ETV Bharat / state

ଏବର୍ଷ ଶୀଘ୍ର ଆସୁଛି ମୌସୁମୀ, ୧୯ରେ ଛୁଇଁବ ଆଣ୍ଡାମାନ - MONSOON 2024 - MONSOON 2024

Monsoon Update: ଏବର୍ଷ ଶୀଘ୍ର ଆସିବାକୁ ଯାଉଛିି ମୌସୁମୀ । 19 ତାରିଖ ଆଣ୍ଡାମାନ, ନିକୋବର ଦ୍ୱୀପପୁଞ୍ଜ ଛୁଇଁବ ମୌସୁମୀ । ଅଧିକ ପଢ଼ନ୍ତୁ

ଏବର୍ଷ ଶୀଘ୍ର ଆସୁଛି ମୌସୁମୀ, ୧୯ରେ ଛୁଇଁବ ଆଣ୍ଡାମାନ
ଏବର୍ଷ ଶୀଘ୍ର ଆସୁଛି ମୌସୁମୀ, ୧୯ରେ ଛୁଇଁବ ଆଣ୍ଡାମାନ (ETV Bharat Odisha)
author img

By ETV Bharat Odisha Team

Published : May 14, 2024, 4:03 PM IST

Updated : May 14, 2024, 5:27 PM IST

ଏବର୍ଷ ଶୀଘ୍ର ଆସୁଛି ମୌସୁମୀ, ୧୯ରେ ଛୁଇଁବ ଆଣ୍ଡାମାନ (ETV Bharat Odisha)

ଭୁବନେଶ୍ବର: ଗତବର୍ଷ ତୁଳନାରେ ଏଥର ଶୀଘ୍ର ଆସିବ ମୌସୁମୀ । ଆସନ୍ତା 19 ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ପହଞ୍ଚିବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଚଳିତ ବର୍ଷ ମୌସୁମୀ ସ୍ବାଭାବିକ ସମୟ ପୂର୍ବରୁ ଆସିବାକୁ ଯାଉଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଥମେ ଆଣ୍ଡାମାନ ନିକୋବରକୁ ଛୁଇଁବାକୁ ଯାଉଛି । ଏହାପରେ ଦେଶର ଅନ୍ୟ ସ୍ଥାନରେ ମୌସୁମୀ ବର୍ଷା ହେବ ।

ଏବର୍ଷ ଶୀଘ୍ର ଆସୁଛି ମୌସୁମୀ, ୧୯ରେ ଛୁଇଁବ ଆଣ୍ଡାମାନ
ଏବର୍ଷ ଶୀଘ୍ର ଆସୁଛି ମୌସୁମୀ, ୧୯ରେ ଛୁଇଁବ ଆଣ୍ଡାମାନ (ETV Bharat Odisha)

ପାଣିପାଗ ବିଭାଗ ଅନୁଯାୟୀ, ଦେଶରେ ଏଲ-ନିନୋ ସ୍ଥିତି ଦୁର୍ବଳ ହେବାକୁ ଯାଉଛି । ଏହାସହ ଲା-ନିନାର ସ୍ଥିତି ସକ୍ରିୟ ହେଉଛି । ଯାହା ଚଳିତ ବର୍ଷ ମୌସୁମୀ ପାଇଁ ଅନୁକୂଳ । ଏହି କାରଣରୁ ମୌସୁମୀ ସ୍ବାଭାବିକ ସମୟ ପୂର୍ବରୁ ଆସିପାରେ । ଭାରତ ମହାସାଗର ଡାଇପୋଲ୍ (ଆଇଓଡି) ଏବଂ ଲା-ନିନା ପରିସ୍ଥିତି ଏକାସାଙ୍ଗରେ ସକ୍ରିୟ ରହିବ । ଯାହା ମୌସୁମୀ ପାଇଁ ଅନୁକୂଳ ।

ମୌସୁମୀକୁ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, "ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଦୁର୍ବଳ ଘୂର୍ଣ୍ଣିବଳୟ କ୍ଷେତ୍ର ଯୋଗୁଁ ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୋୖସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ନିକୋବର ଦ୍ଵୀପପୁଞ୍ଜ ଛୁଇଁବ ।"

ପୂର୍ବରୁ ଚଳିତ ମୌସୁମୀରେ ଭଲ ବର୍ଷା ହେବା ନେଇ ଆଇଏମଡି ପକ୍ଷରୁ ଆକଳନ କରାଯାଇଥିଲା । 1971ରୁ 2020 ପର୍ଯ୍ୟନ୍ତ ମୌସୁମୀର ବର୍ଷାର ତଥ୍ୟ ଆଧାରରେ ଏହି ଆକଳନ କରାଯାଇଥିଲା । ବର୍ଷା ଋତୁରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ 106 ପ୍ରତିଶତ ବର୍ଷା ହେବା ନେଇ ଆକଳନ କରାଯାଇଛି । ହାରାହାରି 87 ସେଣ୍ଟିମିଟର ବର୍ଷା ହୋଇପାରେ । ଦକ୍ଷିଣ ପୂର୍ବ ଭାରତରେ ଅଧିକ ବର୍ଷା ହେବ ।

ଏହା ମଧ୍ୟ ପଢ଼ନ୍ତୁ...ଦେଶରେ ଅଧିକ ରାଜ୍ୟରେ କମ୍‌, ଓଡ଼ିଶାରେ ସ୍ୱାଭାବିକଠୁ କମ୍ ମୌସୁମୀ ବର୍ଷା ସମ୍ଭାବନା - Indian Meteorological Department

ସେପଟେ ଦେଶରେ ଚଳିତ ବର୍ଷ ମୌସୁମୀର ପ୍ରଭାବ ଅଧିକ ଥିଲେ ମଧ୍ୟ ରାଜ୍ୟରେ ବର୍ଷାର ପରିମାଣ କମିବାର ଯଥେଷ୍ଟ ସମ୍ଭାବନା ରହିଛି । ସାଧାରଣତଃ ଚଳିତ ବର୍ଷ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ କମ ବର୍ଷା ହେବ । ତେବେ ଓଡ଼ିଶାର ଉପକୂଳ ଅଞ୍ଚଳରେ କମ୍‌ ବର୍ଷା ହେବ । ଆଭ୍ୟନ୍ତରୀଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ନେଇ ଆକଳନ କରିଥିଲା ଭାରତୀୟ ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 14, 2024, 5:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.