ETV Bharat / state

ବ୍ୟାଘ୍ର ଦିବସରେ ଖୁସି ଖବର: ଶିମିଳିପାଳରେ କଳାବାଘ ସଫାରୀକୁ CZAର ଗ୍ରୀନ ସିଗନାଲ, ଜାଣନ୍ତୁ ବାଘ ବଂଶ ବୃଦ୍ଧି ପାଇଁ ସରକାରଙ୍କ ମିଶନ କେତେ ସଫଳ ? - International Tiger Day

author img

By ETV Bharat Odisha Team

Published : Jul 29, 2024, 4:00 PM IST

Updated : Jul 29, 2024, 4:32 PM IST

CZA Approves Similipal Melanistic tiger safari: ରାଜ୍ୟରେ କମୁଛି ବାଘ ସଂଖ୍ୟା । ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ସରକାରଙ୍କ ମିଶନ ସଫଳ ତ ? ଏହାରି ମଧ୍ୟରେ ଆସିଛି ଏକ ଖୁସି ଖବର ଶିମିଳିପାଳରେ କଳାବାଘ ସଫାରୀ ପାଇଁ CZAରୁ ମିଳିଲା ଅନୁମତି ।

International Tiger Day
International Tiger Day (ETV Bharat Odisha)

ଭୁବନେଶ୍ୱର: ପ୍ରକୃତିର ଏକ ସୁନ୍ଦର ଅବଦାନ ବ୍ୟାଘ୍ର । ଭାରତର ଜାତୀୟ ପଶୁ କୁହାଯାଉଥିବା ଏହି ବାଘ ମାମୁଁ ପାଇଁ ଆଜି ଦିନଟିଏ । ବାଘ ସୁରକ୍ଷା ପାଇଁ ପ୍ରତିବର୍ଷ ଆଜିର ଦିନରେ ଜାତୀୟ ବ୍ୟାଘ୍ର ଦିବସକୁ ପାଳନ କରାଯାଉଛି ସତ... କିନ୍ତୁ ପ୍ରକୃତରେ ବାଘ କେତେ ସୁରକ୍ଷିତ ତା ମନରେ ପ୍ରଶ୍ନ ଆସେ । ସବୁଠାରୁ ବଡ କଥା ହେଉଛି ଦେଶରେ ବାଘ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ କିନ୍ତୁ ଏହି ସଂଖ୍ୟା କମୁଛି । କାଁ ଭାଁ ଜଙ୍ଗଲରେ ବାଘ ଦେଖିବାକୁ ମିଳୁଛି । ଓଡ଼ିଶା ଜଙ୍ଗଲ ଘଞ୍ଚ ବନାନୀ ଓ ସବୁଜିମାରେ ଭରପୂର ଥିଲେ ମଧ୍ୟ ବାଘ କିନ୍ତୁ ନାହାନ୍ତି । ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଳ କାର୍ଯ୍ୟକ୍ରମ, କିନ୍ତୁ ବଂଶ ବୃଦ୍ଧି ଫେଲ ମାରିଛି । ତେବେ କାହିଁକି ରାଜ୍ୟରେ କମୁଛି ବାଘ ସଂଖ୍ୟା, କେଉଁଠି ରହୁଛି ତୃଟି ? କାହିଁକି ଫେଲ ମାରୁଛି ବ୍ୟାଘ୍ର ପ୍ରକଳ୍ପ, ରାଜ୍ୟରେ ସୁରକ୍ଷିତ ବାଘ, ଏଥି ପ୍ରତି ବିନ ବିଭାଗ କେତେ ତତ୍ପର ? ତାହାକୁ ନେଇ ପ୍ରଶ୍ନ ଉଠିଛି । ଏପଟେ ଶିମିଳିପାଳରେ କଳାବାଘ ସଫାରୀ ପାଇଁ CZAରୁ ମିଳିଛି ଅନୁମତି । ଯାହା ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର ।

କଳାବାଘ ସଫାରୀ ପକ୍ରିୟା ଆଉ ପାଦେ ଆଗେଇଲା:

