ETV Bharat / state

‘ଦାନା’ ମୁକାବିଲା ପାଇଁ ପ୍ରସ୍ତୁତ ଉପକୂଳ: ମୟୂରଭଞ୍ଜରେ ରେସକ୍ୟୁ ମକଡ୍ରିଲ୍‌, ଭଦ୍ରକରେ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

ସର୍ବାଧିକ ପ୍ରଭାବିତ ହେବ ଉପକୂଳ ଓ ଉତ୍ତର-ଉପକୂଳ ଓଡିଶା । ମିଶନ ଜିରୋ-କାଜୁଆଲିଟି ସହ ଚାଲିଛି ପ୍ରସ୍ତୁତି । ଭଦ୍ରକରେ ସ୍ଥାନାନ୍ତରିତ ହେବେ ପ୍ରାୟ ୭୦ ହଜାର ।

‘ଦାନା’ ମୁକାବିଲା ପାଇଁ ପ୍ରସ୍ତୁତ ଉତ୍ତର-ଉପକୂଳ : ମୟୂରଭଞ୍ଜରେ ହେଲା ରେସକ୍ୟୁ ମକଡ୍ରିଲ୍‌, ଭଦ୍ରକରେ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ
‘ଦାନା’ ମୁକାବିଲା ପାଇଁ ପ୍ରସ୍ତୁତ ଉତ୍ତର-ଉପକୂଳ : ମୟୂରଭଞ୍ଜରେ ହେଲା ରେସକ୍ୟୁ ମକଡ୍ରିଲ୍‌, ଭଦ୍ରକରେ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭଦ୍ରକ/ରାଇରଙ୍ଗପୁର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କ୍ରମଶଃ ଘନୀଭୂତ ହେଉଥିବା ସମ୍ଭାବ୍ୟ ବାତ୍ୟା ‘ଦାନା’ରେ ବିଶେଷ ଭାବେ ଉପକୂଳ ଓ ଉତ୍ତର-ଉପକୂଳ ଜିଲ୍ଲାଗୁଡିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ୨୪ ଓ ୨୫ ତାରିଖ ମଧ୍ୟରେ ଭୀଷଣ ବାତ୍ୟା ରୂପ ନେଇ ଏହା ସ୍ଥଳଭାଗ ଛୁଇଁବ । ଏହାକୁ ଦୃଷ୍ଟିରେ ରଖି ଭଦ୍ରକ, ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ସମ୍ଭବ୍ୟ ବାତ୍ୟା ଓ ବନ୍ୟା ସ୍ଥିତିରୁ ଲୋକଙ୍କୁ କିପରି ସୁରକ୍ଷିତ ରଖାଯିବ ସେନେଇ ଉଭୟ ଜିଲ୍ଲା ପ୍ରଶାସନ ଚୂଡାନ୍ତ ପ୍ରସ୍ତୁତି କରିଛି । ମୟୂରଭଞ୍ଜରେ ଏନଡିଆଏଫ, ଓଡ୍ରାଫ, ଅଗ୍ନିଶମ ଓ ସ୍ବେଚ୍ଛାସେବୀଙ୍କ ନେଇ ଏକ ରେସକ୍ୟୁ ମକଡ୍ରିଲ୍‌ ଅନୁଷ୍ଠିତ ହୋଇଛି । ସେହିପରି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭଦ୍ରକରେ ପହଞ୍ଚି ପ୍ରସ୍ତୁତି ବାତ୍ୟା ପ୍ରସ୍ତୁତି ସମୀକ୍ଷା କରିଛି ।

ମୟୂରଭଞ୍ଜରେ ସରିଲା ମକଡ୍ରିଲ୍‌

‘ଦାନା’ ମୁକାବିଲା ପାଇଁ ପ୍ରସ୍ତୁତ ଉତ୍ତର-ଉପକୂଳ : ମୟୂରଭଞ୍ଜରେ ହେଲା ରେସକ୍ୟୁ ମକଡ୍ରିଲ୍‌, ଭଦ୍ରକରେ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ
‘ଦାନା’ ମୁକାବିଲା ପାଇଁ ପ୍ରସ୍ତୁତ ଉତ୍ତର-ଉପକୂଳ : ମୟୂରଭଞ୍ଜରେ ହେଲା ରେସକ୍ୟୁ ମକଡ୍ରିଲ୍‌, ଭଦ୍ରକରେ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ (ETV Bharat Odisha)

