ETV Bharat / state

Journalist Insurance Issue; ମୋହନ ସରକାରଙ୍କୁ ସାମ୍ବାଦିକଙ୍କ ଦାବି; ‘ବିଧାନସଭାରେ ଉଠାଇଲେ ହେବନି ଶୀଘ୍ର କାର୍ଯ୍ୟକାରୀ ହେଉ, ରାଜନୀତିକରଣ ନହେଉ’ - journalist insurance issue

author img

By ETV Bharat Odisha Team

Published : Aug 24, 2024, 10:53 AM IST

Updated : Aug 24, 2024, 1:06 PM IST

Journalist insurance issue: "ଅଗଷ୍ଟ 31 ତାରିଖ ଆମର କାର୍ଡ ଭ୍ୟାଲିଡି ଶେଷ ହୋଇଯାଉଛି । ତେଣୁ ଆମେ ଦୁଇମାସ ଆଗରୁ ଆବଦନ କରିଥାଉ । କିନ୍ତୁ ଏ ପର୍ଯ୍ୟନ୍ତ ଆମେ ଆବେଦନ ବି କରି ପାରିନାହୁଁ । ତାପରେ ଗୋଟେ କଥା ଯେ ସାମ୍ବାଦିକମାନଙ୍କ ପାଇଁ ଯେଉଁ କଥା ବିଧାନସଭାରେ ଉଠୁଛି, କି ରାଜନେତାମାନେ କହୁଛନ୍ତି ଏଇଟା ପ୍ରକୃତରେ ସେମାନେ ଦରଦମାନେ ହୃଦୟର ସହ କହିବା ଦରକାର । ଏଇଟା ରାଜନୀତିକରଣ ନ କରିକି ସାମ୍ବାଦିକମାନଙ୍କ ପ୍ରକୃତରେ ସୁଖଦୁଃଖର ସାଥି ଭାବରେ ବିଧାନସଭାରେ ପ୍ରଶ୍ନ ଉଠାଇବା କଥା ।" ଅଧିକ ପଢନ୍ତୁ

journalist insurance issue
journalist insurance issue (ETV Bharat Odisha)

ବାଲେଶ୍ବର: ରାଜ୍ୟରେ ଥିବା କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବୀମା କାର୍ଡର ଅବଧି ଅଗଷ୍ଟ 31 ତାରିଖରେ ସରୁଥିବା ବେଳେ ଏହାକୁ ନେଇ ରାଜନୈତିକ ମହଲରେ ଉଷ୍ଣତା ଦେଖିବାକୁ ମିଳିଛି । ଭୋଗରାଇର ବିଜେଡି ବିଧାୟକ ଏହାକୁ ନେଇ ବିଧାନ ସଭାରେ ପ୍ରଶ୍ନ କରିଥିବା ବେଳେ ବାଲେଶ୍ୱର ସଦର ବିଜେପି ବିଧାୟକ ମାନସ ଦତ୍ତ ମଧ୍ୟ ବୀମା ଯୋଜନାରେ ଅର୍ଥରାଶି ବୃଦ୍ଧି, ପରିବାରକୁ ସାମିଲ କରିବା ଭଳି ପ୍ରଶ୍ନ ଉଠାଇଛନ୍ତି । ଜିଲ୍ଲାର ଦୁଇ ବିଧାୟକ ପ୍ରଶ୍ନ ଉଠାଇଛନ୍ତି ସତ ହେଲେ ନୂଆ ସରକାରଙ୍କ ପାଖରୁ ସାମ୍ବାଦିକମାନେ ଅନେକ କିଛି ନୂଆ ଆଶା କରିଥିବା ବେଳେ ଏହାକୁ ନେଇ ମଧ୍ୟ ଭିନ୍ନ ମତ ପ୍ରକାଶ ପାଇଛି।

Journalist Insurance Issue (ETV Bharat Odisha)

