ETV Bharat / state

ନିର୍ଦ୍ଧାରିତ ସମୟ ପରେ ଚାଲିଥିଲା ହୋଲି ଡିଜେ ପାର୍ଟି, ସାଉଣ୍ଡ ମେସିନ ଜବତ କଲା ପୋଲିସ - Holi Party Stopped By Police - HOLI PARTY STOPPED BY POLICE

Holi Party Halts By Commissionerate Police: ହୋଲି ଉତ୍ସବ ପାଳନ ପାଇଁ ନିର୍ଦ୍ଧାରିତ ହୋଇଥିବା ସମୟ ସରିବା ପରେ ଚାଲିଥିବା ପାର୍ଟି ବନ୍ଦ କରିବା ସହ ଡିଜେ ମେସିନ ଜବତ କଲା ପୋଲିସ । ଅଧିକ ପଢ଼ନ୍ତୁ

ହୋଲି ଡିଜେ ପାର୍ଟି
ହୋଲି ଡିଜେ ପାର୍ଟି
author img

By ETV Bharat Odisha Team

Published : Mar 26, 2024, 4:11 PM IST

ହୋଲି ଡିଜେ ପାର୍ଟି

ଭୁବନେଶ୍ବର: ହୋଲି ଉତ୍ସବ ପାଳନ ପାଇଁ ନିର୍ଦ୍ଧାରିତ ହୋଇଥିବା ସମୟ ସରିବା ପରେ ପୋଲିସର ଆକ୍ସନ । ହୋଲି ସେଲିବ୍ରେସନ ବେଳେ ବନ୍ଦ ହେଲା ପାର୍ଟି । ପ୍ରଥମେ ପୋଲିସ ତାଗିଦ କରିବା ପରେ ଜବତ କଲା ସାଉଣ୍ଡ୍‌ ମେସିନ । ତେବେ ରାଜଧାନୀର ଭୁବନେଶ୍ବରରେ ଏପରି ଏକ ହୋଲି ଡିଜେ ପାର୍ଟିରେ ରେଡ୍ କରିଛି ସହିଦନଗର ଥାନା ପୋଲିସ । ଯାହାକୁ ନେଇ କିଛି ଯୁବକଙ୍କ ମଧ୍ୟରେ କ୍ଷୋଭ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ହୋଲି ଅବସରରେ ଆଜି ଦିନ‌ ପ୍ରାୟ ୨ଟା ସମୟରେ ରାଜଧାନୀର ସହିଦନଗର ଅଞ୍ଚଳର ରମାଦେବୀ ବିଶ୍ବବିଦ୍ୟାଳୟ ସାମ୍ନାରେ ହୋଲି ପାର୍ଟି ଚାଲିଥିଲା । ଶତାଧିକ ଯୁବକ ଯୁବତୀଙ୍କ ଏକାଠି ହୋଇ ହୋଲି ସେଲିବ୍ରେସନ କରୁଥିଲେ । ଏହାସହ ଉଚ୍ଚ ସ୍ବରରେ ଗୀତ ବଜାଇ ନାଚୁଥିଲେ । ଆଉ ଏତିକି ବେଳେ ପହଞ୍ଚିଥିଲା କମିସନରେଟ ପୋଲିସ ଟିମ୍ । ତେବେ ସମୟ 2ଟା ଅତିକ୍ରମ କରିଥିବାରୁ ହୋଲି ପାର୍ଟି ବନ୍ଦ କରିବାକୁ ବାରଣ କରିଥିଲା ପୋଲିସ । ସେପଟେ ପୋଲିସକୁ ଦେଖି କିଛି ପିଲା ସେଠାରୁ ଛତ୍ରଭଙ୍ଗ ଦେଇଥିବା ବେଳେ ଆଉ କିଛି ସେହିଠାରେ ବିରୋଧ କରିଥିଲେ । ଏପରିକି ପୋଲିସ ହୋଲି ସେଲିବ୍ରେସନ କାହିଁକି ବନ୍ଦ କରୁଛି ବୋଲି ପଚାରିଥିଲେ । ସେପଟେ ପୋଲିସ ସେମାନଙ୍କୁ ଡିଜେ ବଜାଇବା ପାଇଁ ଅନୁମତି ଓ ଅନ୍ୟାନ୍ୟ ଅନୁମତି ପାଇଁ ପ୍ରମାଣପତ୍ର ମାଗିଥିଲା । ଯାହାକୁ ଯୁବକମାନେ ଦେଇ ପାରିନଥିଲେ । ପୋଲିସକୁ ବିରୋଧ କରିବା ଏବଂ ଆଇନ ଭାଙ୍ଗି ଡିଜେ ବଜାଇ ପାର୍ଟି କରିବାକୁ ନେଇ ଶେଷରେ ପୋଲିସ ଡିଜେ ମେସିନ ସିଜ କରିଥିଲା । ଫଳରେ କିଛି ସମୟ ପାଇଁ କିଛି ଯୁବକଙ୍କ ସହ ପୋଲିସର ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ହୋଲି ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି, ମହିଳାଙ୍କ ପାଇଁ ବୁଲିବେ ସ୍ବତନ୍ତ୍ର ଟିମ୍ - Police Preparation For Holi

