ETV Bharat / state

କଳାହାଣ୍ଡିରେ ସରୁନି ଦାଦନ ଦୁଃଖ, ପୁଣି ଦୁଇ ଶ୍ରମିକଙ୍କ ଗଲା ଜୀବନ - MIGRANT LABOUR DEATH

author img

By ETV Bharat Odisha Team

Published : Jul 4, 2024, 3:29 PM IST

Migrant labour Death: କଳାହାଣ୍ଡିରେ ସରୁନି ଦାଦନ ଦୁଃଖ । ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଛନ୍ତି ଦୁଇ ଶ୍ରମିକ । ଯାହାକୁ ନେଇ ଏବେ ସାରା ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି । ଅଧିକ ପଢନ୍ତୁ

କଳାହାଣ୍ଡିରେ ସରୁନି ଦାଦନ ଦୁଃଖ, ପୁଣି ଦୁଇ ଶ୍ରମିକଙ୍କ ଗଲା ଜୀବନ
କଳାହାଣ୍ଡିରେ ସରୁନି ଦାଦନ ଦୁଃଖ, ପୁଣି ଦୁଇ ଶ୍ରମିକଙ୍କ ଗଲା ଜୀବନ (ETV Bharat Odisha)

ଭବାନୀପାଟଣା: ଜିଲ୍ଲାରେ ସରୁନି ଦାଦନ ଦୁଃଖ । ପୁଣି ଦାଦନ ମୃତ୍ୟୁ । ଗୋଟିଏ ମାସ ମଧ୍ୟରେ ୬ ଜଣ ଦାଦନ ଶ୍ରମିକ ଜୀବନ ଯାଇଥିବା ବେଳେ ଏବେ ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର ଜୟପାଟଣା ବ୍ଲକ ଅଞ୍ଚଳରେ । ଜଣେ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ଗାଁକୁ ଫେରିନାହିଁ । ଯାହାକୁ ନେଇ ଏବେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

କଳାହାଣ୍ଡିରେ ସରୁନି ଦାଦନ ଦୁଃଖ, ପୁଣି ଦୁଇ ଶ୍ରମିକଙ୍କ ଗଲା ଜୀବନ (ETV Bharat Odish)

ସୂଚନା ଅନୁସାରେ, ଜୟପାଟଣା ବ୍ଲକ ବତାସୀଗୁଡା ଗାଁର ୩୧ ବର୍ଷୀୟ ଉପେନ୍ଦ୍ର ପାତ୍ର ପରିବାର ପ୍ରତିପୋଷଣ ପାଇଁ ସୁଦୂର ଆନ୍ଧ୍ରପ୍ରଦେଶ ରାଜ୍ୟର ବିଜୟୱାଡାକୁ ଯାଇଥିଲେ । ସେଠାରେ କାମ କରି ଘରକୁ ଟଙ୍କା ପଠାଉଥିଲେ । କିଛି ଦିନ ତଳେ ଫୋନରେ ନିଜ ମାଆ ସହିତ କଥା ହେବା ସହ ଟଙ୍କା ମିଳିଲେ ଘରକୁ ଆସିବି ବୋଲି କହିଥିଲେ । ହେଲେ ହଠାତ ତାଙ୍କ ମୃତ୍ୟୁ ଖବର ଘରକୁ ଆସିଲା । ସବୁଠାରୁ ଦୁଃଖର କଥା ହେଲା ଉପେନ୍ଦ୍ରଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ପରିବାରକୁ ଖବର ଦିଆଗଲା ନାହିଁ । ବରଂ ଉପେନ୍ଦ୍ରଙ୍କ ଶେଷକୃତ୍ୟ କରି ଭିଡିଓ ପଠାଇ ଦିଆଗଲା । ତେବେ ଏଠାରେ ପ୍ରଶ୍ନ ଯେ ଉପେନ୍ଦ୍ରଙ୍କ ମୃତ୍ୟୁକୁ କାହିଁକି ଲୁଚାଗଲା, କାହିଁକି ମୃତଦେହ ବ୍ୟବଚ୍ଛେଦ ନକରି ସତ୍କାର କରାଗଲା ଓ କିଏ ଶେଷକୃତ କଲା ତାହା ତଦନ୍ତ ସାପେକ୍ଷ । ଏନେଇ ଉପେନ୍ଦ୍ରଙ୍କ ବାପା ଏବେ ହତ୍ୟା ଅଭିଯୋଗ ଆଣି ଜୟପାଟଣା ଥାନାରେ ଏତଲା ଦେଇଛନ୍ତି ।

