ETV Bharat / state

ନିଆଁ ଆଁରେ ୧୨ ବଖରା ଭସ୍ମୀଭୂତ - Fire broke out

author img

By ETV Bharat Odisha Team

Published : Apr 24, 2024, 10:42 PM IST

Fire broke out in Dhenkanal: ଢେଙ୍କାନାଳ ଜିଲ୍ଲା ଅଁଳାବେରେଣୀରେ ହଠାତ ନିଆଁ ଲାଗି ୧୨ ବଖରା ଘର ସମେତ ୧୨ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଅଧିକ ପଢ଼ନ୍ତୁ,

Fire broke out in Dhenkanal
Fire broke out in Dhenkanal
Fire broke out in Dhenkanal

ଢେଙ୍କାନାଳ: ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଁଳାବେରେଣୀ ହରିଜନ ସାହିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଳିଗଲା ୧୨ ବଖରାରୁ ଊର୍ଦ୍ଧ୍ୱ ଘର । ୧୨ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଅଗ୍ନି ବିପନ୍ନ ପରିବାର ଲୋକେ ପିନ୍ଧା ବସ୍ତ୍ର ଛଡା ଅନ୍ୟ କୌଣସି ସାମଗ୍ରୀ ଉଦ୍ଧାର କରି ପାରିନଥିଲେ । ଘରର ସମସ୍ତ ଆସବାବପତ୍ର, ଧାନ, ଚାଉଳ, ଘର କରଣା ସାମଗ୍ରୀ, ଦରକାରୀ କାଗଜପତ୍ର ପୋଡି ପାଉଁଶ ହୋଇ ଯାଇଥିଲା । ଅଗ୍ନିଶମ ବାହିନୀ ଖବର ପାଇ ଆସି ଦୀର୍ଘ ଦୁଇଘଣ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ ।

ସୂଚନା ମୁତାବକ ଆଜି ଅପରାହ୍ନରେ ପ୍ରଥମେ ଗାଁର ହରି ନାଏକଙ୍କ ଘରୁ କୌଣସି କାରଣରୁ ନିଆଁ ଲାଗିଥିଲା l ଖରାରେ ପ୍ରକୋପ ଓ ଝାଞ୍ଜି ପବନ ଯୋଗୁ ନିଆଁ କ୍ଷୀପ୍ରଗତିରେ ମାଡି ଚାଲିଥିଲା l ଆଖି ପିଛୁଳାକେ ଗୋଟିଏ ଘରରୁ ଅଉ ଗୋଟିଏ ଘରକୁ ମାଡି ମାଡି ଯାଇଥିଲା ନିଆଁ। ଆଉ ଚାହୁଁ ଚାହୁଁ 12ଟି ଘରେ ନିଆଁ ଲାଗି ଯାଇଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଲୋକଙ୍କ ଆଖି ଆଗରେ ତାଙ୍କ ଘର ଗୁଡିକ ନିଆଁରେ ପୋଡ଼ିଯାଇଥିଲା । ନିଜ ଜୀବନ ବଞ୍ଚାଇବାକୁ ପ୍ରାଣ ବିକଳରେ ପରିବାର ଲୋକେ ଘରୁ ପଦାକୁ ବାହାରି ଆସିଥିଲେ l ଜୀବନ ବଞ୍ଚି ଯାଇଛି ସତ କିନ୍ତୁ ନିଜର ଅର୍ଜିତ ସମ୍ପତି ଓ ଆସବାବପତ୍ର ସବୁ ପୋଡ଼ିଜଳି ନିଆଁରେ ପାଉଁଶ ହୋଇଯାଇଛି l ଅସହ୍ୟ ଖରାରେ ମୁଣ୍ଡ ଗୁଞ୍ଜିବାକୁ ଛାତ ନଥିବାରୁ କେମିତି ରହିବେ କଣ ଖାଇବେ ସେହି ଚିନ୍ତାରେ ଅଗ୍ନି ବିପନ୍ନ ପରିବାର l

ଏହା ମଧ୍ୟ ପଢ଼ନ୍ତୁ.. ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ଗୋଟିଏ ପରିବାର, ସହାୟତାର ହାତ ବଢାଇଲେ ବିଜେପି ପ୍ରାର୍ଥୀ - Fire Breaks Out In Boudh

ହରି ନାୟକଙ୍କ ଘରୁ ନିଆଁ ବାହାରି ପରେ ହଟିଆ ନାଏକ, ବିଜୟ ନାଏକ, ରାଧୁ ଏବଂ ବୁନୁ ନାଏକଙ୍କ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ପରେ ଗାଁ ଲୋକ ଅଗ୍ନିଶମ ବାହିନୀକୁ ଫୋନେ ଯୋଗେ ଖବର କରିଥିଲେ l ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଗ୍ରାମ ଲୋକମାନେ ଅଗ୍ନିଶମ ବାହିନୀକୁ ଫୋନେ ଯୋଗେ ଖବର କରିଥିଲେ l ଖବର ପାଇ ଘଟଣାସ୍ଥଳରେ ତୁରନ୍ତ କାମାକ୍ଷାନଗର ଅଗ୍ନିଶମ ବାହିନୀର ଦୁଇଟି ଗାଡି ଆସି ପହଞ୍ଚି ଥିଲା । ଦୀର୍ଘ ଦୁଇଘଣ୍ଟାର ଅକ୍ଲାନ୍ତ ପରିଶ୍ରମ କରି ନିଆଁକୁ ଲିଭାଇରେ ସଫଳ ହୋଇ ଥିଲେ ଅଗ୍ନିଶମ ବାହିନୀ । ଅନ୍ୟପଟେ ତୁରନ୍ତ ଅଗ୍ନି ବିପନ୍ନଙ୍କ ପରିବାର ଲୋକଙ୍କୁସରକାରୀ ସହାୟତା ଯୋଗେଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.