ବିଧାନସଭାରେ ପ୍ରଶ୍ନ ଏବଂ ସାମ୍ବାଦିକ ବୀମା ଯୋଜନା ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ପାତ୍ରଙ୍କ କହିବା ଅନୁସାରେ, "ଗୋଟିଏ ପ୍ରଶ୍ନକୁ ଯେ ଦୁଇ ବିଧାୟକ ଶାସକ ଦଳ ଏବଂ ବିରୋଧୀ ଦଳ ପ୍ରଶ୍ନ ପଚାରିବାକୁ ନେଇ ସାମ୍ବାଦିକ ମହଲରେ ନୁହେଁ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ସାମ୍ବାଦିକମାନେ ଯେଉଁ ସମସ୍ୟାରେ ରହୁଛନ୍ତି ଏବଂ ସାମ୍ବାଦିକମାନଙ୍କର ପେନସନ ସମସ୍ୟା, ସାମ୍ବାଦିକମାନେ କେମିତି ପେନସନ ପାଇବେ ଏବଂ ତାଙ୍କର ଏହି ବିମାରେ କିପରି ତାଙ୍କର ପିତାମାତାଙ୍କୁ ସାମିଲ କରିହେବ ଏନେଇ ବହୁତ ସଂଗଠନ ପକ୍ଷରୁ ମଧ୍ୟ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ଦାବି ହେଉଛି। ଏତେ ପର୍ଯ୍ୟନ୍ତ ସାମିଲ ହୋଇ ପାରିଲା ନାହିଁ। ଯେ ଯେଉଁ ବିଧାୟକ ଏ ପ୍ରଶ୍ନ ପଚାରୁଛନ୍ତି ଯେ ଓଡିଶା ସରକାରଙ୍କ ଗୋଟେ ଛାୟା ମୁଖ୍ୟମନ୍ତ୍ରୀ କରିଥିଲେ, ବିଭିନ୍ନ ବିଭାଗର ଦାୟିତ୍ୱ ଦେଇଥିଲେ ଏବଂ ପ୍ରଶ୍ନ ପଚାରିଥିବା ବିଭାଗ ମଧ୍ୟ ତାଙ୍କରି ହାତରେ ଅଛି । ତେଣୁ ଏ ବାବଦରେ ମୁଖ୍ୟମନ୍ତ୍ରୀ ମଧ୍ୟ ଉତ୍ତର ଦେଇଛନ୍ତି । ତେଣୁ ସାମ୍ବାଦିକମାନଙ୍କ ସମସ୍ୟା ଉପରେ କିପରି ସେମାନେ ପେନସନ ପାଇବେ, ସେମାନଙ୍କର କେମିତି ଚଳଣି ଠିକ ହେବ, ଟୋଲ ଗେଟ ସମସ୍ୟା କିପରି ଦୂର ହେବ, ଟ୍ରେନ ଓ ବସ ପାସ କେମିତି ସମସ୍ତଙ୍କୁ ଦିଆଯାଇ ପାରିବ। ଏବଂ ସର୍ବୋପରି ସାମ୍ବାଦିକଙ୍କ ବୀମା ରାଶି ବୃଦ୍ଧି ଓ ତାଙ୍କର ଏହି ବିମାରେ କିପରି ପିତାମାତା ସାମିଲ ହେବେ ଏହାରି ଉପରେ ପ୍ରଶ୍ନ ରଖି କାର୍ଯ୍ୟକାରୀ କରାଇବାରେ ସରକାରଙ୍କ ଉପରେ ବିରୋଧୀ ଦଳ ଚାପ ପକାଇଲେ ଏଇଟା ଅତ୍ୟନ୍ତ ଖୁସି ହୁଅନ୍ତା । ଅବଶ୍ୟ ଶାସକ ବିରୋଧୀ ଗୋଟିଏ ପ୍ରଶ୍ନକୁ ନେଇକି ଟଣାଟଣି ହୋଇକି ନିଜ ସପକ୍ଷରେ ଉତ୍ତର ଦେଇକି ନିଜେ ବାହା ବାହା ନେବାରେ କିଛି ଯଥାର୍ଥତା ନାହିଁ ବୋଲି ମୁଁ ମନେ କରୁଛି ।"

