ETV Bharat / state

ଶଙ୍ଖ ଛାଡି ପଦ୍ମ ଧରିଲେ ଏମ ସୁଧାରାଣୀ, 3 ଥର ବିଜେଡିରୁ ଥିଲେ NAC ଅଧ୍ୟକ୍ଷା - M Sudharani join BJP

author img

By ETV Bharat Odisha Team

Published : Apr 25, 2024, 3:28 PM IST

M Sudharani joins BJP: ବିଜେଡି ଛାଡିଲେ କାଶୀନଗର ଏନଏସି ଅଧ୍ୟକ୍ଷା ଏମ.ସୁଧାରାଣୀ । 3ଥର ବିଜେଡିରୁ ଏନଏସି ଅଧ୍ୟକ୍ଷା ହୋଇଥିବା ବେଳେ ଏବେ ବିଜେପିରେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

M Sudharani join BJP
M Sudharani join BJP
M Sudharani join BJP

ଗଜପତି: ଶଙ୍କ ଛାଡି ପଦ୍ମ ପୋଖରୀରେ କାଶୀନଗର ଏନଏସି ଅଧ୍ୟକ୍ଷା ଏମ.ସୁଧାରାଣୀ । ୩ଥର ହେଲା ଲଗାତାର ଭାବେ ସେ ବିଜେଡିରୁ ଏନଏସି ଅଧ୍ୟକ୍ଷା ହୋଇଥିବା ବେଳେ ଏବଂ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ତେବେ ସୁଧାରାଣୀଙ୍କ ସମେତ କାଶୀନଗର ବ୍ଲକର ଆଉ ଜଣେ ଟାଣୁଆ ବିଜେଡି ନେତା ଏମ.ସତୀଶ ଓ ଏନଏସି ମହିଳା ବିଜେଡି ସଭାନେତ୍ରୀ ଆର.ସୁଜାତା ମଧ୍ୟ ଆଜି ବିଜେପିରେ ଯୋଗ ଦେଇଛନ୍ତି । କେବଳ ଏହି ୩ଜଣ ନୁହନ୍ତି କାଶୀନଗର ଏନଏସି ତଥା ବ୍ଲକର ବହୁ ବିଜେଡି ନେତା ଓ କର୍ମୀ ଆଜି ବିଜେପିରେ ସାମିଲ ହୋଇଛନ୍ତି ।

ତେବେ ଦଳରେ ଯୋଗ ଦେବା ପରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏମାନଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ । କାଶୀନଗର ଠାକୁରାଣୀ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ମିଶ୍ରଣ ପର୍ବରେ ଏମାନେ ବିଜେପିରେ ସାମିଲ ହୋଇଥିଲେ ।

ଏହି ଅବସରରେ ସୁଧାରାଣୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, "କିଛି ଲୋକଙ୍କ ଆତ୍ମଗର୍ବ ଦଳକୁ ନିମ୍ନଗାମୀ କରୁଛି । ଏନେଇ ଦଳର ଶୀର୍ଷ ନେତୃତ୍ବ ନିକଟରେ ଅଭିଯୋଗ କଲେ ମଧ୍ୟ ଏହାର ସମାଧାନ କରିବା ପରିବର୍ତ୍ତେ ମୋର ରାଜନୈତିକ ଭବିଷ୍ୟତକୁ ନଷ୍ଟ କରିଦେବା ପାଇଁ ଧମକ ଦିଆଗଲା । ଯାହା ମୋର ସ୍ବାଭିମାନ ପ୍ରତି ଆଞ୍ଚ ଆଣିଥିଲା । ମୁଁ ଓଡିଶା ମାଟିର ଝିଅ । ସ୍ବାଭିମାନକୁ ଜଳାଞ୍ଜଳି ଦେଇ ରାଜନୀତି କରିପାରିବି ନାହିଁ । ତେଣୁ ଦଳ ଛାଡିଲି ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଆଜି ସାମିଲ ହୋଇଛି ।"

ଏହା ମଧ୍ୟ ପଢନ୍ତୁ: ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ସମସ୍ତେ ପଦ୍ମ ପୋଖରୀରେ ସାମିଲ ହୁଅନ୍ତୁ: ପ୍ରଦୀପ - Pradeep Panigrahi Press Meet

ସୂଚନାଥାଉକି, ସୁଧାରାଣୀ ଗତ ୨୦୦୮ ମସିହାରେ ବିଜେଡି ଟିକଟରେ ନିର୍ବାଚିତ ହୋଇ ଏନଏସିର ଅଧ୍ୟକ୍ଷା ହୋଇଥିଲେ । ଏହାପରେ ୨୦୧୩ ଏବଂ ୨୦୨୨ ମସିହାରେ ଅନୁଷ୍ଠିତ ପୌର ନିର୍ବାଚନରେ ବିଜେଡି ଟିକଟରେ ଲଢି ଅଧ୍ୟକ୍ଷା ହୋଇଥିଲେ । ସତୀସ ମଧ୍ୟ କାଣ୍ଡବା ପଞ୍ଚାୟତର ସରପଞ୍ଚ ଭାବେ ଗତ ୨୦୦୭ମସିହାରେ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ସେ ଖାଣ୍ଡବା ପଞ୍ଚାୟତର ନାଏବ ସରପଞ୍ଚ ରହିଛନ୍ତି । ଏମାନେ ନାରାୟଣ ରାଓଙ୍କ ଦୃଢ ସମର୍ଥକ ଭାବେ ପରିଚିତ ଥିଲେ । ତଥାପି ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକଟରୁ ବଞ୍ଚିତ ହେବା ପରେ କେ.ନାରାୟଣ ରାଓ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ ମଧ୍ୟ ସୁଧାରାଣୀ ଓ ସତୀଶ ବିଜେଡି ଛାଡିନଥିଲେ । ହେଲେ ଏବେ ହଠାତ୍ ଏମାନ ଦଳ ଛାଡି ବିଜେପିରେ ସାମିଲ ହେବା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଣିତକୁ ଗଡବଡ କରିପାରେ ବୋଲି ରାଜନୈତିକ ସମୀକ୍ଷକମାନେ ଆକଳନ କରିଛନ୍ତି ।

ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.