ETV Bharat / state

ସିଝୁନି ଉତ୍ତର ପ୍ରଦେଶ ଆଳୁ, ବେଙ୍ଗଲ ଆଳୁ ଦେଖାନାହିଁ; କାଲି ଥିଲା 40 ଆଜି 60 ଦର, ମନ୍ତ୍ରୀ କହିଲେ ସମସ୍ୟା ସମାଧାନ ଲାଗି ଯେଉଁଠୁ ବି ଆଣ - ODISHA POTATOES CRISIS

author img

By ETV Bharat Odisha Team

Published : Aug 6, 2024, 10:47 PM IST

ODISHA POTATOES CRISIS: ଉତ୍ତର ପ୍ରଦେଶରୁ ଆଳୁ ଆସୁଥିଲେ ମଧ୍ୟ ସ୍ୱାଭାବିକ ହୋଇପାରି ନାହିଁ ଖାଉଟିଙ୍କୁ ଆଳୁ ଯୋଗାଣ । ମନ୍ତ୍ରୀ କହିଲେ ବ୍ୟବସାୟୀ ମହାସଂଘ, ଶୀତଳ ଭଣ୍ଡାର ମାଲିକ ଓ ରିଟେଲର ମାଲିକଙ୍କ ସହ ଆଲୋଚନା ହୋଇଛି । ଯେଉଁ ରାଜ୍ୟରୁ ହେଉ ପଛେ ଆଳୁ ଆସିବ ।ଅଧିକ ପଢନ୍ତୁ

ODISHA POTATOES CRISIS
ODISHA POTATOES CRISIS (ETV Bharat Odisha)

ଭୁବନେଶ୍ବର/କଟକ: ରାଜ୍ୟରେ ଆଜି ମଧ୍ୟ ଲାଗି ରହିଛି ଆଳୁ ସମସ୍ୟା । ଉତ୍ତର ପ୍ରଦେଶରୁ ଆଳୁ ଆସୁଥିଲେ ମଧ୍ୟ ସ୍ୱାଭାବିକ ହୋଇପାରି ନାହିଁ ଖାଉଟିଙ୍କୁ ଆଳୁ ଯୋଗାଣ । ଫଳରେ ରାଜ୍ୟର କିଛି ସ୍ଥାନରେ ଆଳୁ ନାହିଁ ଓ ଆଉ କିଛି ସ୍ଥାନରେ ଅଧିକ ଦରରେ ବିକ୍ରୀ ହେଉଛି । ଏନେଇ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଡାକିଥିଲେ ବୈଠକ । ବ୍ୟବସାୟୀ ମହାସଂଘ, ଶୀତଳ ଭଣ୍ଡାର ମାଲିକ ଓ ରିଟେଲର ମାଲିକଙ୍କ ସହ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ଆଲୋଚନା କରିଛନ୍ତି । ଖାଉଟିଙ୍କ ଚାହିଦା ମୁତାବକ ଆଳୁ ଆଣିବା ଲାଗି ମନ୍ତ୍ରୀ ବ୍ୟବସାୟୀଙ୍କୁ ବୈଠକରେ ପରାମର୍ଶ ଦେଇଛନ୍ତି । ଲୋକଙ୍କୁ ଅବଶ୍ୟକ ପରିମାଣର ଆଳୁ ଯୋଗାଇବା ଲାଗି ଯେକୌଣସି ରାଜ୍ୟରୁ ଆଣିବା ଲାଗି ମନ୍ତ୍ରୀ କହିଛନ୍ତି ।