ଅନ୍ୟପଟେ ବ୍ଲକର ରେଙ୍ଗାଳପାଲି ପଞ୍ଚାୟତ କାଦୋଗୁଡା ଗ୍ରାମର ଯୁଧିଷ୍ଠିର ଶବରଙ୍କ ଭେଣ୍ଡିଆ ପୁଅ ବିଦ୍ୟା ଶବର ପରିଵାରର ପ୍ରତିପୋଷଣ ପାଇଁ ଗତ ୧୫ ଦିନ ତଳେ ଦାଦନ ଖଟିବାକୁ ହାଇଦ୍ରାବାଦକୁ ଯାଇଥିଲେ । ସେଠାରେ ଏକ ଠିକାସଂସ୍ଥାରେ ମିସ୍ତ୍ରୀ ଭାବେ ନିୟୋଜିତ ରହିଥିଲେ । ସଉଦା କିଣିବା ପାଇଁ ନିକଟସ୍ଥ ବଜାରକୁ ଯାଉଥିବା ସମୟରେ ହଠାତ ଏକ ଅଜଣା ଗାଡି ଧକ୍କା ଦେବାରୁ ବିଦ୍ୟାଙ୍କ ମୃତ୍ୟୁ ହୋଇଥିଲା । ଏନେଇ ସାଥିରେ ଥିବା ଶ୍ରମିକ ମାନେ ଫୋନ ଯୋଗେ ମୃତ ବିଦ୍ୟାଙ୍କ ପରିବାରକୁ ଖବର ଦେଇଥିଲେ । ଖବର ପାଇ ପରିବାର ଲୋକେ ହାଇଦ୍ରାବାଦ ପହଞ୍ଚି ଠିକାସଂସ୍ଥାର ସହାୟତାରେ ଏକ ଆମ୍ବୁଲାନ୍ସରେ ମୃତଦେହ ନେଇ ଗାଁକୁ ପହଞ୍ଚିଥିଲେ । ଏକମାତ୍ର ରୋଜଗାରିଆ ପୁଅର ଅକାଳ ମୃତ୍ୟୁରେ ପରିବାର ଭାଙ୍ଗି ପଡିଥିବା ବେଳେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ଫସିଥିଲେ 45 ଶ୍ରମିକ, ଉଦ୍ଧାର କଲା ଶ୍ରମ ବିଭାଗ

ସୂଚନା ଥାଉ କି, ଜିଲ୍ଲାରେ ଦିନକୁ ଦିନ ଦାଦନ ସମସ୍ୟା ଉଗ୍ର ରୂପ ଧାରଣ କରିଛି । ମାଳମାଳ ସରକାରୀ ଯୋଜନା ସତ୍ତ୍ବେ ଏଠି ସରୁନି ଦାଦନ ଦୁଃଖ । ପେଟପାଟଣା ଆଶାରେ ଗରିବ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ସେଠାରେ ଅନେକଙ୍କ ମୃତ୍ୟୁ ହେଉଥିବାବେଳେ ଏବେ ବି ଅନେକଙ୍କ ପତ୍ତା ମିଳୁ ନାହିଁ । ଗୋଟିଏ ମାସ ମଧ୍ୟରେ ଜିଲ୍ଲାକୁ ୬ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଜିଲ୍ଲାକୁ ଫେରିଥିବା ଏବେ ପୁଣି ଥରେ ଦୁଇ ଜଣଙ୍କ ଜୀବନ ଯାଇଛି । ତେବେ ଅଞ୍ଚଳରେ ବାରମ୍ବାର ଘଟଣା ନେଇ ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.