ଶିମିଳିପାଳରେ କଳାବାଘ ସଫାରୀ ପାଇଁ CZAରୁ ମିଳିଲା ଅନୁମତି । ଏନଟିସି ଏ ପରେ ସେଣ୍ଟ୍ରାଲ ଜୁ ଅଥରିଟିରୁ ଅନୁମତି ମିଳିଥିବା ସୂଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । ବାରିପଦାରୁ 10 କିମି ଦୂରରେ 100 ଏକର ଜାଗା ରେ ମଞ୍ଚିଆପଡାରେ କଳାବାଘ ସଫାରୀ ହେବ । ନନ୍ଦନକାନନରେ ଥିବା କଳା ଜିନ ଥିବା ବାଘକୁ ନେଇ ସେଠାରେ ଛଡା ଯିବ । ଚଳିତ ବର୍ଷ ଶେଷ ସୁଦ୍ଧା ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି କହିଛନ୍ତି ବନ୍ୟ ପ୍ରାଣୀ ପିସିସିଏଫ । ସେଠାରେ ବାଘଙ୍କ ପାଇଁ ଏକ ହସ୍ପିଟାଲ ମଧ୍ୟ ତିଆରି ହେବ । ବାଘଙ୍କ ପାଇଁ ସୁରକ୍ଷିତ ନିବାସ ହେଉଛି ଓଡିଶା । ହଜାର ହଜାର କିମି ଅତିକ୍ରମ କରି ଓଡିଶା ମୁହାଁ ହେଉଛନ୍ତି ମହାବଳ ବାଘ । 2013ରେ ନନ୍ଦନକାନନକୁ ଆସିଥିବା ବାଘ ନନ୍ଦନ ସେଣ୍ଟ୍ରାଲ ଇଣ୍ଡିଆ ଲ୍ୟାଣ୍ଡସ୍କେପରୁ ଆସିଥିବା ଜେନେଟିକ ଷ୍ଟଡିରୁ ଜଣାପଡିଛି । ନିକଟ ଅତୀତରେ ଦୁଇଟି ବାଘ ସେଣ୍ଟ୍ରାଲ ଇଣ୍ଡିଆ ଲ୍ୟାଣ୍ଡସ୍କେପରୁ ଆସି ଓଡିଶାରେ ରହୁଛନ୍ତି । ରାଜ୍ୟରେ ବାଘ ସଂଖ୍ୟା ବଢୁଥିବା ବେଳେ ଏହା ଦ୍ୱାରା ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ।

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଫେଲ:

ଓଡିଶାରେ ବାଘ ବଂଶ ବୃଦ୍ଧି କରିବା ନେଇ 2018ରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ ହୋଇଥିଲା । ମଧ୍ୟପ୍ରଦେଶରୁ ୨ଟି ମହାବଳ ବାଘ ଅଣା ଯାଇଥିଲା । ସେମାନଙ୍କ ମଧ୍ୟରୁ ଗୋଟିଏ ବାଘ ମହାବୀର ଶିକାରୀ ଫାସରେ ପଡି ମୃତ୍ୟୁ ବରଣ କରି ବା ପରେ ବାଘୁଣୀ ସୁନ୍ଦରୀ ମଧ୍ୟପ୍ରଦେଶ ଫେରିଯାଇଥିଲା । ଏହି ଘଟଣା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ହେବ କି ନାହିଁ ସନ୍ଦେହ ସୃଷ୍ଟି ହୋଇଥିଲା । ଏବେ ପୁଣି ଘାରିଛି ବାଘ ବଂଶ ବିସ୍ତାର ଯୋଜନା । 1 ହଜାର ବର୍ଗ କିଲୋମିଟର ବ୍ୟାପୀ ଏହି ବ୍ୟାଘ୍ର ଅଭୟାରଣ୍ୟରେ ଏଥିଲାଗି ବନବିଭାଗ ଆରମ୍ଭ କରିଛି ବହୁବିଧ ରଣନୀତି । ଶିମିଳିପାଳ ଓ ସାତକୋଶିଆ ଅଭୟାରଣ୍ୟ ପରସ୍ପରକୁ ଲାଗିଛି । ଯେହେତୁ ଶିମିଳିପାଳରେ ବାଘ ସଂଖ୍ୟା ବଢ଼ୁଛି, ତେଣୁ ଆଗାମୀ ଦିନରେ ନିଜସ୍ୱ ଟେରିଟୋରି ତିଆରି ପାଇଁ ସେମାନେ ସାତକୋଶିଆ ମୁହାଁ ହୋଇପାରନ୍ତି । ସାତକୋଶିଆରେ ବାଘଙ୍କ ଖାଦ୍ୟ ପାଇଁ ହରିଣ, ସମ୍ବର, କୁଟୁରା ଆଦି ତୃଣଭୋଜି ପ୍ରାଣୀଙ୍କ ବଂଶବୃଦ୍ଧି ଉପରେ ପଦକ୍ଷେପ ନିଆଯାଉଛି ।