ସମସ୍ୟା ଦୂର ଲାଗି ଯେଉଁଠି ହେଲେ ଆଳୁ ଆଣ :-
ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି,"ବ୍ୟବସାୟୀ ମହାସଂଘ, ଶୀତଳ ଭଣ୍ଡାର ମାଲିକ ଓ ରିଟେଲର ମାଲିକଙ୍କ ସହ ଆଲୋଚନା ହୋଇଛି । ଓଡିଶାରେ ଆଳୁ ସମସ୍ୟା ଲାଗି ରହୁଛି । ପ୍ରଯ୍ୟାପ୍ତ ଆଳୁ କିପରି ଓଡିଶାକୁ ଆସିବ ସେଥିପାଇଁ ଆମେ ବ୍ୟବସାୟୀଙ୍କୁ ଅନୁରୋଧ କରିଛୁ । ଯେଉଁ ରାଜ୍ୟରୁ ହେଉ ପଛେ ଆଳୁ ଆସିବ । ଖାଉଟି ସୁଲଭ ମୂଲ୍ୟରେ ଆଳୁ କେମିତି ପାଇବେ ସେ ବିଷୟରେ ଚର୍ଚ୍ଚା ଆଲୋଚନା ହୋଇଛି । ନାଫେଡକୁ ମଧ୍ୟ ଡକେଇଥିଲୁ । ନାଫେଡ ସହିତ ମଧ୍ୟ କଥାବାର୍ତ୍ତା ହେଇଛୁ । ନାଫେଡ ମଧ୍ୟ ବିଭିନ୍ନ ରାଜ୍ୟରେ ଆଳୁର ମୂଲ୍ୟ, ଆଳୁର ସ୍ଥିତି ବାବଦରେ ତଦନ୍ତ କରି ଆମକୁ ସୂଚନା ଦେବେ ।"

ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶର ଦର ପ୍ରାୟ ସମାନ :-
ଖାଉଟି ଯେମିତି କୌଣସି ସମସ୍ୟାର ସମ୍ମୁଖୀନ ନହେବେ ସେଥିପାଇଁ ବୈଠକ ବସିଥିଲା । ଉତ୍ତର ପ୍ରଦେଶର ଆଳୁ ଆଜି ମଧ୍ୟ ଓଡିଶା ଆସିଛି । କୁହାଯାଉଛି ଯେ, ଉତ୍ତର ପ୍ରଦେଶ ଆଳୁ ଖରାପ ତାହ ମଧ୍ୟ ନୁହେଁ । ଉତ୍ତର ପ୍ରଦେଶରେ ଭଲ କ୍ୱାଲିଟିର ଆଳୁ ରହିଛି । ପଶ୍ଚିମବଙ୍ଗ ସହ ଉତ୍ତର ପ୍ରଦେଶର ଦର ପ୍ରାୟ ସମାନ ଆସୁଛି । ଓଡିଶା ବଜାରରେ ଯେପରି ପର୍ଯ୍ୟାପ୍ତ ପରିମାଣର ଆଳୁ ରହିବ ସେନେଇ ବ୍ୟବସାୟୀଙ୍କୁ ଅନୁରୋଧ କରିଛୁ । କିଛି ସ୍ଥାନରେ ଆଳୁ ନାହିଁ ଓ ଆଉ କିଛି ସ୍ଥାନରେ ଅଧିକ ଦର ରହିଛି ବୋଲି ଶୁଣି ବୈଠକ ଡାକିଥିଲି । ଏହାର ସମାଧାନ ଲାଗି ବୈଠକ ଡକା ଯାଇଛି । କାଲିଠାରୁ ସମସ୍ୟା ସମାଧାନ ହେବ ବୋଲି ଆଶା ।

ଚଢା ଦରରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ :-
30ରୁ 35 ଟଙ୍କା ମଧ୍ୟରେ ଆଳୁ ମିଳୁଛି ବୋଲି ମୋ ପାଖରେ ରିପୋର୍ଟ ଅଛି । ଚଢା ଦରରେ ଆଳୁ ବିକ୍ରୀ ହେଉଥିବା ଅଭିଯୋଗ ମଧ୍ୟ ହେଉଛି । ଆମେ ଘଟଣା ଉପରେ ନଜର ରଖିଛୁ । ତାଙ୍କ ଉପରେ ନିଶ୍ଚୟ ଭାବେ କାର୍ଯ୍ୟାନୁଷ୍ଠାନ ନେବୁ । ସରକାରଙ୍କୁ କେହି ବଦନାମ କରିପାରିବେ ନାହିଁ । ସରକାର ସଚେତନ ଅଛନ୍ତି ।

