ETV Bharat / state

ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଆଶିଷ ନେଲେ ଧର୍ମେନ୍ଦ୍ର ପ୍ରଧାନ-ସମ୍ବିତ ପାତ୍ର - Dharmendra Visits Puri

author img

By ETV Bharat Odisha Team

Published : Mar 25, 2024, 7:46 AM IST

Updated : Mar 25, 2024, 9:45 AM IST

Dharmendra Offers Prayer At Srimandir: ଲୋକସଭା ନିର୍ବାଚନ ପାଇଁ ଟିକେଟ ପାଇବା ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବିତ ପାତ୍ର । ଭୋର ସମୟରେ ମନ୍ଦିର ପହଞ୍ଚି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ।

DHARMENDRA PRADHAN
DHARMENDRA PRADHAN
DHARMENDRA VISITS PURI

ପୁରୀ: ଲୋକସଭା ନିର୍ବାଚନ ପାଇଁ ସମ୍ବଲପୁର ଓ ପୁରୀରୁ ପ୍ରାର୍ଥୀ ଘୋଷଣା ହେବା ପରେ ମହାପ୍ରଭୁଙ୍କ ଶରଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ଆଜି (ସୋମବାର) ସକାଳୁ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ଏହି ଦୁଇ ହେବିୱେଟ ନେତା । ଧର୍ମେନ୍ଦ୍ରଙ୍କ ସହ ତାଙ୍କ ପତ୍ନୀ ଜଗନ୍ନାଥଙ୍କ ଦର୍ଶନ କରିଥିଲେ । ଏହି ସମୟରେ ଦଳର ବହୁ କର୍ମୀ ମଧ୍ୟ ଉପସ୍ଥିତ ଥିଲେ ।

ଗତକାଲି (ରବିବାର) ରାତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରେ ପହଞ୍ଚି ଏକ ହୋଟେଲରେ ରହିଥିଲେ । ଆଜି ଭୋର ସମୟରେ ଶ୍ରୀମନ୍ଦିର ଆସି ମଙ୍ଗଳ ଆଳତୀ ଦର୍ଶନ କରିଥିଲେ । ପରେ ସେ ଓ ତାଙ୍କ ପତ୍ନୀ ଏବଂ ସମ୍ବିତ ପାତ୍ର ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ସିଂହଦ୍ଵାର ନିକଟରେ କେନ୍ଦ୍ରମନ୍ତ୍ରୀ ପହଞ୍ଚିବା ପରେ ପୁରୀ ଜିଲ୍ଲା ବିଜେପିର ନେତା, କର୍ମୀ ସ୍ଵାଗତ କରିଥଲେ । ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମହାପ୍ରଭୁ ଖଣ୍ଡୁଆ ଦେଇ ସ୍ଵାଗତ କରିଥଲେ ।

ଏହା ମଧ୍ୟ ପଢନ୍ତୁ-5ମ ପ୍ରାର୍ଥୀ ତାଲିକାରେ ଓଡିଶାରେ 18 ପ୍ରାର୍ଥୀ ଦେଲା ବିଜେପି: ସମ୍ବଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡାରୁ ବୈଜୟନ୍ତ - BJP releases 5th list

ରବିବାର ରାତିରେ ଲୋକସଭା ନିର୍ବାଚନ ପାଇଁ ବିଜେପି ପଞ୍ଚମ ପ୍ରାର୍ଥୀ ତାଲିକା ଜାରି କରିଥିଲା । ଏଥିରେ ଓଡିଶା 18 ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା । ପୁରୀରୁ ସମ୍ବିତ ପାତ୍ର ଓ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି ଦଳ । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଧର୍ମେନ୍ଦ୍ର 2ରୁ 3 ଥର ସମ୍ବଲପୁର ଗସ୍ତ କରିଥିଲେ । ସେହି ସମୟରେ ସେ ସେହିଠାରୁ ଲୋକସଭା ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । ଯାହା ସତ ମଧ୍ୟ ହୋଇଛି । ସମ୍ବଲପୁରବାସୀ ଧର୍ମେନ୍ଦ୍ରଙ୍କ ଉପରେ କେତେ ଭରସା କରୁଛନ୍ତି ତାହା ନିର୍ବାଚନ ଫଳାଫଳ ହିଁ କହିବ ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ଟିକେଟରୁ ବାଦ ପଡିଲେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୪ ବିଜେପି ସାଂସଦ - 4 BJP MP denied ticket