ସାତକୋଶିଆ ବାଘ ଶୂନ୍ୟ:

ଏନଟିସିଏର ତଥ୍ୟ ଅନୁଯାୟୀ, 2006 ମସିହାରେ ସାତକୋଶିଆରେ ଥିଲେ 6ଟି ମହାବଳ ବାଘ । 2010 ମସିହାରେ ସଂଖ୍ୟା 8 କୁ ବଢ଼ିଥିଲା । ହେଲେ 2014ରେ ସେମାନଙ୍କ ସଂଖ୍ୟା ହଠାତ୍ 3 କୁ ଖସିବା ସହ 2018ରେ 1 ହୋଇଗଲା। ଏହାକୁ ନଜରକୁ ରଖି 2018ରେ ମଧ୍ୟପ୍ରଦେଶ ବାନ୍ଧବଗଡ଼ ଓ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ 2ଟି ବାଘ ଆଣି ସାତକୋଶିଆରେ ବଂଶ ବିସ୍ତାର କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ନିଆଯାଇଥିଲା କିନ୍ତୁ ଏହା ସଂପୂର୍ଣ୍ଣ ରୂପେ ଫେଲ ମାରିଥିଲା ।

ଏହା ମଧ୍ୟ ପଢନ୍ତୁ-ନନ୍ଦନକାନନରେ ନୂଆ ଅତିଥି, ମହାବଳ ବାଘ ସହ ଆସିଛନ୍ତି ଅନ୍ୟାନ୍ୟ ଜୀବଜନ୍ତୁ - Royal bengal tiger in Nandankanan

ରାଜ୍ୟରେ 40 ବାଘ:

ବାଘଙ୍କ ପାଇଁ ସୁରକ୍ଷିତ ନିବାସ ହେଉଛି ଓଡିଶା । ହଜାର ହଜାର କିମି ଅତିକ୍ରମ କରି ଓଡିଶା ମୁହାଁ ହେଉଛନ୍ତି ମହାବଳ ବାଘ । 2013ରେ ନନ୍ଦନକାନନକୁ ଆସିଥିବା ବାଘ ନନ୍ଦନ ସେଣ୍ଟ୍ରାଲ ଇଣ୍ଡିଆ ଲ୍ୟାଣ୍ଡସ୍କେପରୁ ଆସିଥିବା ଜେନେଟିକ ଷ୍ଟଡିରୁ ଜଣା ପଡିଛି । ନିକଟ ଅତୀତରେ ଦୁଇଟି ବାଘ ସେଣ୍ଟ୍ରାଲ ଇଣ୍ଡିଆ ଲ୍ୟାଣ୍ଡସ୍କେପରୁ ଆସି ଓଡିଶାରେ ରହୁଛନ୍ତି । ରାଜ୍ୟରେ ବାଘ ସଂଖ୍ୟା ବଢୁଥିବା ବେଳେ ଏହା ଦ୍ୱାରା ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ । ରାଜ୍ୟରେ 40 ବାଘ ଅଛନ୍ତି । ଶିମିଳିପାଳ ବାହାର ଭିତରେ ପ୍ରାୟ 30 ବାଘ ଅଛନ୍ତି ବୋଲି କହିଛନ୍ତି ।

ନନ୍ଦନକାନନରେ ଧଳା ଓ କଳା ବାଘ ପ୍ରଜନନ:

ଧଳା ଓ କଳା ବାଘ ପ୍ରଜନନ କରାଇବାରେ ଇତିହାସ ରଚିଛି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ଗତ କିଛି ବର୍ଷ ଧରି ଧଳା ଓ କଳା ବାଘଙ୍କୁ ନନ୍ଦନକାନନର ଗର୍ବ ଭାବେ ବିବେଚନା କରାଯାଉଛି । ନନ୍ଦନକାନନରେ ଜନ୍ମଗ୍ରହଣ କରୁଥିବା ଧଳା ଓ କଳା ବାଘ ଏବେ ଦେଶର ଅନେକ ଚିଡ଼ିଆଖାନାରେ ଅଛନ୍ତି । ସେଠାରେ ମଧ୍ୟ ନନ୍ଦନକାନନ ପଦ୍ଧତି ଅନୁସରଣ କରି ବାଘ ବଂଶକୁ ବୃଦ୍ଧି କରିବା ପାଇଁ ଉଦ୍ୟମ ଜାରି ରହିଛି । ତେଣୁ ବାଘ ବଂଶ ବୃଦ୍ଧିରେ ନନ୍ଦନକାନନ ଭାରତରେ ଏକ ପ୍ରମୁଖ ପ୍ରାଣୀ ଉଦ୍ୟାନ ଭାବରେ ପରିଗଣିତ ହେଉଛି । ନନ୍ଦନକାନନରେ ପାଖାପାଖି ଧଳା ବାଘ 5 ରୁ 6 ଟି ଅଛନ୍ତି କଳା ବାଘ 4 ଟି ଅଛନ୍ତି । ସାଧାରଣ ନାଲି ବାଘ( ମହାବଳ ) 16 ରୁ 17 ଟି ରହିଛନ୍ତି । ଏହା ସହିତ ମେଲାନିଷ୍ଟିକ ବାଘ ମଧ୍ୟ ରହିଛି ।

