ETV Bharat / state

ପୂରଣ ହେଲା ଝାରସୁଗୁଡ଼ାବାସୀଙ୍କ ସ୍ବପ୍ନ, ହାର୍ଟ ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

author img

By ETV Bharat Odisha Team

Published : Feb 27, 2024, 8:47 AM IST

CM Inaugurated Cardiac Care Hospital: ବାଲିଜୁରୀଠାରେ ହାର୍ଟ କେୟାର ହସ୍ପିଟାଲ ଉଦଘାଟନ । ଝାରସୁଗୁଡ଼ା ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ହୃଦରୋଗୀ ପାଇବେ ସେବା । ଅଧିକ ପଢନ୍ତୁ

ଝାରସୁଗୁଡ଼ାବାସୀଙ୍କ ପୂରଣ ହେଲା ସ୍ବପ୍ନ , ହାର୍ଟ ହସ୍ପିଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଝାରସୁଗୁଡ଼ା: ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ଗତକାଲି(ସୋମବାର) ଉଦଘାଟିତ ହେଇଛି ଶହେ ଶଯ୍ୟା ବିଶିଷ୍ଟ ବିଏମଆରସି କାର୍ଡିଆକ କେୟାର ହସ୍ପିଟାଲ ।ବାଲିଜୁରୀଠାରେ ଏହି ହାର୍ଟ କେୟାର ହସ୍ପିଟାଲକୁ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଡିଆକ କେୟାର ହସ୍ପିଟାଲ ଦ୍ୱାରା ଝାରସୁଗୁଡ଼ା ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶାର ହୃଦରୋଗୀ ଉପକୃତ ହୋଇପାରିବେ ।

ଏହି ଅବସରରେ ବିଧାୟିକା ଦୀପାଳି ଦାଶ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାକୁ ଅଧିକ ଭଲ ପାଆନ୍ତି । ତେଣୁ ହୃଦରୋଗ ହସ୍ପିଟାଲ ଝାରସୁଗୁଡ଼ାରେ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଝାରସୁଗୁଡ଼ା ବିଧାୟିକା ଦୀପାଲି ଦାସ, ପୌରାଧ୍ୟକ୍ଷା ରାଣୀ ହାତୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଏହି ହସ୍ପିଟାଲର ପରିଚାଳନା ଦାୟିତ୍ବ ନେଇଥିବା କୋଲକାତାର ବିଏମ୍ଆର୍‌ସି ହସ୍ପିଟାଲର ଏକ ଟିମ୍ ପ୍ରସ୍ତୁତି ଜାରି ରଖିଛନ୍ତି । ଏହା ସହ ଆଉଟଡୋର୍, ଲାବ୍ରୋଟେରି ପାଇଁ ଆବଶ୍ୟକ ମେଡ଼ିକାଲ ସାମଗ୍ରୀ, ରୋଗୀଙ୍କ ବସିବା ପାଇଁ ଚୌକି, ଷ୍ଟ୍ରେଚର ଆଦିକୁ ପ୍ରାଥମିକ ପର୍ଯ୍ୟାୟରେ ପ୍ରସ୍ତୁତ କରାଯାଇଛି ।

ଏହି ହସ୍ପିଟାଲ ପାଇଁ ଆସିଥିବା ୭୨ ପ୍ରକାର ଯନ୍ତ୍ରପାତିରୁ ପ୍ରାୟ ୫୦ପ୍ରକାର ଯନ୍ତ୍ରପାତିକୁ ରାଜ୍ୟ ସରକାର ବିଭିନ୍ନ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ । ତେବେ କେଉଁ କେଉଁ ଯନ୍ତ୍ରପାତି ସ୍ଥାନାନ୍ତର ହୋଇଛି ଏବଂ କେଉଁ ଯନ୍ତ୍ରପାତି ପୁଣିଥରେ ଏହି ହସ୍ପିଟାଲକୁ ଆସିବ ତା’ର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଉକ୍ତ ତାଲିକା ରାଜ୍ୟ ସରକାରଙ୍କ ନିକଟକୁ ପଠାଇଥିବା ବେଳେ ଯନ୍ତ୍ରପାତିଗୁଡ଼ିକ ଅଳ୍ପ ଦିନ ମଧ୍ୟରେ ପହଞ୍ଚିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ...ଖୋର୍ଦ୍ଧାରେ ୭ ଆମ ହସ୍ପିଟାଲ ସହ ନୂତନ SDHର କଲେ ଭିତ୍ତିପ୍ରସ୍ତର ସ୍ଥାପନ

ସେହିପରି ସୋମବାର ରାଜ୍ୟରେ ୧୫ଟି ଜିଲ୍ଲାରେ ଆଉ ୬୭ଟି ଆମ ହସ୍ପିଟାଲର ଲୋକାର୍ପଣ କରାଯାଇଛି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଲୋକାର୍ପଣ କରିଥିଲେ । ଆମ ହସ୍ପିଟାଲର ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୩ ଆମ ହସ୍ପିଟାଲ ଲୋକାର୍ପଣ କରାଯାଇଥିଲା । ରାଜ୍ୟରେ ପର୍ଯ୍ୟାୟ କ୍ରମେ ଆମ ହସ୍ପିଟାଲ ଅଧୀନରେ ଥିବା ଚିକିତ୍ସାଳୟଗୁଡ଼ିକର ରୂପାନ୍ତରୀକରଣ କରାଯାଉଛି । ତେବେ ଦ୍ଵିତୀୟ ପର୍ଯ୍ୟାୟରେ ୧ଟି ଜିଲ୍ଲାରେ ୬ଟି ସ୍ବାସ୍ଥ୍ୟକେନ୍ଦ୍ରର ଆମ ହସ୍ପିଟାଲର ମୌଳିକ ସେବାର ସୁଦୃଢୀକରଣ କରାଯାଇଛି । ଏହାଦ୍ଵାରା ଲୋକମାନେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅନେକ ସୁବିଧା ପାଇପାରିବେ । ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶାକୁ ଆଗକୁ ନେବାରେ ଅନେକ ସାହାଯ୍ୟ କରିବ ଆମ ହସ୍ପିଟାଲ ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.