ETV Bharat / state

'ସମସ୍ତଙ୍କ ପାଇଁ ଶିକ୍ଷା' ଥିମ ମିନି ମାରାଥନ, ଛାତ୍ରଛାତ୍ରୀଙ୍କୁ ନେଇ କିଟ୍ ଓ କିସର ଅଭିନବ ପ୍ରୟାସ

author img

By ETV Bharat Odisha Team

Published : Jan 28, 2024, 10:27 PM IST

Mini Marathon Organized by KIIT and KISS in Angul : କିଟ୍ ଓ କିସ୍ ପକ୍ଷରୁ ଅନୁଗୋଳରେ ଆଜି (ରବିବାର) ଏକ ମିନି ମାରାଥନ୍‍ ଅନୁଷ୍ଠିତ ହୋଇଯାଇଛି । ଏହି ଗଣଦୌଡ଼ର ମୁଖ୍ୟ ଥିମ୍ ଏଜୁକେସନ ଫର ଅଲ ଥିବା ବେଳେ ଏଥିରେ ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍‍ ଓ ସମାଜର ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ କରିଥିଲେ । ଅଧିକ ପଢନ୍ତୁ

'ସମସ୍ତଙ୍କ ପାଇଁ ଶିକ୍ଷା" ଥିମ ମିନି ମାରାଥନ,  ଛାତ୍ରଛାତ୍ରୀଙ୍କୁ ନେଇ କିଟ ଓ କିସର ଅଭିନବ ପ୍ରୟାସ

ଅନୁଗୋଳ: ଆଜିର ବିଜ୍ଞାନ ଯୁଗରେ ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ସମସ୍ତଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ନେଇ ସଚେତନତା ସୃଷ୍ଟି ଉଦେଶ୍ୟରେ ରାଜ୍ୟର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ କିଟ ଓ କିସ୍ ପକ୍ଷରୁ ଅନୁଗୋଳରେ ଆଜି (ରବିବାର) ଦିନ ଏକ ମିନି ମାରାଥନ୍‍ ଅନୁଷ୍ଠିତ ହୋଇଯାଇଛି । ଏହି ମିନି ମାରାଥନ୍‍ ଅନୁଗୁଳ ଜିଲ୍ଲା ସମେତ ଓଡ଼ିଶାର 55 ଟି ସ୍ଥାନରେ ଆୟୋଜନ କରାଯାଇଥିଲା । ଏହି ଗଣଦୌଡ଼ର ମୁଖ୍ୟ ଥିମ୍ ଏଜୁକେସନ ଫର ଅଲ ଥିବା ବେଳେ ଏଥିରେ ଛାତ୍ରଛାତ୍ରୀ, କ୍ରୀଡ଼ାବିତ୍‍ ଓ ସମାଜର ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ କରିଥିଲେ । ଅନୁଗୋଳ ଷ୍ଟାଡିୟମରେ ଅନୁଗୋଳ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଯୋଗ ଦେଇ ପତାକା ଦେଖାଇ ମାରାଥନ ଶୁଭାରମ୍ଭ କରିଥିଲେ |

ଅନୁଗୋଳ ଷ୍ଟାଡିୟମଠାରୁ ଏହି ମାରାଥନ ଆରମ୍ଭ ହୋଇ ବଜାର ପରିକ୍ରମା କରି ଅନୁଗୋଳ ସାନ୍ଧ୍ୟ ମହାବିଦ୍ୟାଳୟରେ ପହଞ୍ଚି ଏକ ସାଧାରଣ ସଭା କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର, ମୁଖ୍ୟବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ଉଦୟ ନାଥ ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅନୁଗୋଳ ପୌରାଧ୍ୟକ୍ଷ ଅକ୍ଷୟ ସାମନ୍ତ, ସଭାପତି ଭାବେ ସାନ୍ଧ୍ୟ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଶାନ୍ତ ମାଝୀ, ଆର୍ଯ୍ୟଭଟ୍ଟ ଇନଷ୍ଟିଚ୍ୟୁଟ ପ୍ରତିଷ୍ଟାତା ବିନୋଦ ମାଝୀଙ୍କ ସମେତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ....ଟ୍ରାକ ସୁଟ ନୁହେଁ ପାଟ ଶାଢ଼ୀ ପିନ୍ଧି ପାଟଥନରେ ଦୌଡ଼ିଲେ ମହିଳା

ଏ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଉଦୟ ନାଥ ମହାପାତ୍ର କହିଛନ୍ତି ଯେ " ଶିକ୍ଷା ବିନା ସମାଜରେ ପ୍ରଗତି ଅସମ୍ଭବ । ଶିକ୍ଷାକୁ ସାର୍ବଜନୀନ କରିବା ଓ ସମାଜର ପ୍ରତି ବର୍ଗ ନିକଟରେ ଶିକ୍ଷାକୁ ପହଁଞ୍ଚାଇବାର ଅଭିନବ ପ୍ରୟାସ ନିଆଯାଇଛି । ସମାଜିକ ତଥା ଅର୍ଥନୈତିକ ସ୍ତରରେ ଅବହେଳିତ ଲୋକ , ଯେଉଁ ମାନେ ଉତ୍ତମ ଶିକ୍ଷା ପାଇବାରେ ବଞ୍ଚିତ ହେଉଛନ୍ତି, ଏ କାର୍ଯ୍ୟକ୍ରମ ଜରିଆରେ ଗୁଣାତ୍ମକ ଶିକ୍ଷା ପହଁଞ୍ଚାଇବାର ଉଦ୍ୟମ ପାଇଁ କିଟ ଓ କିସର ସଂସ୍ଥାପକ ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଅନେକ ସାଧୁବାଦ । ଏହା ଦ୍ୱାରା ଉତ୍ତମ ନାଗରିକ ସୃଷ୍ଟି ହେବା ସହ ଦେଶର ପ୍ରଗତିରେ ସହାୟକ ହେବ । " ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କିଟ ଓ କିସର କର୍ମଚାରୀମାନେ ସହଯୋଗ କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.