ନୁହେଁ, ବଳଦେବଜୀଉଙ୍କୁ ଉତ୍ତର ତୋଷାଳି ମଧ୍ୟ ଘୋଷଣା କରିଥିବା କିମ୍ବଦନ୍ତୀ କୁହେ । ତେବେ ପୂର୍ବରୁ ତୁଳସୀକ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରାକୁ ଉତ୍କଳର ଗଜପତି ରାଜାମାନେ ଆୟୋଜନ କରାଉଥିବାରୁ ପୁରୀ ରଥଯାତ୍ରା ପରଦିନ ହାତୀ ଓ ସୈନ୍ୟଦଳ ଆସିବା ପରେ ରଥଯାତ୍ରା ସମ୍ପନ୍ନ ହେଉଥିଲା । ଯେଉଁଥିପାଇଁ କି ଆଜି ମଧ୍ୟ କେନ୍ଦ୍ରାପଡ଼ା ପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁଙ୍କ ରଥାରୂଢ ଦର୍ଶନ ପାଇଁ ଭକ୍ତମାନେ ଚାହିଁ ବସିଥିବା ବେଳେ ବିଭାଗୀୟ ଅଧିକାରୀ ରଥର ସମସ୍ତ ପ୍ରସ୍ତୁତିର ନିରୀକ୍ଷଣ କରୁଥିବା କହିଛନ୍ତି ।

କାହିଁକି ରଥର ନାମ ବ୍ରହ୍ମ ତାଳଧ୍ଵଜ-

ବ୍ରହ୍ମ ତାଳଧ୍ୱଜ:
ଦ୍ୱାପର ଯୁଗରେ ତାଳବଣ ମଧ୍ୟରେ ଧେନୁକା ନାମକ ଦୁର୍ଦାନ୍ତ ରାକ୍ଷସକୁ ବିନାଶ କରିବା ପାଇଁ ଦେବତାମାନେ ବଳଦେବଙ୍କୁ ଯେଉଁ ରଥ ପ୍ରଦାନ କରିଥିଲେ ସେହି ରଥର ଧ୍ୱଜାରେ ତାଳ ଚିହ୍ନ ଥିବାରୁ ଏହାର ନାମ ତାଳଧ୍ୱଜ ରଥ ବୋଲି କୁହାଯାଏ । ତେବେ ତୁଳସୀ କ୍ଷେତ୍ରର ଅଧିପତି ଶ୍ରୀବଳଦେବ ଦାରୂଦେବତା ବା ଦାରୂବ୍ରହ୍ମ ନ ହୋଇ ତାଙ୍କର ସମସ୍ତ କଳେବର ମଣି ବିଗ୍ରହ ବ୍ରହ୍ମ ହୋଇଥିବାରୁ ତାଙ୍କ ରଥକୁ ବ୍ରହ୍ମ ତାଳଧ୍ୱଜ ରଥ ଏବଂ ନିବାସ ସ୍ଥଳୀକୁ ବ୍ରହ୍ମକ୍ଷେତ୍ର ବୋଲି କୁହାଯାଏ । ଶ୍ରୀବଳଦେବ ଜୀଉଙ୍କ ରଥ ପୃଥିବୀରେ ସର୍ବୋଚ୍ଚ ଓ ସର୍ବ ବୃହତ ରଥ । ରଥର ନାମ ବ୍ରହ୍ମ ତାଳଧ୍ୱଜ ରଥ । ଏଠାରେ ଗୋଟିଏ ରଥରେ ଚାରି ଦିଅଁ ଏକତ୍ର ଘୋଷଯାତ୍ରା କରନ୍ତି । ମହାପ୍ରଭୁ ବଳଦେବ ଶ୍ରୀକ୍ଷେତ୍ର ଜଗନ୍ନାଥଙ୍କ ପରି ପହଣ୍ଡି ନ ହୋଇ ବାସୁକି ନାଗ ପରି ରହି ରହି ପହଣ୍ଡି ହୋଇଥାଆନ୍ତି ।

ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାରେ ନିର୍ମିତ ୩ ରଥକୁ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଏକା ସଙ୍ଗରେ ରତ୍ନସିଂହାସନ ଛାଡ଼ି ପହଁଣ୍ଡି ହୋଇ ୩ ରଥକୁ ଆସିଥାନ୍ତି । କିନ୍ତୁ ତୁଳସୀକ୍ଷେତ୍ରରେ ୩ ଠାକୁର ଜଣେ ପରେ ଜଣେ ବ୍ରହ୍ମ ତାଳଧ୍ୱଜ ରଥକୁ ପହଁଣ୍ଡି ହୋଇ ଆସିଥାନ୍ତି । ରଥଯାତ୍ରା ପରଦିନ ଜଗନ୍ନାଥ ମହାପ୍ରଭୁ ଓ ସୁଭଦ୍ରା ବଳଦେବଜୀଉଙ୍କ ନିକଟକୁ ଆସି ବ୍ରହ୍ମ ତାଳଧ୍ୱଜରେ ସୂର୍ଯ୍ୟ ଅସ୍ତ ପୂର୍ବରୁ ଅବସ୍ଥାନ କରନ୍ତି । ସେଥିପାଇଁ ଗୁଣ୍ଡିଚା ପରଦିନ ଅପରାହ୍ନ ସମୟରେ ହିଁ ବଳଦେବଜୀଉଙ୍କ ରଥଯାତ୍ରା ହୁଏ । ଏହା ହିଁ ହେଉଛି ତୁଳସୀକ୍ଷେତ୍ରାଧିପତି ବଳଦେବଜୀଉଙ୍କ ରଥଯାତ୍ରାର ସ୍ୱତନ୍ତ୍ର ପରମ୍ପରା । ଚଉଦ ବ୍ରହ୍ମାଣ୍ଡର ଅଧିପତି ଭାବେ ରଥର ଚକ ସଂଖ୍ୟା ୧୪ । ଚକଗୁଡ଼ିକର ଉଚ୍ଚତା ୬ ଫୁଟ୍ ଅଧେ । ଚକ ଗୁଡ଼ିକର ଅର ସଂଯୁକ୍ତରେ ନିର୍ମାଣ ନ ହୋଇ ୭ ଇଞ୍ଚ ମୋଟା ବିଶିଷ୍ଟ ତିନି ଖଣ୍ଡ ନିଦା ଶାଳ କାଠରେ ତିଆରି ହୋଇଥାଏ ।

ଏହି ରଥ ୧୨୧୦ ଖଣ୍ଡ କାଠରେ ନିର୍ମିତ ଓ ଭୂମି ଠାରୁ ରଥର ଉଚ୍ଚତା ୪୩ ହାତ ୯ ଆଙ୍ଗୁଳି ବା ୬୫ ଫୁଟ । ଭୂମିଠାରୁ ରଥ ସ୍ଥିତ ସିଂହାସନର ଉଚ୍ଚତା ୧୨ ଫୁଟ ଅଧେ । ସମଗ୍ର ବିଶ୍ୱରେ ଏହା ହେଉଛି ସବୋର୍ଚ୍ଚ ଓ ସର୍ବୋ ବୃହତମ ରଥ । ସାରଥିର ନାମ ପ୍ରଦ୍ୟୁମ୍ନ । ୭ ଗୋଟି ଅଖ ସପ୍ତତତ୍ତ୍ବର ପରିୟକ । ୯ ବରାନ୍ଦ ନବଗ୍ରହର ପ୍ରତୀକ । ରଥରେ 2ଟି ଧଳା 2ଟି କଳା ଘୋଡ଼ା ବନ୍ଧା ହୋଇଥାନ୍ତି । ଏମାନେ ହେଲେ ତିବ୍ର, ଘୋର, ଦୀର୍ଘଶ୍ରମ ଓ ସ୍ୱର୍ଣ୍ଣନାମ । ରଥ ରଜୁର ନାମ ବାସୁକି । ରଥର ଆବରଣ ନାମ ସପ୍ତରଙ୍ଗ, ଦଉଡ଼ି ୭ଟି, ପ୍ରତିଟି ୪୦ଫୁଟ ଲମ୍ୱ । ନେତର ନାମ ଉର୍ଣ୍ଣନୀ, ରଥ ସମ୍ମୁଖରେ ଗରୁଡ଼ ଓ ହନୁମାନ, ଦ୍ୱାରପାଳ ସୂର୍ଯ୍ୟ ଓ ଚନ୍ଦ୍ର ଦ୍ୱାରଦେଶରେ ରୁଦ୍ର, ରଥର ରକ୍ଷକ ସ୍ୱୟଂ ବାସୁଦେବ ଶଙ୍କର୍ଷଣ, ପାଶ୍ୱ ଦେବତା ହେଲେ ହରିହର, ତ୍ରିପୁରାରୀ, ଲକ୍ଷ୍ମଣ ସିଦ୍ଧ, ବିନାୟକ ନୃସିଂହ, ବାସୁଦେବ, ମୁଣ୍ଡା, ଭଦ୍ରକାଳୀ, ମଙ୍ଗଳା ଆଦି ଋଷିପଟ୍ଟାରେ ଅଙ୍ଗିରା, ପୌଲ୍ୟସ୍ତ, ପୁଲଃ, ଅଗସ୍ଥି, ଆତ୍ରେୟ ଓ କାଷ୍ୟପ, ରଥ କୁମ୍ଭର ନାମ ଭୁବନ, ବିଶ୍ୱ, ପୃଥିବୀ, ରକ୍ଷା କର୍ତା ନନ୍ଦ ଓ ସୁନନ୍ଦ ।

କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ରଥ ନିର୍ମାଣରେ ୪୦ଜଣ ମହାରଣା ସେବକ ଓ ୮ଜଣ କମାର ସେବକ ନିଧାରିତ ସମୟରେ ରଥ କାମରେ ଲାଗିଥାନ୍ତି । ଶ୍ରୀକ୍ଷେତ୍ର ପରି ଏହି ରଥ ପ୍ରତିବର୍ଷ ନୂଆ ଭାବେ ତିଆରି ନହେଲେ ମଧ୍ୟ ପ୍ରତିବର୍ଷ ଦୁଇ ଚକ, ଗୋଟିଏ ଅଖ, ଦୁଇଟି ଦଉଡ଼ି ଓ ଆବଶ୍ୟକ ସ୍ଥଳେ ଅନ୍ୟାନ୍ୟ ଅଂଶ ପରିବର୍ତ୍ତନ କରାଯାଇଥାଏ । ମୁଖ୍ୟତଃ ରଥର ନିର୍ମାଣ କାର୍ଯ୍ୟ ଶାଳ କାଠରେ ନିର୍ମାଣ କରାଯାଏ । ରଥ ବଡ଼ଦାଣ୍ଡରେ ଚାଲିଲା ବେଳେ ଏକ ଚଳନ୍ତି ମନ୍ଦିରର ଭ୍ରମ ସୃଷ୍ଟି କରିଥାଏ । ତୁଳସୀକ୍ଷେତ୍ର ଅଧିପତି ଶ୍ରୀ ବଳଦେବଜୀଉ ରତ୍ନସିଂହାସନ ତ୍ୟାଗ କରି ଘୋଷଯାତ୍ରାରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ବର୍ଷକରେ ଥରେ ଶ୍ରୀଗୁଣ୍ଡିଚାରେ ମାନବ ସମାଜକୁ ଶାନ୍ତି, ମୈତ୍ରୀ ତଥା ଭାତୃଭାବରେ ବାନ୍ଧି ରଖିବା ପାଇଁ ମହାପ୍ରଭୁ ଏହି ବ୍ରହ୍ମତାଳଧ୍ୱଜ ରଥରେ ରଥାରୁଢ଼ ହୋଇଥାନ୍ତି । ଆଷାଢ଼ ମାସରେ ରଥରେ ବସି ଗୁଣ୍ଡିଚା ଘରକୁ ଯାତ୍ରା କରିବା ପରମ୍ପରା ରହିଛି । ଏହି ସଂସ୍କୃତି ଓ ପରମ୍ପରାକୁ ନେଇ କେନ୍ଦ୍ରାପଡ଼ାବାସୀ ଗର୍ବ କରୁଥିବା ବେଳେ ପୃଥିବୀର ବିଭିନ୍ନ କୋଣରୁ ଧର୍ମାବଲମ୍ୱୀମାନେ ମଧ୍ୟ ଉତ୍କଳୀୟ ସଂସ୍କୃତି ଉପରେ ବିଶ୍ୱାସ ରଖିଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ତିନି ରଥରେ ଉଠିଲା ଦୁଆର ବେଢ଼ା - Puri Ratha Construction Work

ବଳଦେବଜୀଉଙ୍କ ରଥଯାତ୍ରା ପୂର୍ବରୁ ସମସ୍ତ ବିଭାଗ ସେମାନଙ୍କ କାର୍ଯ୍ୟକୁ ସମାପନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଚଳିତବର୍ଷ ରଥଯାତ୍ରାକୁ ଧୁମଧାମରେ ପାଳିବା ପାଇଁ ଅନେଇ ବସିଛନ୍ତି ମଣିମାଙ୍କ ଭକ୍ତବୃନ୍ଦ । ପୂର୍ତ୍ତ ବିଭାଗର ରଥ ଫିଟନେସ ସାର୍ଟିଫିକେଟ ପରେ ରଥ ଚାଲିବା ପାଇଁ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯିବ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.