ETV Bharat / state

ଝାଡଖଣ୍ଡ ଟ୍ରେନ ଟ୍ରାଜେଡି: 2 ମୃତକ ରାଉରକେଲାର, କାନ୍ଦ ବୋବାଳିରେ ଫାଟିପଡୁଛି ଗାଁଦାଣ୍ଡ - Jharkhand Train Tragedy

author img

By ETV Bharat Odisha Team

Published : Jul 30, 2024, 12:58 PM IST

Updated : Jul 30, 2024, 2:47 PM IST

Jharkhand Train Tragedy: ଝାଡଖଣ୍ଡରେ ଯାତ୍ରୀବାହୀ ଟ୍ରେନ ଦୁର୍ଘଟଣାରେ ମିଳିଲା ମୃତକଙ୍କ ପରିଚୟ । ଦୁଇ ମୃତକ ହେଉଛନ୍ତି ରାଉରକେଲା ସହରର । ଅଧିକ ପଢନ୍ତୁ

JHARKHAND TRAIN TRAGEDY
JHARKHAND TRAIN TRAGEDY (ETV BHARAT ODISHA)

ରାଉରକେଲା: ଝାଡଖଣ୍ଡ ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣା । ଦୁର୍ଘଟଣାରେ ପ୍ରାଣ ହରାଇଥିବା 2 ମୃତକ ହେଉଛନ୍ତି ଓଡ଼ିଶାର । ଉଭୟ ସୁନ୍ଦରଗଡ ଜିଲ୍ଲା ରାଉରକେଲାର ସହରର ହୋଇଥିବା ସୂଚନା ମିଳିଛି । ଦୁଇ ମୃତକ ହେଉଛନ୍ତି ମାଲଗୋଦାମ ଅଞ୍ଚଳର ଅଜିତ ସାମଲ ଓ ଅନ୍ୟ ଜଣେ ରେଲୱେ କଲୋନୀର ପି ବିକାଶ ରାଓ ।

ଝାଡଖଣ୍ଡ ଟ୍ରେନ ଟ୍ରାଜେଡି: 2 ମୃତକ ରାଉରକେଲାର (ETV Bharat Odisha)

କାନ୍ଧ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ: ଟ୍ରେନ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ପାଇବା ପରେ ରାଉରକେଲାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ପୁଅ ଅଜିତକୁ ହରାଇ କାନ୍ଦି କାନ୍ଦି ମାଟିରେ ଲୋଟି ପଡୁଛି ମାଆ, ସେପଟେ ସ୍ବାମୀର ମୃତ୍ୟ ଖବର ପାଇଁ କୋହକୁ ଛାତିରେ ସମ୍ଭାଳି ପାରୁନି ସ୍ତ୍ରୀ । ଅଜିତଙ୍କର ଏକ ପୁଅ ଓ ଝିଅ ମଧ୍ୟ ରହିଛନ୍ତି । ସେ ଜଣେ କଣ୍ଟ୍ରାକ୍ଟର ପାଖରେ ସୁପର ଭାଇଜର ଭାବେ କାମ କରୁଥିଲେ ।

ଏହା ମଧ୍ୟ ପଢନ୍ତୁ-ପୁଣି ବଡ଼ ରେଳ ଦୁର୍ଘଟଣା; ଝାଡ଼ଖଣ୍ଡ ଚକ୍ରଧରପୁରରେ ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ, 2 ମୃତ, ଓଡ଼ିଶା ରୁଟରେ 3 ଟ୍ରେନ ବାତିଲ

'ଫୋନ ଆସିଲା ପୁଅ ଆଉ ନାହିଁ': ମୃତ ଅଜିତଙ୍କ ମାଆ କହିଛନ୍ତି, ''କାଲି ଦିନରେ ପୁଅ କାମରେ ଘରୁ ବାହାରିକି ଟାଟା ଯାଇଥିଲା । କହିଥିଲା ରାତିରେ ଫେରି ଆସିବ ବୋଲି, ପୁଣି ଫୋନ କରିଥିଲା କହିଲା ରାତିରେ ଯିବିନି କାଲି ସକାଳେ ଯିବି ବୋଲି । ଆଜି ସକାଳେ ଫୋନ ଆସିଲା ମୋ ବୋହୂ ଫୋନକୁ, ତାର ସାଙ୍ଗ ଫୋନ କରି ଲୁବୁ କୁଆଡେ ଯାଇଛି ବୋଲି ପଚାରିଥିଲା । ଏହାପରେ ପୁଣି ତାର ଜଣେ ସାଙ୍ଗକୁ ବୋହୂ କଲ କରି ପଚାରିବା ପରେ ସେ କହିଲା ଲୁବୁ ଆଉ ନାହିଁ । ''

ଆଜି ଭୋର 3ଟା 45 ମିନିଟ ସମୟରେ ଝାଡଖଣ୍ଡର ରାଜଖରସୁଆଁ ଓ୍ବେଷ୍ଟ ଆଉଟର ଓ ବାରାବାମ୍ବୋ ମଧ୍ୟରେ ଥିବା ଚକ୍ରଧରପୁରରେ ଲାଇନଚ୍ୟୁତ ହୋଇଥିଲା ହାଓ୍ବଡା-ମୁମ୍ବାଇ ଏକ୍ସପ୍ରେସ । 18ଟି ବଗି ଟ୍ରାକ ତଳକୁ ଖସିଯାଇଥିଲା । ଏହି ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 20ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଦୁଇ ମୃତକ ରାଉରକେଲାର ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ରେଲଓ୍ବେ ମେଡିକାଲ ଟିମ୍‌ ପକ୍ଷରୁ ପ୍ରାଥମିକ ଚିକିତ୍ସା କରାଯାଇଛି ।

Last Updated : Jul 30, 2024, 2:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.