ETV Bharat / state

ରାମୋଜୀ ରାଓଙ୍କ ପରଲୋକ: ଓଡ଼ିଶା ବିଜେପିର ଶୋକ ପ୍ରକାଶ, ଧର୍ମେନ୍ଦ୍ର କହିଲେ ମିଡିଆ ଜଗତ ପାଇଁ ତାଙ୍କର ରହିଛି ଉଲ୍ଲେଖ ଅବଦାନ - Ramoji Rao passes away

author img

By ETV Bharat Odisha Team

Published : Jun 8, 2024, 5:13 PM IST

Ramoji Rao passes away: ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଶୋକ ପ୍ରକାଶ କରାଯାଇଛି । ପଦ୍ମବିଭୂଷଣ ରାମୋଜୀ ରାଓଙ୍କୁ ସବୁ ମହଲରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅଧିକ ପଢନ୍ତୁ

Ramoji Rao passes away
Ramoji Rao passes away (ETV Bharat Odisha)

ଭୁବନେଶ୍ବର: ଆରପାରିରେ ପଦ୍ମବିଭୂଷଣ ରାମୋଜୀ ରାଓ । ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଶୋକ ପ୍ରକାଶ କରାଯାଇଛି । ମିଡିଆ ବାରନ୍‌, ଇନାଡ୍ଡୁ ଗ୍ରୁପ୍ ଓ ଇଟିିଭି ନେଟୱାର୍କର ପ୍ରତିଷ୍ଠାତା ହେଉଛନ୍ତି ରାମୋଜୀ ରାଓ । ୮୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଗଣମାଧ୍ୟମ, ସିନେମା, ସାହିତ୍ୟ, କୃଷି ଓ ଶିକ୍ଷାକ୍ଷେତ୍ରରେ ରାମୋଜୀ ରାଓଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ଏଥିପାଇଁ ତାଙ୍କୁ ପଦ୍ମବିଭୂଷଣରେ ସମ୍ମାନିତ ମଧ୍ୟ କରାଯାଇଛି ।

ସେ ବିଶ୍ୱର ସର୍ବବୃହତ୍ ଫିଲ୍ମସିଟି 'ରାମୋଜୀ ଫିଲ୍ମସିଟି'ର ପ୍ରତିଷ୍ଠାତା ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି, "ଇନାଡୁ ଗ୍ରୁପ୍ ଓ ଇଟିିଭି ନେଟ୍‌ୱାର୍କର ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ପରଲୋକରେ ମୁଁ ଗଭୀର ଭାବେ ମର୍ମାହତ।ଗଣମାଧ୍ୟମ, ସିନେମା, ସାହିତ୍ୟ, କୃଷି ଓ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ। ସ୍ୱର୍ଗତଃ ରାମୋଜୀଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବରଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।"

ପଦ୍ମବିଭୂଷଣ ରାମୋଜୀ ରାଓଙ୍କ ବିୟୋଗକୁ ନେଇ ସବୁଠି ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଦେଶବ୍ୟାପୀ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିବିଶେଷ ମାନେ ତାଙ୍କର ଅବଦାନ ମନେ ପକାଇଛନ୍ତି । ସାମ୍ବାଦିକତା ଓ ସିନେ ଜଗତରେ ଏହା ଏକ ଅପୂରଣୀୟ କ୍ଷତି । ଦେଶରେ ପ୍ରଗତିରେ ତାଙ୍କର ଥିଲା ବଳିଷ୍ଠ ଭୂମିକା । କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭାର ନବନିର୍ବାଚିତ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଧର୍ମେନ୍ଦ୍ର ସୋସିଆଲ ମିଡିଆ ହ୍ୟାଣ୍ଡେଲ (x) ରେ ଉଲ୍ଲେଖ କରିଛନ୍ତି, "ପଦ୍ମ ବିଭୂଷଣ ରାମୋଜୀ ରାଓଙ୍କ ବିୟୋଗକୁ ନେଇ ଗର୍ଭୀର ଶୋକ ପ୍ରକାଶ କରୁଛି । ସିନେମା ଜଗତ ଓ ମିଡିଆ ପାଇଁ ତାଙ୍କର ଉଲ୍ଲେଖ ଅବଦାନ ରହିଛି । ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା । ଓମ୍ ଶାନ୍ତି ।"

ଏହା ବି ପଢନ୍ତୁ...ଅଲବିଦା ବେତାଜ ବାଦଶାହ: ସିନେମା ଓ ଗଣମାଧ୍ୟମ କ୍ଷେତ୍ରରେ ବୈପ୍ଳବିକ ଅବଦାନକୁ ମନେ ପକାଉଛି ଦେଶ, ବିଭିନ୍ନ ମହଲରୁ ଶୋକ - Ramoji Rao passed away

ସେହିପରି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ମଧ୍ୟ ଟ୍ବିଟ୍ କରି ଶୋକ ବ୍ୟକ୍ତି କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅବିଭକ୍ତ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ତେଲେଙ୍ଗାନା ପ୍ରଦେଶ ବିଜେପି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ, ଓଡିଶା ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଶୋକ ବ୍ୟକ୍ତ କରିବା ସହ ଦେଶର ବିଭିନ୍ନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ମରଣ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଶୋକ ବ୍ୟକ୍ତ କରିବା ସହିତ ସମବେଦନା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.