ETV Bharat / state

ପଦାରେ ପଡିଲା ରାୟଗଡ଼ା ବିଜେଡିର ଗୋଷ୍ଠୀ କନ୍ଦଳ, ୟାଲା କୋଣ୍ଡାବାବୁଙ୍କୁ ମହଙ୍ଗା ପଡ଼ିଲା ମିଶ୍ରଣ ପର୍ବ ! - RAYAGADA BJD INTERNAL conflict

author img

By ETV Bharat Odisha Team

Published : Apr 21, 2024, 10:21 PM IST

RAYAGADA BJD INTERNAL CONFLICT: ବିଜେଡିରେ ଗୋଷ୍ଠୀ କନ୍ଦୋଳ ପଦାରେ ପଡିଲା । ଅନ୍ୟ ଦଳରୁ ମିଶ୍ରଣ ମହଙ୍ଗା ପଡିଲା ୟାଲା କୋଣ୍ଡାବାବୁଙ୍କୁ । ବିଜେଡି ପ୍ରାଥମିକ ସଦସ୍ୟରୁ ବହିଷ୍କୃତ ହେଲେ କୋଣ୍ଡାବାବୁ । ଅଧିକ ପଢନ୍ତୁ

ପଦାରେ ପଡିଲା ରାୟଗଡ଼ା ବିଜେଡିର ଗୋଷ୍ଠୀ କନ୍ଦଳ, ୟାଲା କୋଣ୍ଡାବାବୁଙ୍କୁ ମହଙ୍ଗା ପଡ଼ିଲା ମିଶ୍ରଣ ପ୍ରର୍ବ

ରାୟଗଡା: ବିଜେଡି ଗୋଷ୍ଠୀ କନ୍ଦୋଳ ଏବେ ଦାଣ୍ଡରେ ପଡି ହାତରେ ଗଡୁଛି । ବିଜେଡିର ବରିଷ୍ଠ ସଂଗଠକ ୟାଲା କୋଣ୍ଡାବାବୁଙ୍କୁ ଦଳରୁ ବହିଷ୍କୃତ କରି ହରଡଘଣାରେ ପଡିଯାଇଛି ରାଜ୍ୟ ବିଜେଡି । କୋଣ୍ଡାବାବୁ ଦଳ ବିରୋଧ କାର୍ଯ୍ୟା କରୁଥିବା ତାଙ୍କୁ ଦଳରୁ ବହିଷ୍କୃତ କରାଗଲା ବୋଲି ବିଜେଡିର ସାଧାରଣ ସମ୍ପାଦକ ତଥା ରାୟଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ପ୍ରେସ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ଏଥିସହ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ବିନାୟକ ପଲେଇଙ୍କୁ ମଧ୍ୟ ଦଳରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି ।

ରବିବାର ଦିନ ରାୟଗଡା ବିଜେଡି କର୍ମୀ କାର୍ଯ୍ୟାଳୟ ଠାରେ କଂଗ୍ରେସ,ବିଜେପି ଏବଂ ବିଏସପି କର୍ମୀଙ୍କ ସହିତ କିଛି ସରପଞ୍ଚଙ୍କୁ ନେଇ ଏକ ବଡ ଧରଣର ମିଶ୍ରଣ ପର୍ବ ହେବବୋଲି ପୂର୍ବ ନିଷ୍ପତ୍ତି ହୋଇଥିଲା । ତେବେ ରବିବାର ସକାଳୁ ସକାଳୁ ୟାଲା କୋଣ୍ଡାବାବୁଙ୍କୁ ବିଜେଡି ଦଳରୁ ଦଳ ବିରୋଧ କାର୍ଯ୍ୟ ଯୋଗୁଁ ବହିଷ୍କୃତ କରାଯାଇଛି ବୋଲି ଜଣାପଡିଥିଲା । ତେବେ ଦଳରୁ ୟାଲା କୋଣ୍ଡାବାବୁଙ୍କୁ ବହିଷ୍କୃତ ହେବା ପରେ ମିଶ୍ରଣ କାର୍ଯ୍ୟକୁ ଆଗେଇ ନେଇଥିଲେ 'ମୋ ଓଡିଶା ନବୀନ ଓଡିଶାର' ଆବାହକ ପି.ଗୌରୀ ଶଙ୍କର ଏବଂ ସହଯୋଗ କରିଥିଲେ ରାୟଗଡା ଲ୍ୟାମ୍ପର ସଭାପତି ଚକ୍ର ବିଡିକା । ଏହି ମିଶ୍ରଣ ପର୍ବରେ ପାଞ୍ଚ ଶହରୁ ଊର୍ଦ୍ଧ୍ବ ବିଭିନ୍ନ ଦଳର କର୍ମୀ ବିଦ୍ଧିବଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ତେବେ କାହିଁକି ୟାଲା କୋଣ୍ଡାବାବୁଙ୍କୁ ଦଳରୁ ବହିଷ୍କୃତ କରାଗଲା ଏନେଇ କୌଣସି ସ୍ପଷ୍ଟ ଉତ୍ତର କେହି ଦେଇନାହାନ୍ତି ।

