ETV Bharat / state

ବଦନାମ ନା କାର୍ଯ୍ୟାନୁଷ୍ଠାନ ଭୟ ! IPS ଆଶିଷ ସିଂକୁ ନେଇ ବଢୁଛି ଦ୍ବନ୍ଦ୍ବ - Police DG Arun on IPS Ashish Singh

author img

By ETV Bharat Odisha Team

Published : Jun 28, 2024, 9:06 PM IST

Police DG Arun on IPS Ashish Singh: କୁଆଡେ ଗଲେ IPS ଆଶିଷ ସିଂ ? ଗୋଟିଏ ପଟେ ଖୋଜୁଛି ଗୃହ ବିଭାଗ ଓ ଅନ୍ୟପଟେ ପୋଲିସ ଡିଜି କହୁଛନ୍ତି ସେ ଡ୍ୟୁଟିରେ ରହି କାମ କରୁଛନ୍ତି । ଯାହାକୁ ନେଇ ବଢିବାରେ ଲାଗିଛି ଦ୍ବନ୍ଦ୍ବ । ଅଧିକ ପଢନ୍ତୁ

Police DG Arun on IPS Ashish Singh
Police DG Arun on IPS Ashish Singh (ETV Bharat Odisha)

ଭୁବନେଶ୍ବର: 2024 ନିର୍ବାଚନ ପରଠୁ ବିବାଦୀୟ ହୋଇଥିବା IPS ଆଶିଷ ସିଂକୁ ନେଇ ବଢୁଛି ଅଡୁଆ ପରିସ୍ଥିତି । କାରଣ ଗୋଟିଏ ପଟେ ଖୋଜୁଛି ଗୃହ ବିଭାଗ କିନ୍ତୁ ଅନ୍ୟପଟେ ଡ୍ୟୁଟିରେ ଥିବା କହୁଛନ୍ତି ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ । ଏହାରି ଭିତରେ ଗୋଟିଏ ବିଭାଗର ଜଣେ ଆଇପିଏସଙ୍କ ଉପରେ ଅନ୍ୟ ଏକ ବିଭାଗର ଏଭଳି ଦୃଷ୍ଟିକୋଣ ନେଇ ସୃଷ୍ଟି ହୋଇଛି ଦ୍ବନ୍ଦ୍ବ । ରାଜ୍ୟର ଜଣେ ଜଣାଶୁଣା ଆଇପିଏସଙ୍କ କିଭଳି ଖୋଜ ଖବର ପାଉନି ରାଜ୍ୟ ଗୁଇନ୍ଦା ବା ଗୃହ ବିଭାଗ ତାକୁ ନେଇ ଉଠିଛି ପ୍ରଶ୍ନ ।

IPS ଆଶିଷ ସିଂକୁ ନେଇ ବଢୁଛି ଦ୍ବନ୍ଦ୍ବ (ETV Bharat Odisha)

ଗତ ୨୭ ତାରିଖରେ ଗୃହ ବିଭାଗ ଅତିରିକ୍ତ ସଚିବ ମୁରଲିଧର ମଲ୍ଲିକ ଏନେଇ ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀକୁ ଏକ ଚିଠି କରିଥିଲେ । ଯେଉଁଥିରେ ଆଇପିଏସ ଆଶିଷ ସିଂ ସମ୍ପର୍କରେ ଗୃହ ବିଭାଗ ଜାଣିବାକୁ ଚାହିଁଥିବା ଉଲ୍ଲେଖ ରହିଥିଲା । ଆଇପିଏସ ଆଶିଷ ସିଂ ମାସକ ପାଇ ଛୁଟିରେ ଯିବା ପରଠୁ କାର୍ଯ୍ୟରେ ଯୋଗ ଦେଇଛନ୍ତି କି ନାହିଁ ସେ ସମ୍ପର୍କରେ ଗୃହ ବିଭାଗ ଜାଣିବାକୁ ଚାହୁଁଥିଲା । ତେବେ ଏନେଇ ପୋଲିସ ଡିଜି ଆଜି ଉତ୍ତର ରଖିଛନ୍ତି ।

ପୋଲିସ ଡିଜି ଗଣମାଧ୍ୟମକୁ ସୂଚନା‌ ଦେଇ କହିଛନ୍ତି, "ଆଇପିଏସ ଆଶିଷ ସିଂକୁ ସରକାର ଗତ ମେ 4ରୁ ଜୁନ ୨ତାରିଖ ପର୍ଯ୍ୟନ୍ତ ମାସେ ପାଇଁ ଛୁଟି ମଞ୍ଜୁର କରିଥିଲେ । ତାଙ୍କ ଛୁଟି ସରିବା ପରେ ଜୁନ ୩ ତାରିଖ ଠାରୁ କାର୍ଯ୍ୟରେ ଯୋଗଦେଇଛନ୍ତି । ଇଣ୍ଟେଲିଜେନ୍ସ ଅଫିସରେ ତାଙ୍କର ଅଫିସ ଅଛି ସେ ତାଙ୍କ ଅଫିସରେ କାମ କରୁଛନ୍ତି । ତାଙ୍କର ଜଏନିଂ ରିପୋର୍ଟ ଇଣ୍ଟେଲିଜେନ୍ସ ଡାଇରେକ୍ଟରରୁ ଆମ ଅଫିସକୁ ଆସିଥିବ । ଏହା ଏକ ସାଧାରଣ ପ୍ରକ୍ରିୟା । ଏନେଇ ଆମ ଅଫିସରୁ ହୋମ ଡିପାର୍ଟମେଣ୍ଟକୁ ରିପୋର୍ଟ ଯାଏ । ମୋ ନଜରରେ ନୁହେଁ ତଳ ସ୍ତରରେ ଏହା ରିପୋର୍ଟ ଦିଆଯାଏ । ରିପୋର୍ଟ କିଭଳି ଯାଇନାହିଁ ସେ ନେଇ ମୁଁ ଦେଖିବି ।"

