କଟକ: ହଜାର ବର୍ଷର ସହର କଟକ ଦଶହରାକୁ ନେଇ ରହିଛି ଅନେକ ଇତିହାସ ଆଉ ପରମ୍ପରା । ଠିକ ଯେମିତି ପୁରୀଘାଟ ନିକଟରେ ଥିବା ଦେବୀଗଡା ଏହାର ଅନ୍ୟତମ ଉଦାହରଣ। ପରମ୍ପରା ଅନୁଯାୟୀ, ଦେବୀଗଡାରେ ସହରର ସମସ୍ତ ମେଢ଼କୁ ବିସର୍ଜନ କରାଯାଏ । ହଜାର ହଜାର ବର୍ଷର ଏହି ପରମ୍ପରା ଏବେବି ଉଜ୍ଜୀବିତ ହୋଇ ରହିଛି । ହେଲେ କାହିଁକି ଦେବୀଗଡାରେ ହିଁ କେବଳ ମା'ଙ୍କୁ ବିସର୍ଜନ କରାଯାଏ ? କାହିଁକି କାଠଯୋଡିରେ କେବଳ ମା'ଙ୍କୁ ବିସର୍ଜନ କରାଯାଏ, ଆସନ୍ତୁ ଜାଣିବା ।
ଚୈତନ୍ୟ ମହାପ୍ରଭୁଙ୍କ ପାଇଁ ଏହି ପରମ୍ପରା:
ପୂଜା ପରଦିନ ମଣ୍ଡପରୁ ମା'ଙ୍କୁ ଶୋଭାଯାତ୍ରାରେ ନିଆଯାଇଥାଏ । ପ୍ରଥମେ ମେଢ଼କୁ ସାହି ପରିକ୍ରମା କରାଯିବାର ପରମ୍ପରା ରହିଛି। ଶୋଭାଯାତ୍ରାରେ ସହର ବୁଲି ଶେଷରେ ଦେବୀଗଡାରେ ସମସ୍ତ ମେଢ଼କୁ ବିସର୍ଜନ କରାଯାଏ । କୁହାଯାଏ ଚୈତନ୍ୟ ମହାପ୍ରଭୁ କଟକ ଆସି ମୃଣ୍ମୟୀ ମୂର୍ତ୍ତି ପୂଜା କରିବା ପରଠାରୁ ହିଁ ଏହି ପରମ୍ପରା ରହି ଆସିଛି। କଟକ ମହାନଗର ଶାନ୍ତିକମିଟିର ସମ୍ପାଦକ ପ୍ରଭାତ ତ୍ରିପାଠୀ କହିଛନ୍ତି, "ଏନେଇ କୌଣସି କିମ୍ବଦନ୍ତୀ ନାହିଁ।ସହରରେ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବାଠାରୁ ହିଁ ଏହି ପରମ୍ପରା ରହିଆସୁଛି । ପୂଜା ପରେ ସମସ୍ତ ମଣ୍ଡପର ମୂର୍ତ୍ତି ପୁରୀଘାଟ ନିକଟରେ ବିସର୍ଜନ କରିଥାନ୍ତି । କଟକର ପୂର୍ବାଞ୍ଚଳ, ପଶ୍ଚିମାଞ୍ଚଳ, ଉତ୍ତରାଞ୍ଚଳ ଏବଂ ଦକ୍ଷିଣାଞ୍ଚଳର ସମସ୍ତ ମେଢ଼ ଗୁଡିକ ପୁରୀଘାଟ ଅଞ୍ଚଳର ଦେବୀଗଡା ନିକଟରେ ବିସର୍ଜନ କରୁଛନ୍ତି ।"
ଏହା ବି ପଢନ୍ତୁ...ଆଜି ମାଆଙ୍କ ମେଲାଣି, ଭସାଣି ପାଇଁ ଟ୍ରାଫିକ କଟକଣା, ବନ୍ଦ ରହିବ ରାଜଧାନୀର ଏହି ୩ ମୁଖ୍ୟ ରାସ୍ତା ଏହା ମଧ୍ୟ ପଢନ୍ତୁ :- ରାଜଧାନୀର ୧୦ଟି ସ୍ଥାନରେ ସରିଲା ରାବଣ ପୋଡି, ଝାରପଡ଼ାରେ ଉତ୍ସବ ପାଳିଲେ ହିନ୍ଦୁ-ମୁସଲିମ |
ମଣ୍ଡପରେ ଦେଖି ନ ପାରିଲେ ଏଇଠି ମିଳେ ଦର୍ଶନ:
କେବଳ ସେତିକି ନୁହେଁ, ଦେବୀଗଡାକୁ ନେଇ ଆହୁରି ଅନେକ ପରମ୍ପରା ରହିଛି । ଗୋଟିଏ ସ୍ଥାନରେ ମା'ଙ୍କ ମୂର୍ତ୍ତି ବିସର୍ଜନ କରାଯାଉଥିବାରୁ ଏଠାରେ ଅନେକ ଭକ୍ତଙ୍କର ସମାବେଶ ହୋଇଥାଏ । ବିଶେଷକରି ଭସାଣ ଦିନ ଭକ୍ତମାନେ ଏଠାକୁ ଆସି ମାଙ୍କୁ ଦର୍ଶନ କରିଥାନ୍ତି । ଯେଉଁମାନେ ମଣ୍ଡପ ବୁଲି ମା'ଙ୍କର ଦର୍ଶନରୁ ବଞ୍ଚିତ ହୁଅନ୍ତି ସେମାନେ ଏହି ସ୍ଥାନରେ ରହି ମା'ଙ୍କୁ ଦର୍ଶନ କରିଥାନ୍ତି। ବିଶେଷକରି ବୟସ୍କ ଲୋକମାନେ ହିଁ ଏଠାରେ ସୁବିଧାରେ ଦର୍ଶନ କରନ୍ତି। ଯେତେ ଭିଡ ହେଲେ ବି ବୟସ୍କ ଲୋକଙ୍କର ବିଶେଷ ଅସୁବିଧା ହୋଇନଥାଏ । ଏହି ସ୍ଥାନରେ ସେମାନେ ମା'ଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଥାନ୍ତି ।
ଏହା ବି ପଢନ୍ତୁ...ରାବଣ ପାଇଁ ବିତିଗଲାଣି ଅଧା ବୟସ, ‘ରାବଣ ପୋଡି’ ପ୍ରସ୍ତୁତିରେ ସାରା ପରିବାର ଏହା ବି ପଢନ୍ତୁ...ସମ୍ବଲପୁରରେ ଦଶହରା ବୁଲିଲେ, ରାବଣ ଦହନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର |
ଇଟିଭି ଭାରତ, କଟକ