ବାଲେଶ୍ୱର ଜିଲ୍ଲାର ଦୁଇ ଦଳର ଦୁଇ ବିଧାୟକ ଏମିତି ପ୍ରଶ୍ନ ପଚାରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ପରେ ସାମ୍ବାଦିକମାନେ ଦ୍ଵନ୍ଦରେ ରହିଥିବା ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ସାମ୍ବାଦିକ ଅଜିତ କୁମାର ମହାନ୍ତି କୁହନ୍ତି, "ବର୍ତ୍ତମାନ ଧନ୍ୟବାଦ ଦେବାକଥା ଆମର ଏଇଥର ବିଧାନ ସଭାରେ ଜିଲ୍ଲାର ଦୁଇ ବିଧାୟକ ଏ ପ୍ରଶ୍ନ ଉଠାଇଛନ୍ତି । ସଦର ବିଧାୟକ ଆମର ମାନସ ଦତ୍ତା ଉଠାଇଛନ୍ତି ଯେ ପ୍ରସ୍ତାବ ସରକାରଙ୍କୁ ଯେ ଏଇ ଯୋଜନା ଭିତରେ ବାପା ମାଙ୍କୁ ସାମିଲ କରାଯାଉ । ସେଥିପାଇଁ ତାଙ୍କୁ ବି ଅଶେଷ ଅଶେଷ ଧନ୍ୟବାଦ ଦେଉଛୁ ଆମେ ସାମ୍ବାଦିକମାନଙ୍କ ପକ୍ଷରୁ। ଆମର ଆଉ ଜଣେ ଭୋଗରାଇ ବିଧାୟକ ଯେ ଉଠେଇଛନ୍ତି ଏଇଟା କେବେ ହେବ, ତ ଆମ ମନରେ ବି ବାରମ୍ବାର ପ୍ରଶ୍ନ ଯେ ନୂଆ ସରକାର ଆସିବା ପରେ ଠିକ ସମୟରେ ଆମେ ଫର୍ମ ପକେଇ ପାରିନାହୁଁ। ବର୍ତ୍ତମାନ ଆମ ମନରେ ବି ପ୍ରଶ୍ନ ଏଇଟା ହେବ କି ନାହିଁ, ଯଦି ହେବ କେବେ ହେବ, ଆଉ ଯେ ଆମର ବାରମ୍ବାର ଦାବି ହେଉଥିଲା ଅର୍ଥରାଶି ବଢା ଯାଉ, ପାଞ୍ଚଲକ୍ଷ ପର୍ଯ୍ୟନ୍ତ କରାଯାଉ, କେତେ ହେବ, ଯେ ଦୁଇ ଲକ୍ଷ ରହିବ ନା ପାଞ୍ଚ ଲକ୍ଷ ହେବ ନା ତାଠୁ ଅଧିକ ବଢିବ । ନା ଆମର ଯେ ବିଧାୟକ ମାନେ ସଦର ବିଧାୟକ ଯେ ଦାବି କରିଛନ୍ତି ବାପମାଙ୍କୁ ସମ୍ପୃକ୍ତି କରିବା ପାଇଁ ସେଇଟା ହେବ ।"