ଉତ୍ତର ପ୍ରଦେଶରୁ ଆଳୁ ଆମଦାନୀ କଲେ କ୍ଷତି ଅଧିକ :- ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି, "ରାଜ୍ୟରେ ଆଳୁର ସ୍ଥିତି ନେଇ ବୈଠକରେ ଆଲୋଚନା ହୋଇଛି । ଜୁଲାଇ 21ରୁ ଆଳୁ ସମସ୍ୟା ଓଡ଼ିଶାରେ ଲାଗି ରହିଛି । ଆଜି ମଧ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ । ମଝିରେ ଆଳୁର ପାଇକାରୀ ଦଳ 20ରୁ 25 ଟଙ୍କା ମଧ୍ୟରେ ଥିଲା । ପଶ୍ଚିମବଙ୍ଗରୁ ଆସୁଥିବା ଆଳୁ ଗତକାଲି ବନ୍ଦ ହୋଇଯାଇଛି । ଉତ୍ତର ପ୍ରଦେଶ ଆଳୁ ମାଗେଇବା ଦ୍ୱାରା ବହୁଳ ଭାବେ କ୍ଷତି ହେଉଛି । ଉତ୍ତର ପ୍ରଦେଶ ଆଳୁ ଆସିବା ଲାଗି ସମୟ ଲାଗୁଛି । ପାଲ ତଳେ 5ରୁ 7 ଦିନ ଆଳୁ ରହୁଛି । ତେଣୁ ଅଧିକ ଆଳୁ ନଷ୍ଟ ହେଉଛି ।"

ପାଇକାରୀ ଓ ରିଟେଲ ଦର ବ୍ୟବଧାନ ଅଧିକ:-
କିଛି ବ୍ୟବସାୟୀକ ସମସ୍ୟା ବାବଦରେ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଉତ୍ତର ପ୍ରଦେଶରୁ ଆଳୁ କେମିତି ଆସିପାରିବ ସେଥିପାଇଁ ବ୍ୟବସାୟୀ ଯତ୍ନବାନ ହେବାକୁ ମନ୍ତ୍ରୀ କହିଛନ୍ତି । ଆସନ୍ତାକାଲିଠୁ କେମିତି ଆଳୁ ଆସିବ ସେନେଇ ଆମେ ମଧ୍ୟ ଯତ୍ନବାନ ଅଛୁ । ଉତ୍ତର ପ୍ରଦେଶରୁ ଆଳୁ ଆଣିବାକୁ ହେଲେ 5ରୁ 7 ଦିନ ସମୟ ଲାଗିବ । ପଶ୍ଚିମବଙ୍ଗରୁ ଆଳୁ ଆସିବା ଉପରେ ଦର ନିର୍ଭର କରୁଛି । ପାଇକାରୀ ଓ ରିଟେଲ ଦର ବ୍ୟବଧାନ ଅଧିକ ରହୁଛି । ରିଟେଲ ଦର ନିୟନ୍ତ୍ରଣ ସରକାରଙ୍କ ହାତରେ ରହିଛି ।

ଏହା ମଧ୍ୟ ପଢନ୍ତୁ ...ଆଉ ଚଳିବନି ଦାଦାଗିରି: ପ୍ରତିଶ୍ରୁତି ଦେଇ ଠକିଦେଲେ ଦିଦି, ଏଣିକି ପଶ୍ଚିମବଙ୍ଗ ନୁହେଁ ୟୁପିରୁ ଆସିବ ଆଳୁ - Odisha To Import potatoes From UP

ଗାଡି ଆସିଲେ ନିର୍ଦ୍ଧାରଣ ହେବ ଆଳୁ ଦର :-
ଉତ୍ତର ପ୍ରଦେଶରେ 2ରୁ 3 ପ୍ରକାର ଆଳୁ ରହିଛି । କମ ଦାମ ଆଳୁ ଯାହାକୁ ଆମେ ଆମଦାନୀ କରୁଛେ । କ୍ୱିଣ୍ଟାଲ 2200ରୁ 2500 ରହୁଛି । ଫଳରେ ଏହା ଓଡିଶା ମାର୍କେଟରେ ଗ୍ରହଣୀୟ ହେଉନାହିଁ । ଭଲ କ୍ୱାଲିଟିର ଆଳୁ ଆଣିଲେ 2ରୁ 3 ଟଙ୍କା ଅଧିକ ରହିବ । 4 ଟ୍ରକ ଆଳୁ ଆଜି ଆସିଥିଲା । 3ଟି ଗାଡି ଉତ୍ତର ପ୍ରଦେଶ ଓ ଅନ୍ୟଟି ପଶ୍ଚିମବଙ୍ଗରୁ ଆସିଥିଲା । ଅଧିକାଂଶ ଆଳୁ ଶେଷ ହୋଇଛି । କାଲି ଆଳୁ ଆସିଲେ ଦର ସ୍ଥିର ହେବ ।

