ETV Bharat / state

ନୂଆପଡ଼ାରେ ପିସିସି ସଭାପତିଙ୍କ ପ୍ରତିଶ୍ରୁତି, '100 ଦିନରେ ପୂରଣ ହେବ କଂଗ୍ରେସ ଗ୍ୟାରେଣ୍ଟି' - CONGRESS GUARANTEE

author img

By ETV Bharat Odisha Team

Published : Mar 23, 2024, 4:52 PM IST

Updated : Mar 23, 2024, 5:23 PM IST

CONGRESS GUARANTEE: ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ଏବଂ କେନ୍ଦ୍ର ସରକାର ବିରୋଧରେ ଗର୍ଜିଲେ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ । ଏହାସହ କଂଗ୍ରେସ ସରକାରକୁ ଆସିଲେ ୧୦୦ଦିନ ମଧ୍ୟରେ ଗ୍ୟାରେଣ୍ଟି ପୂରଣ ହେବା ନେଇ ଦେଲେ ପ୍ରତିଶ୍ରୁତି । ଅଧିକ ପଢନ୍ତୁ

ନୂଆପଡାରେ ଉନ୍ମୋଚନ ହେଲା କଂଗ୍ରେସର ଗ୍ୟାରେଣ୍ଟି କାର୍ଡ

ନୂଆପଡା: ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ ହୋଉଛି । ଆଜି (ଶନିବାର) ଦିନ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଶରତ ପଟ୍ଟନାୟକଙ୍କ ନୂଆପଡା ସ୍ଥିତ ନିଜ ବାସଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ବିଜେପି ଓ ବିଜେଡି ସରକାର ବିରୋଧ ଗର୍ଜିଛି ଦଳ । 25ବର୍ଷ କ୍ଷମତାରେ ଥିବା ଭ୍ରଷ୍ଟାଚାର ସରକାରକୁ ମୂଳୌତ୍ପାଟନ କରିବା ଏବଂ କଂଗ୍ରେସ ବିପୁଳ ସଂଖ୍ୟାରେ ବିଜୟୀ ହୋଇ ରାଜ୍ୟରେ ସରକାର ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପିସିସି ସଭାପତି । ଏହି ଅବସରରେ କଂଗ୍ରେସର 10 ଗୋଟି ଗ୍ୟାରେଣ୍ଟି କାର୍ଡ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି ।ଏହା କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ନୂଆପଡା ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁରେଶ ଆଜାଦ ପ୍ରମୁଖ ସାମିଲ ହୋଇଥିଲେ ।

କଂଗ୍ରେସର ୧୦ ଗ୍ୟାରେଣ୍ଟି :

1. ଗୃହଜ୍ୟୋତି ଯୋଜନାରେ ଘରୋଇ ବିଜୁଳି ଉପଭୋକ୍ତାମାନଙ୍କୁ ମାସିକ 200 ୟୁନିଟ ବିଜୁଳି ଶୁଳ୍କ ଛାଡ଼ ।

2. ଯୁବ ବିକାଶ ଯୋଜନାରେ ଓଡ଼ିଶାର 10 ଲକ୍ଷ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବା ସହିତ ବେକାରୀ ଯୁବକଙ୍କୁ ମାସିକ 3000 ଟଙ୍କା ଭତ୍ତା ।

3. କୃଷକ ବନ୍ଧୁ ଯୋଜନାରେ ଧାନର କ୍ୟୁଇଣ୍ଟାଲ ପ୍ରତି MSP 3000 କରିବା ସହିତ କୃଷକ ପାଇଁ ମାସିକ ପେନସନ 2000 ଟଙ୍କା ।

4. ଗୃହ ଲଷ୍ମୀ ଯୋଜନାରେ ସ୍ବାୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଋଣ ଛାଡ କରିବା ସହିତ ମହିଳାଙ୍କୁ ମାସିକ ଭତ୍ତା 2000 ଟଙ୍କା ଦିଆଯିବ ଏବଂ 500 ଟଙ୍କାରେ ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯିବ ।

5. ଉଭୟ ମହିଳା ଓ ପୁରୁଷଙ୍କୁ 25 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ।

6. ବିଧବା ବାର୍ଦ୍ଧକ୍ୟ ଏବଂ ଦିବ୍ୟଙ୍ଗ ଭତ୍ତା ମାସକୁ 2000 ଟଙ୍କା ।

7. ଚିଟଫଣ୍ଡ ଜମାକାରୀ ଠକେଇରେ ଶିକାର ହିତାଧିକାରୀମାନଙ୍କୁ କଂଗ୍ରେସ ସରକାର ହେବାର 6 ମାସ ମଧ୍ୟରେ ସୁଧ ସହିତ ମୂଳ ଜମାରାଶି ପ୍ରଦାନ ।

8. ଶିକ୍ଷା ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗ ଙ୍କ ପାଇଁ 27 ଶତକଡା ସଂରକ୍ଷଣ ବ୍ୟବସ୍ଥା ।

9. ଆଦିବାସୀ ଓ ଦଳିତ ବର୍ଗର ଜଙ୍ଗଲ ଜମି ଅଧିକାର ଓ ନିଜ ଜମି ସୁରକ୍ଷା ଅଧିକାର ଦିଆଯିବ ।

10. କଂଗ୍ରେସ ସରକାର ହେବାର 100 ଦିନ ମଧ୍ୟରେ ପେଶା ଆଇନକୁ କଡାକଡି ଭାବେ ଲାଗୁ କରାଯିବ ।

ଏଭଳି ରାଜ୍ୟବାସୀଙ୍କୁ 10ଟି ଗ୍ୟାରେଣ୍ଟି ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଓଡ଼ିଶାବାସୀ ଆସନ୍ତା ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବେ କଂଗ୍ରେସକୁ ଭରସା କରି ସରକାରରେ ବସାଇବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .....୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ୯ଟି ଗ୍ୟାରେଣ୍ଟି

ଇଟିଭି ଭାରତ, ନୂଆପଡ଼ା

Last Updated : Mar 23, 2024, 5:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.