ETV Bharat / state

ମହାମାୟାଙ୍କ ମହାନବମୀ: ହସିଦେଲେ କୁମାରୀ, ମିଳେ ମା’ଙ୍କ ଆଶୀର୍ବାଦ !

ଆଜି ମହାନବମୀ । ନବମୀ ପୂଜାର ବିଶେଷତ୍ବ କଣ ? କାହିଁକି ୯ ଜଣ କୁମାରୀଙ୍କୁ ପୂଜା କରାଯାଏ ଜାଣନ୍ତୁ ।

author img

By ETV Bharat Odisha Team

Published : 3 hours ago

KANYA PUJA
KANYA PUJA (ETV Bharat Odisha)

କଟକ: ଆଜି ମହାମାୟାଙ୍କ ମହାନବମୀ । ସମସ୍ତ ପୂଜା ମଣ୍ଡପରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି । ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ଗଗନ ପବନ । ସବୁଠି ଭକ୍ତିମୟ ପରିବେଶ । ଆଜି ପୀଠରେ ଦଶମୀ ହୋଇଥିବା ବେଳେ ମଣ୍ଡପରେ ଚାଲିଛି ମା’ଙ୍କ ନବମୀ ପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୂଜା ମଣ୍ଡପ । ପରମ୍ପରା ଆଉ ରୀତିନୀତି ଅନୁଯାୟୀ ଆଜି ନବମୀ ପୂଜାରେ କୁମାରୀ ପୂଜା କରାଯାଇଥାଏ । ୯ ଜଣ କୁମାରୀଙ୍କୁ ଦେବୀଙ୍କ ସ୍ବରୂପ ଭାବରେ ପୂଜା କରାଯାଇଥାଏ । ଏହି ଅବସରରେ ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରେ କୁମାରୀ ପୂଜା କରାଯାଇଛି । ୯ ଜଣ କୁମାରୀଙ୍କୁ ପୂଜା କରିବାର ପରମ୍ପରା ରହିଛି । ଆଉ ଏହି ପରମ୍ପରା ଅନୁଯାୟୀ ସମସ୍ତ ପୂଜା ମଣ୍ଡପରେ ମା’ଙ୍କ ପୂଜା କରାଯାଉଛି ।

କେମିତି ହୁଏ କୁମାରୀ ପୂଜା ?

ମହାମାୟାଙ୍କ ମହାନବମୀ (ETV Bharat Odisha)

୯ ଜଣ କୁମାରୀଙ୍କୁ ପ୍ରଥମେ ପାଦ ଧୌତ(ଧୋଇବା) କରାଯାଇଥାଏ । ପାଦରେ ଅଳତା ଲଗାଇବା ସହ ନୂତନ ବସ୍ତ୍ରରେ ସଜ୍ଜିତ କରାଯାଇଥାଏ । ଦେବୀଙ୍କୁ ଯେପରି ସଜ୍ଜିତ କରାଯାଏ, ସେହିପରି ୯ ଜଣ କୁମାରୀଙ୍କୁ ଦେବୀଙ୍କ ସ୍ବରୂପରେ ବିବେଚିତ କରାଯାଏ । ଧୂପ ,ଦୀପ ଏବଂ ନୈବେଦ୍ୟ ଦେଇ ମା’ଙ୍କୁ ବନ୍ଦାପନା କରାଯାଇଥାଏ । ପରେ ପରେ ବିଭିନ୍ନ ପ୍ରକାର ଫଳ ଭୋଗ ଆଦି ନିଷ୍ଠାନ ଦିଆଯାଇ ପୂଜା କରାଯାଇଥାଏ । ବିଶ୍ବାସ ରହିଛି ୯ ଜଣ କୁମାରୀଙ୍କୁ ଏହିଭଳି ପୂଜା କରିବା ପରେ ଯଦି ସେମାନେ ହସି ଦିଅନ୍ତି ତେବେ ଆଶୀର୍ବାଦ ମିଳିଥାଏ ।

କନ୍ୟା ପୂଜନ
କନ୍ୟା ପୂଜନ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

କଟକରେ ଦୁର୍ଗାପୂଜା ବୁଲୁଛନ୍ତି ମୁଖ୍ୟମନ୍ତ୍ରୀ, ମଣ୍ଡପରେ ମା'ଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ

ପକ୍ଷୀଙ୍କୁ ସୁରକ୍ଷା ଦେବାକୁ ବାହାରିଲେ ମା’ ଦୁର୍ଗା !

ଦଶହରାରେ ଭୂତ ଦେବତାଙ୍କୁ ଆବାହନ, କେଉଁଠି ଏବଂ କାହିଁକି ହୁଏ ଏହି ନିଆରା ପୂଜା ?

ସମ୍ବଲପୁର କାଳୀବାଡ଼ି ଦୁର୍ଗାପୂଜା, ଜାଣନ୍ତୁ ବଙ୍ଗୀୟ ପରମ୍ପରା ପଛର ଇତିହାସ

ନବମୀ ପାଇଁ ଚଳଚଞ୍ଚଳ ମଣ୍ଡପ:

ମହାମାୟାଙ୍କ ମହାନବମୀ (ETV Bharat Odisha)

ଆଜି ନବମୀ ପୂଜା ପାଇଁ ସମସ୍ତ ପୂଜା ମଣ୍ଡପ ଆଗରେ ଶ୍ରଦ୍ଧାଳୁ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପାଗ ଅନୁକୂଳ ସାଙ୍ଗକୁ ଛୁଟି ପଡ଼ିଥିବାରୁ କାହିଁ କେଉଁଆଡ଼ୁ ଶ୍ରଦ୍ଧାଳୁ ମାନେ କଟକ ଧାଇଁ ଆସୁଛନ୍ତି କଟକ ସହରକୁ । କେବଳ ସୂକ୍ଷ୍ମ ତାରକସି କାର୍ଯ୍ୟରେ ନିର୍ମାଣ ଚାନ୍ଦି ମେଢ଼ ଦର୍ଶନ କରିବାକୁ । ଏହି କ୍ରମରେ ହରିପୁର ଦୋଳମୁଣ୍ଡାଇ ପୂଜା ମଣ୍ଡପରେ ସାଢେ ୪ କୁଇଣ୍ଟାଲରୁ ଅଧିକ ଚାନ୍ଦିରେ ମା’ଙ୍କ ମେଢ଼ ନିର୍ମାଣ କରାଯାଇଛି। ମା’ଙ୍କର ଅଳଙ୍କାର ଏବଂ ମୁକୁଟ ମଧ୍ୟ ସୁନାରେ ନିର୍ମାଣ କରାଯାଇଛି। ତେବେ ଆଗକୁ ସୁନା ମେଢ଼ ପାଇଁ ଏହି କମିଟି ପ୍ରସ୍ତୁତ କରୁଥିବା କମିଟିର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

ଦେବୀ ଦୁର୍ଗା
ଦେବୀ ଦୁର୍ଗା (ETV Bharat Odisha)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.