ETV Bharat / state

ବର୍ଷା ଦିନିଆ ରୋଗ ପ୍ରତି ସତର୍କ ! ଡେଙ୍ଗୁ ପ୍ରତିକାର ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ - Waterborne diseases concerns

author img

By ETV Bharat Odisha Team

Published : Jul 12, 2024, 11:06 PM IST

Waterborne diseases concerns: ଡେଙ୍ଗୁ ଓ ବିଭିନ୍ନ ଜଳବାହିତ ରୋଗ ନେଇ ବଢ଼ିଲା ଚିନ୍ତା । ଡେଙ୍ଗୁ, ମ୍ୟାଲେରିଆ ପ୍ରତି ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

Waterborne diseases concerns
Waterborne diseases concerns (ETV Bharat Odisha)

ଭୁବନେଶ୍ବର: ବର୍ଷା ଦିନରେ ବଢ଼ିଲାଣି ଡେଙ୍ଗୁ ଓ ବିଭିନ୍ନ ଜଳବାହିତ ରୋଗ ଚିନ୍ତା । ସାଧାରଣତଃ ବର୍ଷା ଦିନ ଆସିବା ପୂର୍ବରୁ ବା ପରେ ଡେଙ୍ଗୁ ଓ ଜଳବାହିତ ରୋଗ ଦେଖିବାକୁ ମିଳିଥାଏ । ଯାହା ବର୍ଷା ଋତୁରେ ଆଗାମୀ ଦିନରେ ଅଧିକ ବିସ୍ପୋରକ ରୂପ ନେଇପାରେ । ରାଜ୍ୟରେ ଏବେ ଡେଙ୍ଗୁ, ମ୍ୟାଲେରିଆ ଓ ହଇଜା ଭଳି ସଂକ୍ରମଣ ବୃଦ୍ଧି ହେବାର ସମ୍ଭାବନା ରହିଛି । ତେଣୁ ସମସ୍ତେ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡେଙ୍ଗୁ, ମ୍ୟାଲେରିଆ ପ୍ରତି ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଫିଲ୍ଡ ଷ୍ଟାଫ୍‌ଙ୍କ ଜରିଆରେ ଡେଙ୍ଗୁ ସହ ଅନ୍ୟ ରୋଗର ପ୍ରତିକାର ପାଇଁ ନିର୍ଦ୍ଦେଶ । ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଶିଳ୍ପ, କୃଷି, ପାନୀୟ ଜଳ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମଧ୍ୟ ପିଲାଙ୍କ ସୁରକ୍ଷା ପ୍ରତି ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବିଭାଗ ଏହି ସମୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବା ଆବଶ୍ୟକ । ବିଶେଷ ଭାବରେ ଡେଙ୍ଗୁ ଏବଂ ଅନ୍ୟାନ୍ୟ ଜଳବାହିତ ରୋଗ ଗୁଡ଼ିକ ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ଠିକ୍ ସମୟରେ ନିୟନ୍ତ୍ରଣ ଏବଂ ପ୍ରତିରୋଧ ପଦକ୍ଷେପ ନେବା ଆବଶ୍ୟକ । ଯାହା ଅଧିକ ଗୁରୁତ୍ବପୂର୍ଣ୍ଣ ।

ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ:-

ବିଦ୍ୟାଳୟରେ ଗୁଡିକରେ ଶିକ୍ଷକ ଓ ପ୍ରଧାନଶିକ୍ଷକମାନେ ପିଲାମାନଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନତା କରିବା ଆବଶ୍ୟକ । ନିଜେ ସଚେତନ ରହିବା ସହ ଅନ୍ୟମାନେ କିଭଳି ସଚେତନ ରହିବେ ସେନେଇ ପିଲାମାନଙ୍କୁ ଜଣାଇବା ଆବଶ୍ୟକ । ସ୍କୁଲ ଚାରିପାଖକୁ କିଭଳି ଭାବରେ ସଫା ସୁତରା ରଖାଯିବ ସେନେଇ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ସ୍କୁଲର ପାଣି ଟାଙ୍କି ଆଦି ମଧ୍ୟ ସଫା ରଖିବା ଆବଶ୍ୟକ । ସ୍କୁଲ ଏବଂ କଲେଜ ଗୁଡିକରେ ବିଭିନ୍ନ ସମୟରେ ସଚେତନତା ଡ୍ରାଇଭ୍ କରିବା ଆବଶ୍ୟକ । ମଶା ପ୍ରଜନନ ଉତ୍ସ-ପ୍ଲାଷ୍ଟିକ୍ ବ୍ୟାଗ୍, କପ୍, ପାତ୍ର, ନଡ଼ିଆ ଖୋଳକୁ ସ୍କୁଲ ହତା ମଧ୍ୟରୁ ହଟାଇବା ପାଇଁ ବ୍ୟବସ୍ଥା କରିବା ଉଚିତ । ଆବାସିକ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ମଶାରୀ ଯୋଗାଇବା ନିହାତି ଦରକାର ।

