ETV Bharat / state

ଲସି ସର୍ବତରେ ମିଶୁଛି ରଙ୍ଗ, ଚଢାଉ କଲା ସିଏମସି - cmc raid

Food safety team raid: କଟକର ବିଭିନ୍ନ ଲସି ଓ ସର୍ବତ ଦୋକାନରେ ଫୁଡ ସ୍କ୍ବାର୍ଡ ଟିମର ଚଢାଉ । ବିଭିନ୍ନ ଲସି ଦୋକାନରୁ ନିମ୍ନମାନର ସାମଗ୍ରୀ ଠାବ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 6, 2024, 2:21 PM IST

Food safety team raid
Food safety team raid
Food safety team raid

କଟକ: ଗରମ ଦିନରେ ସର୍ବତର ମଜା ନେଉଛନ୍ତି କି ହୋଇଯାଆନ୍ତୁ ସାବଧାନ ! କାରଣ ସର୍ବତ ପିଉ ପିଉ କେତେବେଳେ ଅସୁସ୍ଥତାର ଶିକାର ହୋଇପାରନ୍ତି । କଟକରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ପରେ ନିମ୍ନମାନର ପାନୀୟ ସାମଗ୍ରୀ ମଧ୍ୟ ବିକ୍ରି ହେଉଥିବା ଜାଣିବାକୁ ପାଇଛି ସିଏମସିର ଫୁଡ୍ ସେଫ୍ଟି ଟିମ୍ ।

ସୂଚନା ଅନୁଯାୟୀ, ଗତକାଲି(ଶୁକ୍ରବାର) କଟକ ବିଭିନ୍ନ ସର୍ବତ ଦୋକାନରେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଥିଲା । ଛୋଟ ଓ ବଡ଼ ବିଭିନ୍ନ ଲସି ଓ ସର୍ବତ ଦୋକାନରେ ସିଏମସିର ଖାଦ୍ୟ ସୁରକ୍ଷା ଟିମ ଚଢ଼ାଉ କରି ଏହା ପିଇବା ଉପଯୋଗୀ କି ନାହିଁ ତାହାକୁ ତଦାରଖ କରିଥିଲା । ଦହି, ରାବିଡି, ବରଫ, ରଙ୍ଗ ଆଦି ଯାଞ୍ଚ କରାଯାଇଥିଲା । ବିଶେଷ କରି ଦୋକାନ ଗୁଡ଼ିକ ଲସି ପାଇଁ ବ୍ୟବହାର ହେଉଥିବା ଗ୍ଲାସ୍ ପରିଷ୍କାର ଅଛି କି ନାହିଁ, ସର୍ବତରେ ବ୍ୟବହାର ହେଉଥିବା ଏସେନ୍ସର ମାନ ଯାଞ୍ଚ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଗୁପଚୁପ ଖାଇ ଅସୁସ୍ଥ ଘଟଣା, ବିଭିନ୍ନ ସ୍ଥାନରେ ଖାଦ୍ୟ ନିରାପତ୍ତା ବିଭାଗର ଚଢାଉ

ଖରା ଦିନ ଥିବାରୁ ଲୋକଙ୍କ ସର୍ବତ ଓ ଲସିର ଚାହିଦା ଅଧିକ ଥାଏ । ତେଣୁ ଏହାକୁ ଦୃଷ୍ଟିରେ ରଖି ନିୟମିତ ଭାବେ ସିଏମସିର ସ୍ବାସ୍ଥ୍ୟ ବିଭାଗ ଟିମ୍ ପକ୍ଷରୁ ଚଢ଼ାଉ କରାଯିବ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ତେବେ ନିୟମ ଉଲ୍ଲଘଂନ କରୁଥିବା ବ୍ୟବସାୟୀଙ୍କ ଠାରୁ ଜରିମାନା ସହ ଦୋକାନ ସିଲ୍ କରିବା ପାଇଁ ସିଏମସିର ସ୍ବାସ୍ଥ୍ୟ ଅଧିକାରୀ ଚେତାବନୀ ଦେଇଛନ୍ତି ।

ସେହିପରି ରାସ୍ତା କଡ଼ରୁ ମୋମୋ, ପାଓଭାଜି, ପାମ୍ପଡ଼ି ଚାଟ, ଗୁପଚୁପ ଦୋକାନରେ ମଧ୍ୟ ରେଡ଼ କରିଛି ସ୍ୱାସ୍ଥ୍ୟ ବିଭାଗ । ଅସ୍ୱାସ୍ଥ୍ୟକର ପରିବେଶ ଓ ଅପମିଶ୍ରଣ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡ଼ାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ସିଏମସି ପକ୍ଷରୁ ଏହି ଚଢ଼ାଉ ହୋଇଥିଲା । ପାଓଭାଜି, ମୋମୋ, ଚାଟ, ଗୁପଚୁପ ଭଳି ବିଭିନ୍ନ ଫାଷ୍ଟ ଫୁଡ଼ ଦୋକାନରେ ଏହି ଚଢ଼ାଉ ହୋଇଥିଲା । ଖରାପ ସସ ସହିତ ବାସି ଖାଦ୍ୟ ବିକ୍ରି ହେଉଥିବା ସିଏମସି ସ୍ୱାସ୍ଥ୍ୟ ବିଭାଗ ଦେଖିବାକୁ ପାଇଥିଲା । ଫାଷ୍ଟଫୁଡ଼ ନଷ୍ଟ କରିବା ସହିତ ରାସ୍ତା କଡ଼ ଦୋକାନୀଙ୍କ ଠାରୁ ଫାଇନ ଆଦାୟ କରିଥିଲା ସିଏମସି ସ୍ୱାସ୍ଥ୍ୟ ବିଭାଗ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.