ମୟୂରଭଞ୍ଜ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବିଭାଗ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସହିତ ଆଲୋଚନା କରିଛନ୍ତି । ଜରୁରୀକାଳୀନ ସ୍ଥିତି ନେଇ ସମୀକ୍ଷା କରିବା ସହ କିପରି ଉଦ୍ଧାର ବ୍ୟବସ୍ଥା ହେବ ସେନେଇ ମକଡ୍ରିଲ କରାଯାଇଛି । ଆପଦକାଳୀନ ସ୍ଥିତି ପାଇଁ ୪୭ ଜଣିଆ ଗୋଟିଏ ‘ଓଡ୍ରାଫ’ ଓ ୩୫ ଜଣିଆ ଗୋଟିଏ ‘ଏନଡିଆରଏଫ’ ଟିମ୍‌ ମୟୁରଭଞ୍ଜ ଜିଲ୍ଲାରେ ନିୟୋଜିତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ସହାୟତା ଲୋଡାଯାଇଛି । ବିପର୍ଯ୍ୟୟ ପରିଚାଳନା ବାବଦରେ ସେମାନଙ୍କ ସହିତ ଆଲୋଚନା କରାଯାଇଥିଲା । ବିଭିନ୍ନ ବିଭାଗଗୁଡ଼ିକ ସେମାନଙ୍କ ପୂର୍ବ ପ୍ରସ୍ତୁତି ନେଇ ଜଣାଇଥିଲେ । ଏଥି ସହିତ ଫସଲ, ଗୃହପାଳିତ ପଶୁପକ୍ଷୀଙ୍କୁ କିଭଳି ଭାବେ ସୁରକ୍ଷିତ ରଖାଯିବ, ସେନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ବାତ୍ୟା ଆଶ୍ରୟସ୍ଥଳୀଗୁଡିକ ମଧ୍ୟ ପ୍ରସ୍ତୁତ କରି ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

  • ସହଯୋଗ କରିବେ ସ୍ୱେଚ୍ଛାସେବୀ, ତାଲିମ ଦେଲା ‘NDRF’

କଟକ ମୁଣ୍ଡଳୀ ସ୍ଥିତ NDRFର ତୃତୀୟ ବାଟାଲିୟନର ସବ-ଇନିସ୍ପେକ୍ଟର ଅରୁ ଲାମ୍ବାଙ୍କ ନେତୃତ୍ୱରେ ଏକ ଟିମ୍‌ ଆସି ବାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟ ନେଇ ମକଡ୍ରିଲ ମାଧ୍ୟମରେ ତାଲିମ ପ୍ରଦାନ କରିଛନ୍ତି । ମୁନସୀବନ୍ଧ ଠାରେ ଓଡ୍ରାଫ, ଏନଡିଆରଏଫ, ଅଗ୍ନିଶମ ବିଭାଗ, ରେଡ଼କ୍ରସ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ସ୍ୱେଚ୍ଛାସେବୀ ସଂଗଠନମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ସମ୍ଭବ୍ୟ ବାତ୍ୟା ଓ ବନ୍ୟା ପରିସ୍ଥିତିରୁ ଲୋକ ଓ ଗୃହପାଳିତ ପଶୁପକ୍ଷୀଙ୍କୁ ଉଦ୍ଧାର କାର୍ଯ୍ୟ ନେଇ ମକଡ୍ରିଲ ହୋଇଛି । ଟେବଲ-ଟପ ଅଭ୍ୟାସ ଓ ମକଡ୍ରିଲ ପରେ ବାତ୍ୟା ପରି ଜରୁରୀକାଳୀନ ପରିସ୍ଥିତିରେ ମୁକାବିଲା ନେଇ ଓଡ୍ରାଫ ଓ ଏନଡିଆରଏଫ ଟିମ ସଜାଗ ରହିଛନ୍ତି । ୫ଟି ଅତ୍ୟାଧୁନିକ ବୋଟ ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତ କରି ରଖାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ବୋଟ, ଜଳ ନିଷ୍କାସନ ପମ୍ପ, ହାଇମାକ୍ସ ଲାଇଟ, କଟର ମେସିନ ଆଦି ପ୍ରସ୍ତୁତ ରଖାଯାଇଛି । ସେପଟେ ଦାନାକୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟ ସରକାର ଖୋଲିଲେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌, ବାତ୍ୟା 'ଦାନା'ର ଟିକିନିକ ଅପଡେଟ ଦେବ ଏସଆରସି

ଏହା ମଧ୍ୟ ପଢ଼ନ୍ତୁ...ସ୍କୁଲ ଛୁଟି ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅଫିସ ଆସିବେ ଅଫିସର, କୃଷି ଓ ରାଜସ୍ବ ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା

  • ଭଦ୍ରକରେ ପ୍ରସ୍ତତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

ସାମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା କରିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ କିଭଳି ପ୍ରସ୍ତୁତ ଗ୍ରହଣ କରାଯାଇଛି, ସେନେଇ ସମୀକ୍ଷା କରିଛନ୍ତି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଗତକାଲି ମନ୍ତ୍ରୀ ଭଦ୍ରକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଜିଲ୍ଲାପାଳ, ଏସପିଙ୍କ ସମେତ ଭଦ୍ରକ ସାଂସଦ ଓ ଜିଲ୍ଲାର ସମସ୍ତ ବିଧାୟକ, ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ତେବେ ଏହି ବୈଠକରେ ସମୁଦ୍ର ଉପକୁଳରେ ଥିବା 71 ହଜାର ଲୋକଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତରିତ ପ୍ରକ୍ରିୟା ଆଜି (ବୁଧବାର) ସକାଳୁ ଆରମ୍ଭ କରିବାକୁ ସ୍ଥିର ହୋଇଛି । ସେହିପରି ଶୁଖିଲା ଖାଦ୍ୟ ଗୁଡିକୁ ବାତ୍ୟା ତଥା ବର୍ଷା ପୂର୍ବରୁ ସବୁ ପଞ୍ଚାୟତ କାର୍ଯ୍ୟାଳୟରେ ମହଜୁଦ କରି ରଖିବା ପାଇଁ ସ୍ଥିର କରାଯାଇଛି । ତେବେ ସମଗ୍ର ଭଦ୍ରକ ଜିଲ୍ଲାକୁ 12ଗୋଟି ଜୋନରେ ବିଭକ୍ତ କରାଯାଇ 12ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ପାନୀୟ ଜଳ, ଗୋ-ଖାଦ୍ୟକୁ ସେଲଟର ଏବଂ ପଞ୍ଚାୟତରେ ମହଜୁଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ :- ପୁରୀ-ସାଗର ଦ୍ୱୀପ ମଧ୍ୟରେ ବାତ୍ୟା 'ଦାନା' ଲ୍ୟାଣ୍ଡଫଲ ! ୨୪ ରାତି-୨୫ ପାହାନ୍ତାରେ ଛୁଇଁବ ସ୍ଥଳଭାଗ

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାକୁ ବାତ୍ୟା ‘ଦାନା’ ଭୟ: ଲଘୁଚାପ ପରେ ୪ ଜିଲ୍ଲାକୁ ରେଡ ଆଲର୍ଟ, ମିଶନ ଜିରୋ କାଜୁଆଲିଟି

  • ଭଦ୍ରକରେ ପହଞ୍ଚିଲା ଦୁଇଟି NDRF ଟିମ୍‌

ସେହିପରି ଭଦ୍ରକ ଜ଼ିଲ୍ଲାରେ ଦୁଇଟି ‘ଏନଡିଆରଏଫ’ ଟିମ୍‌ ପହଞ୍ଚିଛି । ଗୋଟିଏ ‘ଏନଡ଼ିଆରଏଫ’ ଟିମକୁ ଧାମରା ଅଞ୍ଚଳକୁ ପଠାଯାଇ ସ୍ଥିତି ଉପରେ ନଜର ରଖିବା ସହ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଆଉ ଗୋଟିଏ ‘ଏନଡିଆରଏଫ’ ଟିମକୁ ଧାମନଗର ବ୍ଲକରେ ମୁତୟନ କରାଯାଇଛି । ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ଟିମଗୁଡିକୁ ମୁତୟନ କରାଯାଇଛି ବୋଲି ସୂଚନା ଦେଇଛନ୍ତି ‘ଏନଡିଆରଏଫ’ ଇନିସପେକ୍ଟର ଆର.ଏସ ରଣା । ସମସ୍ତ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତିରେ ପ୍ରସ୍ତୁତ ଥିବା ଏହି ଏନଡିଆରଏଫ ଟିମ ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଲୋକମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି ଏନଡିଆରଏଫ ଇନିସପେକ୍ଟର ।

ଭଦ୍ରକରେ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ
ଭଦ୍ରକରେ ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ (ETV Bharat Odisha)
  • 14ଟି ପଞ୍ଚାୟତରୁ ହେବ ସ୍ଥାନାନ୍ତରଣ

ସେହିପରି ଅନ୍ୟ 2ଟି ‘ODRAF’ ଟିମ୍‌ ଆଜି (ବୁଧବାର) ରାତି ସୁଦ୍ଧା ଭଦ୍ରକରେ ପହଞ୍ଚିବ । ପରେ ସେମାନଙ୍କୁ ଉପକୂଳବର୍ତ୍ତୀ ଅଞ୍ଚଳକୁ ପଠାଯିବାକୁ ସ୍ଥିର ହୋଇଛି । ଆବଶ୍ୟକ ସ୍ଥଳେ ଆଜି (ବୁଧବାର) ସକାଳଠାରୁ ସମୁଦ୍ରକୂଳିଆ 14ଟି ପଞ୍ଚାୟତର 72 ଗାଁରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ସ୍ଥିର ହୋଇଛି । ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ବିଭିନ୍ନ ବ୍ଲକକୁ ପଠା ଯାଇଛି । ସେମାନେ ସେଠାରେ ବିଡ଼ିଓ ଏବଂ ତହସିଲଦାରଙ୍କ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବା ସହିତ ସ୍ଥିତି ଉପରେ ନଜର ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ଭଦ୍ରକ/ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.