ETV Bharat / state

ପରଲୋକରେ ପୂର୍ବତନ କଂସ ମହାରାଜା; ୭୦ବର୍ଷ ବୟସରେ ବୁଜିଲେ ଆଖି, ୨୩ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ କରିଥିଲେ ଅଭିନୟ - Demon King Kansa at Dhanu Yatra

author img

By ETV Bharat Odisha Team

Published : Aug 13, 2024, 11:17 AM IST

Updated : Aug 13, 2024, 4:16 PM IST

Former demon King Kansa at Dhanu Yatra passes away: ପରଲୋକରେ ପୂର୍ବତନ କଂସ ମହାରାଜା । ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ମୃତ୍ୟୁ । ସେ ପେଶାରେ ପୋଲିସ ଥିଲେ ମଧ୍ୟ ନିଜର ଚମତ୍କାର ଅଭିନୟରେ ହଜାର ହଜାର ଲୋକଙ୍କ ହୃଦୟକୁ ଛୁଇଁଥିଲେ । ଅଧିକ ପଢନ୍ତୁ

ପରଲୋକରେ ପୂର୍ବତନ କଂସ ମହାରାଜା
ପରଲୋକରେ ପୂର୍ବତନ କଂସ ମହାରାଜା (ETV Bharat Odisha)

ବରଗଡ: ପରଲୋକରେ ପୂର୍ବତନ କଂସ ମହାରାଜା । ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁଙ୍କ ମୃତ୍ୟୁ । ୭୦ ବର୍ଷ ବୟସରେ ଝାରସୁଗୁଡାଠାରେ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଓ କିଡ଼ନୀ ରୋଗରେ ପୀଡିତ ଥିଲେ । ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ଦୀର୍ଘ ୨୩ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଥିଲେ ଗୋପାଳ ସାହୁ (ଏଲି) । ତାଙ୍କ ପାର୍ଥିବ ଶରୀର ବରଗଡ଼ ଜିଲ୍ଲା ବରପାଳି ସ୍ଥିତ ତାଙ୍କ ନିଜ ବସଭବନକୁ ଅଣାଯାଉଛି l ଗୋପାଳ ସାହୁ ଉଚ୍ଚ କୋଟିର କଳାକାର ଥିଲେ l ସେ ପୋଲିସ ଚାକିରି କରି ମଧ୍ୟ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ଥିବା କଂସ ଭୂମିକାରେ ଅଭିନୟ କରି ହଜାର ହଜାର ଲୋକଙ୍କ ହୃଦୟକୁ ଛୁଇଁପାରିଥିଲେ l

ପରଲୋକରେ ପୂର୍ବତନ କଂସ ମହାରାଜା; ୭୦ବର୍ଷ ବୟସରେ ବୁଜିଲେ ଆଖି, ୨୩ବର୍ଷ ଧରି ଧନୁଯାତ୍ରାରେ କଂସ ଭୂମିକାରେ କରିଥିଲେ ଅଭିନୟ (ETV Bharat Odisha)

ଚମତ୍କାର ଅଭିନୟରେ ଲୋକଙ୍କ ହୃଦୟ ଛୁଇଁଥିଲେ:

୧୯୪୮ ମସିହାରେ ବରଗଡରେ ଆରମ୍ଭ ହୋଇଥିଲା ଧର୍ମର ଜୟ ବାର୍ତ୍ତା ଦେଉଥିବା ପୌରଣିକ ନାଟକର ଏହି ଧନୁଯାତ୍ରା । କଂସର ଅତ୍ୟାଚାର ଓ ଭଗବାନ କୃଷ୍ଣଙ୍କ ହାତରେ କଂସ ବଦ୍ଧ ଉପରେ ଆଧାରିତ ଏହି ଖୋଲା ନାଟକରେ କଂସର ଭୂମିକା ଏକ ଖଳନାୟକ ହେଲେ ମଧ୍ୟ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ କଂସର ଅଭିନୟ ହୋଇଥାଏ । ବରଗଡ଼ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରାରେ ଖଳନାୟକ ଅଭିନୟ କରୁଥିବା କଂସ କଳାକାର ହିଁ ଏଠାକାର ହିରୋ ହୋଇଥାନ୍ତି । ତାଙ୍କର ଅଭିନୟକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥାଏ । ଧନୁଯାତ୍ରା ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ସମୁଦାୟ ୯ ଜଣ ଏହି କଂସ ଭୂମିକାରେ ଅଭିନୟ କରିଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ୨୩ ବର୍ଷ ଧରି କଂସ ଭୂମିକାରେ ନିଜର ଚମତ୍କାର ଅଭିନୟ ପ୍ରଦର୍ଶନ କରି ରେକର୍ଡ ସୃଷ୍ଟି କରିଥିଲେ କଳାକାର ଗୋପାଳ ସାହୁ ।