ମହିଳା ଓ ଶିଶୁ ବିଭାଗ:-

ଆଶା କର୍ମୀ ଏବଂ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟକ୍ରମ କରିବା ଆବଶ୍ୟକ । ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ରୋଗରେ ମହିଳା ଏବଂ ଶିଶୁମାନେ ବିଶେଷ ଭାବରେ ଗର୍ଭବତୀ ମହିଳାମାନେ ଶୋଇବା ସମୟରେ ମଶାରୀ ବ୍ୟବହାର କରିବା ଜରୁରୀ । ଯାହା ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ । ବିଶେଷଭାବେ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକଳାପ ଉପରେ କଡା ନଜର ରଖିବା ଏବଂ ତଦାରଖ କରିବା ଆବଶ୍ୟକ ।

ସଂଖ୍ୟାଲଘୁ ଏବଂ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗ:-

ସ୍କୁଲ ପିଲାମାନଙ୍କ ମଧ୍ୟରେ ଡେଙ୍ଗୁ ଉପରେ ସ୍ବାସ୍ଥ୍ୟ ବାର୍ତ୍ତା ବିସ୍ତାର କରିବା ଆବଶ୍ୟକ । ଆଦିବାସୀ ଆବାସିକ ବିଦ୍ୟାଳୟରେ LLIN / ITN ର ଅପ-ସ୍କେଲିଂ ବ୍ୟବହାର କରାଯିବ । ସାପ୍ତାହିକ ଶୁଖିଲା ଦିନର ପାଳନ କରିବାକୁ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ।

ଏବେଠୁ ସଙ୍ଗୀନ ହେଲାଣି ସ୍ଥିତି:-

ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "ରାଜ୍ୟରେ ବର୍ଷା ଦିନ ପୂର୍ବରୁ ଡେଙ୍ଗୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏବାଠାରୁ ସତର୍କ ରହିବା ଆବଶ୍ୟକ । ଡେଙ୍ଗୁ ମ୍ୟାଲେରିଆ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ଘର ଘର ବୁଲି ଟେଷ୍ଟ କରିବା ସହ ପାଣି ଥିବା ସ୍ଥାନକୁ ସଫା କରାଯାଉଛି । ଏହାସହ ବିଭିନ୍ନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ବିଏମସି ମଧ୍ୟ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରିବା ସହ ସବୁଠି ନଜର ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି । ବିଶେଷ ଭାବରେ ସ୍କୁଲ ଏବଂ ହଷ୍ଟେଲ ଗୁଡିକରେ ପିଲାଙ୍କୁ ଜ୍ଵର ହେଲେ ତୁରନ୍ତ ରକ୍ତ ପରୀକ୍ଷା କରିବା ଆବଶ୍ୟକ । ହଷ୍ଟେଲରେ ରହୁଥିବା ପିଲାମାନଙ୍କୁ ମାଶାରୀ ମଧ୍ୟରେ ଶୋଇବା ସଚେତନତା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଭଳି ଭାବରେ ପିଲାମାନେ ରୋଗଗ୍ରସ୍ତ ନହେବ ସେନେଇ ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କୁହାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ମାଡ଼ିଚାଲିଛି ଡେଙ୍ଗୁ; ସ୍କୁଲ ଓ ହଷ୍ଟେଲ ପାଇଁ ଆସିଲା ଆଡଭାଇଜରୀ, ରାଜ୍ୟ କହିଲା ମଶାରୀ ଦେଉନି କେନ୍ଦ୍ର - dengue cases rises in odisha

ଏହାସହ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୬୪୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୩୬ ହଜାର ୧୧୦ ରକ୍ତ ପରୀକ୍ଷା କରାଯାଇଛି । ଖୋର୍ଦ୍ଧାରେ ୧୩୪, ବଲାଙ୍ଗୀରରେ ୭୧, ସୁନ୍ଦରଗଡ଼ରେ ୪୩, ବାଲେଶ୍ଵରରେ ୨୯, କଟକରେ ୨୮ ଏବଂ ରାୟଗଡାରେ ୨୨ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ଯାହା ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇଛି । ସେହିଭଳି ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ଡେଙ୍ଗୁ ସ୍ଥିତି ସଙ୍ଗୀନ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.