ଏହା ବି ପଢନ୍ତୁ- କେଉଁଠି ଅଛନ୍ତି IPS ଆଶିଷ ସିଂ ? ଚିଠି ଲେଖି ଖୋଜୁଛି ଗୃହ ବିଭାଗ

ପୋଲିସ ଡିଜି ଆହୁରି କହିଛନ୍ତି, " ସେ ଜୁନ 3ରେ ଯୋଗଦାନ ପରଠୁ ଅନେକ ମିଟିଂ ଆଟେଣ୍ଡ କରିଛନ୍ତି । ଏପରିକି ଗତ ୧୭ ତାରିଖରେ ପୋଲିସ ଡିଜି କ୍ୟାମ୍ପ ଅଫିସରେ ଚାଲିଥିବା ଆଇନ ସଂଶୋଧନ ସମ୍ପର୍କିତ ବୈଠକରେ ମଧ୍ୟ ଯୋଗ ଦେଇଥିଲେ । ସେ ତାଙ୍କର ଯାହା ଡ୍ୟୁଟି କରୁଛନ୍ତି ଅନେକ ମିଟିଂ ମଧ୍ୟ ଆଟେଣ୍ଡ କରୁଛନ୍ତି । ତେଣୁ କିଭଳି ରିପୋର୍ଟ ଗୃହ ବିଭାଗ ପାଖରେ ‌ପହଞ୍ଚିପାରିଲା ନାହିଁ ସେନେଇ ଖୋଜା ଚାଲିଛି । ସମନ୍ଵୟ ଅଭାବରୁ ଚିଠିଟି ହୁଏତ ଗୃହ ବିଭାଗକୁ ଯାଇପାରିନାହିଁ । ଏବେ ଗୃହ ବିଭାଗକୁ ଏନେଇ ଅବଗତ କରାଯାଇଛି । କୌଣସି ଦ୍ଵନ୍ଦ୍ବ ଏ ନେଇ ରହିବା ଉଚିତ ନୁହେଁ । ସ୍ବାଭାବିକ ଅନେକ ଆଇପିଏସ ମଧ୍ୟ ଯୋଗଦେବା ପରେ ରିପୋର୍ଟ ପହଞ୍ଚିବାରେ ବିଳମ୍ବ‌ ହୁଏ ।"

ଏହା ବି ପଢନ୍ତୁ- ଖସିଲେ ଡିଏସ କୁଟ୍ଟେ, ମିଛରେ ଛୁଟି ନେଇ ଫସିଲେ ଆଶିଷ ସିଂ !

ଅନ୍ୟପଟେ ଗୃହର ବିଭାଗ ପାଖରେ ରାଜ୍ୟର ଜଣେ ଆଇପିଏସଙ୍କ ସମ୍ପର୍କରେ ଖବର ନ ପହଞ୍ଚିବା ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ପୂର୍ବରୁ ନିର୍ବାଚନ ସମୟରେ ଛୁଟିରେ ରହି ନିର୍ବାଚନ ପରିଚାଳନାରେ ହସ୍ତକ୍ଷେପ କରୁଥିବା ନେଇ ସେତେବେଳେ ବିଜେପି ଅଭିଯୋଗ କରିଥିଲା । ଏହାପରେ ଭାରତୀୟ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ସ୍ଵାସ୍ଥ୍ୟଗତ ସମସ୍ୟାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏମ୍ସରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ସେ ସମ୍ପୂର୍ଣ୍ଣ ମାନସିକ ଓ ଶାରିରିକ ଭାବେ ସୁସ୍ଥ ବୋଲି ଜଣାପଡିଥିଲା । ଯେହେତୁ ସେତେବେଳର ବିରୋଧୀ ଦଳ ବିଜେପି ଏବେ ସରକାରରେ ଅଛି। ବିଜେଡି ସରକାରରେ ଆଇପିଏସ ଆଶିଷ ସିଂ ପାଓ୍ବାର କରିଡରରେ ବିଭିନ୍ନ ପଦବୀରେ ରହୁଥିଲେ। ଏବେ ନୂଆ ସରକାର ତାଙ୍କ ପ୍ରତି କଣ କାର୍ଯାନୁଷ୍ଠାନ ନେବେ ସେ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.