ପେଶାରେ ପୋଲିସ, ନିଶା ଥିଲା ଅଭିନୟ:

ଗୋପାଳ ସାହୁଙ୍କ ଅନ୍ୟ ନାମ ଏଲି ଥିଲା । ସେ କଂସ ଭୂମିକାରେ ଅଭିନୟ କଲା ପରେ 'ଏଲି' ନାମରେ ବେଶ ପ୍ରସିଦ୍ଧ ହୋଇଥିଲେ । ସେ ପେଷାରେ ପୋଲିସ ଚାକିରି କରୁଥିଲେ, ହେଲେ ଅଭିନୟ ଥିଲା ତାଙ୍କର ନିଶା । ଜଣେ ପୋଲିସ କର୍ମଚାରୀ ହୋଇ ମଧ୍ୟ ନିଜର ନିଚ୍ଛକ ଅଭିନୟ ଯୋଗୁଁ ବେଶ ସୁପ୍ରସିଦ୍ଧ ହୋଇପାରିଥିଲେ ଏବଂ ହଜାର ହଜାର ଲୋକଙ୍କ ହୃଦୟକୁ ଛୁଇଁ ପାରିଥିଲେ । ତାଙ୍କର ଅଭିନୟ କୌଶଳ ତଥା ଉପସ୍ଥିତ ବୁଦ୍ଧି ବଳରେ ପ୍ରୟୋଗ ସଂଳାପ ପାଇଁ ସବୁବେଳେ ଦର୍ଶକଙ୍କ ପ୍ରଶଂସାର ପାତ୍ର ହୋଇପାରିଥିଲେ । ସେ ୧୯୮୪ ରୁ ୧୯୯୮ ଦୀର୍ଘ ୧୫ ବର୍ଷ ଧରି ଲଗାତାର ବିଶ୍ଵ ଦରବାରରେ କଂସ ଭୂମିକାରେ ଅଭିନୟ କରିଥିବାବେଳେ ଦୁଇ ବର୍ଷ ବ୍ଯବଧାନ ପରେ ୨୦୦୧ ରୁ ୨୦୦୮ ପର୍ଯ୍ୟନ୍ତ ପୁଣି କଂସ ଭୂମିକାରେ ଅଭିନୟ ପାଇଁ ସୁଯୋଗ ପାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ବହୁଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ; ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ଵର ଏମ୍ସରେ ମୃତ୍ୟୁ - Bitihotra Mohanty Dies

ଗୋପାଳ ସାହୁ ଜଣେ ଶିବ ଭକ୍ତ ଥିଲେ ଓ ପୂଜା ପାଠରେ ଅଗାଢ ଭକ୍ତି ରହିଥିଲା । ଧନୁଯାତ୍ରାରେ ଭଗବାନ ଶ୍ରୀକୃଷ୍ଣଙ୍କୁ ଅଭିନୟ ସମୟରେ ଅନେକ କୁଭାଷା ପ୍ରୟୋଗ କରିବାର ସଂଳାପ ପରେ ସେ ଭାଙ୍ଗି ପଡୁଥିଲେ ଓ ଭଗବାନଙ୍କୁ କ୍ଷମା ପ୍ରାର୍ଥନା କରୁଥିଲେ । ଉଚ୍ଚ ରକ୍ତଚାପ ଯୋଗୁଁ ତାଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାରୁ ସେ ଆଗକୁ ଅଭିନୟ କରିପାରିନଥିଲେ । ତାଙ୍କର ଉଚ୍ଚକୋଟୀର ଅଭିନୟ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଏପରିକି ଆମେରିକାର ଉର୍ବଶୀ ସଂସ୍ଥା ପକ୍ଷରୁ ମଧ୍ୟ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ ।

ଗୋପାଳ ସାହୁ ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରାରେ ନିଜ ଅଭିନୟର ଯେଉଁ ଛାପ ଛାଡି ଯାଇଛନ୍ତି ଆଜି ମଧ୍ୟ ଲୋକେ ତାଙ୍କ ସେହି ଅଭିନୟକୁ ଝୁରୁଛନ୍ତି । ମାତ୍ର ଆଜି ସବୁଦିନ ପାଇଁ ଛାଡି ଚାଲିଯାଇଛନ୍ତି ଗୋପାଳ ସାହୁ । ତାଙ୍କର ବିୟୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ବିଟ୍ କରି ଗଭୀର ଶୋକବ୍ୟକ୍ତ କରିଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।

ଇଟିଭି ଭାରତ, ବରଗଡ଼

Last Updated : Aug 13, 2024, 4:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.