ଏନେଇ ସହିଦନଗର ଥାନା ଇନସ୍ପେକ୍ଟର କହିଛନ୍ତି ଯେ, ଆଇନ ଅନୁସାରେ, ହୋଲି ସେଲିବ୍ରେସନ ପାଇଁ ଦିନ ୨ଟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ୨ଟା ପରେ ଶତାଧିକ ପିଲା ଏକାଠି ହେବାକୁ ପୋଲିସ ବାରଣ କରିଥିଲା । ହେଲେ ପୋଲିସ ଉପସ୍ଥିତିରେ ସେମାନେ‌ ଆଇନ ଭାଙ୍ଗିବାରୁ ସେମାନଙ୍କର ଅନୁମତି ପତ୍ର ଯାଞ୍ଚ କରାଯାଇଥିଲା । ପୋଲିସ ଆଇନ ମୁତାବକ ଆକ୍ସନ ନେଇଥିଲା । ଡିଜେ ମେସିନ ଜବତ କରାଯାଇ ଥାନାକୁ ନିଆଯାଇଛି । ଉପସ୍ଥିତ ଥିବା ଯୁବପିଢିଙ୍କୁ ଏକାଠି ହେବାକୁ ବାରଣ କରାଯାଇଛି । ଏହି ଘଟଣା ପରେ କିଛି ଯୁବକ ପୋଲିସର ଏପରି କାର୍ଯ୍ୟକୁ ନେଇ ବିରୋଧ କରିଥିଲେ । ହୋଲି ଭଳି ସମୟରେ କାହିଁକି କାର୍ଯାନୁଷ୍ଠାନ ନିଆଯାଉଛି ବୋଲି ପ୍ରଶ୍ନ କରିଥିଲେ । ଜନସାଧାରଣଙ୍କ ଶାନ୍ତିଶୃଙ୍ଖଳା ପାଇଁ ହୋଲି ପୁର୍ବରୁ କଡ଼ା ଚେତାବନି ଦିଆଯାଇଥିଲା । ଦିନ‌ ୨ଟା ପର୍ଯ୍ୟନ୍ତ ହୋଲି ପାଳନ ପାଇଁ ଅନୁମତି ରହିଥିଲା । ୨ଟା ପରେ ରାସ୍ତା ଉପରେ ବା ଏକତ୍ରିତ ହୋଇ ମାତ୍ରାଧିକ ଲୋକ ରହି ହୋଲି ପାଳନ କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନିଷ୍ଠାନ ନିଆଯିବ ବୋଲି ଚେତାଇ ଦିଆଯାଇଥିଲା । ଏପରିକି ଅନୁମତି ନେଇ କମର୍ସିଆଲ ପାର୍ଟି ଆୟୋଜନ ପାଇଁ କୁହାଯାଇଥିଲା । ହେଲେ କିଛି‌ ସ୍ଥାନପରେ ବେଆଇନ ଭାବେ ରାସ୍ତା ଉପରେ ମ୍ୟୁଜିକ ଲଗାଇ ଏକାଠି ହୋଇ ଶତାଧିକ ଯୁବକ ହୋଲି ପାଳୁଥିବାରୂ ଏପରି ପାର୍ଟି ବନ୍ଦ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.