ଭୁବନେଶ୍ବର : ଶୀତରେ ଥରୁଛି ସାରା ଓଡିଶା । ବର୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ବା ପ୍ରକ୍ରିୟା ସକ୍ରିୟ ନଥିବା ବେଳେ ଆଗାମୀ ଦୁଇଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ । ଆସନ୍ତା ଦୁଇଦିନ ମଧ୍ୟରେ ରାଜ୍ୟରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଥିବା ବେଳେ ଏଥିରେ କୌଣସି ପରିବର୍ତନ ହେବାର ସମ୍ଭାବନା ନାହିଁ । ସେପଟେ ବଙ୍ଗୋପସାଗରରେ ଓଡ଼ିଶା ପାଶ୍ବବର୍ତ୍ତୀରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି । ୬ ଟି ଜିଲ୍ଲା ଯଥା କୋରାପୁଟ, ସୁନ୍ଦରଗଡ଼, ଢେଙ୍କାନାଳ , କଟକ, ଅନୁଗୋଳ ଓ କେନ୍ଦ୍ରାପଡାରେ ଘନ କୁହୁଡିର ଦୃଶ୍ୟମାନ ହୋଇଛି । ଏହି ସବୁ ଜିଲ୍ଲା ଗୁଡିକରେ ୫୦ ମିଟରରୁ ୨୦୦ ମିଟର ଦୂରତା କୁହୁଡି ଦୃଶ୍ୟମାନ ହୋଇଛି । ସେହିପରି ଗୁରୁଚାପ ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ଚେତାବନୀ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତା ୨୪ ଘଣ୍ଟାରେ ଉପକୂଳ ଜିଲ୍ଲା ସମେତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ଘନ କୁହୁଡି ଦୃଶ୍ୟମାନ ହେବାର ସମ୍ଭାବନାର ସୂଚନା ଦେଇଛି ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ୧୫ ଜିଲ୍ଲାରେ ଘନ କୁହୁଡି ନେଇ ହଳଦିଆ ଚେତାବନୀ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିସବୁ ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ବର ,ଭଦ୍ରକ , ଯାଜପୁର, କେନ୍ଦ୍ରାପଡା , କଟକ, ଜଗତସିଂପୁର , କନ୍ଧମାଳ, କୋରାପୁଟ ,ରାୟଗଡା , ମୟୂରଭଞ୍ଜ ଆଦି ।
ଏହା ମଧ୍ୟ ପଢନ୍ତୁ ... ଥରୁଛି ସାରା ଓଡି଼ଶା, ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
ସେପଟେ ଆସନ୍ତା ଦୁଇଦିନ ପରେ ରାଜ୍ୟରେ ପଶ୍ଚିମା ଝଡ ପ୍ରବାହିତ ହେବାର ଆକଳନ କରିଛି ପାଣିପାଗ ବିଭାଗ । ପ୍ରଭାବରେ ରାଜ୍ୟ ମଧ୍ୟକୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବେଶ କରିବ । ଯାହା ଫଳରେ ୧ ଓ ୨ ତାରିଖରୁ ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର-ଆଭ୍ୟନ୍ତରଣ ଓ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ତେବେ ସିମିଳିଗୁଡାରେ ସର୍ବନିମ୍ନ ତାପମାତ୍ରା ୯.୩ ଡିଗ୍ରୀ ସେଲସିୟସ ରହିଥିବା ବେଳେ, ଜି ଉଦୟଗିରିରେ ୯.୪ ଡିଗ୍ରୀ , ଫୁଲବାଣୀରେ ୧୦.୦ ଡିଗ୍ରୀ, କୋରାପୁଟରେ ୧୦.୨ଡିଗ୍ରୀ , ବରଗଡ଼ରେ ୧୦.୪ ଡିଗ୍ରୀ , କିରେଇରେ ୧୦.୭ ଡିଗ୍ରୀ , ଦାରିଙ୍ଗବାଡିରେ ୧୧.୫ ଡିଗ୍ରୀ , ଅନୁଗୋଳରେ ୧୨.୦ ଡିଗ୍ରୀ, କେଉଁଝରଗଡରେ ୧୨.୦ ଡିଗ୍ରୀ ରେକର୍ଡ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର