ETV Bharat / state

ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୪: ବାୟୋଟେକ୍ନୋଲୋଜି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରମୁଖ ସ୍ଥଳ ଓଡ଼ିଶା - Global Bio India 2024 - GLOBAL BIO INDIA 2024

Global Bio India 2024: ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୪ । ଭାରତ ଦେଖିବ ଓଡ଼ିଶାର ବାୟୋଟେକ୍ନୋଲୋଜି କ୍ଷେତ୍ର । ବାୟୋଟେକ୍ନୋଲୋଜି ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା ଭାରତର ଏକ ପ୍ରମୁଖ ସ୍ଥଳ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅଧିକ ପଢନ୍ତୁ

Global Bio India 2024
Global Bio India 2024 (ETV Bharat Odisha)
author img

By ETV Bharat Odisha Team

Published : Sep 12, 2024, 7:38 PM IST

ଭୁବନେଶ୍ବର: ଭାରତର ଅର୍ଥନୀତିକୁ ଆଗାମୀ ଦିନରେ ବାୟୋଟେକ୍ନୋଲୋଜି କ୍ଷେତ୍ର ବିଶେଷ ଭାବେ ସମୃଦ୍ଧ କରିବାକୁ ଯାଉଛି । ଏଥିରେ ଓଡ଼ିଶାର ଏକ ବଳିଷ୍ଠ ଯୋଗଦାନ ରହିବ । ଆଜି (ସେପ୍ଟେମ୍ବର ୧୨)ଠୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ପ୍ରଗତି ମଇଦାନଠାରେ ହେବାକୁ ଥିବା ‘ଗ୍ଲୋବାଲ ବାୟୋ ଇଣ୍ଡିଆ-୨୦୨୪’ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀରେ ଏହି ବାର୍ତ୍ତା ଦେବାକୁ ଯାଉଛି ଓଡ଼ିଶା । ବିଜ୍ଞାନ ଓ ବୈଷୟିକ ବିଭାଗର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ବିଭାଗୀୟ ବରିଷ୍ଠ ଅଧିକାରୀ, ବୈଜ୍ଞାନିକ ଏବଂ ବିଭିନ୍ନ ଷ୍ଟାର୍ଟଅପକୁ ନେଇ ଓଡ଼ିଶା ସରକାରଙ୍କ ଏକ ଟିମ୍ ଏହି କାର୍ଯ୍ୟକ୍ରମରେ ଭାଗ ନେବେ ।

ବାୟୋଟେକ୍ନୋଲୋଜି ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରମୁଖ ସ୍ଥଳ ଓଡ଼ିଶା (ETV Bharat Odisha)

'ଜୈବ ବିବିଧତାର ଅପୂର୍ବ ସମ୍ଭାର ଓଡ଼ିଶା'

ଏ ନେଇ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ଓଡ଼ିଶାରେ ବ୍ୟାପକ ପ୍ରାକୃତିକ ସମ୍ପଦ ସହିତ ଜୈବ ବିବିଧତାର ଅପୂର୍ବ ସମ୍ଭାର ରହିଛି । ଘଞ୍ଚ ଜଙ୍ଗଲ ଓ ଜୈବମଣ୍ଡଳ, ବିଭିନ୍ନ ଔଷଧୀୟ ବୃକ୍ଷରେ ଭରପୂର ପର୍ବତ, ହେନ୍ତାଳ ବଣ, ବିରଳ ବନ୍ୟପ୍ରାଣୀଙ୍କ ଅଭୟାରଣ୍ୟ, ଚିଲିକା ହ୍ରଦ, ସୁଦୀର୍ଘ ବେଳାଭୂମି ଏବଂ ବିସ୍ତୀର୍ଣ୍ଣ କୃଷି କ୍ଷେତ୍ର ଭଳି ପ୍ରାକୃତିକ ଉତ୍ସ ବାୟୋଟେକ୍ନୋଲୋଜି କ୍ଷେତ୍ର ପାଇଁ ବିପୁଳ ସମ୍ଭାବନା ସୃଷ୍ଟି କରିଛି । ଏହା ସହିତ ଆବଶ୍ୟକ ଗବେଷଣା, ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରୟୋଗ ଏବଂ ଶିଳ୍ପ ଭିତ୍ତିଭୂମିର ସୃଷ୍ଟି ଫଳରେ ବାୟୋଟେକ୍ନୋଲୋଜି ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶା ଭାରତର ଏକ ପ୍ରମୁଖ ଲକ୍ଷ୍ୟସ୍ଥଳ ହେବାକୁ ଯାଉଛି ।"

ଜୈବ ବିବିଧତାର ଅପୂର୍ବ ସମ୍ଭାର
ଜୈବ ବିବିଧତାର ଅପୂର୍ବ ସମ୍ଭାର (ETV Bharat Odisha)