ମହାପ୍ରଭୁଙ୍କ ଦର୍ଶନ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ''ପବିତ୍ର ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦର୍ଶନ ପାଇବା ବଡ ସୌଭାଗ୍ୟର ବିଷୟ । ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ମହାପ୍ରଭୁଙ୍କ ନିକଟକୁ ଆସିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂକଳ୍ପ, ବିକାଶଧାରା, ଗତ 10 ବର୍ଷର ଉପଲବ୍ଧି ଏବଂ ଆଗାମୀ 25 ବର୍ଷର ସ୍ବପ୍ନକୁ ନେଇ ବିଜେପି ନିର୍ବାଚନ ଲଢ଼ିବ । ପରିବର୍ତ୍ତନ ଏକ ପ୍ରକ୍ରିୟା । ମହାପ୍ରଭୁ ଶ୍ରଜଗନ୍ନାଥ ମଧ୍ୟ ନବକଳେବର ହୋଇ ପରିବର୍ତ୍ତନକୁ ସ୍ବୀକାର କରିଛନ୍ତି । ଏଣୁ ଆଗାମୀ ନିର୍ବାଚନରେ ଓଡ଼ିଶାରେ ପରିବର୍ତ୍ତନ ହେବ । ଉଭୟ ରାଜ୍ୟ ଏବଂ ଦେଶରେ ଡବଲ ଇଞ୍ଜିନ ସରକାର ଗଠନ ନେଇ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ବିଜେପି କର୍ମକର୍ତ୍ତାଙ୍କ ସହ ଆସିଥିଲି । ଗଣତନ୍ତ୍ରରେ ପରିଶ୍ରମର ବିକଳ୍ପ ନାହିଁ । ଯିଏ ଲୋକଙ୍କ ସହ ରହିବ, ସେବା କରିବ ସେହି ଲୋକଙ୍କ ସମର୍ଥନ ହାସଲ କରିବ। ''

ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଥିଲେ, ''ମହାପ୍ରଭୁଙ୍କ ଦର୍ଶନ ପାଇ ଅତ୍ୟନ୍ତ ଆନନ୍ଦିତ । ପୁରୀରୁ ପୁଣି ପ୍ରାର୍ଥୀ ପାଇଁ ମନୋନୟନ ହୋଇଥିବାରୁ ପ୍ରଧାନମନ୍ତ୍ରୀ, ଦଳ ସଂସଦୀୟ କମିଟିକୁ କୃତଜ୍ଞତା ଜ୍ଞାପନ କରୁଛି । 2014 ପୂର୍ବରୁ ଦେଶରେ ଜାତିବାଦକୁ ନେଇ ରାଜନୀତି ହେଉଥିଲା । ହେଲେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ତାହା ବନ୍ଦ ହୋଇ ଯାଇଛି । କେବଳ ବିକାଶ ହିଁ ରାଜନୀତି ବାର୍ତ୍ତା ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣ ମୂଳକ କାର୍ଯ୍ୟ ପାଇଁ ନରେନ୍ଦ୍ର ମୋଦି ଭାରତର ଜନ ନାୟକ ପାଲଟି ଯାଇଛନ୍ତି । ପୁରୀରୁ ମୁଁ ନୁହେଁ ନିଜେ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢୁଛନ୍ତି । ଏଣୁ ପୁରୀ ଲୋକସଭା ବାସିନ୍ଦା ମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜିତାଇବେ ।''

ଇଟିଭି ଭାରତ, ପୁରୀ

Last Updated : Mar 25, 2024, 9:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.