ETV Bharat / state

'ଦାନା' ନେଇଗଲା ଚାଷୀର ଦାନା; ହେଲେ ଜିଲ୍ଲାପାଳ କହିଲେ...

କଟକ ଜିଲ୍ଲାରେ ବାତ୍ୟା ଦାନାର ପ୍ରଭାବ ସେତେଟା ଦେଖିବାକୁ ମିଳିନଥିବାବେଳେ ଲଗାଣ ବର୍ଷା ଚାଷୀଙ୍କ ପାଇଁ ଆଣିଦେଇଛି ଦୁଃଖ । ଦେଖନ୍ତୁ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

CYCLONE DAMAGED VEGETABLE CROPS
CYCLONE DAMAGED VEGETABLE CROPS (ETV Bharat Odisha)
author img

By ETV Bharat Odisha Team

Published : 3 hours ago

କଟକ: ବାତ୍ୟା ଦାନାର ମୁକାବିଲା ବେଶ ସଫଳତାର ସହ କରାଯାଇଛି । କୈଣସି ସ୍ଥାନରେ କ୍ଷୟକ୍ଷତି ଘଟି ନାହିଁ ।ହଜାର ହଜାର ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିଆ ଯାଇଥିଲା ଆଉ ଏହି ସଫଳତାର ସହ ମୁକାବିଲା ପାଇଁ କଟକବାସୀ ,ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀଙ୍କୁ ପ୍ରଶଂସା କରିଛନ୍ତି କଟକ ଜିଲ୍ଳାପାଳ । କେବଳ ସେତିକି ନୁହେଁ ଜିଲ୍ଲାରେ ସେହିଭଳି କୌଣସି କ୍ଷୟକ୍ଷତି ଘଟି ନାହିଁ । ଏପରିକି ଚାଷ ଜମିରେ ମଧ୍ୟ କୌଣସି କ୍ଷୟକ୍ଷତି ଘଟି ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।ମାତ୍ର କ୍ଷୟକ୍ଷତିକୁ ନେଇ ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ପରଖିଛି ଇଟିଭି ଭାରତ । ଆଉ ଆପଣ ମାନଙ୍କୁ ଯେଉଁ ତଥ୍ୟ ଦେବୁ ତାହା ଶୁଣିବା ପରେ ପ୍ରଶ୍ନ କରିବେ କି,କଟକ ଜିଲ୍ଲାପାଳ କେଉଁ ତଥ୍ୟ ଆଧାରରେ ଏପରି କହିଛନ୍ତି ! ଜିଲ୍ଲାରେ ବର୍ଷା ଛାଡି ନଥିବା ବେଳେ କେମିତି ଏହି ପ୍ରାଥମିକ ରିପୋର୍ଟ ଦେଲେ ! କିଏ କହିଲା କଟକରେ କ୍ଷୟକ୍ଷତି ଘଟି ନାହିଁ ! ଦେଖନ୍ତୁ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

"ଦାନା" ଉଜାଡ଼ିଲା ଫସଲ :

ବାତ୍ୟା "ଦାନା" କଟକ ଜିଲ୍ଲାରେ ସେହିଭଳି ତାଣ୍ଡବ ରଚିନି ସତ୍ୟ । ଏହାର ପ୍ରଭାବରେ ବର୍ଷା ଲାଗି ରହିଛି ।ଯଦିଓ ବର୍ଷାର ପରିମାଣ ଅଧିକ ନାହିଁ ।ମାତ୍ର କେତେବେଳେ ଝିପି ଝିପି ବର୍ଷା ତ ଆଉ କେତେବେଳେ ଟିକେ ଜୋରରେ ହେଉଛି ।କହିବାକୁ ଗଲେ ଲଗାଣ ବର୍ଷା ହେଉଛି ଏବଂ ଆଉ ମଧ୍ୟମ ଧରଣର।ଏହି ବର୍ଷା କେବଳ ଚାଷୀକୁଳ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ଏକଥା ବି ଆମେ କହୁ ନାହୁଁ । ବରଂ ଚାଷୀମାନେ ଏକଥା, ଇଟିଭ ଭାରତ କ୍ୟାମେରା ଆଗରେ ବଖାଣିଛନ୍ତି ।କଟକ ସଦର ବ୍ଲକ କଣ୍ଟୁଣିଆ ଅଞ୍ଚଳର ଚାଷୀ "ଶଶି ନାଥ ସାହୁ " ଆଜିକୁ ପ୍ରାୟ ୩୦ ବର୍ଷ ହେବ ଚାଷ କାମ କରିଆସୁଛନ୍ତି । ପ୍ରତିବର୍ଷ ପରି ଏଥର ମଧ୍ୟ ପ୍ରାୟ ୪ ଏକର ଜମି ରେ ବିଭିନ୍ନ ପ୍ରକାର ଚାଷ କରିଥଲେ । ପୋଟଳ,ଝୁଡ଼ଙ୍ଗ, ଅମଳ କରିବା ସମୟ ବି ହୋଇ ଯାଇଥିଲା । କିଛି କିଛି ସ୍ଥାନରେ କଷି କଷି ପୋଟଳ ମଧ୍ୟ ଫଳିଲାଣି । କୋଶଳା ଶାଗ ସାଙ୍ଗକୁ ମୂଳା ମଧ୍ୟ ଅମଳ ହୋଇଥାନ୍ତା । ଆଉ ୭ /୮ ଦିନ ପରେ ଏହି ପରିବା ଅମଳ ହୋଇଥାନ୍ତା । ମାତ୍ର ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ସବୁ କିଛି ନଷ୍ଟ କରିଦେଇଛି ।

