ETV Bharat / state

ଏଣିକି ସ୍ୱର୍ଗଦ୍ୱାରରେ ଗୋବର ଘଷିରେ ହେବ ମୃତଦେହ ଦାହ - PURI SWARGADWAR

ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘଷିରେ ହେବ ମୃତଦେହ ଦାହ । ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ।

COW DUNG CREMATION OF DEAD BODY
COW DUNG CREMATION OF DEAD BODY (ETV Bharat Odisha)
author img

By ETV Bharat Odisha Team

Published : Oct 29, 2024, 10:35 PM IST

ଭୁବନେଶ୍ବର: ଏଣିକି କାଠ ବଦଳରେ ସ୍ୱର୍ଗଦ୍ୱାରରେ ଗୋବର ଘଷିରେ ହେବ ମୃତଦେହ ଦାହ । ଗଛ କାଠ ବଦଳରେ ବ୍ୟବହାର ହେବ ଗୋବରରୁ ତିଆରି ଘଷି। ଏଥିପାଇଁ ପ୍ରାରମ୍ଭିକ ଭାବେ ଆଲୋଚନା ଚାଲିଛି । ଏନେଇ ଯୋଜନା ପ୍ରସ୍ତୁତି କରୁଛି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ । ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଏହା ବହୁତ ଜଲଦି ଏହା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Swargadwar (ETV Bharat Odisha)

ଘଷିରେ ହେବ ମୃତଦେହ ଦାହ:

ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି, "ହିନ୍ଦୁ ଶାସ୍ତ୍ର ଅନୁଯାଇ ଗୋବରକୁ ମୃତଦେହ ଦାହରେ ବ୍ୟବହାର କରାଯାଇପାରିବ । ଏ ବିଷୟରେ ସ୍ୱର୍ଗଦ୍ୱାର କମିଟି ସହ ଆଲୋଚନା କରାଯିବ । ବିଭିନ୍ନ ସାମାଜିକ ଅନୁଷ୍ଠାନ, ଗୋଶାଳା କରିଥିବା ବ୍ୟକ୍ତି ସହ ଆଲୋଚନା କରାଯିବ । ପରେ ଖୁବଶୀଘ୍ର ବିଚାର ବିମର୍ଶ କରି ରାଜ୍ୟ ସରକାର ପଦକ୍ଷେପ ନେବେ । ଗୋମାତା ସୁରକ୍ଷା ଓ ଗୋଶାଳା ବୃଦ୍ଧିକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଗୋ ସୁରକ୍ଷା, ଗୋମୁତ୍ର ଓ ଗୋବରର ସଦୁପଯୋଗ କ୍ଷେତ୍ରରେ ବିଚାର ବିମର୍ଶ ପାଇଁ କମିଟି ଗଠିତ ହେବ । ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ । ୫ ଜଣ ମନ୍ତ୍ରୀ ଓ ୫ ଜଣ ସଚିବ କମିଟିର ସଦସ୍ୟ ରହିବେ । ଗୋମାତା ସୁରକ୍ଷା, ଗୋଶାଳା ବୃଦ୍ଧି, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ 'କାମଧେନୁ' ଯୋଜନା ଆରମ୍ଭ ହୋଇଛି ।"

Swargadwar (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ...ଦୀପାବଳି/କାଳିପୂଜା ଦ୍ୱନ୍ଦ୍ୱ: ୩୧ ନା ୧? କେଉଁ ଦିନ ପାଳିବା ଉଚିତ, ଜାଣନ୍ତୁ

ଏହା ମଧ୍ୟ ପଢ଼ନ୍ତୁ...ଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ଆଇନମନ୍ତ୍ରୀଙ୍କ ହସ୍ତକ୍ଷେପ, 'ଇସ୍କନ ସହ କଥା ହେବ ଶ୍ରୀମନ୍ଦିର ପ୍ରଶାସନ'

ଏହା ମଧ୍ୟ ପଢ଼ନ୍ତୁ...ପୂରା କରିପାରିଲେନି ବ୍ରତ, କାଳିଆ ଦୁଆରେ ଉଡିଗଲା ହବିଷ୍ୟାଳୀଙ୍କ ପ୍ରାଣବାୟୁ

Swargadwar
Swargadwar (ETV Bharat Odisha)

ସରକାରଙ୍କ ପଦକ୍ଷପକୁ ସ୍ବାଗତ:

ସେପଟେ ଏହା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ ବୋଲି କହିଛନ୍ତି ପୁରୀ ମଠ ମହନ୍ତ ନାରାୟଣ ରାମାନୁଜ ଦାସ । ସେ କହିଛନ୍ତି, "ଅନ୍ୟସ୍ଥାନରେ ମଧ୍ୟ ଘଷିକୁ ମୃତଦେହ ଦାହରେ ବ୍ୟବହାର କରାଯାଉଛି । ଯେହେତୁ ଗୋମାତା ଆମ ହିନ୍ଦୁ ଧର୍ମର ମାତା ସେଥିପାଇଁ ତାଙ୍କ ଗୋବରକୁ ନେଇ ମଣିଷ ଶରୀର ଦାହ କରାଗଲେ ସେ ସ୍ଵର୍ଗକୁ ଯିବ, ଏଥିରେ କୌଣସି ସନ୍ଦେହ ନାହିଁ । ପ୍ରଦୂଷଣ ଦୂର ହେବା ସହିତ ଘସି ଧୁଆଁରେ ବାୟୁମଣ୍ଡଳ ସଫା ରହିବ । ପୁରାତନ ପଦ୍ଧତିରେ ଏହା କରାଯାଉଥିଲା । ଆଜି ମଧ୍ୟ ଦକ୍ଷିଣ ଭାରତରେ ଏହି ପଦ୍ଧତିରେ ମୃତଦେହ ଦାହ କରାଯାଉଛି । ପୁରୀ ସ୍ଵର୍ଗଦ୍ଵାରରେ କରିବା ପାଇଁ ପ୍ରଦୂଷଣ ବୋର୍ଡ ଅଛି ସେ ପଦକ୍ଷେପ ନେବେ ।" ସେହିପରି ଜ୍ୟୋତିର୍ବିଦ ପଣ୍ଡିତ ହରିଶଙ୍କର ମିଶ୍ର କହିଛନ୍ତି, "ଏହା ବହୁତ ଗ୍ରହଣୀୟ ପଦକ୍ଷେପ । ମୁଁ ଏଥିରେ ସହମତ । ସରକାର ପୁରୀରେ ବଡ଼ ଗୋଶାଳା କରି ଗୋରୁ ଗୁଡିକୁ ରଖନ୍ତୁ । ସେହି ଗୋବରରେ ମୃତଦେହ ଦାହ ପାଇଁ କାର୍ଯ୍ୟକାରୀ ହେଉ । ଏହା ଏକ ପବିତ୍ର ଯୋଜନା । ଗୋବର ପବିତ୍ର ଜିନିଷ । ଏହା ସ୍ଵାଗତଯୋଗ୍ୟ ପଦକ୍ଷେପ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.