ଏଠାରେ ସୂଚନାଯୋଗ୍ୟ କି ଗତ କିଛିଦିନ ତଳେ ନବ ନିଯୁକ୍ତ ଜିଲ୍ଲା ସଭାପତି ଏନ ଭାସ୍କର ରାଓ ରାୟଗଡା ଠାରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ବିଜେଡିର ସାଧାରଣ ସମ୍ପାଦକ ତଥା ରାୟଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସଚୀ ନାୟକଙ୍କ ହାତରେ ଉଦଘାଟନ କରିଥିବା ବେଳେ ସେଠାରେ କର୍ମୀ ସମ୍ମିଳନୀ ମଧ୍ୟ କରିଥିଲେ । କିନ୍ତୁ ହଠାତ୍‌ ଦୁଇ ଦିନ ପରେ କୋଣ୍ଡାବାବୁଙ୍କ ଦ୍ଵାରା ଆୟୋଜିତ ମିଶ୍ରଣ ପର୍ବକୁ ସହଜରେ ଗ୍ରହଣ କରି ପରିଲେନି ଭାସ୍କର ବୋଲି ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ଏନେଇ ଭାସ୍କର ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁଙ୍କ ନିକଟରେ ଫେରାଦ ହେବା ପରେ ଆଜିର ମିଶ୍ରଣ ପର୍ବକୁ କଣ୍ଡାବାବୁଙ୍କୁ କରିବାକୁ ବାରଣ କରାଯାଇଥିଲା । କିନ୍ତୁ ଏଥିରେ ସେ ରାଜି ନ ହେବାରୁ ଶେଷରେ ତାଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟରୁ ବହିଷ୍କୃତ କରାଯାଇଥିବା ଜଣା ପଡିଛି ।

ଏହା ମଧ୍ୟ ପଢନ୍ତୁ ....ଜୟପୁର ପାଇଁ ପୁଣି ଗୌତମ ସାମନ୍ତରାୟଙ୍କୁ ପ୍ରାର୍ଥୀ କଲା ବିଜେପି - Odisha Assembly Election 2024

ଏନେଇ କୋଣ୍ଡାବାବୁ କହିଛନ୍ତି ଯେ, ସେ ବହିଷ୍କୃତର କାରଣ କିଛି ଲେଖା ଯାଇନାହିଁ । ସେ ବିଜେଡ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ଅଛନ୍ତି ଓ କୌଣସି ପଦବୀରେ ନାହାନ୍ତି । ପଦବୀର ଥିବା ପଦାଧିକାରୀଙ୍କୁ ଦଳ ବିରୋଧ କାର୍ଯ୍ୟ ଯୋଗୁଁ ନିଲମ୍ବନ କିମ୍ବା ବହିଷ୍କୃତ କରାଯାଇଥାଏ । ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳରେ ଅଛି ଏବଂ ତାଙ୍କ ଚିହ୍ନ ଶଙ୍ଖ ଏବଂ ନେତା ନବୀନ ପଟ୍ଟନାୟକ ।" ତେବେ ଆଗକୁ ଏହି ରାଜନୀତି କେଉଁ ମୋଡକୁ ଯାଉଛି ତାହା ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.