ETV Bharat / state

ପୁରୀ ବେଳାଭୂମି ନିକଟରୁ ଠାବ ହେଲା ନରକଙ୍କାଳ, ହେଲେ କାହାର ? - Human Skeleton Found - HUMAN SKELETON FOUND

Human Skeleton Found: ପୁରୀ ବେଳାଭୂମି ଷ୍ଟର୍ଲିଂ ଛକ ନିକଟରୁ ମଣିଷ କଙ୍କାଳ ମିଳିଛି। କେହି ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି । ହେଲେ ଏହି କଙ୍କାଳ କେଉଁ ବ୍ୟକ୍ତିଙ୍କର ତାହା ଜାଣିବା ପୋଲିସ ପାଇଁ ଚାଲେଞ୍ଜ ପାଲଟିଛି । ଜାଣନ୍ତୁ ପୂରା ଘଟଣା କ'ଣ ।

Human Skeleton Found
Human Skeleton Found (ETV Bharat Odisha)
author img

By ETV Bharat Odisha Team

Published : Aug 21, 2024, 1:42 PM IST

ପୁରୀ: ପୁଣି ପୁରୀ ବେଳାଭୂମି ଷ୍ଟର୍ଲିଂ ଛକ ନିକଟରୁ ମିଳିଲା ମଣିଷ କଙ୍କାଳ । ବେଳାଭୂମି ନିକଟରେ ମଣିଷ ଖପୁରୀ ଓ ଶରୀରର ଅନ୍ୟ କିଛି ଅଂଶ ପଡିଥିବା ଦେଖିବାକୁ ମିଳିଛି । ଏହାକୁ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ବେଳାଭୂମି ଅଞ୍ଚଳରେ ସିସିଟିଭି ଓ ଆଲୋକୀକରଣ ପାଇଁ ଦାବି କରିଛନ୍ତି ଆଇନଜୀବୀ ।

Human Skeleton Found (ETV Bharat Odisha)

କେଉଁଠୁ ଠାବ ହେଲା ମଣିଷ କଙ୍କଳ?

ବଳିଆ ପଣ୍ଡା ଥାନା ଅନ୍ତର୍ଗତ ଷ୍ଟର୍ଲିଂ ହୋଟେଲ ଛକ ନିକଟରେ ମଣିଷ ଖପୁରୀ ଓ ଶରୀରର କିଛି ଅଂଶ ପଡିଥିବା ଦେଖିବାକୁ ମିଳିଛି । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଥିବା ବେଳେ ଏହା ଏକ ପୁରୁଷ ବ୍ୟକ୍ତିଙ୍କ ଖପୁରୀ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି । ଖବର ପାଇ ବଳିଆ ପଣ୍ଡା ଥାନା ପୋଲିସ ପହଞ୍ଚି ଖପୁରୀର ଅଂଶବିଶେଷକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ଏହାକୁ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଏଫଏମଟି ଡିପାର୍ଟମେଣ୍ଟକୁ ପଠାଇଥିଲା । ରିପୋର୍ଟ ଆଧାରରେ ତଦନ୍ତ କରାଯିବା ପରେ ସମ୍ପୂର୍ଣ୍ଣ ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ପୋଲିସ ପାଇଁ ଏହା ଏକ ବଡ ଚାଲେଞ୍ଜ ହୋଇଥିବା ବେଳେ ଏହି ମୃତଦେହଟି କାହାର ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

କଙ୍କାଳ କାହାର?

ମୃତଦେହର ପରିଚୟ ଖୋଜିବା ପୋଲିସ ପାଇଁ ଏକ ବଡ଼ ଚାଲେଞ୍ଜ ହେବ । ସେପଟେ ଗତ ୧୪ ତାରିଖରେ ବାଲେଶ୍ବର ଜିଲ୍ଳା ସୋର ଥାନା ଅଞ୍ଚଳର ପ୍ରହଲ୍ଲାଦ ଦାସ ନାମକ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ ସମୁଦ୍ର କୂଳରେ ତାଙ୍କର କ୍ଷତବିକ୍ଷତ ମୃତଦେହ ପଡ଼ିଥିଲା । ପୋଲିସ ଏନେଇ ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତମାନଙ୍କୁ ଧରିବାରେ ଏ ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ । ପୁଣି ସମୁଦ୍ରକୂଳ ଅଞ୍ଚଳରୁ ଏକ କଙ୍କାଳ ମିଳିବା ପୋଲିସର ଟେନସନ ବଢାଇ ଦେଇଛି । ପୁରୀ ପୋଲିସ୍ ପକ୍ଷରୁ କୁହାଯାଇଛି, "ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଫରେନସିକ ମେଡିସିନ ବିଭାଗରେ ଏହି କଙ୍କାଳର ପରୀକ୍ଷା କରଯାଇଥିଲା। ଏହା ଏକ ପୁରୁଷର ମୃତ ଦେହ। ଏହାର ବୟସ 70 ବର୍ଷ ହେବ। ତେବେ କଙ୍କାଳ ପରୀକ୍ଷା ନିରୀକ୍ଷା ପରେ ଜଣାପଡୁଛି ଏଥିରେ କୌଣସି ଆଘାତ ନାହିଁ । ଏନେଇ ପୁରୀ ଜିଲ୍ଲାର ବିଭିନ୍ନ ଥାନାକୁ ଅବଗତ କରାଯାଇଛି। ଯଦି କୌଣସି ଥାନା ନିଖୋଜ ମାମଲା ଥିବ ତାହାର ଅନୁଧ୍ୟାନ ପାଇଁ କୁହାଯାଇଛି।"

