ETV Bharat / state

ପ୍ରଶାନ୍ତ ଦାସଙ୍କୁ ଇଡିର ଜେରା; ସିସୋର, ଅର୍ଥତତ୍ତ୍ୱ ପରେ କାହାର ପାଳି ?

author img

By ETV Bharat Odisha Team

Published : Mar 16, 2024, 11:04 AM IST

ED interrogate Seashore Group Chief: ଚାଲିଛି ଚିଟଫଣ୍ଡ କେଳେଙ୍କାରୀ ତନାଘନା । ପ୍ରଥମେ ଅର୍ଥତତ୍ତ୍ୱ ପରେ ଏବେ ସିସୋର ପାଳି ପଡିଛି । ଇଡିରେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ଶୁକ୍ରବାର ହାଜର ହେବା ଅନ୍ୟମାନଙ୍କ ଭିତରେ ବଢ଼ାଇଛି ଭୟ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ୱର: ଦୀର୍ଘ ୧୫ ଦିନ ହେବ ଚିଟଫଣ୍ଡ କେଳେଙ୍କାରୀ ମାମଲାରେ ଇଡି ତଦନ୍ତ ନେଇ ବଢୁଛି ରାଜନୈତିକ ଛକାପଞ୍ଝା । ଆଗକୁ ନିର୍ବାଚନ ଥିବାବେଳେ ଏବେ ଚିଟଫଣ୍ଡ ତନାଘନା, ପାଓ୍ବାର କରିଡରର ହେବିଓ୍ବେଟଙ୍କ ପାଇଁ ବଢ଼ାଇଛି ଅଡୁଆ । ଇଡିରେ ହାଜର ହୋଇଥିବା ସିସୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ନେଇ ସଭିଙ୍କ ଭିତରେ ଛନକା ପଶିଲାଣି । କାରଣ ରାଜ୍ୟରେ ଚିଟଫଣ୍ଡ କେଳେଙ୍କାରୀରେ ଫସିଛନ୍ତି ମାଳ ମାଳ ନେତା । ରାଜନେତାଠୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ଓ ହେବିଓ୍ବେଟ, ଯିଏକି ପୂର୍ବରୁ ସିବିଆଇ ତନାଘନା ବେଳେ ଅନେକ ବାର ତଦନ୍ତ ପରିସରକୁ ଆସିଛନ୍ତି । ଏବେ ଦୀର୍ଘ ଦିନ‌ ପରେ ଇଡିର ଆର୍ଥିକ କେଳେଙ୍କାରୀ ତନାଘନା ଦେଖି ସଭିଙ୍କ ଭିତରେ ଛନକା ପଶିଛି ।

ଗୋଟିଏ ପରେ ଗୋଟିଏ ଚିଟଫଣ୍ଡ ତଦନ୍ତର ଫାଇଲ ଖୋଲି ରେଡ୍ ଓ ସମନ କରିବା ଆରମ୍ଭ କରିଦେଇଛି ଇଡି‌ । କେତେବେଳେ ଅଚାନକ ପଶି ସର୍ଚ୍ଚ ଅପରେସନ କରି ସିଜ୍ କରୁଛି ତ କେତେବେଳେ ଇଡି ଅଫିସ ଡକାଇ ଘଣ୍ଟା ଘଣ୍ଟା ରାତି ଅଧିଆ ଜେରା କରୁଛି । ଏହି କ୍ରମରେ ଦୀର୍ଘ ୧୫ ଦିନରେ ଅନେକ ହେବିଓ୍ବେଟ ଇଡିର ଦ୍ବାର ମାଡି ସାରିଲେଣି । ଇଡିର ତଦନ୍ତ ରୁମ ଦେଖି ଅନେକଙ୍କ ମଧ୍ୟରେ ଏବେଠୁ ଭାଳେଣି ପଡିଗଲାଣି । ଜଣଙ୍କ ପରେ ଜଣଙ୍କ ଘରେ‌ ରେଡ ହେଉଛି । ରାତି ପାହିଲେ ନୂଆ ନୂଆ ନେତା, ବ୍ୟବସାୟୀ, କଣ୍ଟ୍ରାକ୍ଟର, ବିଲଡର ଆସି ଜେରାର ସାମ୍ନା କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ ମାମଲା: ଭିନିତ ଲଲାନିଙ୍କୁ ଇଡିର ଜେରା

ଅର୍ଥତତ୍ତ୍ୱ ଭଳି ୫୦୦ କୋଟି ଚିଟଫଣ୍ଡ କେଳେଙ୍କାରୀରେ ଏକାଧିକ ଲୋକ ଜେରା ପରେ ଏବେ ସିସୋର ମୁଖ୍ୟ ପ୍ରଶାନ୍ତ ଦାସ ବି ଆସି ଇଡିରେ ହାଜର ହୋଇ ତଥ୍ୟ ରଖିଛନ୍ତି । ହେଲେ ଏହିସବୁ ଚିଟଫଣ୍ଡରେ ସାମିଲ ଥିବା ଅନେକ ପୂର୍ବତନ ବିଧାୟକ ଓ‌ ହେବିଓ୍ବେଟ ଏବେ ବି ଇଡିର ରାଡାରରେ ରହିଛନ୍ତି । ତେବେ ଆଗକୁ ନିର୍ବାଚନ ଆସୁଥିବା ବେଳେ ଯଦି ଇଡି ଏହି ସମୟରେ କାହାକୁ ଡାକିବ ତେବେ ନିର୍ବାଚନ ସମୟରେ ରାଜନୈତିକ ଛବି ମଳିନ ବା ଟିକେଟ ବଣ୍ଟନ ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା ମଧ୍ୟ ରହୁଛି । ତେଣୁ ଇଡି ଗୋଟିଏ ପରେ‌ ଗୋଟିଏ ହେବିଓ୍ବେଟଙ୍କୁ ସମନ‌ ପରେ ଏବେ ପରବର୍ତ୍ତୀ ପାଳି କାହାର ପଡିବ ସେନେଇ ଅନେକ ମନେ ମନେ ପ୍ରମାଦ ଗଣିଲେଣି । ତେବେ ଅର୍ଥତତ୍ତ୍ୱ ଚିଟଫଣ୍ଡ ଓ ସିସୋର ଚିଟଫଣ୍ଡ ପରେ ଏବେ ଆଉ କେଉଁ ଚିଟଫଣ୍ଡ ବା ଏହି ଚିଟଫଣ୍ଡରେ ସାମିଲ ଥିବା ହେବିଓ୍ବେଟଙ୍କୁ ଇଡିରୁ ଡାକରା ପଡୁଛି, ଦେଖିବା ବାକି ରହିଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.