ETV Bharat / state

ଛାତିଏ ପାଣିରେ ଶ୍ମଶାନ ଗଲା ମୃତଦେହ: ଖବର ବାଜିଲା, ପ୍ରଶାସନ ନିଦରୁ ଉଠିଲା - Niali News

Dead body Carried Through Canal Issue: ଛାତିଏ ପାଣିରେ ପଶି ଶଶ୍ମାନ ଯାତ୍ରା ଘଟଣା । ଖବର ପ୍ରସାରଣ ପରେ ପ୍ରଶାସନର ଚେତା ପଶିଛି । ଅଧିକ ପଢନ୍ତୁ

ଖବର ପ୍ରସାରଣର ପ୍ରଭାବ
ଖବର ପ୍ରସାରଣର ପ୍ରଭାବ
author img

By ETV Bharat Odisha Team

Published : Feb 2, 2024, 7:40 PM IST

ଖବର ପ୍ରସାରଣର ପ୍ରଭାବ

ନିଆଳି: ଛାତିଏ ପାଣିରେ ପଶି ଶଶ୍ମାନ ଯାତ୍ରା ଘଟଣା । ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ଗତକାଲି (ଗୁରୁବାର) କଟକ ଜିଲ୍ଲା ନିଆଳି ବ୍ଳକ କୃଷ୍ଣ ପ୍ରସାଦ ପଞ୍ଚାୟତ ନୂଆବେତଣ୍ତା ଗ୍ରାମରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ଆଉ ତା'ପରେ ତାଙ୍କ ମୃତଦେହକୁ ଛାତି ପର୍ଯ୍ୟନ୍ତ ପାଣିରେ ପାର୍ ହୋଇ ଶଶ୍ମାନ ପର୍ଯ୍ୟନ୍ତ ନିଆଯିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଯାହାର ଖବର ଇଟିଭି ଭାରତରେ ପ୍ରସାରଣ ହୋଇଥିଲା । ଖବର ପ୍ରସାରଣ ପରେ ନିଆଳି ବ୍ଲକ ଅଧ୍ୟକ୍ଷ ବ୍ରିଜ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।‌ ବ୍ଳକ ଅଧ୍ଯକ୍ଷ ଉମେଶ ଚନ୍ଦ୍ର ବେହେରା ପ୍ରତିକ୍ରିୟା ରଖି କହିଛନ୍ତି, "ଆପଣଙ୍କ ଖବରକୁ ଦେଖି ଦୁଃଖିତ ଏବଂ ଏଭଳି ଖବର ମୋ ନଜରରେ ନଥିଲା। ସେଠାରେ ଏକ ବାଉଁଶ ଚାର ଅଛି ଏବଂ ଚାରଟି ଦଦରା ହୋଇଯାଇଥିବାରୁ ସେଥିରେ ଯିବା ଆସିବା ସମ୍ଭବ ହେଉନାହିଁ। ସେଥିପାଇଁ ଲୋକମାନେ କେନାଲ ଭିତରେ ପଶି ମୃତଦେହ ପାର କରି ଶଶ୍ମାନ ନେଇଛନ୍ତି। ଏହି ଘଟଣାଟି ଅତି ସମ୍ବେଦନଶୀଳ ।‌"

ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଚେଷ୍ଟା କରିବି। ଯେହେତୁ ଏହା କାକଟପୁର ବ୍ରାଞ୍ଚ କେନାଲ ଅଧୀନରେ ରହିଛି ତେଣୁ ବିଭାଗୀୟ ଜଳ ସମ୍ପଦ ଉପଖଣ୍ଡ ଅଧିକାରୀଙ୍କୁ ନୂଆ ବେତଣ୍ତା ଗ୍ରାମବାସୀଙ୍କ ପାଇଁ ବ୍ରିଜ ନିର୍ମାଣ କରିବା ପାଇଁ କହିବି ।" ନୂଆ ବେତଣ୍ତା କେନାଲ ଉପରେ ବ୍ରିଜର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବ୍ଲକ ଅଧ୍ୟକ୍ଷ । ବ୍ରିଜ ନଥିବାରୁ ଦୀର୍ଘ ଦିନ ହେବ ଅଞ୍ଚଳବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ଛାତିଏ ପାଣିରେ ଶ୍ମଶାନ ଗଲା ମୃତଦେହ, କ୍ଷୋଭ ପ୍ରକାଶ କଲେ ଗ୍ରାମବାସୀ

ଦୀର୍ଘ ୧୫ ବର୍ଷ ଧରି ଏଠାରେ ଶାସକ ଦଳର ବିଧାୟକ ପ୍ରତିନିଧିତ୍ୱ କରୁଥିବା ବେଳେ କିପରି କାକଟପୁର ବ୍ରାଞ୍ଚ କେନାଲ ଉପରେ ବ୍ରିଜ ନିର୍ମାଣ ହେଉନାହିଁ? ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।‌ ସେହି ଅଞ୍ଚଳର ଜଣେ ବୃଦ୍ଧା ଅନି ସ୍ବାଇଁଙ୍କ ମୃତ୍ଯୁ ହେବା ପରେ ତାଙ୍କ ମୃତଦେହକୁ କାକଟପୁର ବ୍ରାଞ୍ଚ କେନାଲ ପାର କରି ଶଶ୍ମାନକୁ ନିଆଯାଇଥିଲା। ବର୍ତ୍ତମାନ କେନାଲରେ ପାଣି ଥିବାରୁ ଛାତିଏ ପାଣିରେ ପଶି କେନାଲ ପାର ହେବାକୁ ପଡ଼ିଥିଲା । ସୂଚନା ଅନୁସାରେ, ନୂଆ ବେତଣ୍ତା ଆଖପାଖରେ ପ୍ରାୟ ୪୦ ଟି ପରିବାର ବସବାସ କରୁଥିବାବେଳେ ଭଲ ରାସ୍ତା ନଥିବାରୁ ବିଭିନ୍ନ ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ । ଏନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଆଗାମୀ ଦିନରେ ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ ପାଇଁ ଚେତାବନୀ ଦେଇଛନ୍ତି ନୂଆବେତଣ୍ଡା ଅଞ୍ଚଳବାସୀ ।‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.