ଦରଦାମ ବୃଦ୍ଧି ନିୟନ୍ତ୍ରଣ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ:-
ନାଫେଡ ମାଧ୍ୟମରେ ଉତ୍ତରପ୍ରଦେଶ ଓ ଅନ୍ୟାନ୍ୟ ରାଜ୍ୟରୁ ଆଳୁ ଆଣି ଓଡ଼ିଶାରେ ଉପଲବ୍ଧ କରେଇବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଏଥି ନିମନ୍ତେ ଗୋଦାମ ମାଲିକ ଓ ବ୍ୟବସାୟୀ ମାନେ ସହଯୋଗ କରିବାକୁ ବୈଠକରେ ପରମର୍ଶ ଦିଆଯାଇଛି । ଦରଦାମ ବୃଦ୍ଧି ନିୟନ୍ତ୍ରଣ ନେଇ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ମଧୁସୂଦନ ବେହେରା, ନାଫେଡ ଓଡିଶା ମୁଖ୍ୟ ଅନିନ୍ଦିତା ଗୁହା, ବିଭାଗୀୟ ଉପ ନିର୍ଦ୍ଦେଶକ ଦୀପକ ଶତପଥୀ, ଓଡିଶା ବ୍ୟବସାୟୀ ସଂଘର ମହାସଚିବ ସୁଧାକର ପଣ୍ଡା, ରାଜ୍ୟ ଶୀତଳ ଭଣ୍ଡାର ସଂଘର ସଭାପତି ରଞ୍ଜିତ କୁମାର ବାଲା, ସାଧାରଣ ସମ୍ପାଦକ ଶୁଭେନ୍ଦୁ କୁମାର ସାହୁ, ଯୋଗାଣ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଛତ୍ର ବଜାରରେ ଆଳୁ ସଙ୍କଟ: ସେପଟେ କଟକ ଛତ୍ରବଜାରରେ ଆଳୁ ସଙ୍କଟ । ପଶ୍ଚିମବଙ୍ଗର ନିଆଣ୍ଟିଆ ଆଳୁ ଯୋଗାଣ ଓଡିଶାରେ ଦେଖା ଦେଇଛି ଆଳୁର ଅଭାବ । କଟକ ଛତ୍ରବଜାର ଯେଉଁଠି ପ୍ରତ୍ୟେକ ଦିନ ୧୫ ରୁ ୨୦ଟି ଆଳୁ ଗାଡ଼ି ଆସି ଲାଗେ ହେଲେ ଏବେ ଗୋଟେ ୨ ଟି ଗାଡ଼ି ଆସୁଛି । ଯାହା ଫଳରେ ଆଳୁ ଦର ଆକାଶ ଛୁଆଁ ବୃଦ୍ଧି ପାଉଛି । ସେପେଟ ଛତ୍ର ବଜାରରେରେ କାଁଭାଁ ଆଳୁ ବିକ୍ରି ହେଉଥିବାରୁ ମନ ଇଚ୍ଛା ଦରରେ ବିକୁଛନ୍ତି ଖୁଚୁରା ବ୍ୟବସାୟୀ । ଗତକାଲି ଆଳୁଦର କିଲୋ ପିଛା ୪୦ ଟଙ୍କା ଥିଲାବେଳେ ଆଜି ହଠାତ୍ ୨୦ ଟଙ୍କା ବଢ଼ି ୬୦ ଟଙ୍କା ହୋଇଯାଇଛି ।

ଇଟିଭି ଭାରତତ, ଭୁବନେଶ୍ବର/କଟକ:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.