CYCLONE DAMAGED VEGETABLE CROPS (ETV Bharat Odisha)

କ୍ଷତିପୂରଣ ପାଇଁ ନିବେଦନ:

ପୋଟଳ ଗଛ ମୂଳରେ ଜମି ରହିଛି ବର୍ଷା ଜଳ ।ପାଗ ବି ସୁଧୁରିବାର ନାଁ ଧରୁ ନାହିଁ । ଗଛ ମୂଳରେ ପାଣି ଜମି ରହିବା ଦ୍ୱାରା, ଗଛ ପଚି ନଷ୍ଟ ହେବାକୁ ଲାଗିଲାଣି । ଫସଲ ଅମଳ କ'ଣ ହେବ ,ବରଂ ନଷ୍ଟ ହୋଇଯିବା ଆଶଙ୍କା ଘାରିଲାଣି । କେବଳ ପୋଟଳ କାହିଁକି ଲଗାଣ ବର୍ଷା କାରଣରୁ ମୂଳା ,ଶାଗ, ମଧ୍ୟ ନଷ୍ଟ ହେବାକୁ ବସିଲାଣି । କେବଳ ସେତିକି ନୁହେଁ କୋବି ଚାରା ମଧ୍ୟ ନଷ୍ଟ ହୋଇଗଲାଣି । ସେହିପରି ଲଙ୍କା ,ଟମାଟୋ,ବାଇଗଣ ଆଦି ଅନେକ ପରିବା ପାଇଁ ସେ ଚାରା ବି ପକାଇଥିଲେ । ଲଗାଣ ବର୍ଷା ଯୋଗୁଁ ସେସବୁ ପଚି ନଷ୍ଟ ହୋଇଗଲା । ପ୍ରାୟ ୮୦ ହଜାର ଟଙ୍କା ସେ ଉକ୍ତ ଚାଷ ପାଇଁ ଖର୍ଚ୍ଚ କରିଥଲେ । ଆଶା ରଖିଥଲେ ଭଲ ଫସଲ ହେବ ଆଉ ଦୁଇ ପଇସା ରୋଜଗାର କରିବେ ।ମାତ୍ର ସବୁ କିଛ ଓଲଟ ପାଲଟ ହୋଇଗଲା । ତେବେ ସରକାର ଏହାର କ୍ଷତିପୂରଣ ଦେବାକୁ ସେ ନିବେଦନ କରିଛନ୍ତି ।

CYCLONE DAMAGED VEGETABLE CROPS
CYCLONE DAMAGED VEGETABLE CROPS (ETV Bharat Odisha)

ବାର ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା :

ସେହିପରି ଅନ୍ୟଜଣେ ଚାଷୀ ଦିଲ୍ଲୀପ ମହାପାତ୍ରଙ୍କ ଅବସ୍ଥା ବି ସମାନ । ପ୍ରାୟ ୨ ଏକର ଜମିରେ ଦିଲ୍ଲୀପ କଲରା ଆଉ କାକୁଡି ଲଗାଇଥିଲେ । କାକୁଡି କିଛି ଥର ଅମଳ କରି ସାରିଛନ୍ତି । ଆଉ କଲରା ଏବେ ଅମଳ ହୋଇଥାନ୍ତା ।କେଉଁଠି ଫୁଲ ହୋଇଛି ତ କେଉଁଠି ଛୋଟ ଛୋଟ କଲରା ବି ଫଳିଛି ।କଲରା ପାଇଁ ଅଧିକ ପରିଶ୍ରମ କରିବାକୁ ପଡିଛି ।କାରଣ କଲରା ଲଗାଇବା ପରେ ଯେଉଁ ପ୍ରକାର ବାଉଁଶ ଆଉ ପ୍ଲାଷ୍ଟିକ ରଶି ଦ୍ୱରା ବାଡ଼ କରାଯାଇଛି , ତାହାକୁ ଯିଏ ବି ଦେଖିବ ବୁଝି ନେବ କି କେତେ ପରିଶ୍ରମ ହୋଇଥିବ ! କାରଣ କଲରା ପାଇଁ ଧାଡି ଧାଡି କରି ପୋତା ଯାଇଛି ଶହେରୁ ଅଧିକ ବାଉଁଶ ।ଆଉ କଲରା ଗଛ ମାଡିବା ପାଇଁ ବାଉଁଶରେ ବନ୍ଧା ଯାଇଛି ପ୍ଲାଷ୍ଟିକ ରଶି । ମଝିରେ ବଡ ବଡ ଆନ୍ଦି ବି କରାଯାଇଛି ।ଉଭୟ କାକୁଡି ଆଉ କଲରା ଗଛ ମୂଳେ ଜମି ରହିଛି ବର୍ଷା ଜଳ । ଫଳରେ କିଛି କିଛି ଗଛ ନଷ୍ଟ ହୋଇଗଲାଣି । ଏଣିକି ଯଦି ଖରା ହୁଏ ବି ସବୁ ନଷ୍ଟ ହୋଇଯିବ ବୋଲି ଦିଲୀପ କହିଛନ୍ତି ।ସେ ଏହି ଚାଷ ପାଇଁ ପ୍ରାୟ ୬୦ ହଜାର ଟଙ୍କା ଖର୍ଚ୍ଚ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ବାତ୍ୟା ‘ଦାନା’ର ପ୍ରଭାବକୁ ନେଇ ଚିନ୍ତାରେ ପରିବା ଚାଷୀ

ଏହା ମଧ୍ୟ ପଢନ୍ତୁ...ବନ୍ୟା ଉଜାଡିଲା ସୁନାର ଫସଲ; ଏକର ଏକର ପରିବା ଚାଷ ନଷ୍ଟ, ହତାଶ ଚାଷୀ - Flood water damages crops

କ'ଣ କହିଲେ କଟକ ଜିଲ୍ଳାପାଳ !

କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ କହିଛନ୍ତି," ବାତ୍ୟା ଦାନା ପ୍ରଭାବର ମୁକାବିଲା କରିବାରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ । କଟକବାସୀଙ୍କୁ ଧନ୍ୟବାଦ । ପାଣିପାଗ ବିଭାଗ ପକ୍ଷରୁ ବାତ୍ୟା ଆଲର୍ଟ ହେବା ପରେ କଟକରେ ତତ୍ପର ହେଇଥିଲା ପ୍ରଶାସନ । ହଜାର ହଜାର ତଳିଆ ଅଞ୍ଚଳ ଓ ବସ୍ତି ଅଞ୍ଚଳର ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିବାରେ ସଫଳ ହୋଇଥିଲା ପ୍ରଶାସନ ।ସେମାନଙ୍କର ଖାଦ୍ୟ, ସ୍ବାସ୍ଥ୍ୟ , ପରିମଳ ଦିଗ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଇଥିଲା । କିଛି ମାତ୍ରାରେ ଘର , ଅଙ୍ଗନବାଡି ,ଓ ସ୍କୁଲ ଭାଙ୍ଗିବାର ରିପୋର୍ଟ ହସ୍ତଗତ ହୋଇଛି। ଏପରିକି ଗଛ ପଡି ରାସ୍ତା ଅବରୋଧକୁ ହଟାଇବା କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ଚାଷଜନିତ କୌଣସି କ୍ଷୟକ୍ଷତି ଆକଳନ ରିପୋର୍ଟ ହସ୍ତଗତ ହୋଇନି । କାହିଁକି ନା ବର୍ଷାର ପରିମାଣର ମଧ୍ୟ କମ ରହିଥିଲା । ଯଦି କୌଣସି ବି ଚାଷୀ ସେମାନଙ୍କ ଚାଷ ବା ଫସଲ ନଷ୍ଟ ହେଇଥିବା ଅଭିଯୋଗ କରିବେ, ତେବେ ଜିଲ୍ଲା ପ୍ରଶାସନ ଉକ୍ତ ଅଞ୍ଚଳକୁ ଗସ୍ତ କରିବ ଓ ରିପୋର୍ଟ କରିବ ।"

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.