Read More- ଓଡ଼ିଶା ବାୟୋଟେକ୍ନୋଲୋଜି ନୀତି ୨୦୨୪କୁ କ୍ୟାବିନେଟର ଗ୍ରୀନ ସିଗ୍ନାଲ

'ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାରେ ବିପୁଳ ସମ୍ଭାବନା'

ମନ୍ତ୍ରୀ ଆହୁରି କହିଛନ୍ତି ଯେ, "ଜୈବ ସମ୍ଵଳରେ ସମୃଦ୍ଧ ଓଡ଼ିଶା ବାୟୋଟେକ୍ନୋଲୋଜି କ୍ଷେତ୍ର ପାଇଁ ଏକ ବିରାଟ ସମ୍ଭାବନା ସୃଷ୍ଟି କରିଛି । ରାଜ୍ୟରେ ନିବେଶକୁ ତ୍ବରାନ୍ବିତ କରିବା ପାଇଁ ବାୟୋଟେକ୍ନୋଲୋଜିକୁ ଶିଳ୍ପ ନୀତି-୨୦୨୨ରେ ରାଜ୍ୟ ସରକାର ଏକ ଅଗ୍ରାଧିକାର କ୍ଷେତ୍ର ଭାବେ ଘୋଷଣା କରିଛନ୍ତି । ତା’ ସହିତ ସ୍ବତନ୍ତ୍ର ବାୟୋଟେକ୍ନୋଲୋଜି ନୀତି ପ୍ରସ୍ତୁତ କରାଯାଇ ଏ କ୍ଷେତ୍ରରେ ଷ୍ଟାର୍ଟଅପ୍ ଓ ବୃହତ ଉଦ୍ୟୋଗ ପ୍ରତିଷ୍ଠା ଲାଗି ପ୍ରୋତ୍ସାହନ ଦିଆଯାଉଛି । ଆଗାମୀ ଦିନରେ ଅର୍ଥନୈତିକ ବିକାଶ ସହ ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ଏହା ନୂତନ ସମ୍ଭାବନା ସୃଷ୍ଟି କରିବ ।"

ଭିତରକନିକା କୁମ୍ଭୀର ଅଭୟାରଣ୍ୟ
ଭିତରକନିକା କୁମ୍ଭୀର ଅଭୟାରଣ୍ୟ (ETV Bharat Odisha)

'ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ମିଳୁଛି ପ୍ରୋତ୍ସାହନ'

ବିଜ୍ଞାନ ଓ ବୈଷୟିକ ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ୍ କହିଛନ୍ତି ଯେ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ବିଭିନ୍ନ ଗବେଷଣା ଓ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା ପାଇଁ ସହାୟତା ଦିଆଯିବା ସହ ରାଜ୍ୟରେ ଥିବା ବିଭିନ୍ନ ବାୟୋ-ଇନକ୍ୟୁବେଟର ତଥା ଅଭିନବ ବାୟୋଟେକ୍ନୋଲୋଜି ଷ୍ଟାର୍ଟଅପଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉଛି । ଏହାସହିତ ରାଜ୍ୟ ସରକାର ଯେଉଁ ବାୟୋଟେକ୍ନୋଲୋଜି ନୀତି ଆଣିଛନ୍ତି, ତାହା ଏ କ୍ଷେତ୍ରରେ ଆଧୁନିକ ଶିଳ୍ପ ବିକାଶ ପାଇଁ ସହାୟକ ହେବ । ଗ୍ଲୋବାଲ ବାୟୋ ଇଣ୍ଡିଆ ଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଓଡ଼ିଶାର ଏହି ସମ୍ଭାବନାକୁ ଉପସ୍ଥାପନ କରାଯିବ ।

Read More- ଗ୍ଲୋବାଲ ବାୟୋ ଇଣ୍ଡିଆ: ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଓଡ଼ିଶାରେ ବିପୁଳ ସମ୍ଭାବନା

ହେନ୍ତାଳ ବଣ
ହେନ୍ତାଳ ବଣ (ETV Bharat Odisha)

ବାୟୋଟେକ୍ନୋଲୋଜି ଆଗାମୀ ଦିନରେ ପୃଥିବୀ ପାଇଁ ଏକ ବଡ଼ ସମ୍ଭାବନା ହେବାକୁ ଯାଉଛି। ଅଭିନବ ଜ୍ଞାନକୌଶଳର ପ୍ରୟୋଗ ଫଳରେ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଔଷଧ ପ୍ରସ୍ତୁତି, ସ୍ବାସ୍ଥ୍ୟସେବା, ସାମୁଦ୍ରିକ ଉତ୍ପାଦ ଏବଂ ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରରେ ଏହା ଏକ ବିପ୍ଲବ ଆଣିବାକୁ ଯାଉଛି । ୨୦୩୦ ସୁଦ୍ଧା ଭାରତର ବାୟୋ-ଅର୍ଥନୀତି ୨୪୦ ହଜାର କୋଟି ଟଙ୍କାରେ ପହଞ୍ଚିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଏଥିରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.