ETV Bharat / state

କମ୍ପିଟେଟିଭ୍ ଛାତ୍ରଙ୍କ ସଂଦେହଜନକ ମୃତ୍ୟୁ, ରସୁଲଗଡ ଛକ ପାଖରୁ ମିଳିଲା ମୃତଦେହ - Competitive Student Found Dead

author img

By ETV Bharat Odisha Team

Published : Jun 25, 2024, 5:11 PM IST

Updated : Jun 25, 2024, 7:33 PM IST

Competitive Student Found Dead: ରସୁଲଗଡ ଛକ ପାଖ ଏକ ଭଡ଼ାଘରୁ ଉଦ୍ଧାର ହୋଇଛି କମ୍ପିଟେଟିଭ ଛାତ୍ରଙ୍କ ମୃତଦେହ । ମୃତ୍ୟୁର କାରଣ ରିପୋର୍ଟ ଆସିଲା ପରେ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ଜଣାପଡ଼ିଛି । ଅଧିକ ପଢ଼ନ୍ତୁ,

Student Found Dead
Student Found Dead (ETV Bharat Odisha)

ଭୁବନେଶ୍ବର: ରାଜାଧାନୀରେ କମ୍ପିଟେଟିଭ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ। ଅସ୍ବାଭାବିକ ଭାବେ ମୃତଦେହ ଠାବ କରିଛି ପୋଲିସ । ରସୁଲଗଡ ଛକ ପାଖ ଭୁଆସୁଣି ପେଟ୍ରୋଲ ଟାଙ୍କି କଡ ପାଖ ଏକ ଘରୁ ଉଦ୍ଧାର ହୋଇଛି ଛାତ୍ରଙ୍କ ମୃତଦେହ। ତେବେ ମୃତ ଛାତ୍ର ଜଣଙ୍କ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା‌ ମାଛ ଗାଁ ଭୁଆସୁଣିର ଅନ୍ତର୍ଯ୍ୟାମି ବେହେରା। ଆଜି ଅନ୍ତର୍ଯ୍ୟାମିଙ୍କ ମୃତଦେହ ଜବତ ହେବା ପରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯାଇଛି।

Competitive Student Found Dead (ETV Bharat Odisha)

ସୂଚନା ମୁତାବକ, ଅନ୍ତର୍ଯ୍ୟାମି ଗତକାଲି ଡ୍ୟୁଟି ପାଇଁ ଆସି ନଥିବାରୁ ମୋ ବସର କର୍ମଚାରୀ ତାଙ୍କ ମୋବାଇଲକୁ ଫୋନ କରିଥିଲେ। ବାରମ୍ବାର ଫୋନ କରିବା ସତ୍ବେ ଅନ୍ତର୍ଯ୍ୟାମି ଫୋନ ନଉଠାଇବାରୁ ପାଖରେ ଥିବା ଅନ୍ୟ କର୍ମଚାରୀ ମାନଙ୍କୁ ତାଙ୍କ ପାଖକୁ ପଠାଯାଇଥିଲା। ଅନ୍ୟ କର୍ମଚାରୀ ସେଠାକୁ ଯାଇ ଜାଣିବାକୁ ପାଇଥିଲେ ଯେ, ସେ ରହୁଥିବା ଭଡ଼ାଘରେ ଏକାକି ଭିତର ପଟୁ କବାଟ ଦେଇ ଏକ ଚୌକି ଉପରେ ବସି ରହିଛନ୍ତି । ପରେ କବାଟ ଖୋଲି ଦେଖିଲା ବେଳକୁ ଅନ୍ତର୍ଯ୍ୟାମିଙ୍କ ମୃତଦେହ ଚୌକି ଉପରେ ବସିଥିବା ଅବସ୍ଥାରେ ଥିବା ବେଳେ ତାଙ୍କ ପାଟିରୁ କିଛି ଫେଣ ବାହାରି ଥିଲା। ହେଲେ ଶରୀରରେ ଅନ୍ୟ କୌଣସି ଦାଗ କିମ୍ବା କ୍ଷତଚିହ୍ନ ନଥିଲା।ସେପଟେ ଘରର ପାଣି ଟ୍ୟାପ ଚାଲୁ ରହିଥିଲା। ଏଇଭଳି‌ ଅବସ୍ଥାରେ‌ ଗତକାଲି ସନ୍ଧ୍ୟାରେ ମୃତଦେହ ଜବତ ପରେ‌ ଆଜି ମୃତଦେହ ବ୍ୟବଚ୍ଛେଦ କରାଯାଇଛି।

