ETV Bharat / state

୫ ଫୁଟ ଉପରକୁ ଉଠିଲା ୨୦ ବର୍ଷ ତଳର ପୁରୁଣା ଘର

House lifting in Puri: ପୁରୀ ସଦର ଉପକଣ୍ଠସ୍ଥ ଗୋପୀନାଥପୁରରେ ୧୦୦ ଜ୍ୟାଗ ରଡ ଲଗାଯାଇ ୫ ଫୁଟ ଉଠାଯାଇଛି ୨୦ ବର୍ଷ ତଳର ପୁରୁଣା ଘର । ଅଧିକ ପଢନ୍ତୁ

୫ ଫୁଟ ଉପରକୁ ଉଠିଲା ୨୦ ବର୍ଷ ତଳର ପୁରୁଣା ଘର
୫ ଫୁଟ ଉପରକୁ ଉଠିଲା ୨୦ ବର୍ଷ ତଳର ପୁରୁଣା ଘର
author img

By ETV Bharat Odisha Team

Published : Mar 3, 2024, 10:41 AM IST

୫ ଫୁଟ ଉପରକୁ ଉଠିଲା ୨୦ ବର୍ଷ ତଳର ପୁରୁଣା ଘର

ପୁରୀ: କଟକ, ଭୁବନେଶ୍ବର ପରେ ଏବେ ପୁରୀ ଜିଲ୍ଲାରେ କୋଠା ଘରକୁ ଭୂମିରୁ ୫ ଫୁଟ ଉପରକୁ ଉଠାଯାଇଛି । ପ୍ରାୟ ୧୦୦ ଜ୍ୟାଗ ରଡ ଲଗାଯାଇ ୫ ଫୁଟ ଉଠାଯାଇଛି ୨୦ ବର୍ଷ ତଳର ପୁରୁଣା ଘର । ପୁରୀ ସଦର ଉପକଣ୍ଠସ୍ଥ ଗୋପୀନାଥପୁର ଠାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପ୍ରଥମ ଥର ପାଇଁ ପୁରୀରେ ଏଭଳି ଆଧୁନିକ ଜ୍ଞାନ କୌଶଳରେ ଉପରକୁ ଉଠିଛି ଘର । ଏହାକୁ ଦେଖିବାକୁ ଜମୁଛି ଲୋକଙ୍କ ଭିଡ । ପୁରୀ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧିକାରୀ ଅଜୟ କୁମାର ସାହୁଙ୍କ ଘରକୁ ଜ୍ୟାଗ ରଡ଼ ଲଗାଯାଇ ଉଠାଯାଇଛି ।

600 ବର୍ଗ ଫୁଟର ୨୦ ବର୍ଷ ତଳର ପୁରୁଣା ଘରଟି ତଳିଆ ଅଞ୍ଚଳରେ ଥିବାରୁ ବର୍ଷା ଦିନେ ଘରେ ପାଣି ପଶିଯାଏ। ଫଳରେ ଅଜୟଙ୍କ ପରିବାର ଲୋକେ ବହୁତ୍ ହଇରାଣ ହୁଅନ୍ତି । ତେବେ ଏହି ସମସ୍ୟାରୁ ମୁକୁଳିବା ପାଇଁ ଘରକୁ ଜ୍ୟାଗ ରଡ ସାହାଯ୍ୟ ଅତ୍ୟାଧୁନିକ ଉପାୟରେ ଘରକୁ ଉପରକୁ ଉଠାଇବା ପାଇଁ ଯୋଜନା କରିଥିଲେ ଘର ମାଲିକ ଅଜୟ । ସେ ଝାଡଖଣ୍ଡ ରାଞ୍ଚିରୁ ଏକ କମ୍ପାନୀକୁ ଯୋଗାଯୋଗ କରିଥିଲେ ପରେ ମିସ୍ତ୍ରୀମାନେ ଆସିବା ପରେ ଘର ଉପରକୁ ଉଠାଇବା କାର୍ଯ୍ୟ କରୁଛନ୍ତି । ଇତି ମଧ୍ୟରେ ଦେଢ଼ ଫୁଟ ଘର ଉପରକୁ ଉଠା ଯାଇଥିବା ବେଳେ ଆଉ 10 ଦିନରେ ସମ୍ପୂର୍ଣ୍ଣ କାର୍ଯ୍ୟ ସରିବା ବୋଲି ମିସ୍ତ୍ରୀ କହିଛନ୍ତି । ବର୍ଷ ବର୍ଷ ଧରି ଲାଗି ରହିଥିଲା ଏହି ସମସ୍ୟା । ବୀର ହରେକୃଷ୍ଣପୁର-ମଙ୍ଗଳାଘାଟ ନୂତନ ବାଇପାସ ରାସ୍ତା ନିର୍ମାଣ ହେବା ପରେ ତଳୁଆ ଅଞ୍ଚଳ ହୋଇଥିବା ଗୋପୀନାଥପୁରରେ ଜଳ ନିଷ୍କାସନ ସମସ୍ୟା ଆହୁରି ଉତ୍କଟ ରୂପ ଧାରଣ କରିଥିଲା । ଘର ଭିତରକୁ ପାଣି ପଶିଯାଉଥିଲା ।

