ETV Bharat / state

ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା, ୧୪ଟି ଜିଲ୍ଲାର ପ୍ରାୟ ୩୬ ଲକ୍ଷ ଲୋକ ପ୍ରଭାବିତ

ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବାତ୍ୟା ସମୀକ୍ଷା । ୧୦୮ଟି ବ୍ଲକର ପ୍ରାୟ ୧୬୭୧ ଗ୍ରାମ ପଞ୍ଚାୟତ, ୩୧ ସହରର ୪୨୬ ୱାର୍ଡ ପ୍ରଭାବିତ । ସାପ କାମୁଡ଼ାରେ ୨୮ ଜଣ ଚିକିତ୍ସିତ ।

Revenue and Disaster Management Minister Suresh Pujari
Revenue and Disaster Management Minister Suresh Pujari (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ବର: ଚାଲିଯାଇଛି ବାତ୍ୟା, ଏହାର ପ୍ରକୋପରେ ଉଜାଡ଼ି ଦେଇଛି ଜନ ଜୀବନ । ବାତ୍ୟାର ପ୍ରଭାବରେ ଉପକୂଳ ଓଡିଶାର କିଛି ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା । ଫଳରେ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱରରେ କ୍ଷତିଗ୍ରସ୍ତ ହୋଇଛି ଜନ ଜୀବନ । ତେବେ ସରକାରଙ୍କ ଅହରହ ତତ୍ପରତା ଏବଂ ବାତ୍ୟା ସୁପରିଚାଳନା ଯୋଗୁ ବଡ଼ ବିପଦ ଟଳିଯାଇଛି । ତୃତୀୟ ଦିନରେ ସମୀକ୍ଷା କରିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟାର ପ୍ରଭାବରେ ୧୪ଟି ଜିଲ୍ଲା ପ୍ରଭାବିତ ହୋଇଛି । ୧୦୮ ଟି ବ୍ଲକର ପ୍ରାୟ ୧୬୭୧ ଗ୍ରାମ ପଞ୍ଚାୟତ, ୩୧ ସହରର ୪୨୬ ୱାର୍ଡ ପ୍ରଭାବିତ ହୋଇଛି । ମୋଟ ୩୫ ଲକ୍ଷ ୯୫ ହଜାର ୧୫ ଜଣ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବାର ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ।

Revenue and Disaster Management Minister Suresh Pujari (ETV Bharat Odisha)

ରନ୍ଧା ଖାଦ୍ୟ ମାଧ୍ୟମରେ କେତେ ଲୋକ ଉପକୃତ:

ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, " ବାତ୍ୟା ପ୍ରଭାବରେ ୩୫ ଲକ୍ଷ ୯୫ ହଜାର ୧୫ ଜଣ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛନ୍ତି । ୮ ଲକ୍ଷ ୧୦ ହଜାର ୮୯୬ ପ୍ରଭାବିତଙ୍କୁ ସ୍ଥାନାନ୍ତର କରାଯାଇଥିଲା । ବାତ୍ୟାରେ ଜନସାଧାରଣଙ୍କୁ ଖାଦ୍ୟ ଯୋଗାଇଦେବାକୁ ସରକାର ୬୨୧୦ ରିଲିଫ କେନ୍ଦ୍ର କାର୍ଯ୍ୟକ୍ଷମ କରିଥିଲେ । ଆଜି ସକାଳ ୧୦ଟା ୩୦ ସୁଦ୍ଧା ୧୧୭୮ ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ରହିଛି । ସ୍ଥିତିରେ ସୁଧାର ଆସିବା ପରେ ପ୍ରଭାବିତମାନେ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି । ରନ୍ଧା ଖାଦ୍ୟ ମାଧ୍ୟମରେ ୮ ଲକ୍ଷ ୧୦ ହଜାର ୮୯୬ ଲୋକ ଉପକୃତ ହୋଇଛନ୍ତି । ରିଲିଫ ସେଣ୍ଟରରେ ରନ୍ଧା ଖାଦ୍ୟ ସପ୍ତାହ ଯାଏଁ ପ୍ରଦାନ କରାଯିବ । ରୋଷେଇ ସାତ ଦିନ ଯାଏଁ ଚାଲିବ । ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ ପଲିଥିନ ଯୋଗାଇ ଦିଆଯାଇଛି । ଘର କାମ ନ ସରିବା ଯାଏଁ ସେମାନେ ରିଲଫ ସେଣ୍ଟରରେ ଭୋଜନ କରି ପାରିବେ । ୬ ଲକ୍ଷ ୫୯ ହଜାର ୮୪୨ ପଶୁ ପ୍ରଭାବିତ ହୋଇଥିବାର ସୂଚନା ମିଳିଛି । ୭ ଲକ୍ଷ ୩୪ ହଜାର ୭୫୦ କୁକୁଡ଼ା ଚାଷୀ ପ୍ରଭାବିତ ହୋଇଛନ୍ତି ।"

ସାପ କାମୁଡ଼ାରେ ୨୮ ଜଣ ଚିକିତ୍ସିତ:

