ETV Bharat / state

ବିଳମ୍ବିତ ପ୍ରକଳ୍ପକୁ ଶେଷ ଓ ବନ୍ୟା ନିୟନ୍ତ୍ରଣ ପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ - Water Resources Department meeting

author img

By ETV Bharat Odisha Team

Published : Jun 22, 2024, 8:39 PM IST

WATER RESOURCES DEPARTMENT MEETING: ରାଜ୍ୟ ଜଳସମ୍ପଦ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବନ୍ୟା ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ ଖୋଲିବାକୁ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ

WATER RESOURCES DEPARTMENT REVIEW MEETING
WATER RESOURCES DEPARTMENT REVIEW MEETING (ETV Bharat Odisha)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ଜଳସମ୍ପଦ ମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜଳ ସମ୍ପଦ ବିଭାଗର ସମସ୍ତ ବିଳମ୍ବିତ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବନ୍ୟା ନିୟନ୍ତ୍ରଣ ପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସମସ୍ତ ଅଧିକାରୀ ପ୍ରସ୍ତୁତ ରହିବା ସହ ବନ୍ୟା ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା କହିଛନ୍ତି ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

ଉନ୍ନୟନ କମିଶନର ତଥା ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦୁଇଟି ପ୍ରସଙ୍ଗରେ ସମୀକ୍ଷା କରିଛନ୍ତି । ପ୍ରଥମ ହେଉଛି ବନ୍ୟାର ମୁକାବିଲା ଲାଗି ଆମ କେମିତି ପ୍ରସ୍ତୁତ ଅଛୁ । ଯେହେତୁ ରାଜ୍ୟରେ ମୌସୁମୀ ପ୍ରବେଶ କରିଛି । ବର୍ଷା ସମ୍ଭାବନା ରହିଛି । ତେଣୁ ଆମେ ଆମର ପ୍ରସ୍ତୁତି ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛୁ । ରାଜ୍ୟରେ ଥିବା ନଦୀ ବନ୍ଧକୁ ସଶକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଆମକୁ ପରାମର୍ଶ ଦେଇଛନ୍ତି । ଏହା ପ୍ରତି ସଜାଗ ରହିବାକୁ ସେ କହିଛନ୍ତି । ଦୁର୍ବଳ ନଦୀ ବନ୍ଦକୁ କେମିତି ଅଧିକ ସୁଦୃଢ କରିବା ଓ ସେଥିପାଇଁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେ ଆହିରି ମଧ୍ୟ କହିଛନ୍ତି ଯେ, ନଦୀ ବନ୍ଧର ମକ୍ ଡ୍ରିଲ ହୋଇସାରିଥିବା ନେଇ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛୁ । ବନ୍ୟା ନିୟନ୍ତ୍ରଣ କକ୍ଷକୁ ୨୪ ଘଣ୍ଟିଆ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜଳ ସମ୍ପଦ ବିଭାଗର ସମସ୍ତ ଅଫିସର ମାନଙ୍କୁ ପ୍ରସ୍ତୁତ ରଖିବାକୁ ବି କୁହାଯାଇଛି । ଆବଶ୍ୟକତା ଅନୁସାରେ ଆମେ ସେମାନଙ୍କୁ ଦାଇତ୍ୱ ଦେବୁ । ତହସିଲଦାର ଏବଂ ଜଳ ସମ୍ପଦ ବିଭାଗର ଇଞ୍ଜିନିୟର ଦୁର୍ବଳ ନଦୀବନ୍ଧ ଗୁଡିକର ତଦାରଖ କରୁଛନ୍ତି । ବିଭାଗର ଅନ୍ୟାନ୍ୟ ଯୋଜନା ଓ ପ୍ରସ୍ତାବିତ ବଜେଟ ବାବଦରେ ମୁଖ୍ୟମନ୍ତ୍ରୀ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଛନ୍ତି । ବିଳମ୍ବିତ ପ୍ରକଳ୍ପକୁ ଜଲଦି ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମେଗା ଓ ମାଇନର ଲିଫ୍ଟ ପ୍ରକଳ୍ପକୁ କିପରି ଶୀଘ୍ର ସାରିବାକୁ କୁହାଯାଇଛି । ସରକାରୀ ଦଳର ଇସ୍ତାହାରରେ ବନ୍ୟା ନିୟନ୍ତ୍ରଣ ପାଇଁ ନୀତି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ଜୀବିକା କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଉଦ୍ୟମ କରୁ ବିଭାଗ: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ - ST and SC Welfare REVIEW MEETING

ଜଳ ସମ୍ପଦ ବିଭାଗର ସମସ୍ତ ବିଳମ୍ବିତ ପ୍ରକଳ୍ପକୁ ତୁରନ୍ତ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ । ମେଗା ଲିପିଟ, ମାଇନର ଲିପିଟ ଇରିଗେଶନ ଏବଂ ଡିପ ବୋରୟଲ ଗୁଡିକ ଶୀଘ୍ର ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଇସ୍ତାହାର ଦିଆଯାଇଥିବା ପ୍ରତିଶ୍ରୁତି ଦିଗରେ କାମ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୂଚନା । ପ୍ରକଳ୍ପ ବିଳମ୍ବିତ ହେବା ନେଇ ଅନେକ କାରଣ ରହିଛି । ଜଙ୍ଗଲ ଏବଂ ପରିବେଶ ଅନୁମତି ମିଳିନାହିଁ, ଜମି ଅଧିଗ୍ରହଣ ହୋଇନାହିଁ କିମ୍ବା ଆଇନ ଶୃଙ୍ଖଳା ଲାଗି ଅଟକିଛି । ମହାନଦୀ ପ୍ରସଙ୍ଗ ନେଇ ଆଜିର ବୈଠକରେ ଆଲୋଚନା ହୋଇନାହିଁ । ପରବର୍ତ୍ତୀ ବୈଠକରେ ଆଲୋଚନା କରିବୁ । ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.