ETV Bharat / state

ଏଣିକି ଓଡ଼ିଆରେ ଡାକ୍ତରୀ ପାଠ, ଗଠନ ହେଲା ବିଶେଷଜ୍ଞ କମିଟି - MBBS In Odia Language

author img

By ETV Bharat Odisha Team

Published : Jul 4, 2024, 10:56 PM IST

MBBS In Odia Language: ଏଥର ଛାତ୍ରଛାତ୍ରୀ ଓଡ଼ିଆରେ ପଢିପାରିବେ ଡାକ୍ତରୀ ପାଠ । ଓଡ଼ିଆରେ MBBS ପାଠ୍ୟପୁସ୍ତକ ପାଇଁ ୨୨ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

MBBS In Odia
MBBS In Odia (ETV Bharat Odisha)

ଭୁବନେଶ୍ବର: ଏଣିକି ଓଡ଼ିଆରେ ଛାତ୍ରଛାତ୍ରୀ ପଢିବେ ଡାକ୍ତରୀ ପାଠ । ଏମବିବିଏସ ପାଠ୍ୟପୁସ୍ତକ ପାଇଁ ଗଠନ ହେଲା ୨୨ ଜଣିଆ କମିଟି । ଓଡ଼ିଆରେ ଡାକ୍ତରୀ ବହି ପାଇଁ କମିଟି ଗଠନ ହୋଇଛି । ଓଡ଼ିଶାରେ MBBS ପାଠ୍ୟପୁସ୍ତକ ପାଇଁ ୨୨ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛି ସ୍ୱାସ୍ଥ୍ୟ ବିଭାଗ । କେଉଁ ପାଠ୍ୟ ପୁସ୍ତକ ଅନୁବାଦ କରାଯିବ, ଏହି ବିଶେଷଜ୍ଞ କମିଟି ତାର ଚୟନ କରିବ । ତେବେ ଏହି କମିଟିରେ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମାନସ ରଞ୍ଜନ ସାହୁ ହେଉଛନ୍ତି ଅଧ୍ୟକ୍ଷ ରହିଛନ୍ତି । ଏପରିକି ଅନ୍ୟ ୨୧ ଜଣ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲର ଡ଼ାକ୍ତର, ପ୍ରଫେସର ରେଜିଷ୍ଟର ରହିଛନ୍ତି ।

MBBS In Odia
MBBS In Odia (ETV Bharat Odisha)

ଏହି ଟିମରେ ଏମ୍ସର ଆନାଟୋମି ବିଭାଗର ପ୍ରଫେସର ଡକ୍ଟର ପ୍ରଭାସ ତ୍ରିପାଠୀ ସଦସ୍ୟ ଭାବରେ ରହିଛନ୍ତି । ଏହାସହ ସଦସ୍ୟ ଭାବରେ କଟକ ବଡ଼ ମେଡ଼ିକାଲ କଲେଜର ସାଇକୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଅର୍ଚ୍ଚନା ମିଶ୍ର, ଏମ୍ସର ବାୟୋକେମ ବିଭାଗର ମୁଖ୍ୟ ପ୍ରଫେସର ମନସ୍ବିନୀ ମଙ୍ଗରାଜ ମଧ୍ୟ ରହିଛନ୍ତି । ସେହିପରି ପାଥୋଲୋଜିର ମୁଖ୍ୟ ପ୍ରଫେସର ନିରଞ୍ଜନ ରାଉତ, ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜର ମାଇକ୍ରୋବାୟୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭରତ ପଟେଲ ବି ସାମିଲ ରହିଛନ୍ତି ।

ସେହିପରି ଭୁବନେଶ୍ୱରର ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ଡେପୁଟି ପରୀକ୍ଷା କଣ୍ଟ୍ରୋଲର ତଥା FMT ପ୍ରଫେସର ଡକ୍ଟର ପ୍ରଦୀପ କୁମାର ନାୟକ, ଏମ୍ସର ଫାର୍ମାକୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବିଶ୍ବରଞ୍ଜନ ପାଢୀ ଏହି ଟିମରେ ଥିବା ଜଣାପଡିଛି । ସେପଟେ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜର SPMର ମୁଖ୍ୟ ପ୍ରଫେସର ଦୁର୍ଗା ଶତପଥୀ, ଏମ୍ସର ENT ମୁଖ୍ୟ ପ୍ରଫେସର ପ୍ରଦୀପ୍ତ ପରିଡ଼ା, ବାରିପଦା ପିଆରଏମ ମେଡିକାଲ କଲେଜର ମେଡିସିନ ପ୍ରଫେସର ପ୍ରସନ୍ନ କୁମାର ରାଠୋର ମଧ୍ୟ ରହିଛନ୍ତି । ପୁରୀ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜର ସର୍ଜରୀ ବିଭାଗର ପ୍ରଫେସର, ବାରିପଦାର ପିଆରଏମ ମେଡିକାଲ କଲେଜର ରିତାଞ୍ଜଳି ବେହେରା, ଏମ୍ସର ଅସ୍ଥିଶଲ୍ୟ ବିଭାଗର ମୁଖ୍ୟ ପ୍ରଫେସର ବିଷ୍ଣୁ ପାତ୍ର ସାମିଲ ଥିବା ଜଣାପଡିଛି ।

ଏହା ବି ପଢନ୍ତୁ...ଆରମ୍ଭରୁ ଅସ୍ମିତା କାର୍ଡ: ଓଡିଆ ଭାଷାରେ ସରକାରୀ କାମ, ଗଠନ ହେବ ଭାଷା ଆୟୋଗ

ଏହାସହ ଏମ୍ସର ଶିଶୁରୋଗ ବିଭାଗର ପ୍ରଫେସର ଭାଗୀରଥୀ ଦ୍ୱିବେଦୀ, ଚର୍ମ ରୋଗର ଆସୋସିଏଟ୍ ପ୍ରଫେସର ବିଶ୍ୱନାଥ ବେହେରା, କଟକ ଏସସିବି ମେଡିକାଲ କଲେଜର ମାନସିକ ରୋଗର ପ୍ରଫେସର ମିହିର ରଞ୍ଜନ ନାୟକ, ଯାଜପୁରର ଯେକେ ମେଡିକାଲ କଲେଜର ଆନାସ୍ଥେସିଓଲୋଜି ବିଭାଗର ପ୍ରଫେସର ଡାକ୍ତର ରଞ୍ଜିତା ମହାପାତ୍ର ଏହି ଟିମରେ ରହିଛନ୍ତି । ଏମ୍ସ ଭୁବନେଶ୍ୱରର ରେଡିଓଲୋଜି ବିଭାଗର ଅତିରିକ୍ତ ପ୍ରଫେସର ଡକ୍ଟର ସୁଦୀପ୍ତ ନାୟକ, କୋରାପୁଟର ଏସଏଲଏନ ମେଡିକାଲ କଲେଜର ଚକ୍ଷୁ ବିଭାଗର ଅସୋସିଏଟ ପ୍ରଫେସର ରାଜଶ୍ରୀ ରାଉତ, ଓଡ଼ିଆ ଭାଷା ପ୍ରତିଷ୍ଠାନର କାର୍ଯ୍ୟକ୍ରମ ପରାମର୍ଶଦାତା ପ୍ରେମାନନ୍ଦ ମହାପାତ୍ର ଏବଂ ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଏହି କମିଟିର ସଦସ୍ୟ ଭାବରେ ସ୍ଥାନ ପାଇଛନ୍ତି। ତେବେ କମିଟି ସମସ୍ତ ପ୍ରସ୍ତାବକୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ଦାଖଲ କରିବ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.