ETV Bharat / state

ମଦ ଖଟିରେ ଉନ୍ମତ୍ତକାଣ୍ଡ, ଫରେଷ୍ଟ ଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ - Forest Officer Attacked By Police

author img

By ETV Bharat Odisha Team

Published : Jun 30, 2024, 11:09 PM IST

FOREST OFFICER ATTACKED BY POLICE OFFICER: ଚାକିରି କରିଛନ୍ତି ପୋଲିସ ଆଉ ଫରେଷ୍ଟ ବିଭାଗରେ । ହେଲେ ଅବକାରୀ ଯୋଗୁଁ ଘଟାଇଛନ୍ତି ଉନ୍ମତ୍ତକାଣ୍ଡ । ଫରେଷ୍ଟ ଗାର୍ଡ ପେଟକୁ ବୋତଲରେ ଭୁସି ଦେଲେ ପୋଲିସ ଏଏସଆଇ ।

FOREST OFFICER CRITICAL AFTER BEING ATTACKED BY DRUNK POLICE OFFICER IN DHENKANAL
FOREST OFFICER CRITICAL AFTER BEING ATTACKED BY DRUNK POLICE OFFICER IN DHENKANAL (ETV Bharat Odisha)

ଢେଙ୍କାନାଳ: ମଦ ଖଟିରେ ଉନ୍ମତ୍ତକାଣ୍ଡ । ଫରେଷ୍ଟ ଗାର୍ଡ ପେଟକୁ ବୋତଲରେ ଭୁଷିଦେଲେ ପୋଲିସ ଏଏସଆଇ । ଫରେଷ୍ଟ ଗାର୍ଡର ବାହାରିଗଲା ଅନ୍ତବୁଜୁଳା । ସେପଟେ ଲୋକଙ୍କ ନିସ୍ତୁକ ମାଡ଼ରେ ଏଏସଆଇ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଡ଼ଙ୍ଗାପାଳ ଗ୍ରାମରେ ।ଗୁରୁତର ଫରେଷ୍ଟ ଗାର୍ଡ ଜଣଙ୍କ ଉକ୍ତ ଗ୍ରାମର ବିଜୟ ସିଂ ବୋଲି ଜଣାପଡିଛି । ଚାକିରି କରିଛନ୍ତି ପୋଲିସ ଆଉ ଫରେଷ୍ଟ ବିଭାଗରେ । ହେଲେ ଅବକାରୀ ଯୋଗୁଁ ଘଟାଇଛନ୍ତି ଉନ୍ମତ୍ତକାଣ୍ଡ । ଯାହାକୁ ନେଇ ଏବେ ଢେଙ୍କାନାଳରେ ବେଶ୍ ଚର୍ଚ୍ଚା ।

ମଦ ଖଟିରେ ବିବାଦ ଯୋଗୁଁ ଘଟିଛି ଏହି ଉନ୍ମତ୍ତକାଣ୍ଡ । ଫରେଷ୍ଟ ଗାର୍ଡ ପେଟରେ ପୋଲିସ ଏଏସଆଇ ଜଣଙ୍କ ମଦ ବୋତଲ ଭୁସି ଦେଇଥିବାବେଳେ ଫରେଷ୍ଟ ଗାର୍ଡର ପେଟରୁ ଅନ୍ତବୁଜୁଳା ବାହାରିପଡିଛି । ଏହି ଘଟଣା ପରେ ଉତ୍ୟକ୍ତ ଗ୍ରାମବାସୀ ଉକ୍ତ ପୋଲିସ ଅଧିକାରୀଙ୍କୁ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଛନ୍ତି । ଉଭୟଙ୍କୁ ଉଦ୍ଧାର କରି ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ବିଜୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଢେଙ୍କାନାଳ କିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଛି । ସେହିପରି ପୋଲିସ ଏଏସଆଇ ଅନୀଲ ସିଂ ମଧ୍ୟ ଡ଼ଙ୍ଗାପାଳ ଗ୍ରାମର ବୋଲି ସୂଚନା ମିଳିଛି । ଅନୀଲ ଢେଙ୍କାନାଳ ପୋଲିସର ରିଜର୍ଭରେ କାର୍ଯ୍ୟରତ ବୋଲି ଜଣାପଡିଛି ।

ସୂଚନା ମୁତାବକ, ଅନୀଲ, ବିଜୟ ଓ ତାଙ୍କ ଗ୍ରାମର ସିପୁନ ସିଂ ତିନିଜଣ ସାଙ୍ଗମିଶି ଗଡପଳାଶୁଣିର ବିଦେଶୀ ମଦ ଦୋକାନରୁ ମଦ ନେଇ ନିକଟରେ ଏକ ଆମ୍ବ ତୋଟାରେ ପିଉଥିଲେ । ଉଭୟଙ୍କ ମଧ୍ୟରେ ବଚଶା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଏଏସଆଇ ଅନିଲ ଏକ ମଦ ବୋତଲ ବିଜୟଙ୍କ ପେଟରେ ପୁରାଇ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ...ଅଟୋ-ବାଇକ ମଧ୍ୟରେ ଧକ୍କା: ଚାଲିଗଲା 2 ଜୀବନ, 13 ଆହତ - RAYAGADA ROAD ACCIDENT

ତେବେ ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ବିଜୟ ପଡିରହିଥିଲେ । ପରେ ସିପୁନ ୧୦୮ ଆମ୍ବୁଲାନ୍ସ ଡକାଇ ବିଜୟଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ପଠାଇଥିଲେ । ସ୍ଥାନୀୟ ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ଲୋକଙ୍କ ଅକ୍ରୋଶର ଶିକାରରେ ଏଏସଆଇ ଅନିଲ ଗୁରୁତର ହୋଇଥିଲେ । ତାଙ୍କୁ ମଧ୍ୟ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ସିପୁନ ସିଂ ଫେରାର ହୋଇଯାଇଛି । ଏହି ଘଟଣାରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.