ମନ୍ତ୍ରୀ ସୁରେଶ ପୂଜାରୀ ଏହା ମଧ୍ୟ କହିଛନ୍ତି, ବାତ୍ୟାରେ ସାପ କାମୁଡ଼ାରେ ୨୮ ଜଣ ଚିକିତ୍ସିତ ହେଉଛନ୍ତି । ଭଦ୍ରକ ଜିଲ୍ଲାରେ ୪ ଜଣଙ୍କୁ ସାପ କାମୁଡି ଥିବା ବେଳେ ଯାଜପୁରରେ ଜଣେ କେନ୍ଦ୍ରାପଡ଼ାରେ ୭ ଜଣ, ଏମିତି ୨୮ ଜଣ ଲୋକଙ୍କୁ ସାପ କାମୁଡ଼ିଛି । ଏଥିରେ ଜଣେ ଡାକ୍ତର ବି ଅଛନ୍ତି । ହେଲେ ସମସ୍ତେ ସୁସ୍ଥ ଅଛନ୍ତି । ବାତ୍ୟା ଦାନା ଉଜଦି ଦେଇଛି ଚାଷ । ଏହାର ପ୍ରଭାବରେ ,ବ୍ୟାପକ ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ୧ ଲକ୍ଷ ୨୫ ହଜାର ୯୧.୭ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହଇଥିବାର ରିପୋର୍ଟ ଆସିଛି । ବାତ୍ୟାର ପ୍ରଭାବରେ ୫୮୩୯ଟି ଘର ସମ୍ପୂର୍ଣ୍ଣ ବା ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ୨୩୨୨.୩୨ କୁଇଣ୍ଟାଲ ଶୁଖିଲା ଖାଦ୍ୟ ଚୁଡା ଓ ୭୫୫ ପଲିଥିନ ଦିଆଯାଇଛି । ୩୩୫ଟି ମେଡ଼ିକାଲ ଟିମ ପ୍ରଭାବିତ କାର୍ଯ୍ୟରେ ଲାଗିଛନ୍ତି । ବିଦ୍ୟୁତ ସରବରାହ ପ୍ରାୟତଃ ସ୍ଵାଭାବିକ ହେବାକୁ ବସିଲାଣି । କ୍ଷତିଗ୍ରସ୍ତ ବିଦ୍ୟୁତ ସରବାରହ କାମ ପ୍ରାୟ ସରିଲାଣି । ବୁଢାବଳଙ୍ଗ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଜଳସ୍ତର ୧୧ଟା ସୁଦ୍ଧା ୭.୬୫ ମିଟର ଅଛି ଯାହା ସତର୍କ ସ୍ତରଠାରୁ ୦.୩୫ ମିଟର ଉପରେ ଅଛି । ହେଲେ ବିପଦ ସଂକେତ ନାହିଁ । ଜଳ ନିଷ୍କାସନ ଆହୁରି ଗତିଶୀଳ ହେବ । ସନ୍ଧ୍ୟା ସୁଦ୍ଧା ସତର୍କ ସ୍ତର ତଳକୁ ଖସି ଆସିବ ବୋଲି ଆଶା କରାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା ପରେ ଭଦ୍ରକରେ ବନ୍ୟା ସ୍ଥିତି: ତଳିଆ ଅଞ୍ଚଳ ଜଳମଗ୍ନ, ଉଦ୍ଧାର କାର୍ଯ୍ୟ ଜାରି

ଏହା ମଧ୍ୟ ପଢ଼ନ୍ତୁ...ବଢୁଛି ବୁଢ଼ାବଳଙ୍ଗ; ବାତ୍ୟା ପରେ ବନ୍ୟା ଚିନ୍ତା, ବାଲେଶ୍ଵର ଓ ମୟୂରଭଞ୍ଜକୁ ଅତିରିକ୍ତ ପାୱାର ବୋଟ

ଏହା ମଧ୍ୟ ପଢ଼ନ୍ତୁ...ପୁରୀ ହୋଟେଲ ଶିଳ୍ପ ଉପରେ ‘ଦାନା’ ପ୍ରଭାବ, ବାତ୍ୟା ବୁଡାଇଲା 15 କୋଟି

କ୍ଷୟକ୍ଷତି ରିପୋର୍ଟ ସ୍ୱତନ୍ତ୍ର ରିଲିଫ କମିଶନଙ୍କୁ ଦେବାକୁ ନିର୍ଦ୍ଦେଶ:

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ପ୍ରଭାବିତ ୧୪ ଜିଲ୍ଲାର ଜିଲ୍ଲାପାଳମାନେ ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ସ୍ୱତନ୍ତ୍ର ରିଲିଫ କମିଶନଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ପାଗ ଅନୁକୂଳ ରହିଲେ, ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଅନୁଧ୍ୟାନ କରିବେ । କେନ୍ଦ୍ରକୁ ରିପୋର୍ଟ ଦିଆଯିବ । କେନ୍ଦ୍ରୀୟ ଟିମ ମଧ୍ୟ ଆସିବ । ସରକାରଙ୍କ ପକ୍ଷରୁ କ୍ଷତିପୂରଣ ବି ଦିଆଯିବ । ପକ୍କା ଘର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅଛି । ହେଲେ ଏହା ବନ୍ୟା ବାତ୍ୟାରେ ଭାଙ୍ଗୁଛି । ଏହାକୁ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେତେ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ମିଳିଛି ଓ ବାକି କାହିଁକି ହୋଇନି, ତାହାର ରିପୋର୍ଟ ଦେବେ । ପଞ୍ଚାୟତିରାଜ ବିଭାଗ ଏ ଦିଗରେ କାମ ଆରମ୍ଭ କଲେଣି ଯେ ଘର କିପରି ନ ଭାଙ୍ଗିବ ।"
ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.