ETV Bharat / state

ମୋ ବସ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଉଚିତ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ, ନାଳକୁ ଖସିପଡିଥିଲା ମୋ ବସ୍ - Mo Bus Accident In Khordha - MO BUS ACCIDENT IN KHORDHA

Treatment Of Mo Bus Injured Passengers: ଖୋର୍ଦ୍ଧା ନିକଟ ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ପାଖରେ ନାଳକୁ ଖସିଯାଇଛି ମୋ ବସ୍ । ଫଳରେ ୨୦ ଜଣ ଯାତ୍ରୀ ଆହତ ହେବା ୬ ଗୁରୁତର ଯାତ୍ରୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ

ମୋ ବସ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଉଚିତ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ, ନାଳକୁ ଖସିପଡିଥିଲା ମୋ ବସ୍

author img

By ETV Bharat Odisha Team

Published : Apr 6, 2024, 10:18 PM IST

ମୋ ବସ ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଉଚିତ ଚିକିତ୍ସା ଯୋଗାଇବା ପାଇଁ ନିର୍ଦ୍ଦେଶ, ନାଳକୁ ଖସିପଡିଥିଲା ମୋ ବସ୍

ଭୁବନେଶ୍ବର: ଆଜି ଦ୍ବିପହର ସମୟରେ ରାଜଧାନୀ ଉପକଣ୍ଠରେ ଘଟିଯାଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା ପାଖ ନାଳକୁ ଖସିଯାଇଛି ମୋ ବସ । ଖୋର୍ଦ୍ଧା ନିକଟ ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ପାଖରେ ଭାରସାମ୍ୟ ହରାଇ ମୋ ବସଟି ନାଳକୁ ଖସି ପଡ଼ିଠିଲା । ଫଳରେ ୨୦ ଜଣ ଯାତ୍ରୀ ଆହତ ହେବା ସହ ୧୨ ଯାତ୍ରୀ ଗୁରୁତର ହୋଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ମାନଙ୍କ ମଧ୍ୟରୁ ୬ ଗୁରୁତର ଯାତ୍ରୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ନାଳକୁ ଖସିଲା ମୋ ବସ, ୨୦ ଜଣ ଯାତ୍ରୀ ଆହତ - Mo Bus Accident

ସୂଚନା ଅନୁସାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀ ମାନଙ୍କୁ ତୁରନ୍ତ ଭାବରେ ଖୋର୍ଦ୍ଧା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠା ଯାଇଥିଲା । ଏନେଇ ସମସ୍ତ ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ। ଆହତଙ୍କ ସହ ଯୋଗାଯୋଗ କରିବାକୁ ସିଡିଏମଓ ଏବଂ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସମସ୍ତ ଆହତ ଯାତ୍ରୀ ଏମ୍ସ ଏବଂ କ୍ୟାପିଟାଲ ହସ୍ପିଟାଲରେ ରହିଛନ୍ତି । ଦୁର୍ଘଟଣାରେ ଆହତ ସଞ୍ଜୁକ୍ତା ନାୟକଙ୍କ ଝିଅ କହିଛନ୍ତି ଯେ, ତାଙ୍କ ମା ପିତାପଲ୍ଲୀରୁ ଖୋର୍ଦ୍ଧା ଯାଉଥିଲେ । ବସ ନମ୍ବର ୨୧ରେ ସେ ବସିଥିବା ବେଳେ କିଛି ବାଟ ଗଲାପରେ ବସଟି ନାଳକୁ ଖସିପଡ଼ିଥିଲା । ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଯାତ୍ରୀମାନଙ୍କୁ ବସରୁ ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଲୋକେ ଆହତ ମାନଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଇଥିଲେ । ତେବେ ସଂଯୁକ୍ତାଙ୍କ ହାତ ଭାଙ୍ଗିବା ସହିତ ମୁଣ୍ଡରେ ଗଭୀର ଆଘାତ ଘଟିଥିବା ବେଳେ ଆଗ ଦାନ୍ତ ଭାଙ୍ଗି ଯାଇଛି । ଭାଙ୍ଗି ଥିବା ହାତକୁ ଅପରେସନ କରାଯିବା ନେଇ ଡ଼ାକ୍ତର କହିଛନ୍ତି ବୋଲି କହିଛନ୍ତି । ବର୍ତ୍ତମାନ ସଂଯୁକ୍ତା କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସୂଚନା ଯୋଗ୍ୟ ଯେ ମୋ ବସଟି ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଭୁବନେଶ୍ବରରୁ ଖୋର୍ଦ୍ଧା ଆସୁଥିଲା । ଖୋର୍ଦ୍ଧା ପିତାପଲ୍ଲୀ ବ୍ରିଜ ତଳ ସର୍ଭିସ୍ ରାସ୍ତାରେ ମୋ ବସ ଦୃତ ଗତିରେ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଅଟୋ ଆସୁଥିଲା । ତେବେ ବସର ବେଗ ଅଧିକ ଥିବାରୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡ଼ିଥିବା କୁହାଯାଉଛି । ଖବର ପାଇ ଶିଳ୍ପାଞ୍ଚଳ ଥାନା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଖୋର୍ଦ୍ଧା ଚିକିତ୍ସାଳୟରେ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଦୁର୍ଘଟଣା ଘଟାଇ ମୋ ବସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.