ଏହା ମଧ୍ୟ ପଢନ୍ତୁ- ଚାଲିଥିଲା ପୂର୍ବତନ ମନ୍ତ୍ରୀଙ୍କ ଘର କାମ, 3 ମହଲା କୋଠାରୁ ଖସି ପଡିଲେ 2 ଶ୍ରମିକ

ଏହାକୁ ଚିନ୍ତା କରି ଅଜୟ ସାହୁ ଘର ଭାଙ୍ଗିବେ କି ଜ୍ୟାଗ ରଡ଼ ଲଗାଇ ଘର ଉଠାଇବେ ସେ ନେଇ ଦ୍ୱନ୍ଦ୍ୱରେ ରହିଥିଲେ । ଶେଷରେ ଜୟ ଶ୍ରୀରାମ ସନ୍ସ କମ୍ପାନୀ ସହଯୋଗରେ ସେ ଗତ ୨୦ ତାରିଖରୁ ଜ୍ୟାଗ ରଡ଼ ଲଗାଇ ଘର ୫ ଫୁଟ ଉପରକୁ ଉଠାଇବା କାର୍ଯ୍ୟ ଆରମ୍ଭ କରିଛନ୍ତି । ବର୍ଷାଦିନେ ପାଣି ଜମୁଥିବାରୁ ଅଜୟ କୁମାର ସାହୁଙ୍କ ପରିବାର ଲୋକେ ହଇରାଣ ହେଉଥିଲେ । ତେବେ ରାଜଧାନୀ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଖାଲୁଆ ଜାଗାରେ ଥିବା ଘର ଉଠାଯାଉଥିବା ଜାଣିବା ପରେ ଅଜୟ ସାହୁ ତାଙ୍କ ଘର କିପରି ଉପରକୁ ଉଠାଯାଇପାରିବ ସେ ନେଇ ଚିନ୍ତା କଲେ । ଏହାପରେ ଏହି କାମରେ ନିୟୋଜିତ ଝାଡ଼ଖଣ୍ଡର ଏକ ଟିମ୍ ସହିତ ଯୋଗାଯୋଗ କରିଥିଲେ ।

ଗତ ୨୦ ଠାରୁ ଏହି ଟିମର ୭ ଜଣ ସଦସ୍ୟ ପୁରୀ ଆସି ଘର ଉଠାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖୋଳାଖୋଳି କରିବା ସହ ପ୍ରାୟ ୮୦ଟି ଜ୍ୟାକ୍ ଲଗାଇଥିଲେ । ଶୁକ୍ରବାର ଠାରୁ ଘରକୁ ଉଠାଇବା କାମ ଆରମ୍ଭ କରିଛନ୍ତି । ପ୍ରଥମ ଦିନରେ ପ୍ରାୟ ଦେଢଫୁଟ ଉପରକୁ ଘର ଉଠିଛି । ସମୁଦାୟ ୫ ଫୁଟ ଉପରକୁ ଉଠାଯିବା ଲାଗି ଲକ୍ଷ୍ୟ ରଖାଯାଇଥିବା ବେଳେ କାମ ସମ୍ପୂର୍ଣ୍ଣ କରିବାକୁ ଆଉ 10 ଦିନ ସମୟ ଲାଗିବ । ଘର କଲମ ପିଲାର ନ ଥିଲେ ମଧ୍ୟ ଘରକୁ ଜ୍ୟାଗ ଲଗାଯାଇ ଉଠା ଜାରିପାରିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.