ଏହା ମଧ୍ୟ ପଢ଼ନ୍ତୁ.. ପ୍ରେମ ବିବାହ, ନିର୍ଯାତନା ପରେ ହତ୍ୟା ! ଯୌତୁକ ପାଇଁ ଶାଶୁଘରେ ଗଲା ବୋହୁର ଜୀବନ - Woman Killed For Dowry

ସେପଟେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମେଡ଼ିସିନ ରିଆକ୍ସନ ନା ହାର୍ଟ ଆଟାକ ନା ବିଷ କ୍ରିୟା ଯୋଗୁଁ ମୃତ୍ୟୁ ହୋଇଛି ତାହା ରିପୋର୍ଟ ଆସିଲେ ଜଣାପଡ଼ିବ। ଜଣେ ପିଜି କେମେଷ୍ଟ୍ରିର ଛାତ୍ର । ଆଉ ସେ ଏବେ କମ୍ପିଟେଟିଭ ପାଇଁ ପ୍ରସ୍ତୁତି କରୁଥିଲେ । ଯାହାପାଇଁ ବିଗତ ତିନି ବର୍ଷ ହେବ ନିଜର କଠିନ ପରିଶ୍ରମ କରି ୟୁପିଏସି ଓ ଓପିଏସସି ଓ ଅନ୍ୟନ ପରୀକ୍ଷା ପାଇଁ ଲାଗି ପଡିଥିଲେ । ଏପରିକି ଏପରିକି ଡିଷ୍ଟ୍ରିକ୍ଟ ପୋଲିସ ଏବଂ ପଞ୍ଚାୟତ ଏକଜୁକ୍ୟୁଟେଭ ଭଳି ପରୀକ୍ଷା କ୍ଲିୟର‌ କରିଥିଲେ । ହେଲେ ବଡ଼ ଅଫିସର ଓ ଉଚ୍ଚ ପଦସ୍ଥ ସରକାରୀ ଚାକିରି ପାଇଁ କଠିନ ପରିଶ୍ରମର କରି ପାଠ ପଢା ଜାରି‌ ରଖିଥିଲେ। ସେ ରୋଜଗାର ପାଇଁ ମୋ ବସର ରାଟ ସେକ୍ସନରେ‌ ମଧ୍ୟ କାମ କରୁଥିଲେ। ହେଲେ ଏବେ ତାଙ୍କର ଅସ୍ବଭାବିକ ଭାବେ ମୃତ୍ୟୁ ପରିବାର ଓ ସାଙ୍ଗସାଥି ସମ୍ପର୍କିୟଙ୍କ ମହଲରେ ଶୋକର‌ଛାୟା ଖେଳାଇ ଦେଇଛି । ତେବେ ପୁର୍ବରୁ ଏବିଭିପି ଛାତ୍ର ସଂଗଠନରେ ରହି କିଛି ସମାଜ ସେବା ମଧ୍ୟ କରିଥିଲେ ଅନ୍ତର୍ଯ୍ୟାମି। ଏପରିକି ତାଙ୍କ ମୃତ୍ୟୁ ପରେ ମଧ୍ୟ ସମାଜ ମଙ୍ଗଳ ପାଇଁ ତାଙ୍କର ଆଖି ଦାନ କରାଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 25, 2024, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.