'ଅପରାଧୀଙ୍କ ଭୂସ୍ବର୍ଗ ପୁରୀ'

ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, "ପୁରୀ ସହରର ଆଖପାଖ ଅଞ୍ଚଳ ଏବେ ଅପରାଧୀଙ୍କ ଭୂସ୍ବର୍ଗ ପାଲଟିଛି। ଅପରାଧୀମାନେ ପୁରୀ ସହର ନିକଟବର୍ତ୍ତୀ ନିଛାଟିଆ ଅଞ୍ଚଳରେ ମୃତଦେହ ପକାଇ ଫେରାର ହୋଇଯାଉଛନ୍ତି। ଅନେକ ରାସ୍ତାରେ ବିଦ୍ୟୁତ ଖୁଣ୍ଟ ସହିତ ଲାଇଟ ଲାଗିଥିଲେ ମଧ୍ଯ ବିଦ୍ୟୁତ୍ ସଂଯୋଗ ଦିଆଯାଇନାହିଁ। ଫଳରେ ଅନ୍ଧାରର ସୁଯୋଗ ନେଇ ଅପରାଧୀମାନେ ବିଭିନ୍ନ ଅପରାଧ ଘଟାଉଛନ୍ତି । ଯଦି ପ୍ରଶାସନ ଏନେଇ ପଦକ୍ଷେପ ନନେବେ ତେବେ କେମିତି ଅପରାଧ ନିୟନ୍ତ୍ରଣ ହେବ? ଏବେ ଆଶା ରଖୁଛୁ ଏହି ଘଟଣା ପରେ ପୋଲିସ ଚେତା ପଶିବ। ନିଛଟିଆ ଅଞ୍ଚଳରେ ବ୍ୟାପକ ପେଟ୍ରୋଲିଂ ସହ ପୁରୀ ସହର ପ୍ରବେଶ ପଥ ଗୁଡିକୁ ପୋଲିସ ସିଲ୍ କରି ରାତିରେ ଯାନବାହାନ ଯାଞ୍ଜ କରିବ। ଏହାଦ୍ବାରା ଅପରାଧୀମାନେ ଅପରାଧ କରିବାରେ ସାହସ କରିବେ ନାହିଁ।"
ଏହା ବି ପଢନ୍ତୁ...କ୍ଷେତରୁ ମିଳିଲା ମଣିଷ କଙ୍କାଳ, ପୋଲିସର ତଦନ୍ତ ଜାରି - Human Skeleton Found From Field
ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି, "ପୁରୀ ବେଳାଭୂମିରେ ପର୍ଯ୍ୟଟକ ବସିବା ଓ ବୁଲିବା ପାଇଁ ଫୁଟ୍ ପାଥ କାର୍ଯ୍ୟ ଜାରି ରହିଛି।
ବଳିଆପଣ୍ଡା, ସମୁଦ୍ର କୂଳ, ଷ୍ଟର୍ଲିଂ ଛକରେ ବିଦ୍ୟୁତ ଖୁଣ୍ଟ ଲଗାଯାଇଛି। ଚାଲିଥିବା କାର୍ଯଅୟ ସରିଲେ ଆଲୋକ ବ୍ୟବସ୍ଥା ଖୁବଶୀଘ୍ର କରାଯିବ। ବେଳାଭୂମି ଯେଭଳି ଅନ୍ଧାର ନ ରୁହେ ସେ ଦିଗରେ ପ୍ରଶାସନ ସବୁ ବ୍ୟବସ୍ଥା କରିବ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.