International Tiger Day
International Tiger Day (ETV BHARAT ODISHA)

ଓଡ଼ିଶାକୁ ଆସିବା 5 ମହାବଳ ବାଘ:

ଓଡ଼ିଶାକୁ ଆସିବେ 5 ମହାବଳ ବାଘ। ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ 3 ଓ ଶିମିଳିପାଳ ପାଇଁ 2 ଟି ବାଘ ଆସିବେ । ଅଗଷ୍ଟ ଶେଷ ସୁଦ୍ଧା ଡେବ୍ରିଗଡ଼ ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶରୁ ଅଣାଯିବ । ଅନ୍ୟପଟେ ଅକ୍ଟୋବର ଶେଷ ସୁଦ୍ଧା ଶିମିଳିପାଳ ପାଇଁ ମଧ୍ୟପ୍ରଦେଶ, ମହାରାଷ୍ଟ୍ରରୁ ଆସିବାର ଯୋଜନା କରାଯାଇଛି । ଦେବ୍ରିଗଡ଼ ପାଇଁ 3 ମହାବଳ ମଧ୍ୟରୁ 1 ଅଣ୍ଡିରା ମହାବଳ ଏବଂ 2 ଟି ବାଘୁଣୀ ଆସିବେ ସେହିପରି ଭାବରେ ଶିମିଳିପାଳ ପାଇଁ 2ଟି ମହାବଳ ବାଘ ମଧ୍ୟରୁ 2 ଟି ବାଘୁଣୀ ଆସିବାର ଯୋଜନା କରାଯାଇଛି । ଅନ୍ୟପଟେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ରୟାଲ ବେଙ୍ଗଲ ଟାଇଗର ଆସିଛି । ଯାହା ବାଘଙ୍କ ବଂଶ ବୃଦ୍ଧିକୁ ନେଇ ଯୋଜନା କରାଯାଇଛି ।

ରାଜ୍ୟରେ କେଉଁ ବନଖଣ୍ଡରେ କେତେ ବାଘ ସଂଖ୍ୟା:

ରାଜ୍ୟରେ ବର୍ତ୍ତମାନ 30 ମହାବଳ ବାଘ ରହିଥିବା ବେଳେ ଶିମିଳିପାଳରେ ସର୍ବାଧିକ ମହାବଳ ରହିଛନ୍ତି । ଏହା ସହ 8 ଟି ଶାବକ ମଧ୍ୟ ଚିହ୍ନଟ କରାଯାଇଛି । ଏହାରି ମଧ୍ୟରେ 14 ଟି ବାଘୁଣୀ ରହିଛି । ରାଜ୍ୟରେ ଶିମିଳିପାଳରେ ସର୍ବାଧିକ ବାଘ ଚିହ୍ନଟ ହୋଇଛି । ଶିମିଳିପାଳରେ 27ଟି ମହାବଳ ବାଘ ସହ 8 ଶାବକ ରହିଥିବା ବେଳେ କେନ୍ଦୁଝର ବନଖଣ୍ଡରେ ଗୋଟିଏ ବାଘ ରହିଛି । ପାରଳାଖେମୁଣ୍ଡି ବନଖଣ୍ଡରେ ଗୋଟିଏ ବାଘ ଏବଂ ହୀରାକୁଦ ବନଖଣ୍ଡରେ ଗୋଟିଏ ମାତ୍ର ବାଘ ରହିଛନ୍ତି । ଏହା ସହ କଳା ବାଘ 40 ପ୍ରତିଶତ ରହିଛନ୍ତି ରାଜ୍ୟର ବିଭିନ୍ନ ଜଙ୍ଗଲରେ । କଳା ବାଘ କେବଳ ଶିମିଳିପାଳ ଡିଭିଜନରେ 7 ଟି ବାଘୁଣୀ ଓ 6 ଟି ବାଘ ରହିଥିବା ଜଣାପଡିଛି।