"ଆମେ ସବୁବେଳେ ଦ୍ଵନ୍ଦରେ ରହୁଛେ କାରଣ ଅଗଷ୍ଟ 31 ତାରିଖ ଆମର କାର୍ଡ ଭ୍ୟାଲିଡି ଶେଷ ହୋଇଯାଉଛି। ତେଣୁ ଆମେ ଦୁଇମାସ ଆଗରୁ ଆବଦନ କରିଥାଉ। କିନ୍ତୁ ଏ ପର୍ଯ୍ୟନ୍ତ ଆମେ ଆବେଦନ ବି କରି ପାରିନାହୁଁ। ତାପରେ ଗୋଟେ କଥା ଯେ ସାମ୍ବାଦିକମାନଙ୍କ ପାଇଁ ଯେଉଁ କଥା ବିଧାନ ସଭାରେ ଉଠୁଛି, କି ରାଜନେତାମାନେ କହୁଛନ୍ତି ଏଇଟା ପ୍ରକୃତରେ ସେମାନେ ଦରଦ ମାନେ ହୃଦୟର ସହ କହିବା ଦରକାର। ଏଇଟା ରାଜନୀତିକରଣ ନ କରିକି ସାମ୍ବାଦିକମାନଙ୍କ ପ୍ରକୃତରେ ସୁଖଦୁଃଖର ସାଥି ଭାବରେ ବିଧାନ ସଭାରେ ପ୍ରଶ୍ନ ଉଠାଇବା କଥା । ଆଉଗୋଟେ କଥା ରହିଲା ସରକାରୀ ସ୍ଵୀକୃତିପ୍ରାପ୍ତ ସାମ୍ବାଦିକ ଆଜକୁ ଦୀର୍ଘବର୍ଷ ହେଲା ବନ୍ଦ ହେଇକି ପଡିଛି। ତାକୁ ବି ଚିହ୍ନଟ ଏ ପର୍ଯ୍ୟନ୍ତ ହୋଇ ପାରୁନାହିଁ। ଯେତିକି ସାମ୍ବାଦିକ ଥିଲେ ତାଙ୍କର ବି ଅବଧି ସରିଯାଇଛି। ତ ନୂଆ ସାମ୍ବାଦିକ ବହୁତ ଯୁବକ ଅଛନ୍ତି, ଯେଉଁମାନେ ଆଗଧାଡ଼ିର ସାମ୍ବାଦିକ ଅଛନ୍ତି ଯେଉଁମାନଙ୍କର ଯୋଗ୍ୟତା ଅଛି ସରକାରୀ ସ୍ୱୀକୃତି ପ୍ରାପ୍ତ ସାମ୍ବାଦିକ ହେବାପାଇଁ ସେମାନେ ସେଥିରୁ ବଞ୍ଚିତ ହେଉଛନ୍ତି । ତେଣୁ ଆମେ ଆଶା କରୁଛେ ଯେ ନୂଆ ସରକାର ଯେ ଆସିଲା ସାମ୍ବାଦିକ ମାନଙ୍କ ପାଇଁ ଭଲ ଭଲ ଯୋଜନା ଆଣିବ, ସବୁ ଭଲ କରିବ ବୋଲି ଆମେ ଆଶା ରଖିଛେ ।"

ଏହା ବି ପଢନ୍ତୁ- ଗୃହରେ ସାମ୍ବାଦିକ ବୀମା ପ୍ରସଙ୍ଗ ଉଠାଇଲା କଂଗ୍ରେସ, 5 ଲକ୍ଷରୁ 20 ଲକ୍ଷକୁ ବଢିବ ବୀମା ! - journalist health insurance

ଗୃହରେ ଦାବି ଉଠାଇଥିଲେ କଂଗ୍ରେସ ବିଧାୟକ-
ଗୃହରେ ସାମ୍ବାଦିକ ବୀମା ପ୍ରସଙ୍ଗ ଉଠାଇଲା କଂଗ୍ରେସ । ସାମ୍ବାଦିକଙ୍କ ସମର୍ଥନରେ ବାହାରିଲା କଂଗ୍ରେସ । ସାମ୍ବାଦିକମାନଙ୍କ ଜୀବନ ବୀମା କଥା ଉଠାଇଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବାଚସ୍ପତିଙ୍କୁ ନିବେଦନ କଲେ କଂଗ୍ରେସ ସଦସ୍ୟ ତାରା ବାହିନୀପତି । କହିଲେ, ଆପଣଙ୍କ ଜରିଆରେ ଗୃହକୁ ନିବେଦନ କରିବି ସାମ୍ବାଦିକଙ୍କ ପାଇଁ ଦୁଇଟି ଦାବି ପୂରଣ କରାଯାଉ । ପୂର୍ବ ସରକାରର ଥିବା 5 ଲକ୍ଷ ବୀମା ରାଶି କୁ ବୃଦ୍ଧି କରି 20 ଲକ୍ଷ ଟଙ୍କା ଇନ୍ସସୁରାନ୍ସ କରାଯାଉ । ପୁରୁଣା ଜୀବନ ବୀମାକୁ ରିନିୟୁ କରାଯାଉ। ଆଜି (ଶନିବାର) ବିଧାନସଭା ବଜେଟ ଅଧିବେଶନର ପଞ୍ଚମ ଦିନ ।

Last Updated : Aug 24, 2024, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.