ବାଘ ଶିକାର କରି ମାଲେ ମାଲ ଶିକାରୀ, ରାଜ୍ୟରେ ହେଉଛି ବାଘ ଶୂନ୍ୟ:

ରାଜ୍ୟରେ ଯେତିକି ମାତ୍ରାରେ ବାଘଙ୍କୁ ସୁରକ୍ଷା ଦିଆଯାଉଛି ସେହି ଅନୁସାରେ ଶିକାରୀ ମାନେ ଶିକାର କରିବାରେ ଲାଗି ପଡୁଛନ୍ତି । ବାଘ ଶିକାର କରି ତାର ନଖ ଓ ଛାଲ ବିକ୍ରି କରି ମାଲେ ମାଲ ହେଉଛନ୍ତି । ଅନେକ ସମୟରେ ଶିକାରୀ ବାଘ ଶିକାର କରି ସେମାନଙ୍କ ନଖ ଦାନ୍ତ ଏବଂ ଛାଲ ଚୋରାରେ ବାହାରକୁ ବିକ୍ରି କରୁଥିବା ଖବର ନଜିର ରହିଛି । ଅଚାନକ ଭାବରେ ଚଢାଉ କଲେ ଶିକାରୀ ଧରାପଡ଼ୁଛନ୍ତି । ଏସଟିଏଫ ହାତରେ ମଧ୍ୟ ବାଘ ଛାଲ ସମେତ ଶିକାରୀ ଗିରଫ ହେଉଛନ୍ତି । ଏହା ସହ ଶିକାର କରିବାକୁ ଯିବା ସମୟରେ ଜଙ୍ଗଲ ମଧ୍ୟକୁ ଏଆଇ କ୍ୟାମେରା ସାହାଯ୍ୟରେ ଚିହ୍ନଟ ହେଉଛନ୍ତି । ଶେଷରେ ସେମାନଙ୍କ ଠାରୁ ଅସ୍ତ୍ରଶସ୍ତ୍ର ସମେତ ବାଘ ଛାଲ ମଧ୍ୟ ଜବତ କରାଯାଇଛି । ଏପରିକି ଏହି ସମସ୍ତ ଚୋରା ଚାଲାଣ ବିଦେଶକୁ ହେଉଥିବାର ନଜରକୁ ଆସିଛି ।

ବାଘ ସୁରକ୍ଷା ପାଇଁ ଯୋଜନା:

ବାଘ ସୁରକ୍ଷା ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ମୁତୟନ ହୋଇଛି ୧୪ କଷ୍ଟମାଇଜଡ ଅଲ୍ ୱେଦର ଅଲ୍ ରୋଡ ବୋଲେରୋ କ୍ୟାମ୍ପର । ଅଲିଭ ଗ୍ରୀନ ରଙ୍ଗର ଏସବୁ ଗାଡ଼ିକୁ ସ୍ଵତନ୍ତ୍ର ଭାବେ ଶିମିଳିପାଳ ପାଇଁ ଡିଜାଇନ କରାଯାଇଛି । ଏ ଗୁଡ଼ିକରେ ରିମୋଟ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ ଖଞ୍ଜାଯାଇଛି, ଯାହାକି ରାତି ସମୟରେ ସବୁ ଦିଗକୁ ଦେଖି ପାରିବ । ଶିମିଳିପାଳରେ ଜଙ୍ଗଲର ସୁରକ୍ଷା ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ଜଏଣ୍ଟ ଟାସ୍କଫୋର୍ସ । ଫରେଷ୍ଟ ଅଫିସର 24 ଘଣ୍ଟା ଶିକାରୀଙ୍କ ଉପରେ ରଖିବେ ନଜର। ଏହା ସମେତ ଜଙ୍ଗଲ ମଧ୍ୟରେ ବାଘ ସମେତ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଲାଗିଛି ଏ ଆଇ କ୍ୟାମେରା । ଯାହା ଫଳରେ ଶିକାରୀ ମାନେ ମଧ୍ୟ ଶିକାର କରିବା ପୂର୍ବରୁ ଚିହ୍ନଟ ହୋଇପାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jul 29, 2024, 4:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.